Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବାବୁଲାର  ବେଦନା
ବାବୁଲାର ବେଦନା
★★★★★

© Kiran Mishra

Inspirational Tragedy

4 Minutes   416    13


Content Ranking

ସ୍କୁଲ୍ ରୁ ଫେରି ବାବୁଲା ମୁହଁ ମାରି ଗୁମ୍ ସୁମ୍ ହୋଇ ବସିଛି।ମା,ଜେଜେ ମା ଯେତେ ଡାକିଲେବି ଖାଇବାକୁ ଆସୁନି। ଏଥର ବାପା ଗଲା ପରେ ସେ ଦେଖିଛି ଅନ୍ୟଥର ଅପେକ୍ଷା । ବୁଢା ବାପା ଅଧିକ ଚୁପ୍ ଚାପ ହୋଇ ଯାଇଛନ୍ତି,ବୁଢୀ ମା'ଙ୍କ ଠାକୁର ପୂଜା ସମୟ ବଢି ଯାଇଛି,ମା ଟିକେ ଟିକେ କଥାରେ ଚିଡି ଯାଉଛି,ବେଳେବେଳେ କାନ୍ଦୁଛି ମଧ୍ୟ। ତା ସହିତ ଭଲରେ କେହି କଥା ପଦେ ହେଉନାହାନ୍ତି।

ବାପା ବର୍ଷକୁ ଯେଉଁ ଦୁଇଥର ଆସନ୍ତି ସେ ମାସ ଦୁଇଟା ବାବୁଲାକୁ ଭାରି ଭଲ ଲାଗେ। ବାବୁଲାର ପର ଲାଗିଗଲା ଭଳି ମନେ ହୁଏ ।ବାପା ଗାଧେଇ ଦିଅନ୍ତି,ବାପାଙ୍କ ସାଥିରେ ସେ ଖାଏ, ବାପା ସ୍କୁଲରେ ଛାଡି ଦିଅନ୍ତି।ଅନ୍ୟ ପିଲାଙ୍କ ପରି ସେ ଗର୍ବର ସହିତ ବାପାଙ୍କ ସହ ସ୍କୁଲ ଯାଏ । ସେଇ କେତେ ଦିନ ମା'ର ମାଡ଼ରୁ ସେ ରକ୍ଷା ପାଇଯାଏ। ତାକୁ ଲାଗେ ବାପା ଯେମିତି ତାର ବଳ,ପ୍ରେରଣା,ସାହସର ଖୋରାକ। ସେତେବେଳେ ପଢିବାକୁ ତାକୁ ଭାରି ଭଲଲାଗେ। କାରଣ ବାପା ତାକୁ ପ୍ରଶଂସା କରନ୍ତି। କେହି କହିବା ପୂର୍ବରୁ ବହି ଧରି ବସିଯାଏ।ସଙ୍ଗେ ସଙ୍ଗେ ସବୁପାଠ କରିଦିଏ । ମା' କୁହନ୍ତି,

--"ଦେଖୁଛ ତୁମେ ଥିଲାବେଳେ କେମିତି ମନକୁ ମନ ବହି ଧରି ବସୁଛି,ଅଥଚ ମୁଁ ଭୁକି ଭୁକି ରହିଲେ ବି ସହଜରେ ବହି ଧରିବନି।"

ବାପା ହସି ଦିଅନ୍ତି ଏବଂ ତାକୁ ଟିକେ ଗେଲ କରି ଦିଇ କୁହନ୍ତି,

--"ଦେଖିବ ମୋ ପୁଅ ଏତେ ଉଚ୍ଚକୁ ଉଠିବ ଯେ ତୁମେ କଳ୍ପନାରେ ସୁଦ୍ଧା ଭାବି ନଥିବ।। "

ମାସ ସରିଗଲା ପରେ ବାପା ଯେଉଁ ଦିନ ଯାନ୍ତି,ସେଦିନ ବାପା ଗଲାବେଳକୁ ସେ ଘରେ ନଥାଏ।ଗାଁ ବୁଢୀ ଠାକୁରାଣୀ ମନ୍ଦିର ସାମ୍ନାରେ ବସି କାନ୍ଦୁଥାଏ।ମାକୁ ପ୍ରାର୍ଥନା କରେ ବାପା ବସ୍ ଫେଲ୍ ହୋଇଯାନ୍ତେ କି !ବାପା ଖୋଜି ଖୋଜି ସେଠାରେ ପହଞ୍ଚି ଯାନ୍ତି।

ପୁଅକୁ ଧରି ଗେଲ କରି ପୁଣି ଆସିବାର ପ୍ରତିଶ୍ରୃତି ଦେଇ ଚାଲିଯାନ୍ତି। ବିଚ୍ଛେଦ ଉଭୟ ବାପ ପୁଅଙ୍କୁ ବହୁତ୍ ବାଧେ।ପୁଅର କାନ୍ଦ ଦେଖାଯାଏ କିନ୍ତୁ ବାପ ଦୁଃଖକୁ ହୃଦୟରେ ଚାପି ଚାଲିଯାନ୍ତି।।ବେଳେ ବେଳେ ବାବୁଲା ଜିଦି ଧରେ ଚାକୀରି ଛାଡି ତା'ପାଖରେ ରହିବାକୁ। ବାପା ତା'ର ଵୁଝାଇ କୁହନ୍ତି,'

--"ତୁ ଜାଣୁ ତୋ ବାପା ଜଣେ ସୈନ୍ୟ, ସୈନ୍ୟ ହିସାବରେ ଦେଶକୁ ସୁରକ୍ଷା ପ୍ରଦାନ କରିବା ତାର ଧର୍ମ। ଦେଶ ଆମରଏତେ ଉପକାର କରୁଛି ଆମର ମଧ୍ୟ ଦେଶ ପ୍ରତି କିଛି କର୍ତ୍ତବ୍ୟ ଅଛି।

ତୁ ତ ଜଣେ ସୈନିକର ପୁଅ ବୋଲି ଗର୍ବ ଅନୁଭବ କରିବା କଥା।

କାନ୍ଦୁଛୁ କାହିଁକି,ମୁଁ ପୁଣି ଆସିବି,ତୁ ବ୍ୟସ୍ତ ହୁଅନା। ".ବାବୁଲା କିଛି ବୁଝେନି ଅନ୍ୟ ପିଲାଙ୍କ ପରି ତା'ମଧ୍ୟ ବାପା ପାଖରେ ରହିବା ଦରକାର।

ବେଳେ ବେଳେ ବାପାଙ୍କ ଠାରୁ ତା'ଙ୍କ କାମ ବିଷୟ ଶୁଣେ।ଯାହା ବାବୁଲାକୁ ଗପ ଭଳି ଲାଗେ। ଲାଗେ ତା ବାପ କୋଉ ସିନେମାର ହିରୋ ଠାରୁ କମ ନୁହନ୍ତି।ଦେଶକୁ ସୁରକ୍ଷା ଦେବା ପାଇଁ ଥରେ ଥରେ ତାଙ୍କୁ ଘଣ୍ଟା ଘଣ୍ଟା ବରଫ ଉପରେ ଛିଡା ହେବାକୁ ପଡେ। ଯେତେବେଳେ ସେ ଏକଥା ଶୁଣେ,ତାକୁ ଆଶ୍ଚର୍ଯ୍ୟ ଲାଗେ।କୁହେ ,

--ବାପା ମୁଁ ତ ଖାଲି ହାତରେ ପଞ୍ଚ ମିନିଟ୍ ରୁ ଅଧିକ ସମୟ ଗୋଟିଏ ବରଫ ଧରି ପାରୁନି,ତୁମେ କେମିତି ଏତେ କଷ୍ଟ କରି ପାରୁଛ'।

ବାପା ତା'ର ହସି କୁହନ୍ତି ,

--"ଦେଶକୁ ଭଲ ପାଇଲେ ସବୁ କଷ୍ଟ କରିପାରିବ"।

ଏତେ ଗହନ କଥା ପଞ୍ଚମ ଶ୍ରେଣୀ ପଢୁଥିବା ବାବୁଲା ମୁଣ୍ଡରେ କିଛି ପଶେ ନାହିଁ।ଶୁଣିଛି ଥରେ ଶତ୍ରୁ ପକ୍ଷର ଗୁଳି ତାଙ୍କ ଗୋଡରେ ବାଜି ଯାଇଥିଲା ଅଳ୍ପକେ ରକ୍ଷା ପାଇ ଯାଇଥିଲା।ଏ ଘଟଣାଟି ସେ ଖୁବ୍ ଛୋଟ ଥିଲା ବେଳର।ବାବୁଲା ଖାଲି ଏତିକି ଜାଣେ ତା ବାପାଙ୍କ ଜୀବନ ସବୁଵେଳେ ବିପଦପୂର୍ଣ୍ଣ।କିନ୍ତୁ କେବେ ବି ଦେଖିନି ସେ ଭୟଭୀତ ହେବାର।

ସବୁଥର ବାପା ଗଲାର କିଛିଦିନ ପର୍ଯ୍ୟନ୍ତ ବାବୁଲା ମୁହଁ ଫୁଲାଇ ରୁହେ।ସବୁ ପିଲାଙ୍କ ବାପାମାନଙ୍କୁ ଦେଖି ତା ମନ ମରି ଯାଏ।ବାପାଙ୍କ କଥା ତା'ର ବହୁତ ମନେ ପଡେ।

ଏଥର କିନ୍ତୁ ସବୁଥର ଅପେକ୍ଷା ଅଲଗା ହୋଇଗଲା। ବାପା ଛୁଟିରେ ଆସିବାର ପନ୍ଦର ଦିନ ପରେ କେଉଁ ଆତଙ୍କବାଦୀଙ୍କ ଆକ୍ରମଣରେ ଗୋଟିଏ ସୈନ୍ୟ ବାହିନୀ ବସ ଉଡି ଯିବା ଫଳରେ ପ୍ରାୟ ପଚାଶ ସୈନ୍ୟ ନିହତ ହୋଇଗଲେ।ଖବର ପାଇବା ପରେ ବାପାଙ୍କୁ ମଧ୍ୟ ସୈନ୍ୟ ବିଭାଗ ତରଫରୁ ଡକରା ଆସିଗଲା।ସେଦିନ ବାବୁଲା ବହୁତ କାନ୍ଦିଥିଲା ।ବାପା ଜେଜେଙ୍କୁ କହୁଥିଲେ , "ବୋଧ ହୁଏ ଯୁଦ୍ଧ ହୋଇପାରେ" । ବାବୁଲାର ଛୋଟ ମଗଜରେ କିଛି ପସୁ ନଥାଏ। ବାପା ଯାଉଥିବାରୁ ତା ମନରେ ରାଗ ଆସୁଥାଏ।ଜେଜେ ମା,ମାଆ କାନ୍ଦୁଥାନ୍ତି। ବାପା ସମସ୍ତଙ୍କୁ ବୁଝାଉଥାନ୍ତି।ଖବର ପାଇବା ପର ଦିନ ବାପା ଚାକିରୀ ଯାଗାକୁ ବାହାରିଲେ । ସେଦିନ ସକାଳୁ ଜେଜେଙ୍କ ପାଇଁ ପାନ ଆଣିବାକୁ ଯାଇଥିଲା ।ପାନ ଦୋକାନରେ ଏ ବିଷୟରେ କେତେକ ଲୋକ କଥା ହେଉଥିଲେ।

ଗାଁର ହରି ଦାଦା ଉଚ୍ଚ ସ୍ୱରରେ କହୁଥିଲେ,

--"ଯୁଦ୍ଧ ହେବା ନିହାତି ଦରକାର,ନହେଲେ ଶତ୍ରୃ ପକ୍ଷଙ୍କ ଚେତା ପସିବନି !"

ସେ ଜେଜେ ମା'ଠୁ ଶୁଣିଛି ହରି ଦାଦି ବି ସୈନ୍ୟ ହେବା ପାଇଁ ବଛା ହୋଇଥିଲେ କିନ୍ତୁ ଭୟରେ ଯୋଗ ଦେଇ ନଥିଲେ।

କୋଉ ଅଫିସିରେ କିରାଣୀ ଚାକିରୀ କଲେ ପଛେ,ସୈନ୍ୟ ବିଭାଗ ଯୋଗ ଦେଲେନି।ସେ କିନ୍ତୁ ଆଜି ଯୁଦ୍ଧ ସପକ୍ଷରେ ଯୋର୍ ରେ ଭାଷଣ ଦେଉଥିଲେ।ତାଙ୍କ କଥା ଶୁଣି ତାକୁ ରାଗ ଆସୁଥିଲା।

ବାବୁଲାର ଆଜି ସ୍କୁଲ ଯିବାକୁ ଟିକେ ବି ମନ ନଥିଲା। ମା ଭୟରେ ଖାଲି ଯାଉଥାଏ। ସ୍କୁଲରେ ହେଡ଼ସାର ସାହିତ୍ୟ ପିରିଅଡ଼ ରେ ଆସିଲେ।ସେଦିନ ସାର ଶ୍ରେଣୀରେ ଆତଙ୍କବାଦୀଙ୍କ ଆକ୍ରମଣ ବିଷୟରେ କହିବା ସହିତ,ହରି ଦାଦିଙ୍କ କଥାକୁ ଦୋହରାଇ କହିଲେ,

--"ବୁଝିଲରେ ପିଲେ ଏ ଶତ୍ରୁ ରାଜ୍ୟକୁ ଦମନ କରିବାକୁ ଯୁଦ୍ଧ ହେବା ଦରକାର।ନହେଲେ ଏମାନେ ସାବାଡ଼ ବନିବେନି।ଗୁଡେ ମରିଗଲେ ଠିକ୍ ହୋଇଯିବେ।"

ସେଦିନ ବାବୁଲା ଭାବୁଥିଲା ଖାଲି କଣ ଶତ୍ରୁ ମରିବେ !

ଆମ ସୈନିକ କ'ଣ ଯୁଦ୍ଧରେ ମରିବେନି !

ବାବୁଲା ସ୍କୁଲ୍ ରୁ ଫେରି ଗୋଟିଏ ଘରେ ମୁହଁ ମାଡି ଶୋଇଥାଏ। କିଛି ସମୟ ପରେ ପ୍ରଧାନ ଶିକ୍ଷକ କେତେକ ଲୋକଙ୍କୁ ଧରି ତା'ଙ୍କ ଘରେ ପହଞ୍ଚିଲେ।ଜୋର୍ ରେ ବଡପାଟିରେ କହୁଥାନ୍ତି,

--, " ଦେଖ ହୋ!ବାପା ସୈନିକ ପୁଅ ଅପରାଧି ସାଜୁଛି। ଏଇଟା ଗୋଟେ ଗୁଣ୍ଡା ହେବ।ଗାଁର ନା ପକାଇବ। "

ବାବୁଲା ଜେଜେ ଆଶ୍ଚର୍ଯ୍ୟ ହୋଇ ପାଟି କରିବାର କାରଣ କ'ଣ ପଚାରିବାରୁ କହିଲେ।

--ତୁମ ନାତିକୁ ପଚାର।ବାଳୁଙ୍ଗା ପଥର ମାରି ସ୍କୁଲର କାଚ ଝରକା ସବୁ ଭାଙ୍ଗି ଦେଇଛି।

ଜେଜେ ରାଗରେ ବାବୁଲାକୁ ଡାକି ପଚାରିଲେ।

--ସାର୍ ଯାହା କହୁଛନ୍ତି କ'ଣ ସତ!!ଯଦି ସତ ତେବେ ତୁ ଏମିତି କାହିଁକି କଲୁ । ତୋ ଭଳି ପିଲା ତ ଏମିତି କରିବା କଥା ନୁହେଁ ।

ତୁ କ'ଣ ଘରର ନାଁ ପକାଇବୁ !

-- ହଁ ମୁଁ କରିଛି।କାରଣ ସମସ୍ତେ ଯୁଦ୍ଧ ହେଉ ବୋଲି କହୁଛନ୍ତି କାହିଁକି ! ସେମାନଙ୍କର କେହି ନିଜ ଲୋକ ଯଦି ମୋ ବାପା ପରି ସୈନ୍ୟ ହୋଇଥାନ୍ତେ ସେମାନେ କ'ଣ ଏକଥା କହି ନଥାନ୍ତେ।

କାଲି ସାର୍ ଙ୍କପୁଅ ମୋ ସହିତ ଖେଳୁ ଖେଳୁ ପଡିଗଲା ସାର୍ ଦୌଡି ଆସି ତାକୁ ଉଠାଇ ଦେଲେ,ଖଣ୍ଡିଆରେ ମଲମ ଲଗାଇ ଦେଲେ, ପିଅନ ହାତରେ ଚକୋଲେଟ ମଗାଇ ଦେଲେ।ମୁଁ ପଡିଗଲେ ମୁଁ ତ ନିଜେ ଉଠେ।ବର୍ଷରେ ଦୁଇମାସ ମୋ ବାପା ମୋ ପାଖରେ ରୁହନ୍ତି।ଯୁଦ୍ଧରେ ଯଦି ମୋ ବାପାଙ୍କର କିଛି ହୋଇଗଲା । ତେବେ ମୋ ବାପାଙ୍କୁ ସେ କ'ଣ ମତେ ଫେରାଇ ଦେବେ । ମୋ ମା ,ମୋ ଜେଜେ ମା'ଙ୍କୁ କ'ଣ ସେ ପୁଅ ଓ ସ୍ୱ।ମୀ ଦେବେ । ହେଡ଼ ସାର୍କା ହିଁକି ଯୁଦ୍ଧ ହେବା ଉଚିତ୍ ବୋଲି କହିଲେ।ଯୁଦ୍ଧ ବ୍ୟତୀତ ଆଉ କ'ଣ ଉପା ନାହିଁ ।

ବାବୁଲାର କଥା ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।କାହାର ପାଟିରୁ କିଛି ବାକ୍ୟ ସ୍ପୁରୁ ନଥିଲା। କ'ଣ କହି ଛୋଟ ପିଲାଟିକୁ ବୁଝାଇବେ। ଜେଜେ ବାବୁଲାକୁ ଧରି କାନ୍ଦି କାନ୍ଦି କହୁଥିଲେ,

--ତୋ ବାପାର କିଛି ହେବନି। ସରକାର ଏତେ ସହଜରେ ଯୁଦ୍ଧ କରନ୍ତି ନାହିଁ। ଏ ବିଶ୍ୱ।ସ ରଖ। ମା ବୁଢୀ ଠାକୁରାଣୀଙ୍କୁ ଡାକେ ସେ ତୋଭଳି ଛୋଟ ପିଲାର ଗୁହାରି ନିଶ୍ଚୟ ଶୁଣିବେ।

ବାବୁଲା ବେଦନା ପ୍ରେରଣା

Rate the content


Originality
Flow
Language
Cover design

Comments

Post

Some text some message..