Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏମିତି ଭାଇ ଜଗତେ ନାହିଁ
ଏମିତି ଭାଇ ଜଗତେ ନାହିଁ
★★★★★

© ଓଡିଆ ଶିଶୁ ଗପ

Classics

6 Minutes   399    7


Content Ranking

ଜଗାର ଏକମାତ୍ର ଭଉଣୀ ସୁଭଦ୍ରା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଭାଇ ଭଉଣୀ ଦୁହେଁ ଦୁଃଖେ ସୁଖେ ରହିଥା’ନ୍ତି । ଜଗା, ସୁଭଦ୍ରାକୁ ଖୁବ୍ ଭଲ ପାଏ । ଜଗାର ସ୍ତ୍ରୀ ଜାନକୀ ମଧ୍ୟ ସୁଭଦ୍ରାକୁ ଖୁବ୍ ଭଲ ପାଆନ୍ତି । ଭାଇ ଭାଉଜଙ୍କ ଶ୍ରଦ୍ଧାରେ ସେ ସୁଭଦ୍ରା ଅତ୍ୟନ୍ତ ଖୁସିରେ ଥାଏ ।

ଜଗାର ଭାରି ଇଚ୍ଛା ସୁଭଦ୍ରାକୁ ଭଲ ପାତ୍ରଟିଏ ଦେଖି ବିବାହ ଦେବ । ଭୋଗ ଅପେକ୍ଷା ତ୍ୟାଗର ମୂଲ୍ୟବୋଧକୁ ସେ ସୁଭଦ୍ରା ତା’ ସାଂସାରିକ ଜୀବନରେ ବ୍ରତ ରୂପେ ପାଳନ କରୁ । ଏହାହିଁ ଜଗାର ଇଚ୍ଛା । ସେଇଥିପାଇଁ ବୋଧହୁଏ ଏ ସଂସାରରେ ତ୍ୟାଗୀ ବଡ, ଯୋଗୀ ବଡ । ତ୍ୟାଗୀ ବଂଚି ରହେ, ଯୋଗୀ ମଧ୍ୟ ବଂଚି ରହେ । ସୁଭଦ୍ରାର ସୁଖ ଶାନ୍ତି ପାଇଁ ତଥା ତା’ ମୁହଁରେ ସର୍ବଦା ହସ ଦେଖିବାକୁ ଜଗା ସୁଭଦ୍ରାକୁ ବିବାହ ଦେବାପାଇଁ ଉପଯୁକ୍ତ ପାତ୍ରଟିଏ ଯୋଗାଡ କଲେ । ସ୍ତ୍ରୀ ଜାନକୀକୁ କହିଲେ ଜାନକୀ, ସୁଭଦ୍ରା ପାଇଁ ବର ଯୋଗାଡ ହୋଇଗଲା । ସୁଭଦ୍ରା ବରର ନାମ ବିମ୍ବାଧର । ସେ ଜଣେ ଆର୍ମି ଅଫିସର୍ । ରୂପରେ କି ଗୁଣରେ ତାଙ୍କୁ ବାରିବାର ମୋଟେ ନାହିଁ । ଦେଖିବାକୁ ସେ ବିମ୍ବାଧର କାର୍ତିକେୟ ପରି ସୁନ୍ଦର । ତାଙ୍କ ଘରଦ୍ୱାର ବହୁତ ଭଲ । କୋଠାଘର । ଏସବୁ ଶୁଣି ଜାନକୀ କହିଲେ ତାହେଲେ ତ ଭଲ ହେଲା । ଦବା ନବା କଥା କ’ଣ? ଏପରି କଥା ଶୁଣିବା କ୍ଷଣି ଜଗା କହିଲେ, ଆଜିକାଲି ଯୁଗରେ ଯୌତୁକର ଯେଉଁ ସମସ୍ୟା । ଯୌତୁକ ନ ଦେଇ କିଏ କେଉଁଠି ବା ଝିଅ ବିଭା ଦେଲାଣି । ତେବେ ସେମାନେ ଏ ଯୌତୁକ ଦବା ନବା କଥା ପଛରେ ବୋଲି କହିଲେ । ସୁଭଦ୍ରାର ଶ୍ୱଶୁର ନିହାତି ଭଲ ମଣିଷ । ମହତ ମଣିଷ । ସେ କହିଲେ, ଆମର ଝିଅ ମନକୁ ଗଲେ ଯୌତୁକର କୌଣସି ଆବଶ୍ୟକତା ହିଁ ନାହିଁ । ସେ ଯୌତୁକ ଟଙ୍କାରେ ଆମେ କ’ଣ ଧନୀ ହୋଇଯିବୁ । ସେମାନଙ୍କ ଭାଗ୍ୟରେ ଥିଲେ ସେମାନେ ଭଲରେ ରହିବେ । ଧନ ରୋଜଗାର ବି କରିବେ ।

ସବୁ କଥା ଶୁଣିବା ପରେ ସେ ଜାନକୀ କହିଲେ ତେବେ ସେମାନେ କେବେ ଆମ ସୁଭଦ୍ରାକୁ ଦେଖିବାକୁ ଆସିବେ । ତହୁଁ ସେ ଜଗା କହିଲେ, ଆସନ୍ତା ବୁଧବାର ସକାଳେ । ଏପରି କଥା ଶୁଣି ଜାନକୀ କହିଲେ ତେବେ ଆସନ୍ତୁ । ମୋ ନଣନ୍ଦ ତ ଦେଖିବାକୁ ସରଗର ପରୀଟିଏ ଭଳି । ସୁଭଦ୍ରାର ରୂପ, ଗୁଣ, ବାକ୍ଶୈଳୀରେ ସେମାନେ ନିଶ୍ଚୟ ମୁଗ୍ଧ ହେବେ । ଆମ ସୁଭଦ୍ରାକୁ ଦେଖିଲେ ତାଙ୍କ ମନକୁ ବି ନିଶ୍ଚୟ ଯିବ । ଏତିକିରେ ଭାଇ ଭାଉଜଙ୍କ କଥା ସରିଲା । ତାପରେ ଭାଇ ଭାଉଜ ନଣନ୍ଦ ସମସ୍ତେ ସାଙ୍ଗ ହୋଇ ଖାଇଲେ । ଏହିପରି କିଛି ଦିନ ଚାଲିଗଲା । ସୁଭଦ୍ରାକୁ ଦେଖିବାକୁ ଆସିଲେ । ସୁଭଦ୍ରାକୁ ଦେଖି ପୁଅ ବାପର ମନ ଏକାବେଳେ ଖୁସି । ପୁଅର ବାପ କହିଲେ ମୁଁ ଏ ପ୍ରସ୍ତାବରେ ରାଜି । ତା’ପରେ ଆସିଲା ଦବା ନବା କଥା । ପୁଅର ବାପ ଜଗାକୁ କହିଲେ ତୁମେ ତୁମ ଭଉଣୀକୁ ଶ୍ରଦ୍ଧାରେ ଯାହା ବି କିଛି ଦେବ ମୁଁ ତାକୁ ସାଦରେ ଗ୍ରହଣ କରିବି । ଏତିକି କଥା ଶୁଣି ସେ ଜଗାର ମନ ଅତ୍ୟନ୍ତ ଆନନ୍ଦ ।

ଜଗା ତା’ ଭଉଣୀର ବାହାଘର ଖୁବ୍ ଧୁମ୍ଧାମ୍ରେ କଲେ । ଅତି ଶ୍ରଦ୍ଧାରେ ଜଗା ଅନେକ ଜିନିଷ ଯୌତୁକ ସ୍ୱରୂପ ଭଉଣୀ ସୁଭଦ୍ରାକୁ ସମର୍ପଣ କଲେ । ସୁନା ଅଳଙ୍କାରରେ ସୁଭଦ୍ରାକୁ ଛାଇ ଦେଲେ । ବିମ୍ବାଧର ସହିତ ସୁଭଦ୍ରାର ଶୁଭ ପରିଣୟ ଉତ୍ସବ ସମାପନ ହେଲା ।

ବିବାହର ଦୁଇ ତିନି ବର୍ଷ ପରେ ଥରେ ସେ ବିମ୍ବାଧର ଛୁଟିରେ ଆସିଥାନ୍ତି । ହଠାତ୍ ଇଣ୍ଡିଆ ସହିତ ପାକିସ୍ଥାନର ଯୁଦ୍ଧ ହେଲା । ଯୁଦ୍ଧ ବିଭାଗରୁ ବିମ୍ବାଧରଙ୍କ ନିକଟକୁ ଚିଠି ଆସିଲା ।

ବିମ୍ବାଧର,

ଆମ ଦେଶ ସହିତ ପାକିସ୍ଥାନର ଯୁଦ୍ଧ । ପାକିସ୍ଥାନର ସୈନ୍ୟମାନେ ଘାଇଲା ବାଘ ଭଳି ଆମ ସୈନ୍ୟମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସୁଛନ୍ତି । ଯଦିଓ ଆମ ସୈନ୍ୟ ପାକିସ୍ଥାନର ଅନେକ ସୈନ୍ୟଙ୍କୁ ନିହତ କଲେଣି; ତଥାପି ବି ସେମାନେ ଯୁଦ୍ଧରୁ ଆଦୌ ବିରତ ହେଉ ନାହାଁନ୍ତି । ଶାନ୍ତି ପ୍ରିୟ ଇଣ୍ଡିଆବର୍ଷ ଯୁଦ୍ଧ ଚାହୁଁ ନଥିଲେ ବି ସେମାନେ ଚାହୁଁଛନ୍ତି । ତମେ ଏ ସମୟରେ ଅତି ଶୀଘ୍ର ଆସି ରଣ ପ୍ରାଙ୍ଗଣରେ ଉପସ୍ଥିତ ହୁଅ । ଆଉ ଦେଶମାତୃକାର ମାନ ରକ୍ଷାକର ।

ଇତି ।

ତୁମର

ସୁପରିନ୍ଟେଣ୍ଡେଂଟ

ଚିଠି ପାଇ ବିମ୍ବାଧର ବାପା ମାଆଙ୍କର ପାଦଧୂଳି ନେଲେ । ଆଉ ସ୍ତ୍ରୀ ସୁଭଦ୍ରାକୁ ବି ବୁଝାଇ କହିଲେ, ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ନିହତ କରି ମୁଁ ଖୁବ୍ ଶୀଘ୍ର ତୁମ ନିକଟକୁ ଫେରି ଆସିବି । ଏତିକି କହି ବିମ୍ବାଧର ଚାଲି ଆସିଲେ । ଆସି ରଣ ପ୍ରାଙ୍ଗଣରେ ପହଁଚିଲେ ସେ ବିମ୍ବାଧର । ଅନେକ ଶତ୍ରୁମାନଙ୍କୁ ନିହତ କଲେ । ଶେଷରେ ପାକିସ୍ଥାନର ସୈନ୍ୟମାନଙ୍କଦ୍ୱାରା ନିହତ ହୋଇ ସେ ବିମ୍ବାଧର ଚିର ଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସୈନ୍ୟ ଶିବିରରୁ ଚିଠିଟିଏ ଆସିଲା ବିମ୍ବାଧରଙ୍କ ମାଆ ବିମଳା ଦେବୀଙ୍କ ନାଆଁରେ ।

ସମ୍ମାନୀୟା ବିମଳା ଦେବୀ,

ଆପଣଙ୍କ ପୁତ୍ର ବିମ୍ବାଧର ପାକିସ୍ଥାନର ଅନେକ ସୈନ୍ୟଙ୍କୁ ନିହତ କଲେ । ଯୁଦ୍ଧରେ ଆମ ଦେଶ ନିଶ୍ଚୟ ବିଜୟ ଲାଭ କରିବ । କିନ୍ତୁ ଦେଶମାତୃକାକୁ ଶତ୍ରୁ କବଳରୁ ଉଦ୍ଧାର କରିବା ପାଇଁ ଆପଣଙ୍କର ପୁଅ ବିମ୍ବାଧର ପାକିସ୍ଥାନର ସୈନ୍ୟମାନଙ୍କ ଦ୍ୱାରା ନିହତ ହୋଇ ପ୍ରାଣତ୍ୟାଗ କରିଛନ୍ତି । ଚିଠିଟି ପଢି ବିମଳା ଦେବୀଙ୍କ ଆଖିରେ କେବଳ ଲୋତକର ବର୍ଷା । ଏପରିକି ବିମଳା ଦେବୀଙ୍କ ଆଖିରୁ ଅବାରିତ ଅଶ୍ରୁ ଝରି ସେ ଚିଠିର ଅକ୍ଷରଗୁଡିକୁ ଅସ୍ପଷ୍ଟ କରିଦେଲା । ନିଜ ପୁଅର ଅକାଳ ବିୟୋଗରେ ସେ ବିମଳା ଦେବୀ ମର୍ମାହତ । ତାଙ୍କର ସମସ୍ତ ଆଶା ଓ ଧୈର୍ଯ୍ୟର ବାଲିବନ୍ଧ ମୁହୂର୍ତ୍ତକ ମଧ୍ୟରେ ଭୁଷୁଡି ପଡିଲା । ସେ ବିମଳା ଦେବୀ ତ ଉଚ୍ଚଶିକ୍ଷିତା । ତାଙ୍କୁ ବା ବୁଝାଇବ କିଏ? ତାଙ୍କ ପୁଅ ଦେଶ ପାଇଁ ଜୀବନ ଦେଇଛି । ବିମ୍ବାଧର ମହାନ୍, ତାଙ୍କ ଦେଶ ଭକ୍ତିର ପଟାନ୍ତର ନାହିଁ । ସେ ଜୀବନର ଶେଷ ମୁହୂର୍ତ୍ତପାଇଁ ଅନୁଭବ କରିଥିଲା “ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ।”

ତା’ପରେ ଜଗା ନିକଟକୁ ବି ଖଣ୍ଡେ ଚିଠି ପଠାଗଲା । ଜଗବନ୍ଧୁ ବିମ୍ବାଧର ଦେହ ଅସୁସ୍ଥ ଶୀଘ୍ର ଆସି ପହଁଚିବ । ଖବର ପାଇ ଜଗା ଭଉଣୀ ସୁଭଦ୍ରାର ଶାଶୂ ଘରେ ପହଁଚିଛି । ହେଲେ ଏ କ’ଣ ଦେଖିଲା ସେ । ସୁଭଦ୍ରା ହାତରେ ଆଉ ଶଙ୍ଖା ନାହିଁ କି ମୁଣ୍ଡରେ ବି ସିନ୍ଦୂର ନାହିଁ । ଶୁଭ୍ର ବସ୍ତ୍ର ପରିହିତା । ହଠାତ୍ ଏ ଦୃଶ୍ୟ ଦେଖି ଜଗାର ଚେତା ଚାଲି ଯାଇଥିଲା । ଦେଖୁ ଦେଖୁ ଦାରୁଭୂତ ମୁରାରୀ ପାଲଟି ଗଲେ ଜଗବନ୍ଧୁ । ତାଙ୍କ ଆଖିରୁ ବି ଝରି ପଡିଲା ଶ୍ରାବଣର ବାରିଧାରା ପରି ଅଶ୍ରୁ । କ୍ରୋଧର ଦାବାନଳ ଜଳି ଉଠିଥିଲା, ସେହି ଦେଶଦ୍ରୋହୀଙ୍କ ଉପରେ ଜଗବନ୍ଧୁଙ୍କର । ତା ଭିଣେଇଙ୍କୁ ନିହତ କରିଥିବା ଶତ୍ରୁ ସୈନ୍ୟଙ୍କ ଉପରେ । ସୁଭଦ୍ରାର କେଇପଦ କଥା – ଜଗାଭାଇ, ସେମାନେ ମୋର ସବୁ ସାରି ଦେଲେ । ଏବେ କିଏ ଆଉ ମୋ ଶଙ୍ଖା ସିନ୍ଦୁର ମୋତେ ଫେରେଇ ଦେବ । କେବଳ ଏତିକି କହି ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଲା ସେ ସୁଭଦ୍ରା । ହେଲେ ସେତେବେଳେ ସେ ଜଗା ପାଖରେ କିଛି ବି ଉତ୍ତର ନ ଥିଲା । ବିମ୍ବାଧର ସହିତ ସୁଭଦ୍ରାକୁ ବିବାହ ଦେଇ ଜଗା ଭାବିଥିଲା, ସେ କେବଳ ତା’ ଭଉଣୀର ସୁଖ ଦେଖିବ । ତା’ ସୁନାଲାଖି ଭଉଣୀ ସୁଖରେ ରହିବ, ଶାନ୍ତିରେ ରହିବ । କିଏ ଜାଣିଥିଲା ଅଦିନ କଳାମେଘଟା ସୁଭଦ୍ରାର ଜୀବନ ଆକାଶରେ ଘୋଟି ଆସିବ । ଆଉ ହଠାତ୍ ସବୁ କିଛି ଓଲଟ ପାଲଟ ହୋଇଯିବ । ଅଲକ୍ଷଣୀର ଅପବାଦ ପାଇବ । ତାପରେ ଜଗା, ସୁଭଦ୍ରା ଶାଶୂଙ୍କୁ କହିଲେ, ତମେ ମୋ ଭଉଣୀକୁ ଅଲକ୍ଷଣୀ କହିବ ନାହିଁ । ଅପବାଦ ବି ଦେବ ନାହିଁ । ଦେଶ ପାଇଁ ତା’ ସ୍ୱାମୀ ଆତ୍ମବଳି ଦେଇଛି । ଏହି ଆତ୍ମବଳିଦାନ ସୁଭଦ୍ରା ପାଇଁ କ’ଣ ଗର୍ବର ବିଷୟ ନୁହେଁ? ଦେଶପାଇଁ ତା’ର ଏ ବୈଧବ୍ୟ ଯନ୍ତ୍ରଣା । ସେ ତ୍ୟାଗ କରିଛି ଗୋଟିଏ ଜାତିପାଇଁ । ଦେଶପାଇଁ । ତେଣୁ ସେ ମହାନ୍ । ଆଉ ସେ ସାଧାରଣ ମଧ୍ୟରେ ଅସାଧାରଣ ମଣିଷଟିଏ ।

ଏପରି କଥା ଶୁଣି ବିମଳା ଦେବୀ କହିଲେ, ଜଗବନ୍ଧୁ ତମେ ମୋତେ ବୁଝାଉଛ ମୁଁ ପରା ମାଆର ଜାତି । ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ଯାଇ ମୋ ପୁଅ ଆତ୍ମବଳି ଦେଇଛି । ଏ ତ ଆନନ୍ଦର କଥା । ଏତିକି କହି ସେ ବିମଳା ଦେବୀ ହଠାତ୍ କାନ୍ଦି ପକାଇଲେ । କହିଲେ ଜଗବନ୍ଧୁ ତୁମ ଭଉଣୀ ପ୍ରତି ମୋର ଆଗରୁ ଯେତିକି ସ୍ନେହ ଶ୍ରଦ୍ଧା ଥିଲା ଏବେ ମଧ୍ୟ ସେତିକି ସ୍ନେହ ଶ୍ରଦ୍ଧା ରହିବ । ଆଉ ସେହି ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ବି ରହିବ । ଠାକୁରେ ତ ତାକୁ ଏ ପରିଣତ ବୟସରେ ବିଧବା କରିଦେଲେ ତାକୁ ମୁଁ ପୁଣି ନିନ୍ଦା ଦେବି କାହିଁକି?

ଜଗା ଏତିକି ଶୁଣି କହିଲେ ଧନ୍ୟ ତୁମେ ମାଆ । ମାଆ ଜଗାର ଭଉଣୀ ସୁଭଦ୍ରା । ମୁଁ ମୋ ଭଉଣୀ ସୁଭଦ୍ରାକୁ ଏତେ ଭଲ ପାଏ ଯେ, ତା’ ସୁଖ ଶାନ୍ତି ପାଇଁ ମୋ ପାଖରେ ଚିରଦିନପାଇଁ ମଧ୍ୟ ତାକୁ ରଖିବି । ମୋର ସମସ୍ତ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ମୋ ଭଉଣୀ ସୁଭଦ୍ରା । କିନ୍ତୁ ଏହା ଶୁଣି ସେ ସୁଭଦ୍ରାର ଶାଶୂ କହିଲେ, ହେଲେ ଆମ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ତ ସୁଭଦ୍ରା ନୁହେଁ । କାହିଁକିନା ସୁଭଦ୍ରା ଆଉ କେତେ ଦିନ ପରେ ମାଆ ହେବାକୁ ଯାଉଛି । ସେ ପୁଅ ହେଉ କି ଝିଅ ହେଉ, ସେ ହିଁ ମୋର ଉତ୍ତରାଧିକାରୀ । ଜଗା ଏହା ଶୁଣି ଆନନ୍ଦରେ କାନ୍ଦି ପକାଇଲେ । ଧନ୍ୟ ମାଆ କହି ନିଜ ଘରକୁ ଫେରି ଆସିଲେ । ଜଗାଠାରୁ ସେ ଜାନକୀ ଏସବୁ ଘଟଣା ଶୁଣି ଅନେକ କାନ୍ଦିଲେ । କିଛି ଦିନ ପରେ ସେ ସୁଭଦ୍ରାର ଏକ ପୁତ୍ର ସନ୍ତାନ ଜନ୍ମଲାଭ କଲା । ଆଉ ସେହି ପୁଅଟିର ନାଆଁ ରଖାଗଲା ଅର୍ଜ୍ଜୁନ । ସମସ୍ତେ ସେ ପୁଅଟିକୁ ପାଇ ସବୁ ଦୁଃଖ ଭୁଲି ଗଲେ ।

ଜଗା ଭଉଣୀ ସୁଭଦ୍ରା

Rate the content


Originality
Flow
Language
Cover design

Comments

Post

Some text some message..