Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

କଲେଜ କୁଇନ

କଲେଜ କୁଇନ

2 mins
7.3K


ନୂଆ ବର୍ଷ ପାଖେଇ ଆସୁଥାଏ । ଘର ସଜାଡୁଥାଏ କଳ୍ପନା । ତା ଫୋନ ବାଜି ଉଠିଲା ନମ୍ବର ଅଜଣା ଥିଲା , ଉଠାଇବ କି ନାହିଁ ଭାବୁ ଭାବୁ ଉଠାଇଦେଲା ସେ ।ସେପଟୁ ଶୁଣାଗଲା , କଣ କଳ୍ପନା ମାଡାମ କହୁଛନ୍ତି ତ ? ଧୀରେ ହଁ କଲା କଳ୍ପନା । ଗୁଡ଼ ମର୍ନିଙ୍ଗ ,ମୁଁ ସମୀର କହୁଛି ଆମେରିକାରୁ ଚିହ୍ନିପାରିଲେ ? ନା ମନେ ପଡୁନି କହିଲା କଳ୍ପନା । ଆରେ ମୁଁ ତମ ସାଙ୍ଗରେ ଆଇ ଏସି ପଢ଼ୁଥିଲି ପି.ଏନ କଲେଜରେ 1983 ରେ , କଳ୍ପନା ଚୁପ ରହିଲା । ସମୀର ଫୁଣି କହିଲା ତମ ସାଙ୍ଗ ରେଖା ମୋର ରିଲେଟିଭ ହେବ । କଳ୍ପନା କହିଲା ଏବେ ମୋର ମନେ ପଡିଲା , ରେଖା ତମ କଥା କୁହେ , ହେଲେ ଏତେ ଦିନ ପରେ ,ତମ ମୁହଁ ମୋର ଆଉ ମନେ ନାହିଁ । ସମୀର ଭିଡିଓ କାଳ କଲା । କଳ୍ପନା କଲ ରିସିଭ କରି କହିଲା , ତମକୁ ଚିହ୍ନି ହେଉନି । ସମୀର କହିଲା ତୁମକୁ ବି ଚିହ୍ନି ହେଉନି ,କଣପାଇଁ ପଚାରିଲା କଳ୍ପନା ? ସମୀର କହିଲା ଆଗରୁ ତମେ ଗୋଟେ ଚଷମା ପିନ୍ଧୁଥିଲ ,ବହୁତ ସୁନ୍ଦର ଲାଗୁଥିଲା ସେଇଟା , ତମକୁ ବହୁତ ମାନୁଥିଲା । ହଁ ,ମୁଁ ଆଇ ସର୍ଜରୀ କରିଛି ତେଣୁ ଚଷମା ଆଉ ଦରକାର ପଡୁନି । ହେଲେ ତମକୁ ଗୋଟେ କଥା ପଚାରିବାର ଥିଲା ? କଣ ପଚାର କହିଲା କଳ୍ପନା , ତମେ କଲେଜରେ ମୋ ସାଥିରେ କଥା କାହିଁ କି ହେଉନଥିଲ ? କଳ୍ପନା କହିଲା ସେତେବେଳେ ପଚାରିଲନି ? ପଚାରିଲ ତ ତେବେ ଶୁଣ , ଆମ କ୍ଲାସରେ 154 ଜଣ ଥିଲେ, ଝିଅ 23 ଓ ବାକି ପୁଅ ଥିଲେ । ମୁଁ ସମସ୍ତଙ୍କୁ ଚିହ୍ନି ନଥିଲି କଥା କେମିତି ହେବି । ସମୀର ପଚାରିଲା ,ହେଲେ ତମେ ବିମଲ ସାଙ୍ଗେ କଥା ହେଉଥିଲ ?, ବିମଲ ତା ଆଡୁ ଆସି କଥା ହେଉଥିଲା କହିଲା କଳ୍ପନା । ସମୀର କହିଲା ତମେ କଲେଜ କୁଇନ ଥିଲ , ସବୁ ପୂଜାରେ ନୂଆ ନୂଆ ଡ୍ରେସ ପିନ୍ଧି ଆସୁଥିଲ ମୋର ସବୁ ମନେ ଅଛି । କଳ୍ପନା କହିଲା 35 ବର୍ଷ ତଳର କଥା. ମନେ ପକାଇ ଦୁଃଖ କରିବାର କିଛି ମାନେ ନାହିଁ ସମୀର। ଇଣ୍ଡିଆ ଆସିଲେ ତୁମ ପରିବାର ସାଥିରେ କେବେ ଆମ ଘର ଆଡେ ଆସ ମୁଁ ଦିଲ୍ଲୀରେ ରୁହେ କହି , ଫୋନ ରଖିଲା କଳ୍ପନା ।ସମୀର ଖୁସିଥିଲା ଏତେ ଦିନ ପରେ କଳ୍ପନା ସାଥିରେ କଥାହୋଇ ।


Rate this content
Log in