Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Drama

2  

Chinmayee Barik

Drama

ମୁନୁର ବିରିଆନି

ମୁନୁର ବିରିଆନି

4 mins
7.3K


       ହଁ,ସେ ଗୋଟିଏ" କାଠ" । ପିଲା ବେଳୁ ମା,ବାପା ହରାଇଥିବା ଘରର ବଡ ପୁଅ ମାନେ ସାଧାରଣତଃ "ପଥର" ହୁଅନ୍ତି ନ ହେଲେ "କାଠ" ।ବୋଧେ ଏହା ପ୍ରକୃତିର ନିୟମ ।

"କାଠ" ଆଖିରେ ଆଜି ଲୁହ ।ବେଳେବେଳେ ଦରଶୁଖିଲା କାଠ ଜଳିଲେ ସେଥିରୁ ଭୁରୁ ଭୁରୁ ହୋଇ ପାଣି ବି ବାହାରେ ।ସେମିତି "ନିହାର "ଆଖିରେ ଆଜି ଲୁହର ଠୋପା ଠୋପା ବୁନ୍ଦା ।ନ କାନ୍ଦିବାକୁ ପଣ କରିଥିବା ମଣିଷ ବି ବେଳେ ବେଳେ ରୋକି ପାରେନି ନିଜକୁ ।

ହଁ , "କାଠ"ଦେହରୁ ବି ଲୁହ ନିଗିଡେ ବେଳେ ବେଳେ ।ଯେତେ ବେଳେ ତାର ହରିଣି ଆଖି,ଛେଳି ପାଟିଆ ଭଉଣୀ ଟି ଉଦାସ ହୋଇ ବସେ ।

*************

"ମୁନୁ"..."ନିହାର"ର ସାନ ଭଉଣୀ ହେଲେ ବଡର ହାକିମାତି ସବୁବେଳେ ମୁନୁ ହିଁ ଦେଖାଏ ।ସେ ଯାହା କୁହେ ଘରେ ସେଇଟା ହିଁ ହୁଏ ।"ନିହାର" ର ସ୍ତ୍ରୀ" ଲୋରି" ବି ଏ କଥାକୁ ଠିକ୍ ରେ ବୁଝି ନେଇଛି ।

ମୁନୁ ଭାରୀ ଜିଦ୍ ଖୋର, ହେଲେ ନିଷ୍କପଟ ।ଯେତେ ନିଷ୍କପଟ ହେଲେ ବି ଭାଉଜ ନଣନ୍ଦ ଭିତରେ ସାବୁନ୍,ଟିକିଲି,ପାଉଡର,ଫେୟାର ଏଣ୍ଡ ଲଭଲି କୁ ନେଇ ରୋଜ ଝଗଡା ହେବା ଟା ଥୁଆ ।ଦେଖେଇ ଶିଖେଇ କହିବା ଆଉ ମୁହଁ ମୋଡା ମୋଡି ଏଠି ବି ଚାଲେ ,ହେଲେ ନିହାର କେବେ ବ୍ୟସ୍ତ ହୁଏନି ଏହାକୁ ନେଇ କାରଣ ଯେତେ ଯାହା ହେଉଥିଲେ ବି "ଲୋରି" ପେଟ ତଳେ ଜାକି ହୋଇ ମୁନୁ ତା ରବିବାର ଦ୍ୱିପହରଟାକୁ କାଟେ ।

"ଲୋରି" ବାହା ହୋଇ ଆସିଲା ବେଳେ ମୁନୁ କହିଦେଇଥିଲା ...ବୁଝିଲ ଭାଉଜ ମୋ ଭାଇଟା ଗୋଟେ କାଠ ।ଖାଇବାକୁ ଦିଅ ନ ଦିଅ କିଛି କହିବନି ।କେବେ କିଛି ଜିନିଷର ଦାବୀ କରେନି ।ରାଗ କଣ ଜାଣେନି ।ହେଲେ ଗୋଟିଏ କଥା ମନେ ରଖିଥିବ ,ମୋ ଭାଇର ଗୋଟେ ଭଙ୍ଗା କଳ ଦାନ୍ତ ଅଛି ।ସେଇଟା ଯଦି ହସିଲା ବେଳେ ଦେଖାହୁଏ ତେବେ ଜାଣିବ କାଠରେ ଫୁଲ ଫୁଟିଛି ।ମୋ ଭାଇର ସେ ଭଙ୍ଗା ଦାନ୍ତ ମୁଁ ସବୁବେଳେ ଦେଖିବାକୁ ଚାହେଁ ।

ସେହି ଦିନଠୁ "ଲୋରି" ସବୁ ବେଳେ ଚେଷ୍ଟା କରି ଆସିଛି ନିହାରର ଭଙ୍ଗା ଦାନ୍ତ ଦେଖିବାକୁ ।

****************

ମୁନୁର ଫୁଡ୍ ପଏଜନ ହୋଇଛି ।ଡାକ୍ତରଙ୍କ ପରାମର୍ଶରେ ଦୁଇଦିନ ହେଲା ଶିଝା ପରିବା ଖାଇ ସେ ଅତିଷ୍ଠ ।ତା ଛେଳି ପାଟିଟା ଖୋଜୁଛି ନନ୍ ଭେଜ୍ ବିରିୟାନି ଖାଇବ ।ନିହାର ର କଡା ତାଗିଦ୍ ଯେ ତାକୁ ଖାଲି ଘରଖାଦ୍ୟ ଶିଝାପରିବା ଦିଆ ଯିବ ।ହେଲେ ମୁନୁର ମନ କେଉଁଠି ବୁଝୁଛି?ଭାଉଜ "ଲୋରି"କୁ ଯେନତେନ ବୁଝାଇ ମାର୍କେଟ୍ ଚାଲିଯାଇଛି ବିରିୟାନି ଖାଇବାକୁ ।

ଅଫିସ୍ ରୁ କେବେ ଦ୍ୱିପହରେ ଘରକୁ ଆସୁ ନ ଥିବା ନିହାର ସେ ଦିନ ଝାଳନାଳ ହୋଇ ଫେରିଛି ।ଶୁଣିଛି ଯେ ମୁନୁ କଲେଜରେ ଦଙ୍ଗା ହୋଇଛି ।ଲୋରିକୁ ପଚାରିବାରୁ ଲୋରି ମିଛରେ କହିଛି ମୁନୁ କଲେଜ ଯାଇଛି ।ନିହାର ସିଧା କଲେଜ ଯାଇ ଅନେକ ଖୋଜିବାପରେ ବି ମୁନୁକୁ ପାଇନି ।ମୁନୁର ଫୋନ୍ ସୁଇଚ୍ ଅଫ୍ । "ନିହାର" ମୁଣ୍ଡରେ ଯେମିତି ତୃତୀୟ ବିଶ୍ୱ ଯୁଦ୍ଧ୍ୟ ଚାଲିଛି ।ବାପା,ବୋଉ ତା ହାତକୁ ଟେକି ଦେଇଥିବା ସନ୍ତକଟିକୁ ସେ କଣ ହରାଇବାକୁ ଯାଉଛି?ଦଙ୍ଗାରେ କଣ ଭରସା ।ସାରା କଲେଜ ଖୋଜି ଖୋଜିନୟାନ୍ତ ସେ ।

"ନିହାର" ଆଖି ଥମ୍ ଥମ୍ ।ମୁନୁର ହରିଣୀ ଆଖିଟା ତା ସାମ୍ନାରେ ଡେଉଁଛି...

**************

ଖାଇବାର ବଳକା ବିରିୟାନିକୁ ପାର୍ସଲ ରେ ଧରି ଗୀତ ଗାଇ ଗାଇ ପଶି ଆସିଲା ମୁନୁ ।ନିହାର ର ଆଖି ଏବେ ଛଳ ଛଳ ।କୁଣ୍ଢେଇ ପକାଇଲା "ମୁନୁ"କୁ ।

--ରହ ଭାଈ...ଏମିତି କଣ ହେଉଛୁ ଯେ?ମୋ ବିରିୟାନି ପକେଟ୍ ତଳେ ପଡି ଯିବ ଯେ?

-ଆଁ,ବିରିୟାନି ପକେଟ୍?ମାନେ ତୁ କଲେଜ୍ ଯାଇ ନ ଥିଲୁ?

-ଛେଃ..କଲେଜ କଣ ମ?ପାଟିଟା ଟିକେ ଅରୁଚି ଲାଗିଲା ତ ଚାଲିଗଲି ହୋଟେଲ୍ କୁ..

-କଣ?ତୁ ହୋଟେଲ୍ ରେ...ଆଉ ମୁଁ ଏଠି ତୋ ଲାଗିକଲବଲ?ଜାଣୁ କଲେଜ୍ ରେ ଆଜି କଣ ହୋଇଛି?ଦଙ୍ଗା ହୋଇଛି ଦଙ୍ଗା ।ଆଉ ତୁ....?

ନିହାର ଆଖିରେ ନିଆଁ ।ଠୋ କରି ଚାପୁଡେ ବସାଇଲା ମୁନୁ ର ଗାଲରେ ।

************

ଦୁଇ ଦିନ ହେଲା ପରିବେଶ ଶାନ୍ତ ।ମୁନୁ ଝରକା ସେପଟକୁ ଚାହିଁ ବସୁଛି ।କଣ ଭାବୁଛି ସେ?ନିହାର ର ଦେହ ଥରି ଉଠେ ।ଏମିତି ତ ଆଉ ନୁହେଁ କି ସେ ବାପା,ବୋଉ କଥା ଭାବୁଛି ?

ଇସ୍,ମୁନୁର ସବୁ ନଖରାମୀ ସହିପାରେ ନିହାର, ହେଲେ ତା ଆଖିରେ ବାପା,ବୋଉର ଅଭାବ ପଣିଆଟା ସହି ପାରି ବନି ।ସାହାସ କରି ପଚାରି ପାରୁନି ମୁନୁ କୁ କିଛି ।ସହଜେ ତ ସେ କାଠ ।

କାଲି ମୁନୁର ଜନ୍ମ ଦିନ ।ସେ ଆଗରୁ କହିଥିବା ବରାଦ ଅନୁସାରେ ଖଣ୍ଡେ ସମ୍ବଲ ପୁରୀ ପାଟଆଣିଛି ନିହାର ତା ଲାଗି ।ସବୁଥର ପରି ମୁନୁ ତା ଭାଈ ଦେହରେ ଘସି ହୋଇଆଉ ପଚାରୁନି ତା ଲାଗି କଣ ଆସିଛି ବୋଲି ।

ରାତି ଅନେକ ।ନିଦ ହେଉନି ନିହାରକୁ ।ଉଠିଯାଇଛି ମୁନୁର ଶୋଇବା ଘରକୁ ।ମୁନୁର ନୀରବତା ,ତା ଶୂନ୍ୟ ଆଖି ଆଉ ସହି ହେଉନି ।ତାକୁ ସେ ବୁଝାଇବ ,ଦରକାର ପଡିଲେ ଭୂଲ ବି ମାଗିବ ।

ଶୋଇବା ଘରେ ପହଞ୍ଚି ଦେଖୁଛି ,ମୁନୁ ତା ବାପା,ବୋଉର ଫଟୋକୁ ନୀରବରେ ଶୋଇ ଅନେଇଛି ।ଭାଈର ପାଦ ଶବ୍ଦ ଶୁଣି ସେ ମୁହଁ ବୁଲେଇ ନେଲା ପଛକୁ ।

ନୀହାର ସ୍ତବ୍ଧ...ତଣ୍ଟିରେ କୋହ...ପାଦ ତାର ଫେରି ଆସିଲା ନିଜ କୋଠରୀ ଆଡକୁ ......

"କାଠ" ଆଜି "କାଠ" ।

*************

ସକାଳୁ ସକାଳୁ କାହା ହାଣ୍ଡିଆ ଚିତ୍କାରରେ ନିହାରର ନିଦ ଭାଙ୍ଗି ଗଲା ।ଏ କଣ୍ଠ ଆଉ କାହାର ନୁହେଁ ।ତା ଅଲିଅଳ ମୁନୁର ।କାହିଁକି?କାହିଁକି ଏ ଚିତ୍କାର?କଣ ହେଲା ତାର?ମୁନୁର ଯଦି କିଛି ହୋଇଥିବ...ତେବେ ସେ ବି ଆଉ ବଞ୍ଚିବନି । ଗୋଟିଏ ଡିଆଁରେ ନିହାର ଖଟରୁ ସିଧା ଯାଇଁ ମୁନୁର ଶୋଇବା ଘରେ ପହଞ୍ଚିଗଲା ।ହେଲେ ସେ ଏ କଣ ଦେଖୁଛି?

ଜନ୍ମଦିନ ଲାଗି ଆଣିଥିବା ଶାଢୀଟାକୁ ଧରି ମୁନୁ ଜୋର ରେ କାନ୍ଦୁଛି ।ପାଟି କରି କହୁଛି. ତା ଭାଉଜକୁ..ମୁଁ ଜାଣିଥିଲି ଭାଈ ଏମିତି କେଳେଙ୍କାରୀ କରିବ ।ଶାଢୀ ସାଙ୍ଗକୁ ବ୍ଲାଉଜଟା ମୋଟେ ମେଚିଂ ହେଉନି ।ଭାଈକୁ ଦେଇଦିଅ ଶାଢୀ...ସେ ପିନ୍ଧୁ ଏ ଶାଢୀକୁ ।ମୁଁ ତ ମୋଟେ ପିନ୍ଧିବିନି....

ନିହାର ଦୁଆର ପାଖରେ ଥାଇ ସବୁ ଶୁଣୁଛି ।

ସତରେ "ମୁନୁ"ଏହା ଭିତରେ ଖୁବ୍ ବଡ ହୋଇ ଯାଇଛି ।

"କାଠ" ଆଖିରୁ ଖସୁଛି ଧାର ଧାର ଲୁହ....।


Rate this content
Log in

Similar oriya story from Drama