Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Others

3  

Trilochan Karjee

Others

ଜନ୍ମଦିନ

ଜନ୍ମଦିନ

1 min
672


ମୋ ଭଣଜା ଗଗନର ଜନ୍ମଦିନ। ଦିଦି ମୋତେ ଯିବା ପାଇଁ ଖବର ଦେଇଥିଲା। ସେଇଦିନ ଯାଇ ଠିକ୍ ସମୟରେ ଯାଇ ପହଞ୍ଚିଲି।

ଯିବା ବେଳକୁ ଭଣଜା ଗଗନ ପାଇଁ ଡ୍ରେସ ଓ କଣ୍ଡେଇ କିଣି ନେଇଥିଲି।

ବହୁତ ଆଡମ୍ବର ସହକାରେ ସାଜସଜ୍ଜା ହୋଇଥିବା ସହ ପ୍ରାୟ ଦୁଇଶହ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା।

ମୁଁ ଦିଦିକୁ ପଚାରିଲି-ଏତେ ସବୁ ଆୟୋଜନ କରିବା କଣ ଦରକାର ଥିଲା ?

ଦିଦି କହିଲା-ମୋ ପୁଅର ପ୍ରଥମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଛୋଟ ପାର୍ଟି କରୁଛି ସମସ୍ତଙ୍କ ଖୁସିରେ ହେଉଛି।

ଅବଶ୍ୟ ଦିଦି ଭିଣୋଇ ଚାକିରି କରୁଛନ୍ତି ସେମାନଙ୍କ ପାଇଁ କିଛି ବଡ କଥା ନୁହେଁ।

ସମସ୍ତେ ଖୁସି ଥିବାର ଲାଗୁଥିଲା। ନିମନ୍ତ୍ରଣ ଅତିଥିମାନେ ଆସିଥିଲେ। କେକ୍ ଧୁମଧାମରେ କଟା ହେଲା। ଏହି ସମୟରେ ଗଗନ କାନ୍ଦିଲା ତାକୁ ଯେତେ ବୁଝାଇଲେ ବି ତୁନି ହେଲାନି। ସମସ୍ତେ ମନ ଖୁସିରେ ଭୋଜି ଖାଇ ଉପହାର ଦେଇଯାଉଥିଲେ।

ଯିବାବେଳେ ଗଗନକୁ ଗେଲ କରି କାଖେଇ ହେଉଥିଲେ। କିନ୍ତୁ ଆୟୋଜନ ଭିତରେ ଯାହା ପାଇଁ ଏତେ ପଟୁଆର ସେ କାହିଁ ଖୁସି ଲାଗୁନଥିଲା। ମୋତେ ଲାଗୁଥିଲା ଯେମିତି ଆମେମାନେ ସମସ୍ତେ ମିଶି ଉପଭୋଗ କରୁଛେ,ବିଚରା ଗଗନ ଜନ୍ମଦିନ ପାଳନ ନାମରେ ଲୁଟି ଚାଲିଥିଲୁ।

ତ୍ରିଲୋଚନ କାର୍ଯୀ


Rate this content
Log in