Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sulagna Mohanty

Comedy Abstract

3.0  

Sulagna Mohanty

Comedy Abstract

ନୂଆ ଅବୋଲକରା ଉପାଖ୍ୟାନ

ନୂଆ ଅବୋଲକରା ଉପାଖ୍ୟାନ

2 mins
7.5K


By Sulagna Mohanty

 

ସକାଳୁ ସକାଳୁ ସାମନ୍ତ ବ୍ରାହ୍ମଣ ଅବୋଲକରାକୁ ପଚାରିଲେ, “ହଇରେ ଅବୋଲକରା!!!” 

“ଓଡ଼ିଆ ସ୍କୁଲରେ ପଢ଼ିବୁ?”

– ମୋ ବାପା କଣ ଗରିବ?

“ତୁ ଧୋତି ଗୋଟେ ପିନ୍ଧିବୁ କି?”

– ମୁଁ କଣ ଗାଉଁଲି ନା କଣ?

“ତୋ ସ୍ତ୍ରୀ ଶାଢ଼ୀ ପିନ୍ଧିବ?”

– ପ୍ୟାଣ୍ଟସାର୍ଟରେ ବେଶୀ ଆରାମ ଲାଗେ |

“ଏପ୍ରିଲ ୧ ରେ କଣ?”

– ଏପ୍ରିଲ ଫୁଲ ଡ଼େ ପରା |

“ଓଡ଼ିଆ ଗପବହି ପଢ଼ିବୁ?”

– ଫ୍ରିରେ ମିଳିଲେ ଦିଅ |

“କାର୍ତ୍ତିକ ପୁର୍ଣିମାରେ ଡଙ୍ଗା ଭସେଇଲୁ?”

– ସକାଳୁ ଶୀଘ୍ର ଉଠି ହଉନି |

“ପଖାଳ ଟିକେ ଖାଇବୁ କି?”

– ସେ ଗାଉଁଲି ଖାଦ୍ୟ? ଛେ!!

“ସାବିତ୍ରୀ ବ୍ରତ କଲା ତୋ ସ୍ତ୍ରୀ?”

– କରବାଚୋଉଥ ବେଶୀ ଷ୍ଟାଇଲିଶ |

“ମାଣବସା ଗୁରୁବାରରେ ଲକ୍ଷ୍ମୀଙ୍କୁ ପୂଜିଲୁ?”

– ବିଲ ଗେଟସ କରୁଥିଲା କି?

“ତାମିଲ ସାଙ୍ଗକୁ କଣ ପଚାରୁ?”

– ଏପଡି ଏରକିଙ୍ଗ |

“କନ୍ନଡ ସାଙ୍ଗକୁ କଣ ପଚାରୁ?”

– ହାଓ ଆର ୟୁ

“ଓଡ଼ିଆ ଲୋକ ଦେଖିଲେ?”

– ଆପ ଓଡିଶା ସେ ହେଁ କ୍ୟା? ମେ ଭି |

“ଓଡ଼ିଶାରେ ରହୁନୁ??”

– ଏଠି ଚାକିରୀ ନାହିଁ |

“ସେ କଥା ଜଣଉନ ବଡବଡିଆଙ୍କୁ?”

– ସେଇଟା ନେତାଙ୍କ କାମ |

“କାଳିଆ ଘୋଡାରେ ଚଢ଼ିବୁ?”

– ନାଇଁ, ଫ୍ଲାଇଟ ରେ ଜଲଦି ପହଞ୍ଚିବି |

“ମଧୁବାବୁ ସାଙ୍ଗେ ଲଢ଼ିବୁ?”

– ନାଇଁ, ଇଞ୍ଜିନିଅରିଂରେ ବେଶୀ ସ୍କୋପ |”

“ସେ ପାଇକ ବିଦ୍ରୋହ କନଫରେନ୍ସେ ବିଷୟରେ ଶୁଣିଲୁ?”

– ସେଇଟା କଣ?

“ଓଡ଼ିଆ ଫିଲିମ ଗୋଟେ ଦେଖିବୁ କି?”

– ସେଗୁଡାକ ସବୁ କପି |

“ଗୋଟେ ଯୋଡ଼େ ଭଲ ଆସୁଛି | ସେ ଯୋଉ ତୁଳସୀ ଅପା |”

– ରିକ୍ସାବାଲାଙ୍କ ସାଙ୍ଗେ ବସି କିଏ ଦେଖିବ?”

“କିଛି ତ ମାନୁନୁ | ତାହେଲେ ତୁ ନିଜେ ହିଁ କହ କଣ କରିବୁ |”

– ମୁଁ ଫେସବୁକରେ ଲଢ଼ିବି | ରସଗୋଲା ଓଡ଼ିଶାର ବୋଲି ସାରା ଦୁନିଆକୁ ଜଣେଇବି | ବଙ୍ଗାଳୀଙ୍କୁ ଭଲ ମଜା ଚଖେଇବି | ଓଡ଼ିଶାର ଐତିହ୍ୟ ଆଉ ସଂସ୍କୃତିକୁ ରକ୍ଷା କରିବି | ରସଗୋଲା ମୋ ଓଡ଼ିଶାର ଇତିହାସର ପ୍ରତୀକ | ତାକୁ ଏତେ ସହଜରେ ଆମ ହାତରୁ ଯିବାକୁ ଦେବିନି |

“ଆରେ ହଁ, ବାଙ୍ଗାଲୋରରେ ତୋ ଘର ସାଇଡରେ ବଙ୍ଗାଳୀ ଲୋକଟେ ରହୁଛି |”

– ଆଚ୍ଛା? କୋଥାଏ ବୋଲୁନ ତୋ |

“ଆରେ ତୋ ସାଇଡ ଫ୍ଲାଟରେ ଓଡ଼ିଆ ଲୋକଟେ ବି ରହୁଛି |”

– ତ ମୁଁ କଣ କରିବି? ବାଙ୍ଗାଲୋରରେ ଲକ୍ଷେ ଓଡ଼ିଆ | ଆଚ୍ଛା ହଉ କଣ ପୋଷ୍ଟ କରୁଥିଲି!! ହଁ, ରସଗୋଲା ଆମ ଓଡ଼ିଶାର |


Rate this content
Log in

Similar oriya story from Comedy