Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

0.2  

Amiya Bej

Others

ଅଜାଣତରେ

ଅଜାଣତରେ

2 mins
7.2K


ଅଜାଣତରେ

ଅମିୟ ବେଜ୍

          ଝିଅ ! ଏ ସବୁ ଧନ୍ଦା ଛାଡ଼ । ଏ ସବୁ ସୌଖିନ୍ ଲୋକଙ୍କ କାମ । ନିଜେ ଶାନ୍ତିରେ ରହି ଆଉମାନଂକର ଅଶାନ୍ତି ଖୋଜି ବାହାର କରିବେ । ତୁ ଝିଅପିଲା । ଭଲ ବର, ଭଲ ଘର ମିଳିଗଲେ କଥା ସରିଲା । ନିଜ ସଂସାର ସମ୍ଭାଳୁ ସମ୍ଭାଳୁ ଜୀବ ଚାଲିଯିବ । ଏସବୁ କାମକୁ ସମୟ କାଇଁ ? ମୋତେ ଦେଖ୍ । ତୁମକୁ ଏଯାଏଁ ଆଣିବାକୁ କ'ଣ ଯେ ନକରିଛି ! ପଢିବା ଲେଖିବା କ'ଣ ମୋତେ ଅରୁଚା ଥିଲା ? ଅଧାଛିଡା "ଛ'ମାଣ ଆଠଗୁଣ୍ଠ" ବହିଟେ ପାଇ ମନ ନମାନିବାରୁ, ପରେ ତାକୁ ଯୋଡିଯାଡି, ଆଗପଛ କରି ନିଜେ ଲେଖି ମାଷ୍ଟ୍ରେଙ୍କୁ ଦେଖାଇଲାରୁ ପିଠି ଥାପୁଡେଇଥିଲେ ହରିମାଷ୍ଟ୍ରେ ମୋର । କହିଲେ ଆଗକୁ ଯିବୁ । ଆଗକୁ ନା ଛେନା ! ବାପା ଚାଲିଗଲେ ସେଇବର୍ଷ । ମା' ଆଉ ପାଞ୍ଚ ଭାଇଭଉଣୀ ପଛରେ । ସତୁରୀ ଟଙ୍କାର ଟିଉସନରୁ ଆରମ୍ଭ କରି ସତର ହଜାର ପେନସନ୍ ଭିତରେ କେତେ କାମ ନକରିଛି ! ସମସ୍ତଙ୍କୁ ଥଇଥାନ କରି ଝାଳ ପୋଛୁପୋଛୁ ପୁଅଝିଅ ହୋଇ ତୁମେ ତିନିଟା । ତୋ ଗଡ଼ା ବୟସ, ପୁଅବୋହୂଙ୍କ ବ୍ୟବହାର, ତୋ ମା'ର ରୋଗ ଆଦି କିଛି କମ୍ ବୋଝ କି ? ଏସବୁ କ'ଣ ଯୋଡ଼ିଲେ ହଜାରେ ଗପ ହେବନି ? କେତେ ଭାବିଛି "ଛ'ମାଣ ଆଠଗୁଣ୍ଠ" ପୂରା ବହିଟାକୁ ଆଉଥରେ ପଢିବାକୁ । ପାରିଛି କି ? କହିଛି ନା ଏ ଗପ, କବିତା ଆଦି ପଢିବା କି ଲେଖିବା ଗୋଟେ ସୌଖିନ୍ କାମ । ଏସବୁ ଭୋକ ମାରିବନି, ବଢେଇବ । ତା' ଦାଉରୁ ମୁକୁଳିବା ଅସହଜ । ବନ୍ଦ କର୍ ଏସବୁ । ସରଳ ଜୀବନ ଜିଇଁବା ଶିଖ୍ । ମୁଁ ବାପାଙ୍କ ମୁହଁକୁ ପଢୁଥିଲି । ସଂସାର, ଦାରିଦ୍ର୍ୟ, ଦାୟିତ୍ଵବୋଧ, କଷାଘାତରେ ସାଧାରଣ ଅସହାୟ ମଣିଷଟେ ଅଜାଣତରେ ନିଜେ ଲକ୍ଷେ କଥା-କବିତାର କାରଣ ବନିଯାଉଛି କିପରି ? ଲେଖାଲେଖି ଛାଡ଼ିଦେବି ବୋଲି ବାପାଙ୍କୁ ଭରସା ଦେଇପାରିଲିନି ସତ, କିନ୍ତୁ ତାଙ୍କ ସୌକ୍ ପୂରଣ କରିବାକୁ "ଛ'ମାଣ ଆଠଗୁଣ୍ଠ" କିଣିବାକୁ ପୁସ୍ତକାଳୟ ବାହାରିପଡିଲି ।

 


Rate this content
Log in