Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

3  

Aravinda Das

Others

ସେଲ୍

ସେଲ୍

3 mins
7.4K


ମଣିଷ ଯାହାକୁ ଘୃଣା କରେ, ତା'ରି ହାବୁଡ଼ରେ ଶେଷରେ ତାକୁ ଆତ୍ମସମର୍ପଣ କରିବାକୁ ପଡେ ବୋଲି ହୃଦୟଙ୍ଗମ କରୁଥିଲା ନିତିନ।

ସେଇ ବଡ଼ ମଲ୍ ସାମ୍ନାରେ ପହଁଚିଲା ପରେ ସ୍ବରୂପା, ଖୁସିରେ ଆତ୍ମହରା ହୋଇପଡ଼ନ୍ତି।

ଆତ୍ମ ସମର୍ପଣ ଓ ଆତ୍ମହରା ଦୁଇଟା ସଂପୂର୍ଣ୍ଣ ଭିନ୍ନ ଶବ୍ଦ, ଠିକ୍ ଯେମିତି ନିତିନ ଓ ସ୍ବରୂପାଙ୍କ ଶାରୀରିକ/ମାନସିକ ଚିନ୍ତାଧାରା ସେଲ ବିଷୟରେ।

ଦୋକାନ ଭିତରକୁ ପାଦ ଘୋଷାଡି ଘୋଷାଡି ନିତିନ ଅନିଚ୍ଛାକୃତ ଭାବେ ଯିବା ବେଳେ, ସ୍ଵରୂପ ବିଶ୍ଵ ବିଜୟୀ ଧାବିକା ଭଳି ମଲରେ ଘୁରି ବୁଲନ୍ତି।

"ତମେ ଏମିତି ଜୀବନ ନଥିଲା ଭଳି କାହିଁକି ହୁଅ, ମୋ ସହିତ ଦୋକାନ ଆସିଲେ? ଦେଖିଲ, ଅନ୍ୟ ସ୍ୱାମୀ ମାନଙ୍କୁ ? କେମିତି ହସିହସି ଶପିଙ୍ଗ କରୁଛନ୍ତି ।ଆଉ ତମେ ? ଭେଟେନାରୀ ହସ୍ପିଟାଲ ଖୁଆଡ଼ରେ ପଶିଲା ଭଳି ହେଉଛ "!

ଚୁପ୍ ରହେ ନିତିନ ।ସେ ଜାଣେ ତା କର୍ତ୍ତବ୍ୟ ହେଉଛି,କୁଲି ଭଳି ଜିନିଷ ବୋହି, ଆଜ୍ଞାଧୀନ ସ୍ୱାମୀ ଭଳି ଡ଼େବିଟ୍/କ୍ରେଡିଟ କାର୍ଡ କ୍ୟାସ୍ କାଉଣ୍ଟରରେ ବଢ଼ାଇଦେଵ ହସି ହସି।

ନିତିନ ବି ହସିବାକୁ ଚେଷ୍ଟାକଲା କୁତ୍ରିମ ହସ।

ଫ୍ଲାଟ ୫୦%, ୬୦%,୭୦%....ଡିସକାଉଣ୍ଟ ସେଲ୍ ।ସବୁ ବ୍ରାଣ୍ଡ ଜିନିଷ ଉପରେ।

ସତରେ କଣ କମ୍ପାନୀମାନେ ଏତେ ହୃଦୟବାନ !ଶହେ ପରସେଣ୍ଟ ଡିସକାଉଣ୍ଟ କେଉଁ ଦିନ ଦେବେ ବୋଧେ ?ଏକଦମ ଗାଲୁଆ ଗୁଡା ।ଦାମ ବଢ଼ାଇ, ଡିସକାଉଣ୍ଟ ।ହେଲେ ପତ୍ନୀଙ୍କୁ ବୁଝାଇବ କିଏ ?

ସ୍ଵରୂପ ପୁଳାଏ ଟପ୍,କୁର୍ତ୍ତି,ଲେଗିଙ୍ଗ,ଡ୍ରେସ କିଣି ଧରାଇଦେଲେ ନୀତିନଙ୍କୁ ।ତାପରେ ଆରମ୍ଭ ହେଲା ଫ୍ୟାସନ ଶୋ ।ସେ ପିନ୍ଧିବେ ଓ ସ୍ୱାମୀ କହିବେ।

ମଲା ମଣିଷ ।ଟାଇଟ ଯଦି କହିବ ତେବେ,"ଏଇଟା ପରା ଲାର୍ଜ ସାଇଜ ?ଏକ୍ସଟ୍ରା ଲାର୍ଜ କଣ ପିନ୍ଧିବି ? କମ୍ପାନୀ କମ୍ପାନୀ ନେଇ ଟିକେ ସାଇଜ ।ମୁଁ କଣ ମୋଟି ଦିଶୁଛି ?ତମ ଅଫିସ ସେ ମୋଟୀ ନମ୍ରତା ପରା ଲାର୍ଜ ଟ୍ରାଏ କରୁଛି।"

ଚମକି ପଡିଲେ ନିତିନ । ସେପଟୁ ନମ୍ରତାଙ୍କ ସ୍ବର, "ବଢିଆ ମାନୁଛି କଲରଟା ।ସାରଙ୍କ ଚଏସ ଭଲ"।

"ସାର୍ ଙ୍କୁ ଫେସନ କି ଜଣା ? ତାଙ୍କ ଫାଇଲ ଓ ଅଫିସ ଭଲ।"

ନମ୍ରତା ହସିଦେଇ ପଚାରିଲା, "ସାର୍, ମୋତେ ଏ କଳା ନା କ୍ରିମ୍ ଟପ୍ ଭଲ ମ୍ୟାଚ କରିବ ?"

ନିତିନ ପାଟିରୁ ବାହାରି ପଡ଼ିଲା, "କଳା".

"ଥ୍ୟାଙ୍କୁ ସାର୍।"

"ନିଜ ମୋଟାପଣ ଲୁଚାଇବା ପାଇଁ କିଛି ଲୋକ କଳା ପିନ୍ଧୁଛନ୍ତି। ତେବେ ନମ୍ରତା, ତୁମକୁ ଶାଢ଼ୀ ହିଁ ଭଲ ଦିଶିବ ।ଅଫିସ କଥା ।ଡାହାଣା ଲୋକଙ୍କ ଚାହାଣୀ ......

ନିତିନ ସେଠୁ ଚାଲିଯାଇଥିଲେ।

୩ଘଣ୍ଟା ପରେ ଦ୍ଵିତୀୟ ମହଲା ।ପୁରୁଷଙ୍କ ଡ୍ରେସ୍।

"ଏଇ, ଶୁଣ ଟୁ ପ୍ଲସ ଟୁ ଅଫର ଅଛି ।ଦୁଇଟା ପ୍ୟାଣ୍ଟ, ସାର୍ଟ ନେଲେ ଆଉ ଦୁଇ ପେୟାର ମାଗଣା। ଶୀଘ୍ର ଟ୍ରାଏ କଲ ।ଆଜି ସେଲର ଶେଷ ଦିନ।"

"କିନ୍ତୁ ମୋର ଚାରିଟା ସାର୍ଟ ପ୍ୟାଣ୍ଟ କଣ ହେବ?"

"ସେଇ ପୁରୁଣା ସାର୍ଟ ପ୍ୟାଣ୍ଟ କୁ ପିନ୍ଧି ଯାଉଥିବ? ଅନିଲ ବାବୁ,ବଦ୍ରୀ ବାବୁ,ମୁକୁନ୍ଦ ବାବୁଙ୍କୁ ଦେଖ ।ସେଲରୁ ନେଇ ପିନ୍ଧୁଛନ୍ତି ।ଆଉ ତମେ ନିକୁଛ ଆଙ୍କ ପରି କାହିଁକି ହେବ ?ତମ ବାପା,ଦାଦା ଗୋଟାଏ,ଦୁଇଟା ପେୟାର ରେ ଜୀବନ କାଟିଥିବା ଡ଼ାଇଲଗ ଶୁଣିବାକୁ ମୋର ଇଛା ନାହିଁ ।ଦୁଇ ପେୟାର,ଏଥର ତମ ସାନ ଭାଇ ବବଲୁ ଆଉ ଭିଣୋଇ ବାବୁଙ୍କ ପାଇଁ ଏଥିରୁ ରଖିଦେବା ।ପୂଜା ଛୁଟିରେ ଦେଇଦେବା ।ତମ ବଡ଼ ଅପା ଓ ତୁମ ସାନ ଭାଇର ସ୍ତ୍ରୀ ପରା ଏଇ ସେଲ ବେଳେ ବର୍ଷକ ପାଇଁ ଲୁଗାପଟା କିଣି ରଖୁଛନ୍ତି।"

କଥାଟା ମନକୁ ପାଇଲା ନିତିନଙ୍କର ।ଯାହାହେଉ ଶ୍ରୀମତୀ କମ ନୁହନ୍ତି।

ଫେରିଲା ବେଳେ ଫୁଡ଼ କୋର୍ଟରେ ଖାଇ ଫେରିଲା ବେଳକୁ ନିତିନ ହିସାବ କରୁଥିଲେ,ପିଲାଙ୍କ ଡ୍ରେସ ମିଶାଇ ସମୁଦାୟ ଖର୍ଚ୍ଚ ଚଉଦ ହଜାର !ସେଲ୍ ରେ କି ଲାଭ ?

ପରଦିନ ଓପରଓଳି ସ୍ଵରୂପ ଚାହା କପଟା ହାତକୁ ବଢ଼ାଇ ଦେଇ ଗେଳ୍ହେଇ ହୋଇ କହିଲେ, "ଭାଇ ଆସୁଛନ୍ତି ଶୁକ୍ରବାର ଦିନ ।ସାଙ୍ଗରେ ଅନ୍ୟ ମାନେ ବି ଆସୁଛନ୍ତି ।ଦୁଇ ଦିନ ରହିବେ ସମସ୍ତେ।"

"ଟିକୁ ଭାଇ ଆସୁଛନ୍ତି?

"ନାଇଁ, ତମ ଭିଣୋଇ ନୁହଁ, ମୋ ଭିଣୋଇ ଦିଲୁ ଭାଇ ତାଙ୍କ ତିନି ଭାଇଙ୍କୁ ନେଇ ଆସୁଛନ୍ତି ।ଦିଲୁ ଭାଇ'ଙ୍କ ତିନି ଭାଇ ପ୍ରଥମ ଥର ଆମ ଘରକୁ ଆସୁଛନ୍ତି ।ବେଭାର ଲୁଗାପଟା ସମସ୍ତଙ୍କୁ ଦେବାକୁ ହେବ।"

"ସମସ୍ତଙ୍କୁ !!"ଆଶ୍ଚର୍ଯ୍ୟ ହୋଇ ପଚାରିଲା ନିତିନ ।

"ମୋର କଣ ଅଛି? ତମ ପ୍ରେଷ୍ଟିଜ୍ କଥା ।ତା ଛଡ଼ା କାଲି ତମ ପାଇଁ ଆଣିଥିବା ଚାରିଟା ସାର୍ଟ ପ୍ୟାଣ୍ଟ ରେ କାମ ଚଳିଯିବ ଶସ୍ତାରେ।"

ନିତିନ ଟିକେ ଚାଲାଖି କରି କହିଲା,"ସେଲ୍ ତ କାଲି ସରିଗଲା ।ତୁମ ଭଉଣୀ ଓ ତାଙ୍କ ଯା’ ମାନଙ୍କ ପାଇଁ ଲୁଗା କେଉଁଠୁ ଆଣିବ ?ତୁମ ଡ୍ରେସରେ କାମ ଚଳିଯିବ।"

ବାହାରେ କଲିଙ୍ଗ ବେଲ୍ ବାଜିଲା ।ଲୋକଟି ହାତରେ ପ୍ୟାକେଟ ଧରି ଠିଆ ହୋଇଥିଲା।

"ସାର୍, ଆମାଜନରୁ ଆପଣଙ୍କ ଅର୍ଡର।"

ସ୍ଵରୂପ ହସିଦେଇ କହିଲେ,"ଅପା ଓ ତା ଯା’ ମାନେ ପରା ଓଭର ସାଇଜ ।ଅନ୍ ଲାଇନ ସେଲ୍ ରେ ମଗାଇଦେଲି।୫୦% ଡିସକାଉଣ୍ଟ ।କାଲି ସିନା ମାର୍କେଟରୁ ସେଲ୍ ସରିଲା,ପୁଣି ତିନି ଚାରି ମାସ ପରେ ପୁଣି ସେଲ୍ ହେବ ।ତୁମ ପାଇଁ ସେତେବେଳ କିଣିଦେବା ।କିଛି ନହେଲେ ବର୍ଷ ସାରା ଅନ୍ ଲାଇନ ସେଲ୍।"

ବିରକ୍ତିରେ ନୀତିନଙ୍କ ପାଟିରୁ ବାହାରି ପଡ଼ିଲା, "ଏଗୁଡାକ ସେଲ୍ ନୁହଁ ବରଂ " ସା-ଲେ।"

(ଅରବିନ୍ଦ ଦାସ)


Rate this content
Log in