Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚୋରି
ଚୋରି
★★★★★

© T.Durga Prasad Rao

Crime Others Romance

6 Minutes   653    15


Content Ranking

କୃଷ୍ଣପକ୍ଷ ରାତି। ଚାରିପଟେ ବହଳ ଅନ୍ଧାର। ଆଖିକୁ ଆଖି ଦିଶୁନାହିଁ। ସହରର ଏକ ନିର୍ଦ୍ଦିଷ୍ଟ ଗଳିର ସବାଶେଷ ମୁଣ୍ଡରେ ଥିବା ଦ୍ୱିତଳ ପ୍ରାସାଦଟି ସତୀଶ୍ ର ଆଜି ଟାର୍ଗେଟ୍। ସେଇପଟେ ରାତି ହେଲେ ପ୍ରାୟତଃ ସାଧାରଣ ଲୋକଙ୍କ ଯିବା ଆସିବା ବନ୍ଦ ହେଇଯାଏ। ପ୍ରାସାଦର ଆଖପାଖରେ ନିର୍ଜନତା ଖେଳିଯାଏ। ତିନି ଚାରି ଦିନ ହେଲା ସେ ସେଇ ଘରଟି ଉପରେ ନଜର ରଖିଛି। ଘରେ ମାତ୍ର ତିନି ଜଣ ପ୍ରାଣୀ। ପକ୍ଷାଘାତରେ ଆକ୍ରାନ୍ତ ବୁଢ଼ୀଟିଏ, ଯିଏ ଦିନର ଅଧିକାଂଶ ସମୟ ବାରଣ୍ଡାଟାରେ ହ୍ୱୀଲ୍ ଚେୟାର୍ ଉପରେ ବସି ଜୁଳୁ ଜୁଳୁ କରି ଚାହିଁଥାଏ ରାସ୍ତା ଆଡ଼କୁ। ଜଣେ ପୁରୁଷ ଲୋକ। ବୟସ ପାଖାପାଖି ପଞ୍ଚତିରିଶି ରୁ ଚାଳିଶି ଭିତରେ ହେବ। ବୋଧେ ଇଞ୍ଜିନିୟର୍। ସକାଳୁ ଜିପ୍ ଧରି ବାହାରି ଗଲେ ଫେରନ୍ତି ଅନେକ ରାତିରେ। ଆଉ ଜଣେ ମହିଳା, ଇଞ୍ଜିନିୟର୍ ଙ୍କ ପତ୍ନି। କେବେ କେମିତି ସକାଳୁ ସକାଳୁ ବାଲ୍ କୋନୀ ଉପରେ ମୁକୁଳା କେଶରେ ଦିଶିଯାନ୍ତି। ନହେଲେ ଅଧିକାଂଶ ସମୟ ଘର ଭିତରେ। ଏମାନଙ୍କ ଛଡ଼ା ଚତୁର୍ଥ ଯିଏ ଘର ଭିତରେ ଚଳପ୍ରଚଳ ହୁଏ, ସେ ହେଉଛି ଏ ଘରର ଚାକରାଣୀ। ଯିଏ ସକାଳେ ଆସେ, ଦିନତମାମ ଘରର କାମଦାମ, ରୋଷେଇବାସ କରେ, ବୁଢ଼ୀର ଯତ୍ନ ନିଏ। ତାର ଖାଇବା, ଶୋଇବା କଥା ବୁଝେ। ବୁଢୀ ଖାଇ ସାରି ଶଯ୍ୟାକୁ ଗଲା ପରେ ତାର ଆଉ ସେଠାରେ କିଛି କାମ ନ ଥାଏ। ତେଣୁ ରାତି ଆଠଟା ପୂର୍ବରୁ ସେ ପ୍ରାସାଦ ଛାଡ଼ି ସାରିଥାଏ।

ସତୀଶ୍ ଖବର ନେଇ ଜାଣିପାରିଛି ଇଞ୍ଜିନିୟର୍ ମହାଶୟ କିଛି ଦିନ ପାଇଁ ଟୁର୍ ରେ ଅଛନ୍ତି। ସତୀଶ୍ ପାଇଁ ଇଏ ନିହାତି ଏକ ସୁବର୍ଣ୍ଣ ସୁଯୋଗ। ଘରେ ମାତ୍ର ଦୁଇ ଜଣ ମହିଳା, ସେଥିରୁ ଜଣେ ପକ୍ଷାଘାତ ରୋଗୀ। ଅର୍ଥାତ୍ କିଛି ଯଦି ଉଚ୍ଚ ନୀଚ୍ଚ ହୁଏ ତାହେଲେ ତାକୁ କେବଳ ଗୋଟିଏ ମାତ୍ର ଲୋକକୁ ଆୟତ୍ତକୁ ଆଣିବାକୁ ହେବ, ତା ବି ସ୍ତ୍ରୀଲୋକଟିଏ। ଅବଳା, ଦୁର୍ବଳା... ଫୁଃ...। ସତୀଶ୍ ବେଖାତିର୍ ଭାବରେ ଫୁତ୍କାର କଲା। ଆଉ ଫୁତ୍କାର ପରେ ପରେ ତାର ସାହସ ବି ଦ୍ୱିଗୁଣିତ ହେଲା। ସତୀଶ୍ ଲକ୍ଷ୍ୟ କରିଛି ପ୍ରାସାଦର ପଛପଟ ପ୍ରାଚୀର ଦେଇ ହତା ଭିତରେ ପ୍ରବେଶ କରିବା ସହଜସାଧ୍ୟ। କାହାରି ଆଖିରେ ପଡ଼ିବ ନାହିଁ। ସାମ୍ନା ଗେଟ୍ ଦେଇ ଗଲେ ବିପଦ ଅଛି। କାରଣ ପ୍ରାସାଦର ସାମ୍ନା ପଟଟା ଗେଟ୍ ଲାଇଟ୍ ଯୋଗୁଁ ରାତିତମାମ ଉଜ୍ଜଳ। ତା ତୁଳନାରେ ପଛପଟଟା ଗଛପତ୍ର ଗହଳି ଯୋଗୁଁ ଛାପିଛାପିକା ଅନ୍ଧାରିଆ, ସୁରକ୍ଷିତ। ସତୀଶ୍ ପକେଟ୍ ରେ ହାତ ପୁରାଇ ନିଜର ସାଜ ସରଞ୍ଜାମ ଟିକେ ତନଖି ନେଲା। ଛୁରୀ, ପକେଟ୍ ଚର୍ଚ୍ଚ୍, ମାଷ୍ଟର କି, ସବୁ କିଛି ଠିକଣା ଜାଗାରେ ଅଛି। ନିଜ ଉପରେ ଥରେ ଦୃଷ୍ଟି ପହଁରାଇ ଆଣିଲା। ଅନ୍ଧାରରେ ତାର ଗାଢ଼ ସବୁଜ ରଙ୍ଗର ଜାମାଟି ବାରି ହେଉନାହିଁ। ଏମିତି ଦୁଃସାହସିକ କାର୍ଯ୍ୟରେ ବାହାରିଲେ ଅନ୍ଧାରକୁ ଖାପ ଖୁଆଇଲା ପରି ସେ ତାର ବେଶ ପୋଷାକ ବଦଳାଇ ନିଏ। ସତୀଶ୍ ଧପ୍ କରି ଡେଇଁ ପଡ଼ିଲା ପଛପଟ ପ୍ରାଚୀର। ଅନ୍ଧାରରେ ଗୁମ୍ ସୁମ୍ ବସିପଡ଼ିଲା କିଛି ସମୟ। ତାପରେ ପାଦ ଚିପି ଚିପି ଆଗେଇଲା ପ୍ରାସାଦ ଆଡ଼କୁ। ମଝିରେ କିଛି ଖୋଲା ଜାଗା ତାକୁ ଦୌଡ଼ିବାକୁ ପଡ଼ିଲା। ତାପରେ ପାଇପ୍ ଯୋଗେ ସେ ଉପରକୁ ଉଠିଲା। ପ୍ରଥମେ ତଳ ମହଲାର ଝରକା ତାଜା। ତାପରେ ଗୋଡ଼ ଦେଲା ଭେଣ୍ଟିଲେଟର୍ ରେ। ତାପରେ ବାଲ୍ କୋନୀ। ଆଖିରେ ପଡ଼ିଲା କାଚ ଝରକାର ଗୋଟିଏ ପାଖ ଖୋଲା। ଏପାଖ ସେପାଖ ଚାହିଁ ଭିତରକୁ ଡେଇଁ ପଡ଼ିଲା ସତୀଶ୍।

ସତୀଶ୍ ଯେଉଁଠି ପାଦ ଦେଲା, ତାହା ବୋଧେ ଏକ ଶୟନ କକ୍ଷ। କକ୍ଷରେ ଜଳୁଥିଲା ନିଷ୍ପ୍ରଭ ନୀଳ ଆଲୁଅର ବତୀଟିଏ। ଅନ୍ଧାରରେ ତାର ଆଖି ଅଭ୍ୟସ୍ତ ହୋଇ ଯାଇଥିବାରୁ କକ୍ଷର କେଉଁ ସ୍ଥାନରେ କଣ ଅଛି ସେ ପ୍ରାୟତଃ ଅନୁମାନ କରି ପାରୁଥିଲା। ଶଯ୍ୟା ଉପରେ ଜଣେ ଶୟନରତା ନାରୀ। ସତୀଶ୍ ର ହାତ ଦୁଇଟି ଚଳଚଞ୍ଚଳ ହୋଇଉଠିଲେ। ସେ ପ୍ରଥମେ ଡ୍ରେସିଂ ଟେବୁଲ୍ ର ଡ୍ର, କାନ୍ଥ ଆଲମାରୀ ଆଦି ଭଲ ରୂପେ ପରଖିନେଲା। ତାପରେ ଆଗେଇଲା ପଲଙ୍କ ଆଡ଼କୁ। ପଲଙ୍କରେ ଶୋଇଥିବା ନାରୀଟିର ମୁହଁକୁ ଭଲ କରି ଲକ୍ଷ୍ୟ କଲା। ନା ନିଦ୍ରିତ, ଏତେ ଜଲ୍ଦି ଉଠିବାର ଚାନ୍ସ୍ ନାହିଁ। ଥିରି କରି ହାତ ପୁରେଇଲା ଶେଯ ତଳ, ତକିଆ ତଳ। କିଛି ପାଇଲା ନାହିଁ। ଖୁବ୍ ସନ୍ତର୍ପଣରେ ଆରପାଖକୁ ଗଲା। ପୁଣି ଥିରି କରି ଉଠେଇଲା ତକିଆ। ହଠାତ୍ କିଏ ଧରି ପକେଇଲା ତା ହାତଟିକୁ। ହାତ ଛଡ଼ାଇବାକୁ ଚେଷ୍ଟା କରୁଛି ଉଜ୍ଜଳ ଆଲୋକରେ ଉଦ୍ଭାସିତ ହୋଇ ଉଠିଲା କକ୍ଷଟି। ସେ ଦେଖିଲା ପଲଙ୍କ ନିକଟ ସୁଇଚ୍ ବୋର୍ଡ୍ ରେ ଗୋଟିଏ ହାତ ଦେଇ ରୂପସୀଟିଏ ଅନ୍ୟ ହାତରେ ଖୁବ୍ ଜୋର୍ ରେ ଜାବୁଡ଼ି ଧରିଛି ତାର ହାତ।

- କିଏ ତମେ? କ’ଣ କରୁଛ ଏଠି? କ୍ଷଣିକ ପାଇଁ ହଡ଼ବଡ଼େଇ ଗଲା ସତୀଶ୍। ସାଙ୍ଗେ ସାଙ୍ଗେ ଆର ହାତରେ ପକେଟ୍ ରୁ କାଢ଼ି ଆଣିଲା ବିଦେଶୀ ଚାକୁ। ଆଖି ବଡ଼ ବଡ଼ କରି କହିଲା,

- ଚୁପ୍ ଚାପ୍ ସହଯୋଗ କର। ନଚେତ୍ ଦେଖୁଛ ତ ଏ ଚାକୁ? ଜର୍ମାନ୍ ମେଡ୍। ଥରେ ପେଟ ଭିତରେ ପଶିଲେ ଅନ୍ତ ବୁଜୁଳା ବାହାର କରିନେବ। ପାଟି କରିବା କି ଫୋନ୍ କରି ପୋଲିସ୍ କୁ ଡାକିବାର ଦୁଃସାହସ ଯେମିତି ନ କର। ରୂପସୀ ହାତ ଛାଡ଼ି ଦେଇ ଉଠି ବସିଲା ଶେଯରେ। କିଛି ସମୟ ଆପାଦମସ୍ତକ ଚାହିଁଲା ସତୀଶ୍ କୁ। ପଚାରିଲା, “ତମର ଉଦ୍ଦେଶ୍ୟ କ’ଣ? କ’ଣ ତମର ଦରକାର? କାହିଁ ବଳାତ୍କାର ଉଦ୍ଦେଶ୍ୟରେ ପଶିନାହଁ ତ ଘରେ? ଯାହା ନେବାର ଅଛି ନେଇଯାଅ, ହେଲେ ମୋତେ କିଛି କରନାହିଁ, ପ୍ଳିଜ୍। ରୂପସୀ ହାତଯୋଡ଼ି ଅନୁନୟ ହୋଇ କହିଲା।” “ଶଃ, ଆ ବଳଦ ମୋତେ ବିନ୍ଧ୍? ବଳାତ୍କାରର ଉଦ୍ଦେଶ୍ୟ ନ ଥିଲେ ବି ହେଇଯିବ।” ସତୀଶ୍ ରୂପସୀର ତନୁ ଉପରେ ଥରେ ଆଖି ଘୁରେଇ ଆଣିଲା। ଗୋରା ତକ୍ ତକ୍ ଚେହେରା। ଉଜ୍ଜଳ ମୁହଁ। ସଦ୍ୟ ନିଦ୍ରାରୁ ଉଠି ଆସିଥିବା ଅଳସୀ ଅପ୍ସରୀଟିଏ ପରି ପ୍ରତୀତ ହେଉଛି। ଛାତି ଉପରେ ତାର ଦୃଷ୍ଟି ନିବଦ୍ଧ ହେଲା। ସତୀଶ୍ ହାତ ବଢ଼ାଇଲା ଛାତିରେ ଝୁଲୁଥିବା ହାର ଉଦ୍ଦେଶ୍ୟରେ। ରୂପସୀ ବୋଧହୁଏ ଭୁଲ୍ ବୁଝିଲା। ସଙ୍ଗେ ସଙ୍ଗେ ତାର ହାତଟିକୁ ଧରିନେଲା। ସତୀଶ୍ ହାତରେ ଲାଗିଛି ହାର ସହ ରୂପସୀର ବ୍ଳାଉଜ୍ ର କିଛି ଅଂଶ। ଏଣେ ରୂପସୀ ଧରିନେଇଛି ସତୀଶ୍ ର ମୁଠେଇ ଧରିଥିବା ହାତ। ସତୀଶ୍ ଯଦି ଟାଣିଦିଏ, ରୂପସୀର ଶରୀରର ଅଦେଖା ଅଙ୍ଗ ଅନାବୃତ ହେଇଯିବ ସତୀଶ୍ ଆଗରେ। ସେ ଧମକେଇବା ସ୍ୱରରେ କହିଲା, କଣ ହେଉଛି? ଚୁପ୍ ଚାପ୍ ମୋ କାମ କରିବାକୁ ଦେବ ନା କିଛି ଅଧିକ ଗୋଳମାଳ ଚାହୁଁଛ? ସତୀଶ୍ ର ହାତ ବାଜୁଛି ରୂପସୀର କୋମଳ ଛାତିରେ। ରୂପସୀର ଆଖି ଦୁଇଟି ଆଉ ଟିକିଏ ନିଦୁଆ ଦିଶୁଛି ସତୀଶ୍ ଆଖିରେ। ରୂପସୀ ନଛୋଡ଼ବନ୍ଧା। ସତୀଶ୍ ଉପାୟଶୂନ୍ୟ। ସେ ଦେଖି ପାରିବ ନାହିଁ ଗୋଟେ ନାରୀର ନଗ୍ନ ଅଙ୍ଗ ଅବୟବ। ସେ ଲାଇଟ୍ ସୁଇଚ୍ ଅଫ୍ କଲା। ଜୋର୍ କରି ଟାଣିଦେଲା ହାର। ହାରଟି ଛିଣ୍ଡି ବର୍ତ୍ତମାନ ସତୀଶ୍ ହାତରେ। ତା ସହ ରୂପସୀର ବ୍ଳାଉଜ୍ ର ବୋତାମ ତକ ଟପ୍ ଟାପ୍ ହୋଇ ଖୋଲିଗଲା। ଉଃ, ସତୀଶ୍ ର ଆଖି ବୁଜି ହୋଇଗଲା। ସ୍ୱଳ୍ପ ଆଲୋକରେ ବି ଏତେ ଉଜ୍ଜଳ କେମିତି ତା ଶରୀର! ହାରଟିକୁ ପକେଟ୍ ରେ ପୁରାଇ ଆଖି ଖୋଲି ଦେଖିଲା, ରୂପସୀ ତାର ସାର୍ଟଟିକୁ ଭିଡ଼ି ଧରିଛି ବାଁ ହାତରେ। ଆଉ ଧିରେ ଧିରେ ନିଜ ଆଡ଼କୁ ଆକର୍ଷିତ କରୁଛି। ସତୀଶ୍ ଛୁରୀ ଦେଖାଇଲା। ଅବୋଧ ହସ ହସିଲା ରୂପସୀ। ଛୁରୀର କିଛି ବି ପ୍ରଭାବ ନ ଥିଲା ତା ଉପରେ। ସେ ବୋଧହୁଏ କଳି ନେଇ ସାରିଥିଲା ସତୀଶ୍ କୁ।

- ଦେଖ, ମୋ ଧୈର୍ଯ୍ୟକୁ ପରୀକ୍ଷା କରନି। ଟିକିଏ ଏପାଖ ସେପାଖ ହେଲେ ଏ ଛୁରୀ ପେଲି ଦେବି ଛାତିରେ। ମୋତେ ତମେ ଚିହ୍ନିନା। ମୁଁ ଭାରି ହିଂସ୍ର। ଦରକାର ପଡ଼ିଲେ ନରହତ୍ୟା ବି କରିପାରେ। ବିନା ବାକ୍ୟବ୍ୟୟରେ ଆଲମାରୀର ଚାବି ପେନ୍ଥା ବଢ଼ାଇଦିଅ। ମୋତେ ମୋ କାମ ସାରିବାକୁ ଦିଅ। ନଚେତ୍ ତମକୁ ହିଁ କଷ୍ଟହେବ।

ରୂପସୀ କିନ୍ତୁ ମୋଟେ ନ ଡରି ତାର ଡାହାଣ ହାତରେ ଧରିନେଲା ଛୁରୀଟିକୁ। ଟାଣି ନେଇ ଫିଙ୍ଗିଦେଲା ଦୂରକୁ। ସତୀଶ୍ ଭାବୁଥିଲା ଏଠି ତାର ସବୁ ବୁଦ୍ଧି, କୌଶଳ ଯେମିତି ଧିରେ ଧିରେ ଢ଼ିଲା ପଡ଼ିଯାଉଛି। ଦୁଇ ତିନିଟା ପୁରୁଷଙ୍କୁ ଛୁରୀ ଦେଖାଇ, ବଳପ୍ରୟୋଗ କରି ଏକାଥରେ ସାବାଡ଼ କରି ଦେବାର ସାମର୍ଥ୍ୟ ଅଛି ସତୀଶ୍ ର। ତାର ବାହାଦୂରୀ ଆଗରେ ଚାର୍ଲସ୍ ଶୋଭରାଜ ପରା ହାର ମାନିବେ। ହେଲେ ଏ ରୂପସୀ ଆଗରେ ସତେ ଯେମିତି ସବୁ ବେକାର। ରୂପସୀର ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ। ସେ କଣ ତାହେଲେ ଆଗରୁ ଜାଣି ପାରିଥିଲା ତାର ହତା ମଧ୍ୟରେ ପ୍ରବେଶ କରିବା? ପୋଲିସ୍ କୁ ଫୋନ୍ କରି ଜଗି ବସିନି ତ ସମୟ ଗଡ଼ାଇ? ସତୀଶ୍ ପୁଣି ଥରେ ଧମକାଇଲା।

- ଦେଖ, ତମେ ନିଜକୁ ଚତୁରୀ ଭାବୁଛ ନା କଣ? ମୁଁ ସବୁ ଜାଣେ। ଏଇଟା ମୋର ପ୍ରଥମ ଚୋରି ନୁହେଁ ଯେ ତମ କାରନାମାରେ ଡ଼ରିକି ଅସଫଳ ହେଇ ଚାଲିଯିବି। ଛାଡ଼, ଛାଡ଼ ମୋତେ। ହେଲେ ରୂପସୀ ଛାଡ଼ିବା ପରିବର୍ତ୍ତେ ତା ସାର୍ଟ୍ ର ସବୁତକ ବୋତାମ ଖୋଲିଯିବା ପର୍ଯ୍ୟନ୍ତ ଖୁବ୍ ଜୋର୍ ରେ ତା ସାର୍ଟ୍ ଟିକୁ ଧରି ଟାଣିଦେଲା।

- ଇଏ କଣ କଲ?

- ଯେସାକୁ ତେସା। ରୂପସୀ ମୁହଁରେ ବିଦ୍ରୁପ।

ସତୀଶ୍ ଠାଏ କରି କଷି ଦେଲା ଚାପୁଡ଼ାଏ ରୂପସୀ ଗାଲରେ। ତାପରେ ସେଇଠୁ ଘୁଞ୍ଚି ସେଇ ସ୍ୱଳ୍ପ ଆଲୁଅରେ ଛୁରୀଟିକୁ ଖୋଜିବାରେ ଲାଗିଲା। ବିଦେଶୀ ନିର୍ମିତ ଦାମିକା ଚିଜ। ତାର ବୃତ୍ତି ସଂସାଧନର ଆଉ ସଫଳତାର ଏକମାତ୍ର ଚାବିକାଠି। ଅନୁମାନ କଲା କେଉଁ ଦିଗରେ ଛୁରୀଟି ଛିଟିକି ଥାଇପାରେ। କମ୍ପ୍ୟୁଟର ଟେବୁଲ୍ ତଳ, ପଲଙ୍କ ତଳ ଉତ୍ତର-ପଶ୍ଚିମ କୋଣ ସବୁ ଦେଖିଲା। ନିରାଶ ହୋଇ ବୁଲିପଡ଼ିଲା ବେଳକୁ ତାକୁ ଲାଗି ଠିଆ ହୋଇଛି ରୂପସୀ। ସତୀଶ୍ ଭାରସାମ୍ୟ ହରାଇ ଲେଉଟି ପଡ଼ିଲା ପଲଙ୍କ ଉପରେ। ରୂପସୀର ଖୋଲା ଛାତି ଉପରେ। ରୂପସୀର କିଛି ବି ଆପତ୍ତି ନ ଥିଲା। ସତୀଶ୍ ଚାହିଁଲା କିଛି ସମୟ ତାର ମୁହଁକୁ। ସେ ମୁହଁରେ କାହିଁ କିଛି କୁଟିଳତା ତ ତାର ଦୃଷ୍ଟିଗୋଚର ହେଉନଥିଲା! କେମିତି ଗୋଟେ ଅବଦମିତ ତୃଷ୍ଣା। ଯୁଗ ଯୁଗ ପ୍ରତୀକ୍ଷାର ଅନନ୍ତ ତୃଷ୍ଣା। ଟୋପାଏ ପ୍ରେମ ପାଇଁ ଅତୃପ୍ତ ଆଶାୟୀ ଆଖି। ନିଶ୍ୱାସ ପ୍ରଶ୍ୱାସ ପ୍ରଖର। ସତୀଶ୍ ସମ୍ମୋହିତ ହେଉଥିଲା ସେ ଆଖିରେ। ଓଠ ତାର ଧିରେ ଧିରେ ଅବନତ ହେଇ ଆସୁଥିଲା ରୂପସୀର ଓଠକୁ ଛୁଇଁନେବାର ବ୍ୟାକୁଳତାରେ। ରୂପସୀର ଓଠ କମ୍ପି ଉଠୁଛି। ଆଖି ତାର ମୁଦି ହୋଇ ଆସୁଛି। ହାତ ଦୁଇଟି ନିବିଡ଼ ଆଶ୍ଳେଷରେ ଟାଣି ନେଉଛି ସତୀଶ୍ କୁ ନିଜ ଆଡ଼କୁ। ସତେକି କେଉଁ ଯୁଗରୁ ତାର ଶରୀର ପ୍ରତୀକ୍ଷାରତ ଏଇ କ୍ଷଣିକ ସୁଖର ଅନ୍ୱେଷାରେ। ସତୀଶ୍ ଖୁବ୍ ଜୋର୍ ରେ ରୂପସୀର ଓଠକୁ ଚାପି ଧରିଲା ନିଜ ଓଠରେ।

ପୁଙ୍ଗୁଳା ଦେହରେ ଶାଢ଼ୀକୁ ବେଢ଼େଇ ଉଠି ଠିଆ ହେଲା ରୂପସୀ। ଲୁଚାଇଥିବା ଜାଗାରୁ ଚାବି ପେନ୍ଥା ବାହାର କରି ଆଲମାରୀ ଖୋଲି କିଛି ବିଡ଼ା ନୋଟ୍ ଫିଙ୍ଗିଦେଲା ଖଟ ଉପରେ। ସ୍ମିତ ହସି କହିଲା,

- ମୋ ସ୍ୱାମୀ ସାତ ଦିନ ପାଇଁ ଅନୁପସ୍ଥିତ ରହିବେ। ମୁଁ ଗେଟ୍ ଲାଇଟ୍ ଅଫ୍ କରିଦେଇଥିବି। ସାମ୍ନା ପଟୁ ଆସିବ। ପଛପଟ ଝରକା ଦେଇ ନୁହଁ। ଗୋଡ଼ ହାତ ଭାଙ୍ଗିଗଲେ ପଙ୍ଗୁ ହୋଇ କି ଉଦ୍ଦେଶ୍ୟ ସାଧନ କରିବ?

ସତୀଶ୍ କାନମୂଳ କୁଣ୍ଡାଇ ପୋଷା କୁକୁର ପରି ମୁହଁ ତଳକୁ କରି ଠିଆ ହେଲା କିଛି ସମୟ। ତାପରେ ଟଙ୍କାତକ ଉଠାଇ ନେଇ ପକେଟ୍ ରେ ପୁରାଇଲା। ଝରକା ପାଖକୁ ଯାଉଥିଲା। ହେଲେ ରୂପସୀ ଖୋଲି ଦେଇଛି ସାମ୍ନା କବାଟ। ପାଦେ ପାଦେ କରି ଓହ୍ଲେଇଲା ସିଡ଼ିରେ। ଗେଟ୍ ଲାଇଟ୍ ଅଫ୍ ଅଛି।

କେଜାଣି କାହିଁକି ସତୀଶ୍ ନିଜକୁ ଭାରି ପରାଜିତ ବୋଧ କରୁଥିଲା। ଆଜି ପର୍ଯ୍ୟନ୍ତ ସେ ଯେତୋଟି କାମରେ ହାତ ଦେଇଛି, ଅସଫଳ ହୋଇନାହିଁ। ସମସ୍ତଙ୍କୁ ଡରାଇ ଧମକାଇ ନିଜର କାମ ହାସଲ କରିଛି ଆଉ କାମ ସାରି ବାହାରିଲା ବେଳେ ସବୁବେଳେ ତା ମୁଖରେ ରହୁଥାଏ ଗଡ଼ ଜୟ କରିବାର ଆତ୍ମସନ୍ତୋଷ। ଆଜି କିନ୍ତୁ ବିଜୟୀ ହୋଇ ମଧ୍ୟ ସେ ଯେମିତି ହାରିଯାଇଛି। ହାରିଯାଇଛି ଗୋଟିଏ ନାରୀ ପାଖରେ। ତାର କାମନା ପାଖରେ। ତାର ଅତୃପ୍ତି ପାଖରେ। କାଲି ସେ ପୁଣି ଆସିବ। ହେଲେ ଏଥର ଚୋରି ଉଦ୍ଦେଶ୍ୟରେ ନୁହେଁ।

ଟି.ଦୁର୍ଗା ପ୍ରସାଦ ରାଓ

କୃଷ୍ଣପକ୍ଷ ରାତି ବହଳ

Rate the content


Originality
Flow
Language
Cover design

Comments

Post

Some text some message..