Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶିକ୍ଷକ (teacher)
ଶିକ୍ଷକ (teacher)
★★★★★

© Pramod Kumar Jena

Inspirational

15 Minutes   13.9K    10


Content Ranking

ରାତି ସେତେବେଳକୁ ବେଶି ହୋଇ ନ ଥାଏ l ଦୀପକର ବାବାଙ୍କ ଗୋଡରେ ଔଷଧ ଲଗାଉ ଲଗାଉ ବୋଉ କହିଲେ, କେଡେ ବଡ ଖଣ୍ଡିଆ ହେଇଛି ଦେଖିଲଣି ? ସେ ପୁରୁଣା ମଟର ସାଇକେଲରେ ଷ୍ଟାର୍ଟ୍ କଲାବେଳେ ସବୁ ଦିନ କିଛି ନା କିଛି ଘଟୁଛି l ଏଇଟାକୁ ବଦଳାଇ ନୂଆ ଗାଡିଟେ କିଣିଲେ ହୁଅନ୍ତାନି ? ଦୀପକର ବାବା ନ ଶୁଣିଲା ଭଳି ଚୁପ୍ ରହିଲେ l ତାଙ୍କୁ ଟିକେ ହଲାଇ ପୁଣି କହିଲେ, କ’ଣ ଶୋଇ ପଡିଲ କି ?
       : ନା କୁହ .....
       : ଦୀପକ ସବୁ ଦିନ କହୁଛି, ଆମ ଭଙ୍ଗା ଗାଡିକୁ ଦେଖି ତା’ ସାଙ୍ଗମାନେ କୁଆଡେ ଥଟ୍ଟା କରୁଛନ୍ତି l
       ପାଖ ବିଛଣାରେ ବାବା ବୋଉଙ୍କର କଥା ଶୁଣି ଦୀପକ୍ ହଠାତ୍ କହିଲା, ନା ବୋଉ l ଏଣିକି ମୁଁ ଆଉ ଜମ୍ମା କହିବିନି l ଦୀପକର କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ହୋଇ ଦୁହେଁ ଏକା ସଙ୍ଗେ ପ୍ରଶ୍ନ କଲେ, କିରେ କ’ଣ ହେଲା ପୁଣି ? ଦୀପକ୍ କହିଚାଲିଲା, ଜାଣିଛୁ ବୋଉ ଆଜି କ’ଣ
ହେଲା ? ଆମ ସ୍କୁଲରେ ଆଜି ଜଣେ ନୂଆ ପିଲା ନାମ ଲେଖାଇଲା l ସେ ଲ୍ୟାଣ୍ଡରୋଭର ଗାଡିରେ ଆସିଥିଲା l ତା’କୁ ଦେଖି ଯେଉଁ ପିଲାମାନେ କାରରେ ଆସୁଥିଲେ, ସେମାନଙ୍କ ହୋସ୍ ଉଡିଗଲା l କିଏ କହିଲା ଷାଠିଏ ଲକ୍ଷ ତ କିଏ କହିଲା କୋଟିଏ ଟଙ୍କାର ଗାଡି l ତା’ ବାବା କୁଆଡେ ବହୁତ ବଡ କଣ୍ଟ୍ରାକ୍ଟର୍ l ସାର୍ ଯେତେବେଳେ ଫୁସୁରୁ ଫୁସୁର୍ ଶୁଣିଲେ କ’ଣ କହିଲେ ଜାଣିଛୁ ? ମତେ ଠିଆ କରେଇ ଦେଲେ l ମୁଁ ଡରିକି ଛାନିଆଁ l ସାର୍ କହିଲେ, ଇଏ ଦୀପକ୍ l ଯେମିତି ପାଠ ପଢେ, ସେମିତି ବ୍ୟବହାର l କିନ୍ତୁ ତା’ ବାପାଙ୍କର ମର୍ସିଡିଜ୍ ନାହିଁ କି ଲ୍ୟାଣ୍ଡରୋଭର୍ ନାହିଁ l ଏଇଟା ବିଦ୍ୟାଳୟ l ଏଠି ଜ୍ଞାନ ଆହରଣ କରାଯାଏ l ଶିକ୍ଷକଙ୍କ ପାଖରେ ସବୁ ଛାତ୍ର ସମାନ l ଏଣୁ ତୁମେମାନେ ଜ୍ଞାନରେ ଧ୍ୟାନ ଦିଅ l ବାପା ଅଜାଙ୍କ ଯାନରେ ନୁହେଁ l ସବୁଠୁ ମଜା କଥା ହେଲା, ସେ ମୋ ସାଥିରେ ହାତ ମିଳେଇ ପଚାରିଲା – ମୋତେ ତୁମ ସାଙ୍ଗ କରିବ ? ଏଣିକି ମୁଁ ଆଉ କେବେବି ମନ ଦୁଃଖ କରିବିନି ପୁରୁଣା ଗାଡି ପାଇଁ l ଦରକାର ହେଲେ ବାବାଙ୍କ ସାଥିରେ ସାଇକେଲରେ ବି ହସି ହସି ଯିବି l ଦୀପକ୍ ଶୋଇଯିବା ପରେ ସେ ଦୁହେଁ କଥା ହେଲେ, ଏମାନେ ହିଁ ପ୍ରକୃତ ଶିକ୍ଷକ l

ଦୀପକ୍ ଶିକ୍ଷକ ଜ୍ଞାନ

Rate the content


Originality
Flow
Language
Cover design

Comments

Post

Some text some message..