Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅବୋଲକରା କାହାଣୀ - ୨୯

ଅବୋଲକରା କାହାଣୀ - ୨୯

4 mins
7.6K


ସତୀ ସଉତୁଣୀ ମନ୍ଦିର କଥା - ୧

ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର ପଛେ ପଛେ ବୋଲକରା ନିଜ ମୁଣ୍ଡରେ ଗଣ୍ଠିଲି କାନ୍ଧରେ କମ୍ବଳ ଆଉ ହସ୍ତରେ ଛତା ଧରି ଢିପେଇ ଢିପେଇ ଚାଲି ଥାଏ । ସେ ଯେତେବେଳେ ଯାହା ଦେଖେ ସେତେବେଳେ ଦେଖିଥିବା କଥାକୁ ଉପଦେଷ୍ଟାଙ୍କୁ ପଚାରି ତା’ର ଉତ୍ତର ଚାହେଁ । ଚତୁର ବ୍ୟଙ୍ଗକାର ମଧ୍ୟ ବୋଲକରାକୁ ଅତି ସହଜରେ ସବୁ କଥାର ଉତ୍ତର ଦେଇ ଦିଅନ୍ତି ।

ଏହି ଭଳି କଥା ପ୍ରସଙ୍ଗରେ ଉପଦେଷ୍ଟାଙ୍କ ସହିତ ବୋଲକରା କିଛି ରାସ୍ତା ଅତିକ୍ରମ କରି ଯିବା ପରେ ଗୋଟିଏ ସ୍ଥାନରେ ଦୁହିଁଙ୍କର ଦୃଷ୍ଟି ପଡି ଗଲା । ଯମୁନା ଘାଟ ଠାରୁ ଅଳପ ଦୂରରେ ଥିଲା ଗୋଟିଏ ଭବନ । ତା’ପାଖକୁ ଲାଗି ଥିଲା ସୁନ୍ଦର ମନ୍ଦିରଟାଏ । ଯମୁନା ନଦୀର ତୁଠ ଠାରୁ ମନ୍ଦିର ଯାଏଁ ଗୋଟିଏ ସୁମନୋହର ଫୁଲର ବଗିଚା ।

ଅବୋଲକରାକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିବାରୁ ସେ ଦୁଇ ପାଦ ଆଗକୁ ଯାଇ ଦେଖିଲା ସେ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ଗୋଟିଏ ସୁନ୍ଦରୀ ନାରୀର ଶଙ୍ଖ ମଲମଲ ପଥରର ନାରୀର ମୂର୍ତ୍ତି । ସେହି ମନ୍ଦିର ମଧ୍ୟକୁ ଲୋକ ମାନେ ଯାଉଛନ୍ତି । ପୁଣି ସେହି ମୂର୍ତ୍ତିକୁ ପୂଜା କରି ଫେରି ଆସୁଛନ୍ତି ।

ସେଠାରେ ଅଳପ ସମୟ ଲାଗି ଅବୋଲକରା ଠିଆ ହୋଇ ରହିଲା । ସେ ସମସ୍ତ ଦୃଶ୍ୟ ଦେଖି ସାରିବା ପରେ ଅନେକଙ୍କୁ ପଚାରିଲା ଏହି ନାରୀ ରୂପୀ ଦେବୀ କିଏ ।

ଅବୋଲକରା ଏହିପରି ଅନେକଙ୍କୁ ସିନା ପଚାରିଲା ହେଲେ ସେ କାହାଠାରୁ କିଛି ମଧ୍ୟ ଉତ୍ତର ପାଇଲା ନାହିଁ । କିନ୍ତୁ ଅବୋଲକରାର ସେହି ରୂପକୁ ଦେଖି ବରଂ ସେଠାରେ ଉପସ୍ଥିତ ଥିବା ବୋହୂ ଭୁଆଷୁଣୀ ମାନେ ଦମକାଏ ହସି ସାରି କହିଲେ – ସତୀ ସଉତୁଣୀ ତୁମେ କେଉଁଠିକାର ଲୋକ ।

ସାମାନ୍ୟ ସ୍ତ୍ରୀ ମାନଙ୍କ ମୁଖରୁ ଏପରି କଥା ଶୁଣି ବଦରାଗି ଅବୋଲକରା ଭୀଷଣ ରାଗି ଗଲା । ସେହି ରାଗୁଆ ମନରେ ଉପଦେଷ୍ଟାଙ୍କ ପାଖକୁ ଫେରି ଆସି କହିଲା ମୁଁ ଆଉ ଆପଣଙ୍କ ସାଥିରେ ତୀର୍ଥ କରି ଯିବି ନାହିଁ । ମୋର ବହୁତ ତୀର୍ଥ ହୋଇ ଗଲା । ଏଥର ମୁଁ ମୋ ଗାଁକୁ ଚାଲିଲି । ଏହା କହି ଅବୋଲକରା ଯେତେବେଳେ ତା’ର ନାଲି ଗାମୁଛା ଖଣ୍ଡିକ ନିଜ ଅଂଟାରେ ଭିଡି କରି ତାକୁ ଯିବାକୁ ବାହାରିଲା ଚତୁର ବ୍ୟଙ୍ଗକାର କହିଲେ – କିରେ କିରେ ତୋର ପୁଣି କ’ଣ ହୋଇଗଲା ।

ଅବୋଲକରା କହିଲା – ବୁଝିଲ ମହାନୁଭବ, ତୁମ ସାଥିରେ ଆସିଲେନା ମଣିଷକୁ ଅପମାନ ମିଳୁଛି । କହିଲେ ସତୀ ସଉତୁଣୀ ମନ୍ଦିର କ’ଣ । ଏତେ ଗୁଡିଏ ରାସ୍ତା ତୀର୍ଥ କରି ବୁଲି ଆସିଲେ କେଉଁଠାରେତ ଏପରି ନାମରେ ଦେବୀ ଅଛନ୍ତି ବୋଲି ମୋତେ ଜଣା ନଥିଲା । ଏତେ ପୁରାଣ ପଢା ଗଲା, କେଉଁ ପୁରାଣରେ ଏମିତି ଦେବୀଙ୍କର ନାଁ ଅଛି । ତମେ ଆପଣେ ଶୁଣିଛନ୍ତି, ପୁଣି ସେହି ମନ୍ଦିରକୁ ଆସୁଥିବା ତିର୍ଲାଗୁଡା ମୋତେ ଛିଗୁଲେଇ ବ୍ୟାଖ୍ୟା କରି ହସୁ ଛନ୍ତି ।

ଚତୁର ବ୍ୟଙ୍ଗକାର ଭାବିଲେ ବୁଦ୍ଧିହୀନ ଜ୍ଞାନହୀନ ବିଶାଳ କୁଳ ସମ୍ଭବ

ପଶୁସମ ଏତାଦୃଶ୍ୟ ଜନ୍ମେଶ୍ଚ ଉଚ୍ଚ ମାନବ

ସହଜେତ ସେହି ବୋଲକରାର ବୁଦ୍ଧି ନାହିଁ, ସୁଦୁ ଗଜ ମୂର୍ଖଟାଏ । ମନୁଷ୍ୟର ଉଚ୍ଚ ବୁଦ୍ଧି ନଥାଇ ଉଚ୍ଚ ବଂଶରେ ଜନ୍ମ ହେଲେ ମଧ୍ୟ ତା’ର ବୁଦ୍ଧି ପଶୁସମ ହୋଇ ଥାଏ । ସହଜେତ ଏ ପ୍ରଣବ ଅଶୂଦ୍ଧ । ଏପରି ମୂର୍ଖର ମୁଣ୍ଡରେ ଏପରି ବୁଦ୍ଧି ପଶିଲେ ସେ ନିଶ୍ଚୟ ତା’ର ରାସ୍ତା ଧରିବ । ମଣିଷ ଅଧା ତୀର୍ଥ କରି ଫେରିବ ସିନା ତହୁଁ ସେ ବିରକ୍ତି ଭରା ହସଟିକେ ହସି ଦେଇ କହିଲେ ତୁ ଯିବୁ କାହିଁକି । ପର ବୁଦ୍ଧିରେ ବା ପର କଥାରେ ପ୍ରଳୟ ହେଲେ ସେଥି ଲାଗି ଦାୟୀ କିଏ ରହିବ । ସମାଜରେ ଏପରି ଅନେକ ପ୍ରକାରର ଲୋକ ଅଛନ୍ତି । କାହା ମୁହଁରେ କିପରି କଥା, ସେଥି ଲାଗି ଆମେ ପ୍ରଳୟ କରି ଦେବାନା କ’ଣ । ଶୁଣ ଅବୋଲକରା, ସେହି ସ୍ତ୍ରୀ ଲୋକ ମାନଙ୍କ କଥା ଛାଡ । ସବୁ ଅନିଷ୍ଟର କାରଣ ସଂସାରର ଏହି ସ୍ତ୍ରୀ ଲୋକ ମାନେ । ସେମାନଙ୍କର ଦୋଷାଦୋଷ ନଧରି ଶୁଣ, ତୁ ଯେଉଁ ସତୀ ସଉତୁଣୀ ଠାକୁରାଣୀଙ୍କର କଥା କହୁଥିଲୁ ମୁ ଏବେ ତୋତେ ତାଙ୍କରି କଥା କହୁଛି । ଶାନ୍ତ ହୋଇଯାଇ ଆଗ ମୋ ପାଇଁ ଦି’ଟା ପାନ ଭାଙ୍ଗେ ।

ଅବୋଲକରାର ମନ ଟିକିଏ ଶାନ୍ତ ହେବାରୁ ସେ ପାନ ଭାଙ୍ଗିବା ଆରମ୍ଭ କରନ୍ତେ ଚତୁର ବ୍ୟଙ୍ଗକାର କହିଲେ – ପ୍ରାଚୀନ କାଳର କଥା । ସିଂହଭୂମି ନାମରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟରେ ପ୍ରତାପ ସିଂହ ନାମରେ ଜଣେ ରାଜା ଥିଲେ । ସେ ରାଜା ବହୁ ବିବାହ କରି ଥିବାରୁ ରାଣୀ ଉଆସରେ ସେ ସଦାସର୍ବଦା ଗୋଳଚୋଳ ମଧ୍ୟରେ ରହୁ ଥିଲେ । କେହି କେହି ରାଣୀ ଅନ୍ୟ ନିରୀହା ନାରୀ ମାନଙ୍କ ଉପରେ ଉପଦ୍ରବ ଆରମ୍ଭ କରି ଦେଲେ । ରାଜାତ ଉପଭୋଗ କରିବାରେ ବେଶୀ ରସିକ । ଗୋଟିଏ ରାଣୀଙ୍କୁ ଥରେ ଭୋଗ କଲା ପରେ ସେ ପୁଣି ନୂଆ ରାଣୀଟିଏ ଆଣନ୍ତି । ଏହିପରି ଗୋଟିକ ପରେ ଗୋଟିଏ ଗୋଟିଏ ରାଣୀ ଆଣି ସେ ତାଙ୍କୁ ଉପଭୋଗ କରନ୍ତି । ନୂଆ ରାଣୀଟିଏ ଆସିବା ମାତ୍ରେ ପୁରୁଣା ରାଣୀ ମାନେ ଏକା ଏକା ହୋଇ ଅସୁଖରେ ଛଟପଟ ହୁଅନ୍ତି । ପୁଣି ରାଜାଙ୍କ ଠାରୁ ସଂଭୋଗ ସୁଖ ନ ପାଇଲେ ଶେଷରେ ସେହି ରାଜ୍ୟର ବଛା ବଛା ପୁରୁଷ ମାନଙ୍କୁ ଡକାଇ ତାଙ୍କ ସହିତ ସଂଭୋଗ ସୁଖରେ ମାତନ୍ତି ।

ରାଜାଙ୍କର ଅନେକ ଗୁଡିଏ ରାଣୀଙ୍କ ମଧ୍ୟରୁ ସାନ ରାଣୀ କୌଣସି ରାଜା ମହାରାଜାଙ୍କର କନ୍ୟା ନୁହଁନ୍ତି, ସେ ଜଣେ ଋଷିଙ୍କ ଦ୍ୱାରା ପ୍ରତିପାଳିତା । ଶ୍ରଦ୍ଧାରେ ଋଷି ତା’ର ନାମକରଣ କରିଥିଲେ ଶୁଭ ଲକ୍ଷ୍ମୀ । କଥାରେ ଅଛି ଚାଟ ଘର ପୁଅ ଚାଟ, ଭାଟ ଘର ପୁଅ ଭାଟ ।


Rate this content
Log in

Similar oriya story from Children