Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational Abstract Others

3  

Srinibas Mahalik

Inspirational Abstract Others

ମାନବିକତା

ମାନବିକତା

2 mins
15.1K


 ଦିନେ ଭୁବନେଶ୍ୱରର ରାଜମହଲ ଛକରେ ମୁଁ ଦହିବରା ଖାଉଥାଏ । ସେତେବେଳେ ଗୋଟେ ପିଲା ଯାହାର ବୟସ ପାଖାପାଖି ନଅ କିମ୍ବା ଦଶ ବର୍ଷ ହେବ, ସେ ଆସି ମୋତେ ଟଙ୍କା ମାଗିଲା । କିନ୍ତୁ ମୁଁ ତାକୁ ଦେବାକୁ ମନା କରିଦେଲି । ତଥାପି ସେ ମୋତେ ବାରମ୍ବାର ମାଗୁଥାଏ । ମୁଁ ବିରକ୍ତ ହୋଇ ଖାଇବା ଅଧାରୁ ଛାଡି ସେଠାରୁ ଚାଲି ଆସିଲି । 

   କିଛି ବାଟ ଗଲା ପରେ ସେ ପିଲାଟି ବାବୁ ବାବୁ କହି ମୋତେ ଡାକ ଛାଡିଲା । ସେ ପୁଣି ଥରେ ଟଙ୍କା ମାଗିବା ପାଇଁ ଡାକୁଛି ଭାବି ମୁଁ ତା' କଥାକୁ ଶୁଣିଲି ନାହିଁ । ମୁଁ ନଶୁଣିବାରୁ ସେ ମୋତେ ବାବୁ ବାବୁ ଡାକି ମୋର ପିଛା କଲା ଏବଂ ଧାଇଁ ଧାଇଁ ଆସି ମୋ ପାଖରେ ପହଞ୍ଚିଲା । ସେ ଯେତେବେଳେ ମୋ ପାଖରେ ଆସି ପହଞ୍ଚିଲା, ମୁଁ ରାଗିଯାଇ ତା' ଗାଲକୁ ଗୋଟେ ଶକ୍ତ ଚାପୁଡ଼ା ମାରିଲି । ତା'ପରେ ସେ ତା' ଗାଲକୁ ଗୋଟିଏ ହାତରେ ଆଉଁଶି ଆଉଁଶି ଅନ୍ୟ ହାତଟିରେ ମୋ ସାମ୍ନାକୁ ବଢ଼େଇ ଦେଲା ଗୋଟେ ଓ୍ବାଲେଟ୍, ଯେଉଁଟା ମୋର ଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ତାକୁ ପଚାରିଲି ଏଇଟା ତ ମୋ ଓ୍ବାଲେଟ୍ ତୋ ପାଖକୁ କେମିତି ଆସିଲା ? ତୁ ଏଇଟା ପାଇଲୁ କୋଉଠୁ ? ସେ ଛଳଛଳ ଲୁହ ଭରା ଆଖିରେ ମୋତେ କହିଲା, "ଆପଣ ଦହିବରାବାଲାକୁ ଟଙ୍କା ଦେଇ ଓ୍ବାଲେଟକୁ ପକେଟରେ ରଖୁଥିବା ବେଳେ ତାହା ତଳେ ପଡିଯାଇଥିଲା । ସେଥିପାଇଁ ଆପଣଙ୍କୁ ଡାକୁଥିଲି ।"

  ମୁଁ ତା'ଠାରୁ ଏକଥା ଶୁଣିଲା ପରେ ମୋତେ ଗୋଟେ ବହୁତ୍ ବଡ଼ ଝଟକା ଲାଗିଲା । ସେହି ପିଲାଟିକୁ କେଉଁ ଭାଷାରେ କ୍ଷମା ପାର୍ଥନା କରିବି, ତାହା ମୁଁ ଜାଣିପାରିଲି ନାହିଁ । ମୋତେ ନିଜକୁ ଅପରାଧୀ ଭଳି ଅନୁଭବ ହେଲା । ଯେଉଁ ପିଲା କିଛି ସମୟ ପୂର୍ବରୁ ପାଞ୍ଚ ଟଙ୍କା ପାଇଁ କାକୁତି ମିନତି ହୋଇ ମାଗୁଥିଲା, ସେହି ପିଲା ପାଞ୍ଚ ହଜାରରୁ ଅଧିକ ଟଙ୍କା ଥିବା ଓ୍ବାଲେଟ୍ ପାଇ ମଧ୍ୟ ଫେରାଇଦେଲା । ସେ ମୋତେ ଟଙ୍କା ମାଗୁଥିବା ବେଳେ ମୁଁ ମୋ ମାନବିକତା ହରେଇ ତାକୁ କିଛି ଦେଲିନାହିଁ କିନ୍ତୁ ସେ ତା' ମାନବିକତାକୁ ଭୁଲିଲା ନାହିଁ । ବୟସରେ ମୁଁ ତା'ଠାରୁ ବହୁତ୍ ବଡ଼ କିନ୍ତୁ ସେଦିନ ତା ପାଖରେ ମୁଁ ଛୋଟ ହୋଇଗଲି । ପିଲାଟିର ମାନବିକତା ସାମ୍ନାରେ ମୁଁ ହାର୍ ମାନିଗଲି । ଓ୍ବାଲେଟରେ ମୋର ଭୋଟର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଭଳି ଅନେକ ଦରକାରୀ ଜିନିଷ ଥିଲା । ଯାହାକୁ ହରେଇଥିଲେ ହୁଏତ ବହୁତ୍ ହଇରାଣ ଏବଂ କେତେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଆନ୍ତା । ତେଣୁ ଆସିଲାବେଳେ ପିଲାଟିକୁ କିଛି ନକହି ଓ୍ବାଲେଟରୁ ଶହେ ଟଙ୍କିଆ ପାଞ୍ଚୋଟି କାଢି ତା'ହାତରେ ଧରେଇ ଦେଇ ଆସିଲି । ପିଲାଟି ଟଙ୍କାକୁ ଧରି କିଛି ନବୁଝିଲା ଭଳି ମୋତେ ସେମିତି ଏକ ଲୟରେ ଚାହିଁ ରହିଥିଲା ।


Rate this content
Log in

Similar oriya story from Inspirational