Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆମ୍ବ ବଗିଚା
ଆମ୍ବ ବଗିଚା
★★★★★

© Sriya Pattnaik

Inspirational

3 Minutes   7.1K    14


Content Ranking

ସ୍କୁଲ୍ ରେ ଖାଇବା ଛୁଟି ହେଲା । ଚଗଲା ମା' ତା' ପାଇଁ ପିଠାଟେ ଦେଇଥିଲେ । ମୁଁ ସେଦିନ କିଛି ଜଲଖିଆ ନେଇନଥିଲି । ଚଗଲା ମୋତେ ତା ପିଠାରୁ ମୋତେ ଖାଇବାକୁ କହିଲା । ଦୁହେଁ ପିଠା ଖାଇ ଖାଇ ଗତ କାଲିର ରାବେଣା କଥା ମନେ ପକେଇ ବହୁତ ହସିଲୁ । ମୁଁ କହିଲି “ ଆଜି ବି ଯିବା ଚଗଲା , ମୁଁ ସ୍କୁଲ ଅସିଲା ବେଳେ ଦେଖିଲି ସେ କଣ ମୁଣ୍ଡ ଗଛରେ ବେସ୍ ଭଲ କଲମି ଆମ୍ବ ହୋଇଛି ।“ ହଉ ଠିକ୍ ଅଛି ସ୍କୁଲରୁ ଫେରିଲା ବେଳେ ଯିବା “ ଚଗଲା କହୁ କହୁ ସ୍କୁଲ୍ ଘଣ୍ଟି ବାଜିଗଲା ।ଶ୍ରେଣୀ ଗୃହକୁ ଗଲୁ । ଶେଷ ପିରିଅଡ୍ ସରିବାକୁ ଥାଏ, ଦୁହେଁ ଦୁହିଁକୁ ଚାହିଁ ବଗିଚାକୁ ଯିବା ପାଇଁ ଆଖି ଠାରାଠରି ହୋଇଗଲୁ। ସ୍କୁଲ ଛୁଟି ହେବା କ୍ଷଣି ଆମେ ଟିକିଏ ଜାଣିଶୁଣି ବିଳମ୍ବ କରି ସ୍କୁଲ ବାହାରେ ଜଗି ରହିଲୁ । ଯେମିତି ସବୁ ପିଲା ସ୍କୁଲରୁ ଘରକୁ ଚାଲିଗଲେ ଆମେ ବଗିଚାରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲୁ। ବଗିଚା ଫାଟକରେ ଲୁଚି ଦେଖିଲୁ ରାବେଣା, ଆମେ ଯେଉଁ ଗଛ କଥା ଚିନ୍ତା କରିଥିଲୁ ସେହି ଗଛ ଛାଇରେ ଚଟେଇ ପାରି ଶୋଇଛି । ଚଗଲା ଦେଖି କହିଲା “ ସାଂଗ ଆଉ ସମ୍ଭବ ନୁହେଁ ରାବେଣା କବଳରୁ ଆମ୍ବ ଆଣିବା “। ତା କଥା ଶୁଣି ମୋ ମୁଣ୍ଡରେ ଗୋଟେ ଉପାୟ ଆସିଲା । ସଂଗେ ସଂଗେ କହିଲି “ ଚଗଲା ତୁ ଗୋଟେ କାମ କରେ “ ବଗିଚା ପଛପଟୁ ଯାଇ ପାଖରେ ଥିବା ଆମ୍ବ ଗଛକୁ ଟେକା ମାରେ । ସେ ତୁରନ୍ତ ମୋ କହିବା ଅନୁଯାଇ ବଗିଚା ପଛପଟୁ ଗଛ ଗୁଡିକୁ ଟେକା ମାରି ଚାଲିଲା । “ କିଏ କିଏ “ ବୋଲି ଗର୍ଜନ କରି ରାବେଣା ବଗିଚା ପଛପଟକୁ ଦୌଡିଗଲା । ରାବେଣା ଯେମିତି ସେ ଗଛ ମୂଳରୁ ଯାଏ ମୁଁ ଏହାର ସୁଯୋଗ ନେଇ ବଗିଚା ଭିତରେ ପଶିଗଲି ।ଭିତରେ ଯାଇ ଦେଖେ ତ ରାବେଣା ବଗିଚା ପଛପଟକୁ ଗାଳି ଗୁଲଜ କରିବାରେ ବେସ୍ତ। ମୁଁ ଆଉ ବିଳମ୍ବ ନ କରି ଗଛରେ ଚଢି ବଗିଚା ପାଖ ଖାଲି ଜମିକୁ ଆମ୍ବ ତୋଳି ଫୋପାଡି ଦେଇଗଲି । ଏତିକି ବେଳେ ରାବେଣା ଆସିବାର ଶବ୍ଦ ହେଲା । ତରବର ଗଛରୁ ଓଲ୍ହାଇ ପାଟକ ପାଖକୁ ଧିରେ ଧିରେ ଆସିଗଲି । “ଏ ପିଲା କୁଆଡେ?? ଭିତରେ କୁଆଡେ?? କହି ମୋ ପାଖକୁ ଦୌଡି ଆଇଲା ରାବେଣା। “ ଆଜି ମୋର ବେଳା ଖରାପ। କେବେ ବି ଧରା ପଡେନି । ଆଜି ତ ଘରେ କହିଦେବ । ବାପାଂକ ନିସ୍ତୁକ ମାଡ କଥା ମନେ ପଡିଗଲେ ଏବେଠୁ ପିଠି ଦରଜ ଲାଗୁଚି ,ଆଉ ମାଡ ଖାଇଲେ କଣ ହେବ ?? ଏ କଥା ଭବୁଥାଏ। ଏତିକି ବେଳେ ଦେଖିଲି ଗୋଟେ ଆମ୍ବଟେ ତଳେ ପଡିଛି । ହଠାତ ଉପାୟ ପାଂଚି କଅଁଳ ସ୍ୱରରେ କହିଲି” ସ୍କୁଲରୁ ଫେରୁଥିଲି ତ ଦେଖିଲି ଗୋଟେ ଆମ୍ବଟେ ପଡିଛି , ସେଥି ପାଇଁ ଫାଟକ ପାଖରେ ଛିଡା ହୋଇ ତୁମକୁ ଖୋଜୁଥିଲି। ଭାବିଲି ତୁମକୁ ପଚାରିକି ଏଇ ଆମ୍ବଟା ନେଇଥାନ୍ତି। ସେମିତି କିଛି ନାହି ,ଦେଲେ ଦବ ନ ଦେଲେ ପଳେଇବି” । ମୋ କଥା ଶୁଣି ସଂଗେ ସଂଗେ ସେ ନିଜେ ମୋତେ ଆମ୍ବଟା ଦେଇକି କହିଲା “ ଆଉ ଆସିବୁନି , ବାବୁ ଦେଖିଲେ ରାଗ ହେବେ। ସେଠୁ ଆସି ପାଖ ଜମିରୁ ସବୁ ଆମ୍ବ ଚଗଲା ଓ ମୁଁ ଗୋଟେଇ ଆଣିଲୁ । ସେ ଦିନ ଭାରି ଖୁସି। ବହୁତ ବଡ କାମଟେ କରିଦେଇଥିଲୁ। ତା ପର ଦିନ ଦୁହେଁ ଏକାଠି ସ୍କୁଲ ଗଲା ବେଳେ ଦେଖିଲୁ ବଗିଚା ବାହାରେ ରାବେଣା ଏକା ବସି ଚୁପ ଚାପ୍ କାନ୍ଦୁଛି । ତା ପାଖକୁ ଯାଇ ପଚାରିଲୁ “ କଣ ହେଇଛି କି ?? ଏମିତି କଣ ପାଇଁ କାନ୍ଦୁଛ ?? ରାବେଣା କାନ୍ଦ କାନ୍ଦ ହୋଇ ଯାହା କହିଲା , ମୁଁ ସିଧା ଚଗଲା ମୁହଁକୁ ଦେଖିଲି। ଚଗଲା କଣ ବୁଝିଲା ମୁଁ ଜାଣି ପାରିଲିନି ,କିନ୍ତୁ ସେ ହୁଏତ ମୋ ମନର କଥା ବୁଝି ପାରିଥିଲା । ସେ ସ୍କୁଲ ନ ଯାଇ ତାଂକ ଘର ଆଡେ ମୋତେ ଭିଡି ନେଲା ଆଉ ଘରୁ ଆମ୍ବ ସବୁ ଗୋଟେ ବ୍ୟାଗ୍ ରେ ଭର୍ତ୍ତି କରି ମୋ ହାତରେ ଧରେଇ ଦେଲା । ସିଧା ସିଧା ଆମେ ଦୁହେଁ ଚାଲିଲୁ ଗୋପାଳ ବାବୁଂକ ଘରକୁ। ତାଂକ ଘରେ ପହଂଚିଲା ବେଳକୁ ସେ ଆରାମ ଚୌକିରେ ବସି ଚା’ ପି ପି ଖବର କାଗଜ ପଢୁଥିଲେ । ସେ ଆମକୁ ଦେଖି କିଛି କହିବା ଆଗରୁ ଆମ୍ବ ବ୍ୟାଗ୍ ଟା ତାଂକ ଆଗରେ ଫୋପାଡି ଦେଲୁ ।“ସାମାନ୍ୟ କିଛି ଆମ୍ବ ପାଇଁ ଆପଣ ଘନିଆକୁ କାମରୁ କାଢିବା କଣ ଆପଣ୍ଂକ ବଡପଣର ପରିଚୟ ,ଯଦି ଏହା ଠିକ୍ ତା’ହେଲେ ଘନିଆର କିଛି ଭୁଲ୍ ନାହି । ଏ କାମ ଆମେ କରିଥିଲୁ ଆମ ଭୁଲ ପାଇଁ ସେ ଗରିବ ବିଚାରା କଣ ପାଇଁ ଦଣ୍ଡ ପାଇବ । ଆମକୁ ଦଣ୍ଡ ଦିଅନ୍ତୁ ବାବୁ ,ଘନିଆ ବହୁତ ଗରିବ । ଏତିକି କହୁ କହୁ ଗୋପାଳ ବାବୁ ଆମ ଦୁହିଁକୁ ଯାକି ପକେଇଲେ । କହିଲେ “ପିଲେ ମୋ ଆଖି ଖୋଲିଦେଲ । ମୋର ଏ ନିସ୍ପତି ନେବା ଆଗରୁ ଚିନ୍ତା କରିବାର ଥିଲା।” ତୁମେ ଏ ଆମ୍ବ ବି ନିଅ ଆଉ ମୁଁ ପ୍ରତିଶ୍ରୁତି ଦେଉଛି ଘନିଆକୁ ଆଉ କାମରୁ ବାହାର କରିବିନି। ଆମେ ଖୁସି ହୋଇ କହିଲୁ ବାବୁ ଗୋଟେ କାମ କରିବେ ଆମେ ଆପଣଙ୍କ ପଖକୁ ଆସିଥିଲୁ ଓ ଏ ଘଟଣା ପଛର ସତ୍ୟତା ଆମ ତିନି ଜଣଂକ ଭିତରେ ଗୋପନ ରଖିବେ। ତାଂକ ଘରୁ ଫେରିବା ପରେ ଆଉ ସେ ବଗିଚାକୁ କେବେ ବି ନଜର କରିନୁ ।“ବେଳେବେଳେ ଆମ ଖୁସି, ଅଜାଣତରେ କୋଉ ନିରୀହର ଦୁଃଖ ପାଲଟିଯାଏ“ ଏହାକୁ ଜୀବନ ବ୍ୟାପୀ ମନେ ରଖିଲୁ ।

ଶ୍ରୀୟାକାନ୍ତ ପଟ୍ଟନାୟକ

ସ୍କୁଲ୍ ଚଗଲା ରାବେଣା

Rate the content


Originality
Flow
Language
Cover design

Comments

Post

Some text some message..