Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବିକ୍ରମ ବେତାଳ - ୬୦

ବିକ୍ରମ ବେତାଳ - ୬୦

6 mins
7.0K


କନକ ସୁନ୍ଦରୀ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଯେ ନିଶାର୍ଦ୍ଧରେ ଏଭଳି ବିପଜ୍ଜନକ କାମ ହାତକୁ ନେଇଛ, ଏହା ପଛରେ ନିଶ୍ଚେ କାହାରି ପରାମର୍ଶ ରହିଛି । ସେ ଲୋକର ପ୍ରଭାବ ତମ ଉପରେ କେତେଦୂର ତା ତ ମୁଁ ଜାଣେନା । ଅନେକ ସମୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପ୍ରଭାବ କଟାଇବା ରାଜାମାନଙ୍କ ପକ୍ଷରେ କଠିନ ବୋଲି ଦେଖାଯାଇଛି । ତୁମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ହେବ ।”

ଏହାପରେ ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । ଯଶୋବନ୍ତପୁର ରାଜ୍ୟର ରାଜା କୂଳଦୀପ ଜଣେ ବିଜ୍ଞ ଶାସକ ଥିଲେ । ତାଙ୍କ ସୌଭାଗ୍ୟକୁ ତାଙ୍କୁ ଏପରି ଜଣେ ମନ୍ତ୍ରୀ ଜୁଟିଥିଲେ, ଯିଏ କି ଏକାଧାରେ ବୁଦ୍ଧିମାନ ତଥା ଦୂରଦର୍ଶୀ ମଧ୍ୟ ଥିଲେ । ରାଜା ଓ ମନ୍ତ୍ରୀଙ୍କ ଭିତରେ ଗଭୀର ସଖ୍ୟ ଥିଲା । ଦୁହେଁ ପରସ୍ପରକୁ ଠିକ୍ ଭାବରେ ବୁଝୁଥିଲେ ।

ରାଜା କୂଳଦୀପ ବୃଦ୍ଧ ହେବା ସଙ୍ଗେ ସଙ୍ଗେ ଗୋଟାଏ କଠିନ ବେମାରରେ ବି ପଡିଲେ । ସେ ବୁଝିପାରିଲେ ଯେ ତାଙ୍କର ଆଉ ବେଶିଦିନ ବଂଚିବାର ନାହିଁ । ସେ ଯୁବରାଜ ରବିଚନ୍ଦ୍ରଙ୍କୁ ଡାକି ଏକାନ୍ତରେ କହିଲେ, “ବାପା, ମୁଁ ପରପାରିକୁ ଚାଲିଲି । ପ୍ରଜାକୂଳଙ୍କ ହିତ ପାଇଁ ମୁଁ ଯାହା ପାରିଛି କରିଛି । ତୁମ୍ଭେ ସେହି ପରମ୍ପରାକୁ ଆଦୌ ଟଳିବ ନାହିଁ । ତୁମ୍ଭ ପାଇଁ ମୁଁ ଗୋଟିଏ ଦୁର୍ଲଭ ସମ୍ପଦ ଛାଡି ଯାଉଛି । ତାହା ରାଜ୍ୟ ନୁହେଁ, କି କୌଣସି ଗନ୍ତାଘର ବି ନୁହେଁ, ମନ୍ତ୍ରୀ ସୁକୀର୍ତ୍ତି । ସେ ଯେଯାଏଁ ଜୀବିତ ଅଛନ୍ତି, ତାଙ୍କ ପରାମର୍ଶ ମାନି ଚଳିବ ।”

ଏହା କହିବାର ଅଳ୍ପ ସମୟ ଭିତରେ ସେ ରାଜାଙ୍କର ମୃତ୍ୟୁ ହେଲା । ପ୍ରଥା ଅନୁସାରେ ରବିଚନ୍ଦ୍ର ସଙ୍ଗେ ସଙ୍ଗେ ସିଂହାସନରେ ବସି ପିତାଙ୍କ ସତ୍କାରର ସବୁ ପ୍ରକାର ବ୍ୟବସ୍ଥା କଲେ । ତା’ପରେ ବିଧିବଦ୍ଧ ଭାବରେ ତାଙ୍କର ଅଭିଷେକ ହେଲା । ଅଭିଷେକ ପରେ ପରେ ନୁଆ ରାଜା ତାଙ୍କ ମନୋନୀତ ମନ୍ତ୍ରୀଙ୍କ ନାମ ଘୋଷଣା କରିବା କଥା । ରାଜା ରବିଚନ୍ଦ୍ର ସୁକୀର୍ତ୍ତିଙ୍କୁହିଁ ତାଙ୍କ ମନ୍ତ୍ରୀ ରୂପେ ଘୋଷଣା କଲେ ।

କିଛିଦିନ ଗଲା । ଦିନେ ରାଜା ମନ୍ତ୍ରୀଙ୍କୁ ଗୋପନରେ କହିଲେ, “ମନ୍ତ୍ରୀବର, ଆମ ପଡୋଶୀ ରାଜ୍ୟ ସୋମଗଡର ରାଜା ଜୟପାଳ କ୍ରମେ ବେଶି ବେଶି ଶକ୍ତି ସଂଚୟ କରୁଛନ୍ତି । ଆମେ ତାଙ୍କୁ ଆକ୍ରମଣ କରି କାବୁ କରିଦେବା ଠିକ୍ ହେବ ନାହିଁକି?”

ମନ୍ତ୍ରୀ ନୀରବରେ କିଛିକ୍ଷଣ ଚିନ୍ତା କରି କହିଲେ, “ମହାରାଜ, ବର୍ତ୍ତମାନ ଆମେ ଯୁଦ୍ଧଯାତ୍ରା କରିବା ନାହିଁ ।”

ରାଜା ପ୍ରଶ୍ନ କଲେ “କାହିଁକି?”

ମନ୍ତ୍ରୀ ସୁକୀର୍ତ୍ତି କହିଲେ “ଜୟପାଳ ଆମର କ୍ଷତି କରିବାକୁ ଚାହାଁନ୍ତି ବୋଲି କୌଣସି ପ୍ରମାଣ ଆମ ପାଖରେ ନାହିଁ । ତେଣୁ ତାଙ୍କ ରାଜ୍ୟ ଆକ୍ରମଣ କରିବାର ଏକମାତ୍ର ଯୁକ୍ତି ତାକୁ ଅଧିକାର କରିବା । ଆମେ ଯଦି ପରାସ୍ତ ହେବା, ତେବେ ଆମର ସେହି ଦୁର୍ବଳତାର ସୁଯୋଗ ନେଇ ଅନ୍ୟ ଯେ କୌଣସି ରାଜ୍ୟ ଆମକୁ ଆକ୍ରମଣ କରି ବିପର୍ଯ୍ୟସ୍ତ କରିଦେବ ।”

ମନ୍ତ୍ରୀଙ୍କ ଏଭଳି ଯୁକ୍ତି ସେ ରାଜାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତେବେ ପିତାଙ୍କ ଉପଦେଶ ମନେ ପକାଇ ସେ ତାଙ୍କ ପରାମର୍ଶ ଗ୍ରହଣ କଲେ ଓ ଅଭିଯାନରୁ କ୍ଷାନ୍ତ ହେଲେ ।

କେଇଦିନ ପରେ ଥରେ ସେ ଶୀକାର କରିବାକୁ ବାହାରିଛନ୍ତି, ମନ୍ତ୍ରୀ କହିଲେ, “ମହାରାଜ, ଆଜି ବଣକୁ ଯା’ନ୍ତୁ ନାହିଁ ।”

ରାଜାଙ୍କ ଉତ୍ସାହରେ ଭଟ୍ଟା ପଡିଗଲା । ସେ ଆଶ୍ଚର୍ଯ୍ୟ ଓ ସାମାନ୍ୟ ବିରକ୍ତ ହୋଇ ପଚାରିଲେ, “କାହିଁକି ଯିବି ନାହିଁ?”

ମନ୍ତ୍ରୀ କହିଲେ “ମେଘ ଓ ପବନର ଗତିରୁ ମନେହୁଏ ଚାରିଘଂଟା ଭିତରେ ଘୋର୍ ବର୍ଷା ହେବ । ଆଉ ତାଛଡା ସେ ବଣ ପାଖରେ ଆଶ୍ରୟ ନେଲାଭଳି ସେମିତି କୌଣସି ସ୍ଥାନ ବି ନାହିଁ । ତାପରେ ବର୍ଷାରେ କ’ଣ ବା ଶୀକାର କରିବେ?”

ରବିଚନ୍ଦ୍ର ତାଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରାସାଦ ଭିତରକୁ ଫେରିଗଲେ । କିନ୍ତୁ ପାଞ୍ଚଘଂଟା ବିତିଯିବା ସତ୍ତ୍ୱେ ମଧ୍ୟ ବର୍ଷା ନ ହେବାରୁ ସେ ମନ୍ତ୍ରୀଙ୍କୁ ଡକାଇ କହିଲେ, “ଆପଣ ମୋ ଶୀକାର ଯିବା ବନ୍ଦ କଲେ । ଅଥଚ ବର୍ଷା ହେଲା ନାହିଁ ।”

ମନ୍ତ୍ରୀ କହିଲେ, “ମହାରାଜ, ମୋ ଜ୍ଞାନ ବୁଦ୍ଧି ଅନୁସାରେ ମୁଁ ଯାହା ଠିକ୍ ଭାବିଲି କହିଲି । ମୁଁ ଯେ ସର୍ବଦା ନିର୍ଭୁଲ ପ୍ରମାଣିତ ହେବି ବୋଲି କହିପାରିବି ନାହିଁ । ତେବେ ବର୍ଷା ସିନା ରାଜଧାନୀରେ ହୋଇ ନାହିଁ, ବଣ ମୁଲକରେ ହୋଇଥିବ ବୋଲି ମୋର ବିଶ୍ୱାସ ।”

ରାଜା ବଣ ମୁଲକକୁ ଲୋକ ପଠାଇ ଖବର ନେଲେ । ବାସ୍ତବିକ୍ ବଣରେ ଭୀଷଣ ବର୍ଷା ହୋଇଯାଇଥିଲା । ପାହାଡିଆ ନଈ ଉଛୁଳୁଥିଲା ।

ତେଣିକି ସେ ରାଜା ମନ୍ତ୍ରୀଙ୍କ କଥା ଉପରେ ଆଉ କେବେବି କଥା କହନ୍ତି ନାହିଁ ।

ଛଅମାସ ପରେ ହଠାତ୍ ଦିନେ ମନ୍ତ୍ରୀ ରାଜାଙ୍କୁ ଗୋପନରେ କହିଲେ, “ମହାରାଜ, ସୋମଗଡର ରାଜା ଜୟପାଳ ଆମ ରାଜ୍ୟ ଆକ୍ରମଣ କରିବା କଥା ଭାବୁଛନ୍ତି ବୋଲି ଗୁପ୍ତଚରଠୁଁ ମୁଁ ଖବର ପାଇଲି ।”

ରାଜା ଅସନ୍ତୁଷ୍ଟ ଭାବରେ କହିଲେ “ମନ୍ତ୍ରୀବର! ମୁଁ ତ ସେଥିପାଇଁ ତାଙ୍କ ରାଜ୍ୟ ଆକ୍ରମଣ କରିବାକୁ କହୁଥିଲି । ଏବେ ବିଳମ୍ବରେ ସେଇଆ କରିବାକୁ ହେବ!”

ମନ୍ତ୍ରୀ କହିଲେ “ନା, ମହାରାଜ, ଯୁଦ୍ଧ କଲେ ବହୁତ କ୍ଷତି ହେବ ।”

ମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ବିଦ୍ରୁପ କରି ପଚାରିଲେ, “ତେବେ କ’ଣ ବିନା ଯୁଦ୍ଧରେ ଆମେ ତାଙ୍କର ଅଧୀନତା ସ୍ୱୀକାର କରିନେବା?”

ମନ୍ତ୍ରୀ କିନ୍ତୁ ଶାନ୍ତ କଣ୍ଠରେ କହିଲେ, “ନା ମହାରାଜ, ମୋର ପ୍ରସ୍ତାବ ପୁରାପୁରି ଭିନ୍ନ । ରାଜା ଜୟପାଳଙ୍କର କନକସୁନ୍ଦରୀ ନାମରେ ଏକ ସୁନ୍ଦରୀ ଓ ବୁଦ୍ଧିମତୀ କନ୍ୟା ଅଛି । କୌଣସି ଆପତ୍ତି ନଥିଲେ ତାଙ୍କ ସହ ଆପଣଙ୍କ ବିବାହର ପ୍ରସ୍ତାବ ପଠାଇବା ।”

ରବିଚନ୍ଦ୍ର ବି କନକସୁନ୍ଦରୀଙ୍କ ରୂପଗୁଣ ବିଷୟରେ ବହୁତ ଶୁଣିଥିଲେ । ମନ୍ତ୍ରୀଙ୍କ ପ୍ରସ୍ତାବରେ ସେ ସାଦର ସମ୍ମତି ଦେଲେ ।

ଜୟପାଳ ରବିଚନ୍ଦ୍ରଙ୍କ ବିବାହ ପ୍ରସ୍ତାବ ପାଇ ବହୁତ ଖୁସି ହେଲେ । ସେ ଅନ୍ତଃପୁରକୁ ଯାଇ ରାଜକନ୍ୟାଙ୍କ ମତ ଚାହିଁଲେ ।

ରାଜକନ୍ୟା କହିଲେ “ବାପା, ଆପଣ ପରା ଯଶୋବନ୍ତପୁର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ? ହଠାତ୍ ଏ ବାହାଘର ପ୍ରସଙ୍ଗ କିପରି ଉଠିଲା? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ।”

ରାଜା କହିଲେ “ଜେମା, ମୁଁ ଯଶୋବନ୍ତପୁର ଆକ୍ରମଣ କରିବାକୁ ଉଦ୍ୟତ ହେବାର କାରଣ ଯୁବକରାଜା ରବିଚନ୍ଦ୍ର ପ୍ରତି ମୋର ଭୟ । ସେ କାଳେ ପ୍ରଥମେ ଆମ ରାଜ୍ୟ ଆକ୍ରମଣ କରିବେ । କିନ୍ତୁ ବର୍ତ୍ତମାନ ଦେଖୁଛି ମୋ ଜାମାତା ହେବା ତାଙ୍କ ଇଚ୍ଛା!”

ରାଜକନ୍ୟା ପଚାରିଲେ “ଆପଣ ଯେତେବେଳେ ତାଙ୍କ ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ, ସେତିକିବେଳେ ସେପଟୁ ବିବାହ ପ୍ରସ୍ତାବ ଆସିଗଲା, ଏ ଯୋଗାଯୋଗ ତୁମକୁ କ’ଣ ଅଦ୍ଭୁତ ଲାଗୁନାହିଁ?”

ରାଜା ଜୟପାଳ ଚିନ୍ତା କରି କହିଲେ, “ଯଶୋବନ୍ତପୁରର ମନ୍ତ୍ରୀ ସୁକୀର୍ତ୍ତି ଅତ୍ୟନ୍ତ ବୁଦ୍ଧିମାନ ଓ ବିବେକୀ । ତାଙ୍କରି ପରାମର୍ଶ କ୍ରମେ ଏହା ହୋଇଥାଇ ପାରେ ।”

ରାଜକନ୍ୟା କହିଲେ, “ବାପା, ମୁଁ ଶୁଣିଛି ରାଜା ରବିଚନ୍ଦ୍ର ତାଙ୍କ ମନ୍ତ୍ରୀଙ୍କ ଅନୁମତି ବିନା ଶୀକାର କରିବାକୁ ବି ଯାଆନ୍ତି ନାହିଁ । ଯିଏ ମନ୍ତ୍ରୀ କଥାରେ ସବୁ କରେ, ସିଏ ଯେ କାଲି ମନ୍ତ୍ରୀ କଥାରେ ମୋତେ କାହିଁକି ପରିତ୍ୟାଗ ନ କରିବ? ଆପଣ କହି ପଠାନ୍ତୁ, ମୋର ସର୍ତ୍ତ ହେଲା ସେ ତାଙ୍କ ମନ୍ତ୍ରୀଙ୍କୁ ନିର୍ବାସିତ କଲେ ମୋ ସହ ବିବାହ ହୋଇ ପାରିବ!”

ରାଜା ଜୟପାଳ ସେହି ମର୍ମରେ ସମ୍ବାଦ ପଠାଇଲେ । ତାହା ଶୁଣିବା ମାତ୍ରେ ରାଜା ରବିଚନ୍ଦ୍ର ଉତ୍ତେଜିତ ହୋଇ କହିଲେ, “ଏଭଳି ସର୍ତ୍ତ ଘୋର୍ ଅପମାନଜନକ!”

କିନ୍ତୁ ମନ୍ତ୍ରୀ ସୁକୀର୍ତ୍ତି କହିଲେ, “ମହାରାଜ, ମୁଁ ବୃଦ୍ଧ ହେଲଣି । ମୋତେ ଅନୁମତି ଦିଅନ୍ତୁ, ମୁଁ ଆପଣଙ୍କ ଅଧୀନରେ ଥିବା କ୍ଷୁଦ୍ର ଦ୍ୱୀପ ସାଗରପୁରୀରେ ଯାଇ ମୋର ଶେଷ ଜୀବନ ଯାପନ କରେ ।”

“ଅସମ୍ଭବ! ଆପଣ ମୋର ମନ୍ତ୍ରୀ । ଆପଣଙ୍କ ରହିବା ନ ରହିବା ଉପରେ କାହାରି କିଛି କହିବାର ଅଧିକାର ନାହିଁ । ସେନାପତି! ଯୁଦ୍ଧଯାତ୍ରା ପାଇଁ ପ୍ରସ୍ତୁତ ହୁଅ!” ଏହିଭଳି ଭାବେ ରାଜା ରବିଚନ୍ଦ୍ର ହୁକୁମ୍ ଦେଲେ ।

ତିନିଦିନେ ପରେ ଯଶୋବନ୍ତପୁରର ସେନାନୀ ସୋମଗଡ ରାଜ୍ୟ ସୀମାନ୍ତରେ ଯାଇ ପହଁଚିଲେ । ତତ୍କ୍ଷଣାତ୍ ରାଜନଅରରୁ ଖବର ଆସିଲା, ରାଜକନ୍ୟା ବିନା କୌଣସି ସର୍ତ୍ତରେ ବିବାହ ପାଇଁ ପ୍ରସ୍ତୁତ ।

ରବିଚନ୍ଦ୍ର ସେନାବାହିନୀ ପ୍ରତ୍ୟାହାର କରିନେଲେ । ମହାସମାରୋହରେ କନକସୁନ୍ଦରୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହେଲା ।

ବେତାଳ ଟିକିଏ ନୀରବ ରହି ତୀବ୍ର କଣ୍ଠରେ ପ୍ରଶ୍ନ କଲା, “ରାଜା! କନକସୁନ୍ଦରୀଙ୍କ ବ୍ୟବହାର ନିହାତି ପିଲାଳିଆ ନୁହେଁ କି? ସେ ବିବାହ ପାଇଁ ସର୍ତ୍ତ ରଖିଲେ, ଅଥଚ ସର୍ତ୍ତ ପୂରଣ ନ ହେବା ସତ୍ତ୍ୱେ ବିବାହ ସକାଶେ ସେ କିପରି ରାଜି ହେଲେ? ଭୟଭୀତ ହୋଇ ତ? ଏପରି ସର୍ତ୍ତର କିଛି ମାନେ ହୁଏ? ରାଜା ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ରାଜକୁମାରୀ କନକସୁନ୍ଦରୀ ଅତ୍ୟନ୍ତ ବୁଦ୍ଧିମତୀ । ପ୍ରକୃତରେ ସେ ଯାହା ଜାଣିବାକୁ ଚାହୁଁଥିଲେ, ତାହା ଜାଣିଗଲେ । ରାଜା ରବିଚନ୍ଦ୍ରଙ୍କର ନିଜର ବ୍ୟକ୍ତିତ୍ୱ ଅଛି ନା ସେ ସଦା ସର୍ବଦା ଖାଲି ମନ୍ତ୍ରୀଙ୍କ କଥାରେ ଚଳନ୍ତି, ତାହାହିଁ ଜାଣିବା ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା । ତାଙ୍କ ଯୁଦ୍ଧଯାତ୍ରା ପ୍ରମାଣ କରୁଛି ଯେ ଆବଶ୍ୟକ ହେଲେ ସେ ନିଜ ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟ କରିବେ ।”

“ରାଜକନ୍ୟା ଭୟଭୀତ ହେବାର କୌଣସି କାରଣ ନ ଥିଲା । କାରଣ ସୋମଗଡ ଯଶୋବନ୍ତପୁର ଆକ୍ରମଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଯାଇଥିଲା । ବରଂ ରବିଚନ୍ଦ୍ର ହଠାତ୍ ନିଜ ସୈନ୍ୟବାହିନୀ ଧରି ଆସିଥିବାରୁ ଯଥେଷ୍ଟ ପ୍ରସ୍ତୁତି ଅଭାବରୁ ହାରି ଯିବାର ସମ୍ଭାବନା ଥିଲା ।”

ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


Rate this content
Log in

Similar oriya story from Children