Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Kumar Bindhani

Others

5.0  

Basanta Kumar Bindhani

Others

ଥଟ୍ଟା

ଥଟ୍ଟା

2 mins
554


ଦାଣ୍ଡଦୁଆର ପାଖ ପିଣ୍ଡାରେ ବସି ହରିଆ ମା ରାସ୍ତାକୁ ଚାହିଁରହିଛି ଏକ ଧ୍ୟାନରେ । ସଞ୍ଜ ଆସି ବୁଡି ବାକୁ ବସିଲାଣି । ଆଜି ବି ତା ପୁଅ ହରିଆ କଟକ ରୁ ଫେରିଲା ନହିଁ । ଗାଁ ମୁଣ୍ଡରେ ଥିବା ମନ୍ଦୀର ଘଣ୍ଟ ସ୍ୱର ବାଜିବାର ଶୁଣି ହରିଆ ମା ହାତ ଯୋଡି ମୁଣ୍ଡିଆ ମାରିଲା । ପୁଅ ହରିଆକୁ ଜଲଦି ଘରକୁ ଫେରେଇ ଦେବା ପାଇଁ ଠାକୁରଙ୍କୁ ଗୁହାରି କଲା I

ପ୍ରତ୍ୟେକ ଦିନ ବୁଢ଼ୀ ଏମିତି ପୁଅର ଫେରିବା ବାଟକୁ ଚାହିଁରହିଥାଏ ଆଉ ମନ୍ଦିର ଘଣ୍ଟି ଶୁଣିବା ପରେ ଘର ଭିତରକୁ ଯାଏ । କିନ୍ତୁ ଆଜି ଠିକ ସେହି ସମୟରେ କଟକକୁ କୌଣସି କାମରେ ଯାଇଥିବା ବ୍ରାହ୍ମଣ ସାହିର ବର୍ଣ୍ଣମାଳି ଦାଶ ସେହି ରାସ୍ତା ଦେଇ ଘରକୁ ଫେରୁଥାଏ । କୋଡିଏ କି ବାଇଶି ବର୍ଷର ଭେଣ୍ଡା ଟାଏ । ବୁଢ଼ୀକୁ ଦେଖି ହସଭରା କଣ୍ଠରେ କହିଲା, " ଲୋ ହରିଆ ମା, ଆଜି ତୋ ପୁଅ ସହ କଟକରେ ଦେଖା ହେଇଥିଲା-ସେ କହିଛି କାଲି ଘରକୁ ଆସିବ"। ଖୁସିରେ ବୁଢ଼ୀର ଆଖିରୁ ଦୁଇ ଧାର ଲୁହ ଝରିଗଲା । ସତରେ ଏତେ ଦିନକ ପରେ ଠାକୁରେ କଣ ତା କଥା ଶୁଣିଲେ ! ଦୀର୍ଘ ୧ ବର୍ଷ ପରେ ପୁଅ ଘରକୁ ଫେରିବା ଖୁସିରେ ତାକୁ ରାତିରେ ନିଦ ହେଲା ନାହିଁ ।

ପରଦିନ କୁକୁଡ଼ା ରାବିବା ପୂର୍ବରୁ ତାର ନିଦ ଭାଙ୍ଗିଗଲା । ପୁଅ ହରିଆ ପାଇଁ ରୋଷେଇ କରିବା ଆରମ୍ଭ କରିବାକୁ ବାହାରିଲା, ଏକୁଟିଆ ଲୋକ, ଝାଟି ମାଟିର ସଂସାର, କାଳେ ବିଳମ୍ବ ହୋଇଯିବ । ତର ତର ହୋଇ ପଡୋଶୀ ପ୍ରଧାନ ଘରୁ ନିଆଁ ଟିକେ ଡିବି ଦ୍ୱାରା ମାଗିଆଣିଲା ଏବଂ ଚୁଲି ଲଗାଇଲା । ଗଲା ବାତ୍ୟାରେ ବାରିରେ ଥିବା ସଜନା ଗଛଟି ଭାଙ୍ଗି ଯାଇଛି । ପୁଅ ସଜନା ଶାଗ ଭାରି ଭଲ ପାଏ, ଏଣୁ ପଡୋଶୀ ଘର ଗଛରୁ କେଇ ଡେମ୍ପା ସଜନା ପାରିଆଣିଲା । ନିଜ ପିଲା ପରି ପାଳିଥିବା କୁକୁଡ଼ା ଟିକୁ ମଧ୍ୟ ମାରି ତରକାରୀ କଲା । ବାରିରେ ଯାହା ଶାଗ ମୁଗ ଥିଲା ସେଥିରେ ନ ତିଅଣ ଛ ଭଜା ପ୍ରସ୍ତୁତ କଲା ଓ ପୁଅର ଫେରିବା ବାଟକୁ ଚାହିଁରହିଲା ।

ବେଳ ବୁଡିବାକୁ ବସିଲାଣି । ଗାଁ ମୁଣ୍ଡ ଦେଇ ଆସୁଥିବା ଏକ ମାତ୍ର ବସ ବି କେବେଠୁ ହର୍ର୍ଣ ମାରି ଯାଇ ସାରିଲାଣି । ହେଲେ ପୁଅ ହରିଆ କାହିଁ ! ଅପେକ୍ଷା କରିକରି ଆଖିରୁ ପାଣି ମଲାଣି । କିଛି ବୁଦ୍ଧି ନପାଇ ବର୍ଣ୍ଣମାଳିକୁ ଯାଇ ପଚାରିଲା - " ତୁ କହିଥିଲୁ ଆଜି ମୋ ପୁଅ ଆସିବ ବୋଲି; ଆସି ମୁହଁ ଅନ୍ଧାର ହେଲାଣି, ଏଯାଏ ଆସିନି" ।

ବର୍ଣ୍ଣମାଳି ତା କଥା ଶୁଣି ହସି ହସି କହିଲା -"ଲୋ ହରିଆ ମା; ମୁଁ ଏମିତି ଥଟ୍ଟାରେ କହିଦେଇଥିଲି କାଲି, ତୁ ସତ ଭାବି ନେଲୁ କି? " ବୁଢ଼ୀର ମୁଣ୍ଡରେ ବଜ୍ର ପଡିଲା ଭଳି ଲାଗିଲା । ଆଖିରୁ ପୁଣି ଥରେ ଦୁଇ ଧାର ଲୁହ ଝରିବାକୁ ଲାଗିଲା । କିନ୍ତୁ ଏ ଲୁହ ଥିଲା ଅସୁମାରୀ ଦୁଃଖର ।

ବୟସର ଅପରାହ୍ନ ପାରି କରିସାରିଥିବା ସରଳ ଓ ନିରୀହ ହରିଆ ମା ବା କେମିତ ବୁଝି ଥାନ୍ତା ପବନା ବର୍ଣ୍ଣମାଳିର ଥଟ୍ଟା !?


Rate this content
Log in