Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -197
ଜହ୍ନମାମୁଁ -197
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2 Minutes   7.5K    20


Content Ranking

ନିମନ -୧

ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି ।

ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଗଲେ ସେ ବଡ ଆନନ୍ଦ ପାଏ । କାହାକୁ ନାନା କଥା କହି ଠକାଠକି କରି ମଧ୍ୟ ସେ କିଛି ପାଏ । ତା’ଛଡା କାହା ଘରେ ଯଦି ଜନ୍ମଦିନ, ବିବାହ ବା ଶ୍ରାଦ୍ଧ ଇତ୍ୟାଦି ହେଉଥାଏ, ତେବେ ସେ ଯାଇ ସେଠାରେ ହାଜର । ଟିକିଏ ବୋଲହାକ କରିଦେଇ ପେଟଭରି ସେ ଖାଏ । ମାଗଣା ଖାଇବାରେ ତ’ର ବଡ ଖୁସି ।

ବଦ୍ରିନାଥ ସେ ଗାଁକୁ ଅଳ୍ପ କିଛିଦିନ ହେବ ଆସିଥାଏ । ତା’ଘରେ କିଛି ପୂଜା ହେବାର କଥା । ତେଣୁ କଦଳୀଗଛ, ଆମ୍ବଡାଳ ଓ ପତ୍ର ସଜାଇବାକୁ ତା’ର ଦରକାର ପଡିଲା । ବଦ୍ରିନାଥ ନିମନକୁ ଏ ବିଷୟରେ କହିଲା । ନିମନ କହିଲା, “ଆରେ ସେଦିନ ତ ମୋର ରାମଶାସ୍ତ୍ରୀ ଘରେ ନିମନ୍ତ୍ରଣ ଅଛି । ତେବେ ମୁଁ ସେଠାରେ ଖାଇ ହୁଏତ ଏଠାକୁ ଚାଲି ଆସିବି । ଡାକିଛ ଯେତେବେଳେ କ’ଣ କରାଯାଏ । ଘର କଥା ତ ।”

ଏକବାରେ ନୂଆ ଲୋକ ନିଜ ଘର ଲୋକ ପରି କଥା କହୁଛି । ବଦ୍ରିନାଥକୁ ଟିକିଏ ଅଡୁଆ ଲାଗିଲା । ନିଜ ପଟରୁ ଆବଦାର କରି ଜଣେ ଆସୁଛି ତାକୁ କ’ଣ କରାଯିବ? ତେଣୁ ସେ କହିଲା, “ହଁ, ନିଶ୍ଚୟ ଆସିବ ଓ ଟିକିଏ ଚଂଚଳ ଆସିଯିବ ।”

ସେଦିନ ନିମନ କିନ୍ତୁ ଆସିଲା ନାହିଁ । ତା’ର ଅସଲ କାରଣ ହେଉଛି ଗ୍ରାମର ପୁରୋହିତ ନିଜ ପରିବାରକୁ ନେଇ ତୀର୍ଥଯାତ୍ରାକୁ ଯାଉଥିଲେ । ନିମନ ସେଠି ପହଁଚିଯାଇ କହିଲା, “ଚାଲନ୍ତୁ, ମୁଁ ମଧ୍ୟ ଆପଣଙ୍କ ସହିତ ଯିବି । ଆପଣମାନଙ୍କ ସେବା କରିବି । ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ଅବଶ୍ୟ ମୋର ଘରେ ଅନେକ କାମଦାମ ପଡିଛି, ପଡିଥାଉ; ତୀର୍ଥଯାତ୍ରା ପୁଣି ବ୍ରାହ୍ମଣସେବା, ଇଏ ତ ଭାଗ୍ୟରେ ଥିଲେ ମିଳେ ।” ବିଚାରା ପଣ୍ଡିତ କ’ଣ କରିବେ? ଦେଖିଲେ ଜଣେ ସାହାଯ୍ୟ କରିବାକୁ ନିଜ ପଟରୁ କହୁଛି; ଛୁଆପିଲା ସାଙ୍ଗରେ ଧରି ଯାଉଛି । କିଛିଟା ତ ସେ ସାହାଯ୍ୟ କରିବ । ତେଣୁ ତାକୁ ସେ ତାଙ୍କ ସାଙ୍ଗରେ ନେଲେ ।

ସେଦିନ ବଦ୍ରିନାଥ ରାତି ପର୍ଯ୍ୟନ୍ତ ତାକୁ ଅପେକ୍ଷା କଲା । ସେ ନ ଆସିବାରୁ ବାଧ୍ୟ ହୋଇ ସେ ଖାଇଲା ।

ସପ୍ତାହକ ପରେ ନିମନ ତୀର୍ଥଯାତ୍ରାରୁ ଫେରିଲା । ରାସ୍ତାରେ ବଦ୍ରିନାଥ ସହ ତା’ର ଦେଖା ହେଲା । ବଦ୍ରିନାଥ ରାଗିକରି କିଛି କହିବାରୁ ନିମନ କହିଲା, “ଛି ଛି, ରାଗିବା ବଡ ଖରାପ, ପଛକଥା ଭୁଲି ଯା । ପରିସ୍ଥିତିରେ ପଡି ଗ୍ରାମ ବାହାରକୁ ମୁଁ ପଳାଇଥିଲି । ଏଠାରେ ଥିଲେ କ’ଣ ଆସି ନଥା’ନ୍ତି? ଗ୍ରାମର ମୁଖିଆ ମଧ୍ୟ ମୋତେ ବଡ ସ୍ନେହରେ ଡାକିଥିଲେ; ତୁମକୁ କହୁନଥିଲି? ସେଠାକୁ କ’ଣ ଯାଇ ପାରିଲି? ମଣିଷ ଯାହା ଭାବେ ସେକଥା କ’ଣ ହୁଏ? ଗଲା କଥା ତ ଗଲାଣି । ଏବେ କ’ଣ, ଆଜି ମୁଁ ତୁମ ଘରେ ଦୁଇଥର ବରଂ ଖାଇନେବି । ମୋର ଅପରାଧ କ୍ଷମା ହୋଇଯିବ ।” ଏତିକି କହି ସେ ବଦ୍ରିନାଥ ସହିତ ତା’ ଘରଆଡେ ଚାଲିଲା । ବଦ୍ରିନାଥ ତ ସ୍ୱପ୍ନରେ ସୁଧା କେବେବି ଭାବିନଥିଲା ଯେ ତା’ ରାଗର ପରିଣାମ ଏଇଆ ହେବ ବୋଲି । ପୁଣି ଆଜି ତ କିଛି ପୂଜା ଉତ୍ସବ ବି ନୁହେଁ । ଏବେ ଭଦ୍ରଲୋକ ହଠାତ୍ ପହଁଚିବା ବେଳକୁ ସ୍ତ୍ରୀ କେଉଁଠୁ କ’ଣ ଆଣି ରାନ୍ଧିବ । ମହା ଅଡୁଆ ହେଲା ତ; ମଣିଷ ମହରଗରୁ ଯାଇ କାନ୍ତାରରେ ପଡିଲା ।

ବିଦର ନିମନ ପରିଶ୍ରମ

Rate the content


Originality
Flow
Language
Cover design

Comments

Post

Some text some message..