Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଶୁଆର ଚତୁରତା

ଶୁଆର ଚତୁରତା

2 mins
7.5K


ଶ୍ରୀମତୀ ଲୀନା ମିଶ୍ର

ଦନେଇ ଦାସଙ୍କ ଝିଅ କୁନି ସବୁବେଳେ ଗାଁ ପାଖ ପୋଖରୀରେ ଥିବା ଗଛମୂଳରେ ଯାଇ ବସେ l ଗଛ ମୂଳରେ ଯାଇ ବସେ l ଗଛ ମୂଳେ ସୁଲୁସୁଲିଆ ପବନ l ପୋଖରୀରେ ଧୀର ଧୀର ଲହଡ଼ିର ଶବ୍ଦ ତାକୁ ବହୁତ ଭଲ ଲାଗେ l ସେହି ଗଛରେ ପ୍ରତିଦିନ ଏକ ଶୁଆ ଆସି ବସେ l କୁନି ତା’ ପାଇଁ କେତେବେଳେ ଖାଇବା ଜିନିଷ ଆଣି ତାକୁ ଡ଼ାକେ l ଏମିତି ଦୁଇଜଣଙ୍କ ଭିତରେ ଭଲ ସମ୍ପର୍କ ରହିଲା l ଦୁଇଜଣ ସାଙ୍ଗ ହୋଇ ଗଲେ l ଶୁଆ ପାଇଁ କୁନି ଖାଇବା ଜିନିଷ ଆଣେ l ମିଶିଦୁଇ ଜଣ ଖାଆନ୍ତି l କୁନି ତାକୁ ଗପ କହେ , ତା’ ସାଥିରେ କଥା ହେଉଥାଏ l ସଞ୍ଜ ହେଲେ ଶୁଆ ଗଛକୁ ପଳାଏ ଏବଂ କୁନି ତା’ ଘରକୁ l

କିଛିଦିନ ପରେ କୁନିର ଜନ୍ମଦିନ ପଡ଼ିଲା l କୁନି ଶୁଆକୁ କହିଲା ମୋର ଆଜି ଜନ୍ମଦିନ ତୁମେ ମୋ ପାଖକୁ ଆସିବ l ହେଲେ ଶୁଆ ଜାଣିଛି ତା’ର ଜନ୍ମଦିନରେ କେତେ ସାଙ୍ଗସାଥି କେତେ ଜିନିଷ ଆଣିବେ l କେତେ ଖେଳନା, କେତେ ଖାଇବା ଦ୍ରବ୍ୟ ଆଣିବେ l ଶୁଆ ଚିନ୍ତା କଳା କୁନିର ଜାମୁ କୋଳି ଭାରି ଆଗ୍ରହ l ତେଣୁ ସେ ଚିନ୍ତା କଲା କୁନି ପାଇଁ ଜାମୁ କୋଳି ନେଇକି ଯିବ l ଜାମୁ କୋଳି ଆଣିବା ପାଇଁ ବୁଲିବୁଲି ଏ ଡ଼ାଳରୁ ସେ ଡ଼ାଳରୁ ସେଡାଳ ଗୋଟିଏ ପତ୍ର ମୁଣି ଧରି ତୋଳିଲା l କୋଳି ତୋଳି ସଞ୍ଜ ହୋଇଗଲା l ଶୁଆ ଜାମୁକୋଳି ନେଇ ଆସୁଛି ହଠାତ୍ ତା ଥଣ୍ଟରୁ ଜାମୁକୋଳି ଖସିଗଲା l ତଳେ ବୁଦାରେ ଗୋଟିଏ ଠେକୁଆ ଥିଲା l ଶୁଆ କୋଳି ଆଣିବାକୁ ଯିବାରୁ ତାକୁ ଖାଇବ କହିଲା l ଶୁଆ କହିଲା, ଠେକୁଆ ଭାଇ ! ମୋର ସାଙ୍ଗର ଜନ୍ମଦିନ ମୋତେ ଏବେ ଛାଡ଼ି ଦିଅ, ମୁଁ ମୋ ସାଙ୍ଗକୁ ଦେଖା ହୋଇଆସିଲେ ତୁମେ ମୋତେ ଖାଇବ l ମୋ ସାଙ୍ଗର ଜନ୍ମ ଦିନ ନାନାପ୍ରକାର ଖାଇବା ଜିନିଷ ତାଙ୍କ ଘରେ ଅଛି l ଆମେ ଯାଇ ଆଗ ତାଙ୍କ ଘରେ ଖାଇବା ତା’ ପରେ ତୁମେ ମୋତେ ଖାଇବ l ଠେକୁଆ ଶୁଆର ଏପରି ବିନତି ଶୁଣି ରାଜି ହୋଇଗଲା l ଠେକୁଆ କହିଲା, ଶୁଆ ତୁ ମୋ ପିଠିରେ ବସି ମୋତେ ଧରି ଥିବୁ l ମୁଁ ଜୋର୍ ରେ କୁଦା ମାରି ଶୀଘ୍ର ପଳେଈଯିବା l ଶୁଆ ଠେକୁଆ କଥାରେ ରାଜି ହୋଇଗଲା l

ଅନ୍ଧାର ରାତି l ଶୁଆ ସବୁବେଳେ ସେ ରାସ୍ତା ଦେଇ ଉଡ଼ି ଯାଉଥାଏ l ସେଠାରେ ଏକ ବ୍ୟବହାର ହେଉନଥିବା କୂଅଁ ଥିଲା l ସେଠାରେ ଡାଳସବୁ ପଡିଥିଲା l ଶୁଆ କହିଲା, ଠେକୁଆ ଭାଇ ଏଇ ରାସ୍ତା ଦେଇ ଯିବା l ଏ ରାସ୍ତାରେ ଗଲେ କୁନି ଘରେ ଶୀଘ୍ର ପହଞ୍ଚି ପାରିବା ନହେଲେ ଖାଇବା ସରିଯିବ l ଠେକୁଆ କ୍ଷିପ୍ର ଗତିରେ କୁଦାମାରି ଚାଲିଯାଏ l ହଠାତ୍ ଦୌଡ଼ିଲା ବେଳକୁ ସେ ସେହି କୂଅଁରେ ପଡ଼ିଗଲା l କିନ୍ତୁ ଶୁଆ ଉଡ଼ି ଉଡ଼ି ଆସି ଗଛ ଉପରେ ବସିଲା ଲ ଠେକୁଆ ପାଣି ଭିତରେ ପଡ଼ି ଛଟପଟ ହେଉଥାଏ l ଶୁଆକୁ ଡାକ ପକାଉଥାଏ l ଶୁଆ କହିଲା, ଆରେ ଠେକୁଆ ଭାଇ ମୁଁ କ’ଣ ତୋ’ ଭଳି ବୋକା ହୋଇଛି ? ପାତିରୁ ଖାଇବା ଛାଡ଼ି, ତୁ ଆଉ ଅନ୍ୟ ସୁଆଦିଆ ଜିନିଷ ଖାଇବା ପାଇଁ ଆସିଛୁ l ଏବେ ସେ କୂଅଁରେ ପଡ଼ି ମରେ l କୁନି ଶୁଆକୁ ରାତି ପର୍ଯ୍ୟନ୍ତ ବହୁତ ଖୋଜୁଥାଏ l ରାତିରେ ଶୁଆ କୁନି ସହିତ ଦେଖା କଲା ଏବଂ ସବୁ କଥା କହିଲା l କୁନି କହିଲା, ମୋର କିଛି ଦରକାର ନାହିଁ l ତୁମେ ନିରାପଦରେ ଆସି ପହଞ୍ଚିଗଲ ମୋ ପାଇଁ ବଡ଼ l ମୁଣ୍ଡରେ ବୁଦ୍ଧି ଥିଲେ ସବୁ ବିପତ୍ତିକୁ ସାମ୍ନା କରି ପାରିବା l ଶୁଆର ବୁଦ୍ଧି ଯୋଗୁଁ ଠେକୁଆ କୂଅଁରେ ପଡ଼ି ମଲା ଓ ଶୁଆର ଜୀବନ ରକ୍ଷା ପାଇଗଲା l


Rate this content
Log in

Similar oriya story from Children