Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Romance Abstract Others

3  

Sarada Parida

Romance Abstract Others

ନାମମାତ୍ର ପ୍ରେମ

ନାମମାତ୍ର ପ୍ରେମ

8 mins
7.6K



ରାତି ଯାକ ମାମଲତି କରି କରି ଡେରି ରାତିରେ ଶୋଇଥାଏ ସେଦିନ । ହଠାତ କୁଆଁ ପହର ବେଳକୁ କାଇଁ କାଇଁ କରି ବାଜି ଉଠିଲା ମୋବାଇଲ ଟା । ବଡ ବିରକ୍ତି କର । ଶୋଇବାର ସବୁତକ ମଜା ବିଗାଡି ଦେଲା ମୋବାଇଲଟା । ଏଇ ଭୋର ପହର ନିଦଟା ବିଗିଡି ଗଲେ ପୁରା ଦିନଟା ଯାକ ହାଲିଆ ।

ଆରକଡୁ ଗୋଟାଏ ଅଜଣା ନମ୍ବର । ଆଖି ମାଳ ମଳ ହେଇ ଫୋନ ଧରିଲି

--ହାଲୋ କିଏ କହୁଛନ୍ତି । କଣ ହେଲା

---ଆରେ ଜାଣିଛୁ ଦ୍ୟୁତି କାଲି ସୁଇଡ ସାଇଡ ଆଟେମ୍ପ୍ଟ କରିଥିଲା ,

---କେମିତି

---ବ୍ଲେଡ ରେ ହାତର ଭେନ କାଟି ଦେଇଛି । ରେଲୱେ ପୋଲିସ ତାକୁ ଭର୍ତ୍ତି କରିଛନ୍ତି ହସ୍ପିଟାଲରେ । ମୁଁ ଏବେ ତା ପାଖରେ , ବଡ ମେଡିକାଲ ରେ ।

--କେମିତି ଅଛି ଅବସ୍ଥା ତାର । ଭଲ ଅଛି ତ ? ଶାଳା

---ହଁ ସେନ୍ସ ନାହିଂ , ଗୁଡାଏ ବ୍ଲଡ଼ ବହିଯାଇଛି , ସେନ୍ସ ଆସିବାକୁ ସମୟ ଲାଗିବ , କିନ୍ତୁ ବିପଦ ମୁକ୍ତ ।

ଘର ଲୋକ ଜାଣିଲେଣି ନା ନାହିଂ ।

---ନା କହିନି । ଦେଖୁଛି ୱେଟ କରୁଛି । ନହେଲେ କହିବାକୁ ତ ବାଧ୍ୟ । ତୁ ତ ତାହା ସହ କାଲି ଥିଲୁ । କଣ ହୋଇଥିଲା କି ଏ ଭଳି ପିଲା ତ ସୁଇଡ ସାଇଡ କରିବନି ।

----ହଁ ରେ ଭାଇ । କାଲି ଧରା ପଡିଯାଇଛି ଶଳା ମୋହିନୀ ପାଖରେ

---ଓହୋ , ହଉ ତାକୁ ଟିକେ ଜଣେଇ ଦେ

---କିନ୍ତୁ କାହିଁକି ,

----ତୁ କହିଦେନା ୟାର

           ମୋର ନିଦ ଭାଙ୍ଗି ସାରିଥିଲା କେତେବେଳୁ , ଗୋଟାଏ ଅଜଣା ଭୟରେ ଗୋଟାପଣେ ଥରୁଥାଏ ମୁଁ

ତେବେ ଫୋନ ର ଆରକଡେ ଥିବା ଲୋକଟା ଅଚିହ୍ନା ନୁହେଁ , ଜନ୍ମେଞ୍ଜୟ । ମୋ ବିଟେକ ବେଳର ସାଙ୍ଗ ଆଉ ଦ୍ୟୁତି ର ବି ।

ଏକା ନିଶ୍ଵାସକେ ଧାଇଁଲି କଟକ ବଡ ମେଡିକାଲ । ବାବୁ ଦ୍ୟୁତି ନାହାନ୍ତି ସେଠି । ପୁଣି ଜନ୍ମେଞ୍ଜୟ ର ଫୋନ ଟାଏ ଆସିଲା , ଆରେ ତୁ ପେସେଣ୍ଟ କେଆର ହସ୍ପିଟାଲ କୁ ଚାଲି ଆ । ଆମେ ସେତୁ ଡିଶ୍ଚାର୍ଜ ହେଇ ଚାଲି ଆସିଲୁଣି । ପୁଣି ଧାଇଁଲି ସେଠିକି । ତେବେ ସେଠି ପହଞ୍ଚିଲା ବେଳକୁ ଯାହା ଦେଖିଲି ମୋର କ୍ରୋଧ ରେ ସୀମା ରହିଲା ନାହିଂ ।

ଦ୍ୟୁତି ଆଉ ମୋହିନୀ ଦୁଇ ଜଣ ଯାକ କୁଣ୍ଢା କୁଣ୍ଢି ହୋଇ କନ୍ଦା କଟା କରୁଛନ୍ତି । ଆଉ ହାତରେ ଭିଡା ହୋଇଥିବା ମିଛି ମିଛି କା ବ୍ୟାଣ୍ଡେଜ ଟା ଉତୁରୁ ସାରିଥାଏ ।

ମୋହିନୀ ଟିକିଏ ଆଡ ହେଉ ହେଉ ଠାଏ କିନା ଗୋଟାଏ ବ୍ରହ୍ମ ଚାପୁଡା ଲଗେଇଲି ସିଧା ଯାଇ ଦ୍ୟୁତି ର ଗାଲକୁ । ଯା ଚା ତା ଶୋଧା ବେଜିତ କଲି । ସାମାନ୍ୟ ହେଉ ହେଉ କହିଲି , ଶାଳା ମିଛୁଆ । ସାଙ୍ଗ କୁ ବି ଛାଡି ଲୁନି । ବନ୍ଧୁତାରେ ବି ଧୋକା , ସେଥିରୁ ବି ଫାଇଦା । ରହ ଶଳା ମୋହିନୀ କି କହୁଛି ସବୁକଥା । କି ପ୍ରେମ କରୁଛୁ ତୁ ।

                                   ମୋ କଥା କୁ ଅଧାରୁ ଆଡ ଦେଇ କହି ଉଠିଲା ଦ୍ୟୁତି , ଶାଳା ଆଉ କଣ ତୋ ପରି ହେବି ରେ । ତୁ ଶଳା କେମିତିକା ଚିଜ ଟାଏ କିରେ । ଆଉ କଣ ଜପାମାଳ କାନ୍ଧ ରେ ପକେଇ ନାମ ଧରି ବ୍ରାହମଚାରୀ ହେଇଯିବୁ କିରେ । ସେମିତି ତ ଲାଗୁନି । ଏ ଯେଉଁ କବିତା ଗୁଡାକ ନିତି ନିତି ଲେଖିପକଉଛୁ , କାହା ପାଇଁ । ଖାଲି ଏମିତି କାଗଜ କଲମ ରେ ପ୍ରେମ କରୁଥିବୁ । ଖୋଜୁଥା ପ୍ରେମ କୁ । ଆଉ କଣ ବୁଢା କାଳେ ପାଇବୁ କିରେ ତାକୁ । ତୁ ସେମିତି ଶଳା ହତାଶିଆ ହେଇ ମରିବୁ ରେ । ଖାଲି ଦେଖି ଦେଖି ଜୀବନ ଯିବ । ମୋତେ ଦେଖ , କେମିତି ପ୍ରେମକରାଯାଏ ଅନ୍ତତଃ ଥରୁଟାଏ ତ ଶିଖି ନେ । କହୁନ , କହିବୁ ଯଦି କିଛି ସେଟିଂ କରିବି କିରେ ତୋ ପାଇଁ

ମୁହଁ ଉପରେ ଯେତେ ନା ନା କାଲେ ବି କେଜାଣି କେମିତି ହୃଦୟର ଭିତରେ ଗୋଳେଇ ଘାଣ୍ଟେଇ ହୁଏ । ଈର୍ଷା ହୁଏ । କାହାର ବା ଇଚ୍ଛା ନାହିଂ ମନ୍ଦ ହେବାକୁ , କେବଳ ସୁଯୋଗ ମିଳେନି ବୋଲି ସିନା । ପୁଣି ତା ଭିତରେ ଏ ପ୍ରେମ , ମନ ଭିତରେ ଗୋଟାଏ ଗୁପ୍ତ ଗହ୍ଵର ସେଇଟା । ନିଶ୍ଚୟ ଗୋଟାଏ ପେଡି ଭିତରେ କେହି ଜଣେ ବସିଥିବ ଠିକ ବୁଢୀ ଅସୁରୁଣିର ଫରୁଆ ପରି । ମୁଁ ଗୋଟାଏ ହସରେ ଏଡାଇ ଯାଏ ଏଇ ପ୍ରଶ୍ନ ଟି , ଭାଇ ତମେ ପାରିବା ବାଲା ଏ ଚୋରୀ ବିଦ୍ୟା ଭଳି ନେଇ ଆଣି ଥୋଇ ପାରିଲେ ଭଲ , ନୋହିଲେ ସର୍ବନାଶ , ଆମାର ଏ ଲଭ ଫବ ଧଣ୍ଡାରେ ପଡିବାର ନାହିଂ , ତମେ ଏଞ୍ଜୟ କର , ତମର ପ୍ରେମକା ବଦଲୁଥାନ୍ତୁ । ଆମର ସେ କାଦୁଅ ରେ ପସିବାର ନାହିଂ ।

ପୁଣି ମୋ ଏକାକିତ୍ଵ କୁ କଟାକ୍ଷ କଳା ଭଳି ସିଏ ପ୍ରଶ୍ନ କରିବ , ଧେତ ଶାଳା , ମୁଁ ସିନା ତତେ ସବୁ ମନ କଥା ଗୁଡାକ ଖୋଲି କହିଦେଉଛି , ହେଲେ ତୋ ଭିତରେ ନିଶ୍ଚିନ୍ତ ଗୋଟାଏ ଶିକ୍ରେସୀ ଅଛି , ତୁ ଶାଳା କାହାକୁ ପ୍ରେମ କରୁଛୁ , ହେଲେ କହିବାକୁ ଲୁଚାଉଛୁ ।

ଦ୍ୟୁତିକୃଷ୍ଣ ବିଷୟରେ ପ୍ରଥମେ କହିରଖିବା ଉଚିତ ହେବ ନିଶ୍ଚୟ । ନା ତା ଯେମିତି , ସେମିତି ଗୁଣତା ବି , । ଟୋକାଟା ଦେଖିବାକୁ ଯେତିକି ହ୍ୟାଣ୍ଡସମ ସେତିକି ମଧୁର କଥାଗୁଡାକ । ସିଏ ଯେଉଁ ବର୍ଗର କି ବୟସ ର ହେଇଥାଉ ଟିପ ମାରି କଥା କହି ବସ କରିଦେବାର କଳା ଟି ବେସ ଜଣା । ଆଉ ଖୁବ ଜଣା ଝିଅ ମାନଙ୍କ ସେଣ୍ଟିମେଣ୍ଟ ପଢିବା ଟା । ତା ସହ ମୋର ଦୀର୍ଘ ଦିନର ବନ୍ଧୁତା । ଯୁକ୍ତ ଦୁଇ ପଢିବା ସମୟରୁ । ଏଇ ବସ କରିବା ଗୁଣଟା ପାଇଁ ଦ୍ୟୁତି ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ ବି ବେଳେ ବେଳେ ଈର୍ଷା କରିବା କୁ ଇଛା ହୁଏ । ଆଉ ବେଶୀ ଈର୍ଷା ହୁଏ ଯେତେବେଳେ କେବଳ ତାକୁ ଇ ଚାହିଁ ଗୋଟାଏ ତେରେଛ ନଜର ଆଉ ହସ ଟିଏ ଦେଇ ଚାଲି ଯାନ୍ତି ଝିଅ ମାନେ । ତେବେ ତାର ଯେ ଏ ଝିଅ ସହ ମିଶିବାରେ ଖୁବ ଗୋଟାଏ ବୀର ପଣିଆ ଅଛି , ସେତକ ହଜମ ହୁଏନି । ଝିଅ ଟାଏ ତ ଲଜ୍ୟା କରେ , ମାତ୍ର ତା ଠୁ ବୋଧେ ବେଶୀ ଲଜ୍ୟା କରନ୍ତି ପୁଅ ମାନେ। ଆଉ ଥରେ ଯଦି ଏ ଲଜ୍ୟା ବୋଲି ଯେଉଁ ଲକ୍ଷ୍ମଣ ରେଖା ତାକୁ କେହି ଡେଇଁ ଯାଏ , ତେଣିକି ସବୁ କିଛି ଫ୍ରି , ମନ ବି ସମୟ ବି ଆଉ ଦେହ ବି । ଦ୍ୟୁତି ସେଇଟାକୁ ଅତି ସନ୍ତର୍ପଣରେ ଡେଇଁବାରେ ମାହିର ହୋଇସାରିଥିଲା ।

ବୟସ ବଢିବା ସଙ୍ଗେ ସଙ୍ଗେ ବଢୁଥିଲା କାର୍ଜ୍ୟସ୍ଥଳୀ , ଜୀବନ ଚର୍ଯ୍ୟା , ଅଭଜ୍ଞତା ଆଉ ପସନ୍ଦ । ଆଉ ତା ସହ ପ୍ରତି ବର୍ଷେ ଦୁଇ ବର୍ଷରେ ଗୋଟାଏ ପ୍ରାଇଭେଟ ଚାକିରିଆ ଗୋଟାଏ କମ୍ପାନୀ ରୁ ଆଉ ଗୋଟାଏ କମ୍ପାନୀ କୁ ଲମ୍ଫ ଦେବା ପରି ଦ୍ୟୁତି ର ବଦଲୁଥିଲେ ଜଣେ ଜଣେ ଗାର୍ଲଫ୍ରେଣ୍ଡ । ତେବେ ଏତେ ସବୁ ଫେର ବଦଳ ଭିତରେ ଯଦି କିଛି ବଦଳ ହେଇ ନଥିଲା ସେଇଟା ଆମର ବନ୍ଧୁତା । ଗୋଟାଏ ସଚ୍ଚୋଟ ବନ୍ଧୁ ହିସାବ ରେ ଆମ ଭିତରେ ସିକ୍ରେଟ ବୋଲି କିଛି ଗୋଟାଏ ନଥିଲା । ରିନା ଠୁ ଆରମ୍ଭ କରି ସୀମା ଯାଏ ମୋତେ ଗୋଟି ଗୋଟି ସମସ୍ତଙ୍କ କଥା କହିଛି , ଆଉ ଅନେକ ବାର ରେ ସେଇ ପ୍ରେମିକା ମାନଙ୍କୁ ଭେଟ ହେବାର ସୁଯୋଗ ବି ଦେଇଛି । କେତେବେଳେ କେଉଁ ପାର୍କ ରୁ ଆନିବ ବେଳେ ତ କେବେ କେଉଁ  , ଛକରେ ଦ୍ୟୁତି କୁ ପିକପ କଲାବେଳେ ତ ଆଉ କେଉଁ ହୋଟେଲ ର ଡିନର କଲାବେଳେ ।

ବନ୍ଧୁ ର ପ୍ରେମିକା କେବଳ ବନ୍ଧୁ ର ହୋଇ ରହେ ନାହିଂ । ବରଂ ସିଏ ପାଲଟି ଯାଏ ଅବ୍ୟକ୍ତ ପ୍ରେମିକା ଟାଏ ପ୍ରେମିକର ବନ୍ଧୁ ମାନଙ୍କର , ଯିଏ ସାମଗ୍ରିକ ଭାବେ ଆଦ୍ୟ ରୁ ଅନ୍ତ ଯାଏ ଥିବ ଜ୍ଞାତି ଟିଏ ହୁଏ । ଫରକ ଏତିକି ସେ ପ୍ରେମ ଟି ଅପ୍ରକାଶ୍ୟ ହୋଇ ରହିଯାଏ ମନ ଭିତରେ । ସେମିତି ନାମମାତ୍ର ପ୍ରେମିକ ଅନେକ ମିଳିବେ , ପ୍ରେମିକା ବି !ମୁଁ ମଧ୍ୟ ସେଇ ନାମ ମାତ୍ର ପ୍ରେମିକ ରୁ ଜଣେ ।

           ପ୍ରେମ ଗୋଟାଏ ଗଣିତ ନୁହେଁ ଯେ ତାକୁ ବୁଝାଇ ହେବ ଆଉ କାହାକୁ । ଆଉ ମନ, ତା’ବି କେଉଁ ଧୀର ଚିଜ ଟିଏ ଯେ ତାକୁ ମାପଦଣ୍ଡ ନେଇ ପ୍ରେମକୁ ମୂଲ୍ୟାଙ୍କିତ କରିହେବ । ବେଳେ ବେଳ ଲାଗେ , ପ୍ରେମ କୁ ବିଲକୁଲ ବୁଝୁ ନଥିବା ଲୋକ ଗୁଡାକ ପ୍ରେମିକ ହୁଅନ୍ତି , ପ୍ରେମକା ହୁଅନ୍ତି ଆଉ ସେଇ ନାମ ମାତ୍ର ପ୍ରେମ କୁ ନେଇ ଡୁଏଟ ଗାଇ ଘୁରି ବୁଲନ୍ତି ପାର୍କର ନିଭୃତ ଇଲାକାରୁ ଗଗନଶ୍ଚୁମ୍ବୀ ପଞ୍ଚତାରକା ହୋଟେଲର କୋଠରୀ ଯାଏ ।

           ଦ୍ୟୁତି ର ଏଇ ବିଳାଶ ବ୍ୟଶାନ ଗୋଟାଏ ଚିରାଚରିତ ସଉକ । ଅଧିକାଂଶ ପ୍ରେମିକା କୁ ସାଧାରଣ ମିଳାମିଶାରୁ ହୋଟେଲ ର ଚାରିକାନ୍ଥ ଭିତରକୁ ନବା ର କଳା ଖୁବ ଜଣା ତାକୁ । ସେଇ ମିଥ୍ୟା ପ୍ରେମ ର ସୂଚନା ମାତ୍ର ରେ ମୁଁ ପାପ ବୋଧ ରେ ଜଳୁଥାଏ ସିନା , ସିଏ କିନ୍ତୁ ସେମିତି କେଉଁ ଏକ ବିଜୟ ର ଉନ୍ମାଦ ରେ ଉତଫୁଲିତ ହେଉଥିବ । ମୋଟ ଉପରେ କହବାକୁ ଗଲେ ପ୍ରେମ କୁ ନେଇ କେବେ ଭାବପ୍ରବଣ ହେବାର ଦେଖିନି । ଯଦି କେବେ କେବେ ଏଇ କଥା କୁ କହିବସେ , ସେଇ ଗୋଟାଏ ଉତ୍ତର , ଧେତ ଶାଳା ମଫୁ , କୌ ଜମାନା ରେ ଅଛୁ , ଖାଲି କଣ ମୁଁ ଏଞ୍ଜୟ କରୁଛି କିରେ , ଝିଅ ମାନେ ତ ବେଶୀ ମାହିର ଏଥିରେ , ପିଓର ଲଭ ଭୋଳି କିଛି ଗୋଟାଏ ଚିଜ ନାହିଂ । ସବୁ ଟାଇମ ପାସ । ମୁଁ କଣ ପ୍ରଥମ କିରେ ସେମାନଙ୍କ ପାଇଁ , ନିହାତି ଆଉ କେଉଁଠୁ ଫେରିଥିବେରେ , ଏଥିରେ ପାପ ଫାପ କିଛି ନାହିଂ , ବୁଝିଲୁ ।

            ଦ୍ୟୁତିର ପ୍ରେମିକା ମାନଙ୍କ ଲମ୍ବା ଚିଠା ଭିତରେ ଗୋଟାଏ ନା ମୋହିନୀ । ମୋହିନୀ , ମୋହନୀ ପଟ୍ଟନାୟକ କେମିତି କେଜାଣି ଭାରି ଭିନ୍ନ ଆଉ ଆପଣାର ଲାଗେ ମୋତେ ଏଇଝିଅଟି ତାର ବାକି ପ୍ରେମିକା ମାନଙ୍କ ଠାରୁ । ସିଏ ବି ସଂକ୍ରମିତ ହୋଇଥିଲା ପ୍ରେମରେ ଠିକ ଅନ୍ୟ ପ୍ରେମିକା ମାନଙ୍କ ପରି । ତାର ଏଇଟା ସେକେଣ୍ଡ ଇନିଙ୍ଗ୍ସ , ମତଲବ ପ୍ରେମୀ ପରିତ୍ୟକ୍ତା । ପ୍ରେମ ବି କଣ୍ଡିସନ ରେ କରି ହୁଏ ! ଧେତ ଆଉ କଣ ଗୋଟାଏ ସ୍ମୃତି କୁ ଜାବୁଡି ଧରି ବିତେଇ ବସିବ ପୁରା ଜୀବନ ଟା । କିଏ ଜାଣେ ପ୍ରଥମ ପ୍ରେମୀ ଯେ ଲମ୍ପଟ ଟାଏ ହୋଇ ନଥିବ । ଗୋଟାଏ ଭ୍ରମ କୁ ପ୍ରେମ କହି ଅଭିମାନ କରି ବସି ନଥିବ କେହି ଜଣେ । ସେମିତି ଗୋଟାଏ ବ୍ୟବସ୍ଥା ରୁ ଏବେ ଉପରକୁ ଉଠିଲେଣି ଅନେକ । ସେଇଥି ପାଇଁ ତ ବେଳେ ବେଳେ ଲମ୍ବିଯାଏ ପ୍ରେମିକ ଆଉ ପ୍ରେମିକା ମାନଙ୍କ ର ଲମ୍ବା ଚିଠା । ଗଣିତର କଣ୍ଡିସନାଲ ପ୍ରୋପାବିଲିଟି ପାଠ ପରି ସବୁ କଣ୍ଡିସନ ରୁ ଉତୁରିଲା ପରେ ସେଇଟାକୁ ଗୋଟାଏ ସଫଳ ପ୍ରେମ ବୋଲି କହିହୁଏ ।  ନା ନା ସେଇଟା କୁ ତ ଆଉ ପ୍ରେମ କୁହା ଯାଇପାରିବନି , ଗୋଟାଏ କଣ୍ଡିସନ । ସେମିତି କଣ୍ଡିସନ ର ପ୍ରେମ ହୋଇଥିଲା ଦ୍ୟୂତ ଆଉ ମୋହିନୀ ଭିତରେ । ଏକାକିତ୍ଵ କୁ ଦୂର କରିବାର କଣ୍ଡିସନ ରେ । ଯେଉଁଠି ଅତୀତ କୁ ଭୁଲି ଢେର କିଛି ଦିନ ଯାଏ ସଚ୍ଚା ପ୍ରେମୀ ହବାର ଅଭିନୟ କରିଥିଲେ ।

           ପ୍ରେମ ସତ ହେଉ କି ଅଭିନୟ ଗୋଟାଏ ପ୍ରତିବଦ୍ଧତା ଥାଏ ,ଆଉ ସେଇ ପ୍ରତିବଦ୍ଧତା କୁ ତୁଲେଇବାକୁ ଧାଇଁ ଆସେ ଦ୍ୟୁତି ବାରମ୍ବାର ସପ୍ତାହ ଶେଷ ନ ହେଉଣୁ । ସେତେବେଳେକୁ ଆବଶ୍ୟକ ପଡେ ମୋର । ଅବଶ୍ୟ ମୋର ସାହାଯ୍ୟ ମାନଙ୍କର ଅବଧାରଣା କରିବାର କିଛି ମତଲବ ନାହିଂ ଏଠି । ସେଗୁଡା ଚିରା ଚରିତ , ବାକି ଯେ କେହି ବନ୍ଧୁଟିଏ ସାହାଯ୍ୟ କରିବ ଅନ୍ୟ ବନ୍ଧୁ ଜଣକୁ । ଅବଶ୍ୟ ସେଇ ସାମାନ୍ୟ ସାହାଯ୍ୟ ପାଇଁ ଅନେକଥର ପ୍ରଶଂସା କରିଛି ଦ୍ୟୁତି , ଆଉ ମୋହିନୀ ବି ।

                       ଏମିତି ଥରେ , ଦୁଇ ଜଣ ଯାକ ରାତ୍ରି ଭୋଜନ ପାଇଁ ମୋତେ ଆମନ୍ତ୍ରଣ କଲେ ସହର ର ଗୋଟିଏ ନାମୀ ହୋଟେଲ କୁ । କିଛି ସମୟ ହସ ମଜା ଭିତରେ ପାଖରେ ଆସି ପହଞ୍ଚିଲା ଅର୍ଡର ବଏ । ଯିଏ ଯାହାର ଅର୍ଡର ଦେଇ ସାରିଥାନ୍ତି କେତେବେଳୁ । ଦୁଇ ଜଣଙ୍କ ଭିତରେ ହଠାତ ଆରମ୍ଭ ହେଲା ଖଣ୍ଡ ପ୍ରଳୟ । ଇଂରାଜୀ ଶବ୍ଦ ମାନଙ୍କରେ ଉଛୁଳି ପଡିଲେ ଦୁଇଜଣ , ଯେତେବେଳେ ଫୋପଡା କଚଡା ରେ ଟେବୁଲ ଚେଆର ର ତ୍ରାହି ନାହିଂ ସେତେବେଳେ ହୋଟେଲ ରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ନଜର କୁ କେନ୍ଦ୍ରୀଭୂତ ହେବାରୁ କିଏ ବାରିବ । ଝଗଡା ଝାଣ୍ଟି କରି ଦୁଇଜଣ ଯିଏ ଯାହା ବାଟରେ ଖସିଗଲେ । ଅଗତ୍ୟା ସେମାନଙ୍କ ଠାରୁ ମାଗଣା ଖାଇବାକୁ ଆସିଥିବା ଏ ଲୋକଟାକୁ ପକେଟ ରୁ ସବୁତକ ଗଣିବାକୁ ପଡିଲା ।

 ତେବେ ଘଟଣା ବୁଝୁ ବୁଝୁ ଏମନ୍ତ , ପ୍ରେମରେ ତୃତୀୟ ବ୍ୟକ୍ତିର ଉପସ୍ଥିତି । ତେବେ ନାମ ମାତ୍ର ପ୍ରେମ ଓରଫ କଣ୍ଡିସନାଲ ଲଭ ରେ ବି ଆକୁ ନେଇ ଅସହିଷ୍ଣୁତା , ମାମଲା ବୁଝା ପଡୁନଥାଏ । ବଡ ଚୋରିଷ୍ଟିଆ ଲାଗୁଥାଏ ମୋତେ , ଯେତେବେଳେ ମଧ୍ୟସ୍ଥି ସାଜିଛି କଳି ତ ଛିଣ୍ଡେଇ ବାକୁ ପଡିବ । ଭଲ ଧନ୍ଦାରେ ପଡିଲା ମଣିଷ । ଶଳା ନିଜର ତ ପ୍ରେମ ଘର ବାଇଞ୍ଚତ , ପୁଣି ଆଉ କାହା ଲଭଷ୍ଟୋରି କୁ ଛିଣ୍ଡେଇବି । ଘଡିଏ ସରିକି ଦୁଇଜଣକୁ ଗୋଟିଆ ପୋଟିଆ କରି ଧରିଲି , ଅବଶ୍ୟ ଦ୍ୟୁତି ର ଅନୁରୋଧ ରକ୍ଷାକରି । ତେବେ ମୋର ଆଉ ସାଧ୍ୟ ହେଲା ନାହିଂ ସେ ତୃତୀୟ ବ୍ୟକ୍ତି କୁ ସେମାନଙ୍କ ଭିତରୁ କାଢିବାକୁ । କଳି ତୁଲାଉ ତୁଲାଉ ଶେଷକୁ ଦ୍ୟୁତି ର ଦୁଇ ପ୍ରେମିକା ଯାକ ଆପଣା ଆପଣା ଭିତରେ କୁହା ବୋଲା ହେଲେ । ଆଉ ଇଏ କେଉଁ ଜଣକର ବି ହେଲା ନାହିଂ ।

 ଧେତ ଶଳା ଯା , ମାଣ୍ଡିଆ ଯାଉ ଖାଇବ ଯିଏ , ବେଳ ଅବେଳେ ଧାଇଁବ ସିଏ , ତୁ ତ ନଟା ଛଟା ସାଙ୍ଗରେ ନଟର ପଟର ହେଉଛୁ ଏକାବେଳେ , ଯା ନାମ ନେ , ଅବଶ୍ୟ ତୋର କଣ ଅଛି , ପୁଣି ଆଉ ଗୋଟାଏ ଫତେଇ ଦେବୁନି । କୌ ମନ ଟା ଦେଇଛ ଯେ ବାଧୁଛି । ଶଳା ଯେମିତି ଠାକୁର ସେମିତି ପୂଜା , ଗୋଟାଏ ବିରକ୍ତି ରେ ଶେଷ କର୍ତ୍ତବ୍ୟ ତୁଲେଇବାକୁ ଦ୍ୟୁତି କୁ ଷ୍ଟେସନ ଛାଡିବା ଗଲା ବେଳକୁ କହିଥିଲି ଏତକ ।   

ତେବେ ଦିନକ ପରେ ଦୁଇଜଣଙ୍କୁ ଆବିଷ୍କାର କରିଥିଲି ହସ୍ପିଟାଲ ର ବେଡ ଉପରେ । ଯେଉଁଠି ଛିଡୁଥିଲା ସେମାନଙ୍କର ବିବାହର ତାରିଖ । ଗୋଟାଏ କଣ୍ଡିସନାଲ ଲଭ ରୁ ଜୀବନ ସାଥି ହେବାର ନିଷ୍ପତିରେ ପୁନର୍ଜୀବିତ ହେଉଥିଲା ପ୍ରେମ । ଆଉ ପ୍ରେମର ସଂକ୍ରମଣତାରେ ସଂକ୍ରମିତ ହୋଇ ମୋ ପରି ଗୋଟାଏ ନାମମାତ୍ର ପ୍ରେମିକ ଖୋଜୁଥିଲା ପ୍ରେମର ସଜ୍ଞା ସେମାନଙ୍କ ଆବରତତ୍ମାନରେ । 


Rate this content
Log in

Similar oriya story from Romance