Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Children Stories Inspirational

3.5  

Dipti lekha Mishra

Children Stories Inspirational

ଖୁସିର ଅନ୍ବେଷଣ

ଖୁସିର ଅନ୍ବେଷଣ

2 mins
755



ଖୁସିର ଅନ୍ବେଷଣ


ଦିନେ ଗୋଟିଏ ଗଛରେ କାଉଟି ଅତି ମନ ଦୁଃଖରେ ବସିଥିଲା ।ସେ ରାସ୍ତା ଦେଇ ଏକ ପଣ୍ତିତ ଯାଉଥିଲେ ।ତାଙ୍କୁ ଭାରି ହାଲିଆ ଲାଗିବାରୁ ସେ ଗଛ ମୁଳରେ ବସିପଡିଲେ ।କାଉଟି ତାଙ୍କ ପାଖରେ ବସିଲା ।ପଣ୍ତିତ କାଉର ମନ ଦୁଃଖ ହୋଇଥିବାର ଦେଖି କହିଲେ ତୁମେ କାହିଁକି ଏତେ ଦୁଃଖି ଲାଗୁଛ?

କାଉ କହିଲା ଭଗବାନ ମୋତେ ଏମିତି ଜନମ ଦେଉଛନ୍ତି ଯେ ମନ ଖରାପ କରିବିନି ତ ଆଉ କଣ କରିବି ।ପଣ୍ତିତ କହିଲେ ଆଛା ତୁମେ କେଉଁ ଜନ୍ମ ପାଇଥିଲେ ଖୁସି ହୁଅନ୍ତ ।ପକ୍ଷୀ ଜନ୍ମରେ କୋଇଲି କରିଥିଲେ ଖୁସି ଲାଗନ୍ତା ।

ପଣ୍ତିତ କହିଲେ ଠିକ୍ ଅଛି ଖୁସି କାହାର ଅଧିକ ଚାଲ କୋଇଲୀକୁ ପଚାରିବା ।କୋଇଲି ବି ଭାରୀ ମନ ଦୁଃଖ କରି ଏକ ଗଛଡାଳରେ ବସିଥିଲା ।କାଉ ପଚାରିଲା ଭଉଣୀ ତୁମେ କେତେ ଖୁସି ତମ ଜନ୍ମ ପାଈଁ ?ତମ ଭଳି ଜନ୍ମ ମୋର ହୋଇଥିଲେ ଭାରି ଭଲ ହୁଅନ୍ତା ।କୋଇଲି କହିଲା କିଏ କହିଲା ମୋ ଜନ୍ମ ଭଲ ।ଶରୀରର ରଙ୍ଗ ତ କଳା,ଦେଖିବାକୁ ଆକାରରେ ଛୋଟ,ଆମ ପାଈଁ ରହିବାକୁ ଗଛ ଡାଳ ଛଡା କିଛି ନାହିଁ ।ଯାହା ସ୍ବର ଭଲ ଥିବାରୁ ପୁସ୍ତକରେ ମଣିଷ ମାନେ ମନ ରଖିଛନ୍ତି ।ପଣ୍ତିତ ପଚାରିଲେ ଆଛା କୁହ ତ କୋଈଲି ତୁମେ କୋଉ ଜନ୍ମ ପାଈଲେ ଖୁସି ହେବ ?କୋଇଲି କହିଲା କୁକୁଡା ହୋଇଥିଲେ ଭଲ ହୁଅନ୍ତା ,ଘର ଭିତରେ ଛାଈରେ ରହି ସୁନ୍ଦର ଦିଶିଥାନ୍ତି ।ଏଥର ସମସ୍ତେ କୁକୁଡା ପାଖକୁ ଗଲେ ।କହିଲା କୋଈଲି, କୁକୁଡା ଭଉଣୀ ତୁମ ଜନ୍ମ ଭଳି ମୁଁ ବଂଚିବାକୁ ଭଲ ପାଏ ।ତୁମେ ବହୁତ ଭାଗ୍ୟବାନ ।କୁକୁଡା କହିଲା ଆରେ ଆରେ ତୁମକୁ କିଏ କହିଲା ମୋ ଜନ୍ମ ଟା ଭଲ ।ମୋତେ ଘରେ ରଖି ଖାଇବା ପିଇବା ଦିଅନ୍ତି ଶେଷରେ ଟିକିଟିକି କରି କାଟିଦିଅନ୍ତି ମୋ ଶରୀରକୁ ଲୋକମାନେ..ଖାଲି ସେତିକି ନୁହଁ ନିଆଁରେ କଲବଲ କରି ରାନ୍ଧନ୍ତି ଆଉ ଆମକୁ ଖାଇଯାନ୍ତି ।ପଣ୍ତିତ କହିଲେ ଆଛା ହେଉ ,ଏଥର ତୁମେ କୁହ କୁକୁଡା ତୁମ ପାଇଁ କେଈଁ ଜନ୍ମ ଭଲ ହୁଅନ୍ତା ।କୁକୁଡା କହିଲା ମୋତେ ମୟୁର ଜନ୍ମ ମିଳିଲେ ଭାଗ୍ୟବାନ୍ ମଣନ୍ତି ।ଏଥର ସବୁ ମୟୁର ପାଖକୁ ଗଲେ ।କହିଲେ ଆହା ତୁମ ଭାଗ୍ୟଟା କେତେ ଭଲ ହେ ନାନୀ ।ତୁମେ କେତେ ସୁନ୍ଦର,ତୁମ ନାଚ କେତେ ସୁନ୍ଦର ।ତୁମେ ଜାତୀୟ ପକ୍ଷୀ ଆମ ଦେଶର ।ମୟୁର କହିଲା ମୋ ଠାରୁ ହତଭାଗା ଆଉ କେହି ନାହିଁ ।ମୋର ଶରୀର ଅପେକ୍ଷା ଲୋକମାନେ ମୋର ପୁଛକୁ ଭଲ ପାନ୍ତି ଆଉ କାଟିଦେଇ ବିକିଦିଅନ୍ତି ।ଏଣୁ ମୋତେ ଏ ଜନ୍ମ ଭାରି ଘୄଣା ଲାଗୁଛି ।ମୁଁ କାଉ ହୋଇଥିଲେ ଭାରି ଖୁସି ହୁଅନ୍ତି ।ସ୍ବାଧିନତାରେ ବୁଲନ୍ତି,ମନ ଇଚ୍ଛା ଖାନ୍ତି,କା କା ରାବିଥାନ୍ତି,ମୋତେ ପିତୄ ପୁରୁଷ ଭାବନ୍ତେ ଲୋକେ ।କିଏ ମୋତେ କାଟିନଥାନ୍ତା କି କଷ୍ଟ ଦେଈନଥାନ୍ତା ।

       ପଣ୍ତିତ ଏଥର କାଉକୁ ପଚାରିଲେ କୁହ ତୁମେ ଏବେ କେଉଁ ଜନ୍ମ ନେବ ?କାଉ କହିଲା ନାଈଁ ପଣ୍ତିତେ ଆଜ୍ଞା ମୁଁ ମୋ ଜନ୍ମ କୁ ଆଉ ତୁଛ ମନେ କରିବିନି ।ପ୍ରଭୂ ଯାହା ମୋତେ ଦେଈଛନ୍ତି ଯଥେଷ୍ଟ ।ଅନ୍ୟମାନେ ମଧ୍ୟ ନିଜନିଜ ଭୂଲ୍ ବୁଝିପାରିଥିଲେ ।ପଣ୍ତିତଙ୍କୁ ଧନ୍ୟବାଦ ଦେଈ ଯିଏ ଯାହାର ବାସକୁ ଫେରିଗଲେ ।

   ଏହି ଗଳ୍ପର ଶିକ୍ଷା ପ୍ରଭୂଙ୍କ ଆଶୀର୍ବାଦ ଭାବି ଖୁସି ହୁଅ ନିଜ ଜନ୍ମ ପାଇଁ,କିଏ ଛୋଟ ନୁହଁ କି କିଏ ଅତି ବଡ ବି ନୁହଁ ॥

   

  ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in