Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Abstract Others

3  

Pramod Kumar Jena

Abstract Others

କର୍ମ

କର୍ମ

1 min
361


ହାତ ଧରି ମୋ ନାତୁଣୀ ମନ୍ଦିର ବେଢା ଭିତରେ ଥିବା ପାର୍ଶ୍ୱ ଦେବୀ ଦେବତାଙ୍କୁ ଦର୍ଶନ କରୁଥାଏ l ମୁଁ ଯାହା କରୁଥାଏ କିଛି ବୁଝି ନ ବିଚାରି ସେୟା କରି ଚାଲିଥାଏ l ମଝିରେ ମଝିରେ ପଛକୁ ଅନାଇଁ ପ୍ରତିମାଗୁଡିକୁ ଟିକିଏ ନିରେଖି ଚାହୁଁଥାଏ l ପ୍ରାୟ ସବୁ ପାର୍ଶ୍ୱ ଦେବୀ ଦେବତାଙ୍କ ଦର୍ଶନ ସାରି ମୁଖ୍ୟ ମନ୍ଦିର ଦ୍ୱାରରେ ମୋତେ ପଚାରିଲା, ‘ଅଜା ! ସବୁ ଦେବୀ ଦେବତା ମାନେ ହାତ ଦେଖାଇ କ’ଣ କହୁଛନ୍ତି ?’

       ଚଡକ ପଡିଲା ମୁଣ୍ଡରେ l ୟାକୁ ଯୁଆଡେ ନେଲେ ବିପଦ ଏବେ କ’ଣ ଉତ୍ତର ଦେବି ? ହଠାତ୍ ପିଲା ଦିନର କଥା ମନେ ପଡିଲା l ଜଣେ ବୁଢା ବାବାଜୀଙ୍କ କଥା l କହିଲି, ‘ସବୁ ଦେବୀ ଦେବତାମାନେ କହୁଛନ୍ତି, ବାସ୍ ମାଗିବା ବନ୍ଦ କର l କର୍ମ କଲେ ଫଳ ଆପେ ଆପେ ମିଳିଯିବ l’

ପ୍ରମୋଦ କୁମାର ଜେନା ©



Rate this content
Log in

Similar oriya story from Abstract