Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Inspirational

3.8  

Sanjay Kumar

Inspirational

ସତ୍ୟବାଦୀ

ସତ୍ୟବାଦୀ

2 mins
6.9K


              "ସତ୍ୟଂ ବଦ, ଧର୍ମଂ ଚର ।"
         ଏହି ଉକ୍ତିଟିକୁ ପିଲାଦିନୁ ଗୁରୁଜନ ମାନଙ୍କଠାରୁ ଶୁଣି ଆସୁଛେ । ସବୁବେଳେ ସତ କୁହ ଏବଂ ନିଜର ଧର୍ମ ପାଳନକର । ପୁଣି ଛାତ୍ରାବସ୍ଥାରେ ବିଦ୍ୟାଳୟରେ ପ୍ରତିଦିନ ପ୍ରାର୍ଥନା ମାଧ୍ୟମରେ "ସତ କହିବାକୁ କିଆଁ ଡରିବି, ସତ କହିପଛେ ମଲେ ମରିବି " ଅଭ୍ୟାସ କରାଯାଉଛି । "ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ " କୁ ମଧ୍ୟ ଛାଡ଼ୁ ନାହେଁ । ଏହି ସବୁ ନୀତିଶିକ୍ଷାରୁ ଜଣାଯାଏ ଯେ ସତ୍ୟ ହିଁ ମଣିଷକୁ ଉନ୍ନତି ଆଡ଼କୁ ନେଇଥାଏ । ପୁଣି ଲୋକବାଣୀ ଅଛି "ମଧୁର ବିନୟ ବଚନ, କହି ତୋଷିବ ଜନମନ" । 'ସତ୍ୟ ବଚନ' ଓ 'ମଧୁର ବଚନ', ଏ ଦୁହେଁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । ସତ୍ୟ କେବେ ମଧୁର ହୋଇପାରିବ ନାହିଁ କି ମଧୁର କେବେ ସତ୍ୟହୋଇପାରିବ ନାହିଁ ।
             ସଂସାରରେ ମିଛର କାୟା ଏତେ ବିସ୍ତାର କରିଛି ଯେ, ସତ୍ୟ ସୁପ୍ତ ହୋଇଯାଇଛି । ସତ୍ୟ ନିଜ ସହ ସମାଜରେ ସଂସ୍କାର ଆଣିଥାଏ। ଏହି ସତ୍ୟକୁ ପାଥେୟ କରି ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଓ ମଧୁବାବୁଙ୍କ ପରି ଅନେକ ଦେଶପ୍ରେମୀ ନିଃସ୍ଵାର୍ଥପର ଭାବେ ନିଜ ମାଟିକୁ ପରାଧୀନତାରୁ ମୁକ୍ତ କରିଥିଲେ, ଆଉ ଆଜି ଆମେ ସେହି ସ୍ଵାଧୀନତାକୁ ଉପଭୋଗ କରୁଛେ । ସେଥିପାଇଁ ସେମାନେ ଆମ ହୃଦୟରେ ସ୍ଥାନ ପାଇଛନ୍ତି । ଯଦି ଏହି ସତ୍ୟକୁ ଜଣେ ବଣିକ ବା ରାଜନୀତିଜ୍ଞ ଆଧାର କରେ ତେବେ ତାର ମଧ୍ୟ ଉନ୍ନତି ହୋଇପାରିବନାହିଁ । ସତ କହିବାକୁ ଗଲେ ସରକାରୀ ବାବୁମାନେ ବିଳାସ ବିନା ରହିବା ଅସମ୍ଭବ ହୋଇପଡ଼ିଛି । ଆମେ ଆମର ସ୍ଵାର୍ଥ ପାଇଁ ସେମାନଙ୍କୁ ମିଛ କହିବା ପାଇଁ ପ୍ରୋତ୍ସାହନ ଦେଇଥାଉ। ଏତଦବ୍ୟତୀତ ନିଜର କାମଟିକୁ ସୁରୁଖୁରୁରେ ଓ ଶିଘ୍ର ଶେଷ କରିବା ପାଇଁ ଆମେ ମିଛ ଚାଟୁକଥା କହିବାକୁ ପଛାଇନଥାଉ । ତେବେ ଏହି ସତ୍ୟ ଶବ୍ଦଟି ଦ୍ଵନ୍ଦ ସୃଷ୍ଟି କରୁଛି । ତଥାପି କହିବି ସତ୍ଯ ସଂସାରରେ ତିଷ୍ଠି ରହିଛି, ଯାହାକୁ ଆମେ ଶୁଣିବାକୁ, କହିବାକୁ ଅଥବା ଦେଖିବାକୁ ପ୍ରସ୍ତୁତ ନୁହେଁ । ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପୃଥିବୀ ଘୂରୁଛି ସତ, ମାତ୍ର ଆମେ ତାହା ଅନୁଭବ କରିନଥାଉ । ଆମର ଭାବନା ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ମଧ୍ୟରେ ସୀମିତ ଥାଏ, ଯାହାକି ମିଥ୍ୟା । ଆମେ ମିଥ୍ୟା ସହ ଏତେ ଜଡ଼ିତ ହୋଇଗଲୁଣି ଯେ ସତ ଆମକୁ ଅରୁଚି ଲାଗୁଛି । ସତ୍ୟ ସମାଜରେ ତିଷ୍ଠି ରହିବା ପାଇଁ ସତ୍ୟବାଦୀ ଅପେକ୍ଷା ସତ୍ୟଶ୍ରୋତା ହେବା ପ୍ରଥମେ ଆବଶ୍ୟକ । ଯେତେବେଳ ପର୍ଯ୍ୟନ୍ତ ସତକଥା ଶୁଣିବାକୁ ଇଚ୍ଛା ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ସତ୍ୟବାଦୀ ଜାଗ୍ରତ ହୋଇପାରିବନାହିଁ ।
ସଂସାରରେ ଯାହା ସବୁ ଘଟିଯାଏ ତାହା ସତ୍ୟ । ମାତ୍ର ଅନ୍ୟର ରୁଚିକୁ ଆଧାର କରି ଆମେ ମିଥ୍ୟାକୁ ଆଶ୍ରୟ ଦେଇଥାଉ, ଆଉ ସେହି ମିଥ୍ୟା ଏକ ବିରାଟକାୟ ପର୍ବତ ହୋଇ ଠିଆହୁଏ ; ଯାହା ଆମ ମନକୁ ଭାରାକ୍ରାନ୍ତ କରେ । ମାତ୍ର ପଦୁଟିଏ ସତ ମନକୁ ପ୍ରଫୁଲ୍ଲିତ କରିଥାଏ । ସତ କହିବା ଦ୍ଵାରା ସାମୟିକ ଯନ୍ତ୍ରଣା ମିଳିଥାଏ ସତ, ପରମୂହୁର୍ତ୍ତରେ ଆତ୍ମସନ୍ତୋଷ ମିଳିଥାଏ । ଆଉ ମଧ୍ୟ ସତ କହି ନିଜର ଜୀବନ ବଞ୍ଚାଇ ପାରିଛି;ଯାହାର ଉଦାହରଣ ବଉଳା ଗାଈ । ଦୋଶ ମିଥ୍ୟାବାଦୀକୁ ଦେଲେ ଚଳିବନାହିଁ, ଆମର ପ୍ରକୃତି "ଜନ୍ଦା ଚିନିସିରାରେ ବୁଡ଼ି ମରିବାକୀଟ ଦୀପ ଶିଖାରେ ଜଳି ପୋଡ଼ିବା" ଭଳି । 

                ସମାଜ ପାଇଁ ସତ୍ୟବାଦୀଙ୍କ ଆବଶ୍ୟକତା ଜରୁରୀ । ସତ୍ୟବାଦୀ ହେବାପାଇଁ ଶିଶୁ ଛାତ୍ରାବସ୍ଥାରୁ ନିଜର ଆଚରଣ ଓ ଉଚ୍ଚାରଣରେ ସତ୍ୟତା ଆଣିବା ଆବଶ୍ୟକ । ଏହିଭଳି ଏକ କଷ୍ଟକର ପରିବର୍ତ୍ତନ ପାଇଁ ପିତାମାତା, ଶିକ୍ଷା ଗୁରୁ ତଥା ଧର୍ମ ଗୁରୁ ବଦ୍ଧପରିକର ହେବା ଦରକାର ; ତେବେଯାଇ ସତ, ମିଛର କାୟାକୁ ହଟାଇ ପାରିବ । ସତ ଆମମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟିକରି, ଭୟକୁ ଦୂରାଇଥାଏ ।ତେଣୁ ସମସ୍ତେ ସତ କହିବାକୁ ଚେଷ୍ଟା କରିବା ଓ ନିଜର ଧର୍ମ ସହ ଜଡ଼ିତ ରହିବା । 

             "ସତ୍ୟମେବ ଜୟତେ ।"

 

ସଞ୍ଜୟ ଉବାଚ 

ସଞ୍ଜୟ କୁମାର ସାହୁ 

ନରସିଂହପୁର 

କଟକ 754032 

9692299266 


Rate this content
Log in

More oriya story from Sanjay Kumar

Similar oriya story from Inspirational