Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

ରୋଗର ବିଚିତ୍ର ଢଙ୍ଗ

ରୋଗର ବିଚିତ୍ର ଢଙ୍ଗ

3 mins
7.7K


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ସେଦିନ ସକାଳୁ ସକାଳୁ ଧୋବାଟି ଉଠିଲା ।ଏହା ତାର ପ୍ରତିଦିନ ଅଭ୍ୟାସ ତାପରେ ସେ ତାର ସ୍ତ୍ରୀକୁ ଉଠାଇଲା । ନଈକୁ ମଇଳା ଲୁଗା ସଫା କରିବାକୁ ଯିବାକୁ ତାକୁ କହିଲା । ସେମାନେ ସଫା ହୋଇଥିବା ମଇଳା ଲୁଗା ଗଣ୍ଠିଲି ଗଧ ପିଠିରେ ଲଦିଲେ । ତାକୁ ଧରି ସେ ନଈକୁ ଚାଲିଗଲା।

ନଈ କୂଳରେ ପହଞ୍ଚି ଧୋବା ଗଧ ପିଠିରୁ ଗଣ୍ଠିଲି ତଳକୁ ଓହ୍ଲାଇ ଦେଲା।ତାପରେ ତାର ସ୍ତ୍ରୀକୁ ଗଣ୍ଠିଲିକୁ ଖୋଲିବାକୁ କହିଲା। ସ୍ତ୍ରୀ ତା’ର ଗଣ୍ଠିଲି ଖୋଲି ଗୋଟି ଗୋଟି କରି ଲୁଗା ବାହାର କଲା । ଲୁଗା ଗଣ୍ଠିଲି ମଝିରେ ଗୋଟିଏ ଛୋଟିଆ ଗଣ୍ଠିଲିକୁ ଦେଖି ସ୍ତ୍ରୀ ତାର ସ୍ୱାମୀକୁ ପଚାରିଲା, “ଏଇଟା କଅଣ ?”

ଧୋବା ଗଣ୍ଠିଲିଟିକୁ ଚାହିଁଲା । ତାପରେ ସେ କହିଲା- “ସେଇ ଗଣ୍ଠିଲିକୁ ନଈ ଆରପଟକୁ ନେଇଯା । ସେଠାରେ ସେ ସବୁ କାଢି ଅଲଗା ଶୁଖାଇଦେବୁ । ଲୁଗା ସବୁ ଶୁଖିଗଲେ ତାକୁ ଅଲଗା ଗଣ୍ଠିଲି କରିବୁ । ସେଇ ଗଣ୍ଠିଲିର ଲୁଗାକୁ ଏଇ ବଡ ଗଣ୍ଠିଲିର ଲୁଗା ସାଥିରେ କେବେ ହେଲେ ମିଶାଇବୁ ନାହିଁ ।”

ଧୋବାର ସ୍ତ୍ରୀ ତା’ର ସ୍ୱାମୀ କଥାରେ ସମ୍ମତ । ସେଥିପାଇଁ ମୁଣ୍ଡ ଟୁଙ୍ଗାରିଲା । ତାପରେ ସେ ସେଇ ନଈ ପାରି ହୋଇ ଆରପଟକୁ ଗଲା । ସେଠାରେ ପହଞ୍ଚି ସେ ଗଣ୍ଠିଲିଟି ଖୋଲିଲା । ଦେଖିଲା ସେଇ ଗଣ୍ଠିଲିରେ ଦୁଇଟି ଧୋତି, ଗୋଟିଏ ପଞ୍ଜାବୀ ଓ ଗୋଟିଏ ଗାମୁଛା ଅଛି । ସେଥିରୁ ଗୋଟିଏ ଧୋତି ଓ ପଞ୍ଜାବୀ ମୂଲ୍ୟବାନ । ଅନ୍ୟ ଧୋତି ଓ ଗାମୁଛାଟି ଅଳ୍ପ ଦାମର । ତାହା ଛଡା ତା’ ଦେହରେ କେତେ ଜାଗାରେ ତାଳି ପଡିଛି । କିନ୍ତୁ ବଡ ଗଣ୍ଠିଲିଲ ଲୁଗାଗୁଡାକ ଏତେ ମଇଳା ହୋଇ ନାହିଁ । ଏଇ ଲୁଗାଗୁଡିକ ଡାକ୍ତରଖାନାରେ ପଡିଥିବା ଦୁଇଟି ରୋଗୀଙ୍କର । ତେଣୁ ଏ ଗୁଡିକ ଅଲଗା ରଖା ଯାଇଥିଲା ।

ତା’ ମଧ୍ୟରୁ ମୂଲ୍ୟବାନ ଲୁଗା ଜଣେ ଧନୀ ଲୋକର । ଅଳ୍ପ ଦାମ୍ ଲୁଗା ଗୋଟିଏ ଗରୀବ କୃଷକର । କିନ୍ତୁ ଦୁଇଜଣଯାକ ଗୋଟିଏ ସଂକ୍ରାମକ ରୋଗରେ ଆକ୍ରାନ୍ତ । ତେଣୁ ସେମାନଙ୍କ ଲୁଗା ଅଲଗା ସଫା ହେବ । ଶୁଖା ବି ହେବ ।

ଧୋବଣୀ ଲୁଗାଗୁଡିକୁ ଓଦା କଲା । ତା’ପରେ ସେତ ତାକୁ ନଈରେ ପଡିଥିବା ପଥରରେ ବାଡେଇ କାଚିବାକୁ ଲାଗିଲା । ଲୁଗାଗୁଡିକ ବେଶୀ ମଇଳା ହୋଇ ନଥିଲା । ତେଣୁ ଧୋବଣୀକୁ ବେଶୀ ସମୟ ନେଲା ନାହିଁ । ତା’ପରେ ସେ ଲୁଗାକୁ ଚିପୁଡି ନଈ ବାଲିରେ ଶୁଖାଇବାକୁ ବିଛେଇଦେଲା ।

ଗରୀବ ଲୋକର ଲୁଗାରେ ଥିବା ଜୀବାଣୁ ସେ ପର୍ଯ୍ୟନ୍ତ ଜୀବିତ । ସେ ଧିରେ ଧିରେ ଲୁଗାରୁ ବାହାରି ସମସ୍ତଙ୍କର ଅଜାଣତରେ ଖସିଯିବାକୁ ଉଦ୍ୟତ । ଠିକ୍ ସେହି ସମୟରେ ଗୋଟିଏ ଆବାଜ ଶୁଭିଲା । ଆବାଜଟି ଆଉ କାହାର ନୁହେଁ । ବରଂ ଧନୀଲୋକର ଲୁଗାରେ ଥିବା ଜୀବାଣୁଙ୍କର । ତାଙ୍କର ପ୍ରଶ୍ନ- “ଭାଇ, ତମେ କୁଆଡେ ଯାଉଛ ?”

“ମୁଁ ଏଇ ଗରୀବ ଲୋକକୁ ଛାଡି ଚାଲି ଯାଉଛି । ସେ ମୋତେ କିଛି ଖାଇବାକୁ ଦେଇପାରୁନାହିଁ । ଅଧିକାଂଶ ଦିନ ତ ସେ ଭୋକିଲା ରହେ । ଯେଉଁଦିନ କିଛି ଖାଦ୍ୟ ଖାଇବାକୁ ପାଏ, ତାହା ସ୍ୱାଦହୀନ । ସେଥିପାଇଁ ମୁଁ ସେ ଗରୀବ ଲୋକ ପାଖରେ ଆଉ ରହିବାକୁ ଚାହୁଁନାହିଁ । ମୁଁ ତାକୁ ଘୃଣା କରେ । ତେଣୁ ମୁଁ ତାକୁ ଛାଡି ଫଳରସ ଖାଇବା ପାଇଁ ସବୁଜ ଗଛକୁ ଯାଉଛି । ତମେ କ’ଣ କହୁଛ ?” ଗରୀବ ଲୋକ ଲୁଗାରେ ଥିବା ଜୀବାଣୁ ଉତ୍ତର ଦେଲା ।

ଧନୀଲୋକର ଲୁଗାରେ ଥିବା ଜୀବାଣୁ କହିଲା - “ମୁଁ ଯାହା ପାଖରେ ରହୁଛି ସେ ମୋତେ ଅତିଥି ଭଳି ସତ୍କାର କରୁଛି । ମୁଁ ତା’ ପାଖରେ ରହି ନରମ ତୁଳା ଗଦିରେ ଶୋଉଛି । ତା’ର ଘର ଲୋକ ଓ ବନ୍ଧୁବାନ୍ଧବମାନେ ମୋର ଖୁବ୍ ଯତ୍ନ ନେଉଛନ୍ତି । ମୋତେ କମଳା ରସ ଓ ବିଭିନ୍ନ ପ୍ରକାର ଫଳରସ ପିଇବାକୁ ଦେଉଛନ୍ତି । ମୋର ସେବାର ଅଭାବ ନାହିଁ । ମୁଁ ବର୍ତ୍ତମାନ ଖୁସିରେ ଅଛି । ତେଣୁ ମୁଁ ଏହାକୁ ଛାଡିବି ନାହିଁ । ଅନ୍ୟ ଜଣେ ଧନୀ ଲୋକ ମିଳିବା ପର୍ଯ୍ୟନ୍ତ ମୁଁ ଏଠାରେ ରହିବି ।”

ଗରୀବ ଲୋକର ଲୁଗାରେ ଥିବା ଜୀବାଣୁଟି ନିଜର ଦୁର୍ଦ୍ଦଶା ଯୋଗୁଁ କାନ୍ଦିବାକୁ ଲାଗିଲା । ତା’ ଘରେ ନିଜେ ତା’କୁ ରଖି ତା’ର ଦେଖାଶୁଣା କରିବା ପାଇଁ ଜଣେ ଧନୀ ଲୋକର ଅନ୍ୱେଷଣରେ ବାହାରିଲା ।

ଏଥିପାଇଁ ଗରୀବ ଲୋକମାନେ ଯେ କୌଣସି ରୋଗରୁ ଶୀଘ୍ର ମୁକ୍ତି ପାଇଯାଆନ୍ତି । କିନ୍ତୁ ଧନୀଲୋକର ରୋଗାକ୍ରାନ୍ତର ସମୟ ଦୀର୍ଘ ।

ଶ୍ରୀ ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Classics