Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଝିଅ ଦେଖା
ଝିଅ ଦେଖା
★★★★★

© Pallabi Das

Others

5 Minutes   1.1K    76


Content Ranking


ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ -"ସୁମି ଟିକେ କ୍ଷୀରି ଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ" ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା -"ମୀନୁ, କହିଲୁ କୋଉ ହେୟାର ଷ୍ଟାଇଲ୍ ଟା ମାନିବ ମତେ" । ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି -"ତୋ ଲମ୍ବା ସିଧା ଚୁଟିରେ କିଛି ବି ଷ୍ଟାଇଲ୍ କଲେ ରହିବନି ଖସି ଯିବ" । ପୁଣି ତା ଚିନ୍ତା ଦେଖି, ତାକୁ ସାହାଯ୍ୟ କାଲି ଗୋଟେ ସୁନ୍ଦର ଖୋସା ବନେଇବାରେ । ଅଧା ଖୋସା ବାନ୍ଧିଛି କି ନାହିଁ ପୁଣି ବାପା ବାହାର ପଟୁ ଡାକ ଛାଡ଼ିଲେ," ସୁମି ଟିକେ ପାଣି ଗ୍ଲାସ ଦବୁ !” ଦିଦି ଜଲଦି ଖୋସା ବାନ୍ଧି ଚାଲିଗଲା ବାପାଙ୍କୁ ପାଣି ଦବାକୁ । ରାତି ସାରା ଭାବି ଭାବି ମୋତେ ନିଦ ହୋଇନଥିଲା ଯ -" ଦିଦି ବିନା ମୁଁ କ'ଣ କରିବି ! ସେ ଏ ଘରୁ ଗଲା ପରେ ଘରର ସବୁ କାମ କରିବ କିଏ !" ଏବେ ଟିକେ ହାଲକା ନିଦରେ ଆଖି ଲାଗିଗଲା କେତେବେଳେ ଜାଣି ପାରିଲିନି । ନିଦରେ ଶୁଣା ଯାଉଥିଲା ମାଆ ସୁମି ଦିଦିକୁ କେତେ କ'ଣ ବତାଉଥାନ୍ତି । ମାଆଙ୍କ ପାଟିରେ ମୁଁ ଆଖି ମଳି ମଳି ପ୍ରାୟ ଗୋଟେ ଘଣ୍ଟା ପରେ ଉଠିଲା ବେଳକୁ ଦିଦି ମୋର ଗୋଟେ ପରୀ ପରି ଦିଶୁଥିଲା । ମତେ ଅନେଇ କହିଲା -"ଦେଖିଲୁ ମୀନୁ, ମୁଁ କେମିତି ଦେଖା ଯାଉଛି" । ଦିଦିକୁ ମୁଁ ବୋହୁତ୍ ଥର ଶାଢ଼ିରେ ଆଗରୁ ଦେଖିଥିଲି କିନ୍ତୁ ଆଜିର ଦେଖିବା କିଛି ଅଲଗା ଥିଲା । ମୋ ଦିଦିକୁ ପୁଅ ଘର ଲୋକ ଦେଖିବାକୁ ଆସୁଥିଲେ ଆଜି । ନୀଳ ଶାଢ଼ିରେ ଗୋଲାପି ଧଡ଼ି ଆଉ ହାତରେ ମେଞ୍ଚାଏ ନୀଳ ଚୁଡ଼ିରେ ମୋ ଦିଦି ବେଶ୍ ସୁନ୍ଦର ଦିଶୁଥିଲା । ମାଆ ହୁଏତ ତା ଶାଢ଼ି ବଦଳେଇ ଦେଲେ, କାରଣ ନିଦରେ ଶୋଇବା ପୂର୍ବରୁ ଦିଦି ଆଉ ଗୋଟେ ଫିକା ରଙ୍ଗର ଶାଢ଼ି ପିନ୍ଧିଥିଲା ଆଉ ଯେତେ କହିଲେ ବି ବଦଳୁ ନଥିଲା, ଏପାଳି ବୋଧେ ମାଆ ଆସି ବଦଳାଇ ଦେଲେ ଜବରଦସ୍ତି । କାନରେ ବଡ ନୀଳ କାନ ଫୁଲ ଆଉ ମଥାରେ ବଡ କଳା ଟିକିଲି ତା ସାଥିରେ ଓଠରେ ଗୋଲାପି ଲିପିଷ୍ଟିକରେ ଦିଦି ପୁରା ହିରୋଇନ୍ ଲାଗୁଥିଲା ମତେ । ଚାଲିଗଲା ବେଳକୁ ରୁଣୁ ଝୁଣୁ ଶବଦ ହଉଥିଲା, ତା ପାଦ ଦିଟାକୁ ଦେଖିଲା ବେଳକୁ ପାଉଁଚି ଲଗେଇଥିଲା ଆଜି ବୋହୁତ୍ ଦିନ ପରେ । ଏତେ ଦିନ ହେଲା ତା ସାଧାରଣ ରୂପରେ ତାକୁ ଦେଖି ଦେଖି ଆଜିର ଏ ମନ ଲୋଭା ରୂପ ମତେ ବୋହୁତ୍ ଆଲଗା ଲାଗୁଥିଲା । ଲାଗୁଥିଲା ଯେମିତି ଦିଦି ତା ନୂଆ ସଂସାରକୁ ନୂଆ ନୂଆ ରଙ୍ଗରେ ସଜେଇବାକୁ ପୁରା ପ୍ରସ୍ତୁତ ଅଛି ।

ରୋଷେଇ ଏଯାଏ ସରି ନଥିଲା , ଦିଦି ମୋର ଦୌଡ଼ି ଯାଉଥିଲା ବାକି ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବାକୁ, କାଳେ ତା make up ଖରାପ ହେଇଯିବ ଭାବି ତା ହାତଟାକୁ ଧରି ଦେଇ କହିଲି -" ଦିଦି ମୁଁ ଯାଉଚି "। ତଥାବି ସେ ଶୁଣି ନଥିଲା ହସି ହସି ଚାଲି ଯାଇଥିଲା ରୋଷେଇ କରିବାକୁ । ରୋଷେଇ ସାରି ଝାଳ ନାଳ ହୋଇ ଆସି ବସି ପଡ଼ିଲା ମୋ ପାଖରେ ଟିକେ ଫ୍ୟାନ ପବନ ପାଇଁ । ହଠାତ୍ ମାଆଙ୍କ ପାଟି ପୁଣି ଶୁଭିଲା -"ସୁମି, ସେମାନେ ଆଉ ପାଞ୍ଚ ଦଶ ମିନିଟ୍ ରେ ଆସି ପହଁଚି ଯିବେ , ସବୁ କାମ ଶୀଘ୍ର ସାରିଦେ" । ଏତିକି ଶୁଣୁ ଶୁଣୁ ମୁଁ ଗୋଟେ କୁଦା ରେ ବେଡ୍ ରୁ ଡିଆଁ ମାରିଲି ତଳକୁ କାରଣ ଦିନ ବାରଟା ହବ ପ୍ରାୟ ଏଯାଏ ମୁଁ ଦାନ୍ତ ଘସି  ନଥିଲି କି ଗାଧୋଇ ନଥିଲି, ବାସ୍ ବେଡ୍ ରେ ପଡ଼ି ପଡ଼ି ଦିଦି କୁ ଦେଖୁଥିଲି । ମୁଁ ଚାଲି ଗଲି ମୋ ବାଟରେ ମୋ ନିତ୍ୟ କର୍ମ ସାରିବାକୁ । ସବୁ କାମ ସାରି ପ୍ରାୟ କୋଡିଏ ମିନିଟ୍ ପରେ ଆସିଲା ବେଳକୁ ଦିଦି ଥରୁଥିଲା ମିରର ଆଗରେ ଠିଆ ହୋଇ । ହାତରେ କାଜଲ ଧରିଥିଲା ଲଗେଇବାକୁ କିନ୍ତୁ ଲଗେଇ ପାରୁନଥିଲା, ନୁଆ ଲୋକଙ୍କୁ ଦେଖା କରିବା ଆତଙ୍କରେ । ମତେ ଭାରି ମଜା ଲାଗୁଥିଲା ତାକୁ ଏଇ ଅବସ୍ଥା ରେ ଦେଖି । ହାତରୁ କାଜଲ ଟା ଟାଣି ନେଇ ମୋ ଆଡ଼କୁ ତା ମୁହଁ ବୁଲେଇଦେଇ ଆଙ୍କି ଦେଲି ଦିଟା ଲମ୍ବା ମୋଟା କଳା ଗାର ତା ଆଖି ଦିଟା ରେ । ଆଙ୍କି ସାରିବା ପରେ ଆରମ୍ଭ କଲି ମୋ ଲମ୍ବା ଚଉଡ଼ା ପ୍ରବଚନ ବଡ ପାଟିରେ, ତାକୁ ଟିକେ ସାହସ ଦବା ପାଇଁ , କିନ୍ତୁ ମୋ ପାଟି ଶୁଣି ମାଆ ବାହାର ପଟ ଘରୁ ଦୌଡ଼ି ଆସି କହିଲା - "ମୀନୁ , ଟିକେ ଧୀରେ ପାଟି କର ସେମାନେ ବସିଛନ୍ତି ଖରାପ ଭାବିବେ " । ୟା ଭିତରେ ସେମାନେ ଆସି ଗଲେଣି ବୋଲି ମତେ ଜଣା ନଥିଲା । ଦିଦି ଚାଲି ଯାଇଥିଲା ରୋଷେଇ ଘରକୁ ଦହି ସରବତ ଆଣିବାକୁ, ହଠାତ୍ କାଚ ଗ୍ଲାସ ପଡ଼ିବାର ଶବଦରେ ମାଆ ଆଉ ମୁଁ ଦୌଡ଼ି ଥିଲୁ ରୋଷେଇ ଘରକୁ । ସେଠି ଯାଇ ଦେଖୁ ତ, ଦିଦି ଛାନିଅ ଆଉ ଭୟରେ ଗ୍ଲାସ ଗୋଟେ ଭାଙ୍ଗି ସାରିଛି । ମାଆ ତାକୁ ସାହସ ଦେଇ ଭଲରେ ବୁଝେଇ ପୁଣି ତାକୁ ଧରି ଚାଲିଲା ତା ଶାଶୁ ଘର ଲୋକଙ୍କ ଆଗକୁ । ମୁଁ ଆଶ୍ଚର୍ଯ୍ୟ ହଉଥିଲି ମାଆ କେମିତି ଆଜି ଦିଦି କୁ ଗାଳି ଦେଲାନି ଗ୍ଲାସ ଭାଙ୍ଗିବାରୁ , ଆଗରୁ ତ ବୋହୁତ୍ ଗାଳି କରେ । ତା ଶାଶୁ ଘର ଲୋକଙ୍କୁ ଦେଖିବାକୁ ମୁଁ ବି ଯାଇଥିଲି ଦିଦି ପଛେ ପଛେ ଆଉ ଦୂରରୁ ଠିଆ ହୋଇ ଦେଖୁଥିଲି ମୋ ଦିଦି ର ଆଉ ଗୋଟେ ନିରୀହ ରୂପ । କହିବାକୁ ଗଲେ ଦିଦି ମୋର ଜମା ନିରୀହ ନୁହେଁ କାରଣ ସେ ମତେ ପଢେଇବା ବେଳେ ବୋହୁତ୍ ବାଡାଏ । କିନ୍ତୁ ଆଜି ସେ ମତେ ବୋହୁତ୍ ନିରୀହ ଲାଗୁଥିଲା । ସମସ୍ତଙ୍କୁ ମୁଣ୍ଡିଆ ମାରିବା ସାରି ସେ ବସିଥିଲା ମାଆଙ୍କ ପାଖରେ । ମୁଁ ଯାଇ ସମସ୍ତଙ୍କୁ ମୁଣ୍ଡିଆ ମାରି ବସି ଗଲି ବାପାଙ୍କ ପାଖରେ । ଦିଦି ର ଶାଶୁ ଘର ଲୋକ ତାକୁ ବୋହୁତ୍ ଶାନ୍ତ ଭାବୁଥିଲେ, କହୁଥିଲେ -"ଝିଅ ଟା କେତେ ଚୁପ୍ ଚାପ୍, ଠିକ୍ ଆମ ପୁଅ ପରି ଶାନ୍ତ, ଇତ୍ୟାଦି " । ମୋର ଇଛା ହଉଥିଲା , ଚିଲେଇକି କହିବାକୁ - "ତମେ ଯାହାକୁ ଏତେ ଶାନ୍ତ ଭାବୁଛ ସେ ବୋହୁତ୍ ଚଣ୍ଡି ଟା ମତେ ବୋହୁତ୍ ମାରେ" । କିନ୍ତୁ କହି ପାରିଲିନି କାରଣ ମୋ ଦିଦି ର ଖୁସି ଲୁଚି ରହିଥିଲା ଏଇ ନୁଆ ସମ୍ପର୍କ ରେ । ମତେ ଜଣା ଥିଲା ମୋ ଦିଦି କେବଳ ମୋ ଆଗରେ ବାଘ ଆଉ ସବୁଠି ମୂଷା ଛୁଆ । ଦିଦି ର ଆଖି ଦିଟା ବୋହୁତ୍ ସୁନ୍ଦର , ଆଉ ଯୋଉତିଷ ଆଜ୍ଞା କହୁଥିଲେ "ମାଆ ରେ, ତୁ ବହୁତ ଲକ୍ଷ୍ମୀମତିଆ କାରଣ ତୋ ଆଖି ଦିଟା କଜଳ ପାତିଆ ଆଖି", ଏତିକି ଶୁଣି ଦେଇ ମୋ ବାପା ମାଆ ଆଉ ଟିକେ ଖୁସି ରେ ଗଦ ଗଦ ହୋଇଗଲେ । ମୋର ଇଛା ହଉଥିଲା କହିବାକୁ - "ଆରେ ମତେ ବି କିଏ ଟିକେ ବାହାବା ଦିଅ, ତାକୁ କାଜଲ ମୁଁ ଲଗେଇ ଦେଇଚି ସେଥିପାଇଁ ସେ ଆହୁରି ସୁନ୍ଦର ଦିଶୁଛି"। କେହି ମତେ ବାହାବା ଦିଅନ୍ତୁ ବା ନଦିଅନ୍ତୁ , ଦିଦି କିନ୍ତୁ ତା ଆଖିର ଇସାରା ରେ ମତେ ଜଣେଇ ଦେଲା । ବେଶ୍ ସୁରୁଖୁରୁ ରେ ଝିଅ ଦେଖା ସରିଗଲା , ଆଉ ଭିଣେଇ ଭାଇ ଗଲା ବେଳେ ମତେ ଚିଡେଇଦେଇ ଗଲେ । ସମସ୍ତଙ୍କର ଝିଅ ଆଗରୁ ପସନ୍ଦ ଥିଲା କିନ୍ତୁ ମୋ ଦିଦି ର ଡର ବୋହୁତ୍, ନିଜ ଭିତରେ ସଙ୍କୁଚିତ ସେ, ବୋହୁତ୍ ଚିନ୍ତା ଥିଲା ତାର, ତା ରଙ୍ଗ ରୂପ କାଳେ କାହାକୁ ପସନ୍ଦ ନ ଆସିବ ଭାବି । ଦିଦି ର ବିଶ୍ବାସ ହଉନି ଯ ତା ବାହାଘର ଠିକ୍ ହୋଇସାରିଛି ବୋଲି କାରଣ ସେ ଦେଖିଛି ତା ଆଖି ଆଗରେ ମାଉସୀମାନଙ୍କ ପାଇଁ ବାର ବାର ବିବାହ ପ୍ରସ୍ତାବ ଆସିବା ଆଉ ଭାଙ୍ଗି ଯିବା , କୋଉଠି ଜାତକ ପାଇଁ ତ ଆଉ କେଉଁଠି ରୂପ ରଙ୍ଗ ପାଇଁ । ଦିଦି ଭାବୁଥିଲା ତା ବାହାଘର ପାଇଁ ମଧ୍ୟ ସେମିତି କିଛି ହବ ବୋଲି । ନିଜକୁ ପ୍ରସ୍ତୁତ କରିଦେଇଥିଲା ବାର ବାର ପିଲାମାନଙ୍କ ସହ ମିଶିବାକୁ ଆଉ ପୁଅ ର ପରିବାର ସହ ମିଶିବାକୁ , କିନ୍ତୁ ତା ଜୀବନରେ ଗୋଟେ ଥରରେ ସବୁ ଠିକ୍ ହୋଇଯିବ ବୋଲି ସେ କେବେ ଭାବି ନଥିଲା । ବିବାହର ବଜାରରେ ତାର କିଣା ବିକା ହୋଇନଥିଲା । ଧୀରେ ଧୀରେ ତାର ବିଶ୍ବାସ ଆସୁଥିଲା ଯ, ଆଜି ବି ଦୁନିଆରେ କିଛି ଭଲ ପରିବାର ଅଛନ୍ତି ବୋଲି ଆଉ ନିଜକୁ ପ୍ରସ୍ତୁତ କରୁଥିଲା ସେମିତି ଏକ ପରିବାର ରେ ନିଜକୁ ସାମିଲ୍ କରିବାକୁ ।


କ୍ଷୀରି ଷ୍ଟାଇଲ୍ ନୀଳ ଶାଢ଼ି

Rate the content


Originality
Flow
Language
Cover design

Comments

Post

Some text some message..