Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୨୨
ଅବୋଲକରା କାହାଣୀ - ୨୨
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.4K    18


Content Ranking

ପାଷାଣ ବୋହୂ - ୨

ଦିନକୁ ଦିନ ରାଜା ହରିଶ୍ଚନ୍ଦ୍ରଙ୍କର ଦାନୀ ପଣର ପ୍ରଚାର ହୋଇ ଗଲା । ଦାନୀ ରାଜା ହିସାବରେ ସେ ସବୁ ଦେଶ ବିଦେଶରେ ତାଙ୍କର କେବଳ ଜୟ ଜୟକାର ଶୁଣାଗଲା । ସ୍ୱର୍ଗର ଦେବୀ ସ୍ଥାନୀୟ ଦେବତା ମାନେ ଏପରି ପୁଣ୍ୟବନ୍ତ ରାଜାଙ୍କର ନାମ ଶୁଣି ଚିନ୍ତିତ ହୋଇ ପଡିଲେ । ସେହି ରାଜା ହରିଶ୍ଚନ୍ଦ୍ର ଯେବେ ଅତି ପୁଣ୍ୟବନ୍ତ ହୋଇ ଯିବେ ତାହା ହେଲେ ଏହି ସ୍ୱର୍ଗର ଇନ୍ଦ୍ରପଦ ତାଙ୍କର ପାଇବା କିଛି ଅସମ୍ଭବ ନୁହେଁ । ସେ ତାଙ୍କ ବଳ ପୂର୍ବକ ଏହି ସ୍ୱର୍ଗର ଇନ୍ଦ୍ର ସ୍ଥାନୀୟ ଦେବତାଙ୍କର ଗାଦି ଛଡାଇ ନେଇ କାଳେ ସ୍ଥାନୀୟ ଦେବତା ମାନଙ୍କର ରାଜା ହୋଇଯିବେ । ତେଣୁ ସ୍ଥାନୀୟ ଦେବତା ମାନେ ସେହି ପୁଣ୍ୟବନ୍ତ ରାଜା ହରିଶ୍ଚନ୍ଦ୍ରଙ୍କୁ କୁପଥରେ ନେଇ ଯିବା ନିମନ୍ତେ ମହର୍ଷି ବିଶ୍ୱାମିତ୍ରଙ୍କୁ ପଠାଇଲେ ।

ସ୍ଥାନୀୟ ଦେବତା ମାନଙ୍କ ଠାରୁ କୁମନ୍ତ୍ରଣା ପାଇ ଋଷି ବିଶ୍ୱାମିତ୍ର ସ୍ୱର୍ଗପୁରରୁ ମର୍ତ୍ୟକୁ ଆସି ସେହି ପୁଣ୍ୟବନ୍ତ ରାଜା ହରିଶ୍ଚନ୍ଦ୍ରଙ୍କୁ ସାକ୍ଷାତ କଲେ । ରାଜା ହରିଶ୍ଚନ୍ଦ୍ର ଋଷି ବିଶ୍ୱାମିତ୍ରଙ୍କୁ ଦେଖି ତାଙ୍କର ପାଦ ପୂଜା କରି ତାଙ୍କୁ ସୁବର୍ଣ୍ଣର ଆସନରେ ବସାଇ ତାଙ୍କର ଗୁଣ କୀର୍ତନ କରନ୍ତେ ଋଷି ବିଶ୍ୱାମିତ୍ର ତାହା ଶୁଣି କ୍ରୋଧିତ ହୋଇ କହିଲେ ତୁମେ ମୋର ଗୁଣଗାନ କରୁଛନା ନିଜେ ନିଜର ଗୁଣଗାନ କରୁଛ । ସେ ଯାହାବି ହେଉ ମୁଁ ତୁମ ନିକଟରୁ ଆଜି କିଛି ଦାନ ନେବା ନିମନ୍ତେ ଆସି ଅଛି । ତୁମେ ମୋତେ ଦାନ ଦେବା ପରେ ମୁଁ ଏଠାରୁ ଚାଲି ଯିବି ।

ଦାନୀ ରାଜା ହରିଶ୍ଚନ୍ଦ୍ର ଏ କଥା ଋଷି ବିଶ୍ୱାମିତ୍ରଙ୍କ ଠାରୁ ଶୁଣନ୍ତେ ଖୁବ୍ ଖୁସି ହୋଇ ଯାଇ ଅନନ୍ଦରେ କହିଲେ – ଆପଣ କେଉଁ ଦାନ ମୋଠାରୁ ଚାହୁଁଛନ୍ତି ତାହା ନିର୍ଦୋନ୍ଦରେ ପ୍ରକାଶ କରନ୍ତୁ । ବିଶ୍ୱାମିତ୍ର କହିଲେ – ଯାହା ହେଲେ ତ ମୁଁ ଦାନ ନେବା ନିମନ୍ତେ ଆସିଛି । ତେବେ ମୋତେ ଦାନ ଦେବା ଆଗରୁ ତୁମେ ଆଗ ସତ୍ୟ କଲେ ଯାଇ ମୁଁ ମୋ ଦାନ ବିଷୟରେ କହିବି । ତୁମକୁ ସେଥି ଲାଗି ତ୍ରିବାର ସତ୍ୟ କରିବାକୁ ହେବ ।

ତହୁଁ ରାଜା ହରିଶ୍ଚନ୍ଦ୍ର ତ୍ରିବାର ସତ୍ୟ କରି ସେହି ଋଷି ବିଶ୍ୱାମିତ୍ରଙ୍କୁ କହିଲେ – ଏବେ ଆପଣଙ୍କର ଇଚ୍ଛାରେ ଯାହା ଦାନ ନେବାର କଥା ତାହା ପ୍ରକାଶ କରନ୍ତୁ ।

ଋଷି ବିଶ୍ୱାମିତ୍ର କହିଲେ ତୁମର ରାଜ୍ୟ ଧନ ସମ୍ପଦ ପ୍ରଜା ଓ ତୁମର ରାଜ ସିଂହାସନ ଏ ସବୁ ମୋର ଲୋଡା । ତୁମେ ଏଥି ଲାଗି ତ୍ରିବାର ସତ୍ୟ କରି ସାରିଛ । ଯଥା ଶୀଘ୍ର ତାହା ପ୍ରଦାନ କରି ତୁମେ ମୁକ୍ତି ପାଇ ଯାଅ ।

ଏହା ପରେ ରାଜା ହରିଶ୍ଚନ୍ଦ୍ର ଭାବିଲେ ଏହା ନିଶ୍ଚୟ ମୋ ନିମନ୍ତେ ଧର୍ମ ସ୍ଥାନୀୟ ଦେବତାଙ୍କର ପରୀକ୍ଷା । ତେଣୁ ମୋତେ ମୋର ସତ୍ୟ ନିଶ୍ଚୟ ପାଳିବାକୁ ହେବ । ଏହା ପରେ ପିନ୍ଧିବାର ବସ୍ତ୍ରକୁ ଛାଡି ଅନ୍ୟ ସମସ୍ତ ରାଜା ହରିଶ୍ଚନ୍ଦ୍ର ସେହି ଋଷି ବିଶ୍ୱାମିତ୍ରଙ୍କୁ ଅର୍ପଣ କରି ଦେଲେ । ତା’ପରେ ନିଜର ପୁତ୍ର ଓ ଭାର୍ଯ୍ୟାଙ୍କ ପାଖରେ ଯାହା ଯାହା ରତ୍ନ ଅଳଙ୍କାର ଥିଲା ତାହା ମଧ୍ୟ ଋଷି ବିଶ୍ୱାମିତ୍ରଙ୍କ ହସ୍ତରେ ପ୍ରଦାନ କଲେ ।

ପରୀକ୍ଷା କରିବାକୁ ଯାଇ ରାଜା ହରିଶ୍ଚନ୍ଦ୍ରଙ୍କ ଦାନ ନିକଟରେ ଋଷି ବିଶ୍ୱାମିତ୍ରଙ୍କୁ ହାର ମାନିବାକୁ ହେଲା । ଏହି ସବୁ ଘଟଣା ଦେଖି ସ୍ୱର୍ଗର ସ୍ଥାନୀୟ ଦେବତା ମାନଙ୍କ ସହ ଦେବରାଜ ଇନ୍ଦ୍ର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ । ଏପରି ଦାନ ପ୍ରଦାନ କରି ଥିବାରୁ ସ୍ଥାନୀୟ ଦେବତା ମାନେ ଭାବିଲେ ଏହାତ ଅତୁଳନୀୟ ଦାନ । ଏହା ମହା ଦାନରେ ପରିଗଣିତ ହେଲା ।

ଏହା ପରେ ଋଷି ବିଶ୍ୱାମିତ୍ର ହରିଶ୍ଚନ୍ଦ୍ରଙ୍କୁ ଚେତାଇ ଦେଇ କହିଲେ – ମୁଁ ଯେ କାହାରି ଠାରୁ ଦାନ ବିନା ଦକ୍ଷିଣାରେ ଗ୍ରହଣ କରେ ନାହିଁ । ତେଣୁ ଏପରି ଦାନର ଦକ୍ଷିଣା ନିମନ୍ତେ ଆପଣ ମୋତେ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଦାନ କରନ୍ତୁ । ତାହା ନହେଲେ ତମ୍ଭର ଦେଇଥିବା ଦାନର ଧର୍ମ ନଷ୍ଟ ହେବ ଓ ତୁମ୍ଭଙ୍କୁ ମୋର ଅଭିଷାପ ଭୋଗ କରିବାକୁ ହେବ ।

ଏକ କଠୋର ପରୀକ୍ଷା, ଋଷି ବିଶ୍ୱାମିତ୍ରଙ୍କ ଠାରୁ ଏ କଥା ଶୁଣିବା ମାତ୍ରେ ରାଜା ହରିଶ୍ଚନ୍ଦ୍ରଙ୍କର ନୟନରେ ଲୋତକ ଆସି ଗଲା । ରାଜା ଏ କଥା ଯାଇ ରାଣୀ ଶବ୍ୟାଙ୍କ ନିକଟରେ କହନ୍ତେ ରାଣୀ କହିଲେ ଏଥି ଲାଗି ଆପଣ ଦୁଃଖ କାହିଁକି କରୁଛନ୍ତି । ରାଜ୍ୟ, ରାଜ ସିଂହାସନ, ଧନସମ୍ପଦ ଓ ପ୍ରଜାଙ୍କ ଠାରୁ ମୁଁ କ’ଣ ଆପଣଙ୍କ ଲାଗି ବେଶୀ ମୂଲ୍ୟବାନ । ଦାନ ସହ ଦକ୍ଷିଣା ନଦେଲେ ଆପଣ ଧର୍ମଦ୍ରୋହୀ ହେବେ । ଆଉ ମଧ୍ୟ ଆପଣଙ୍କର ଏହି ସର୍ବସ୍ୱ ଦାନ ଦେବାର ମୂଲ୍ୟ ମଧ୍ୟ କିଛି ରହିବ ନାହିଁ । ସ୍ତ୍ରୀଙ୍କର ଯୁକ୍ତି ଯେ ଅକାଟ୍ୟ, ତେଣୁ ଏପରି ଏକ ବିପଦ କାଳେ ଆଉ କି ଉପାୟବା ତାଙ୍କ ପାଖରେ ଥିଲା । ତହୁଁ ସେ ରାଣୀଙ୍କର ଇଚ୍ଛାରେ ତାହାହିଁ କରିବାକୁ ବାରଣ କରି ପାରିଲେ ନାହିଁ ।

ସେତେବେଳେ ସେହି ରାଜ୍ୟର ଜଣେ ଧନୀକ ସୌଦାଗର ନିଜର ସ୍ତ୍ରୀର କଥାରେ ସେତେବେଳେ ଦାସୀ ଗୋଟିଏ ଖୋଜୁ ଥିଲେ । ସେ ଦେଖିଲେ ଏହି ଦାସୀଟି ବହୁ ସୁନ୍ଦର ତଥା ଉଚ୍ଚ କୁଳରେ ଜାତ ଭାବରେ ଜଣା ପଡୁ ଥିଲା । ସେଥି ଲାଗି ସେହି ସୌଦାଗର ରାଣୀ ଶବ୍ୟା ଓ ତାଙ୍କ ପୁତ୍ର ରୋହିତଙ୍କୁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ବିନିମୟରେ କିଣି ନେଲା । ଅବଶିଷ୍ଟ ଅର୍ଥର ଅଭାବ ନିମନ୍ତେ ରାଜା ହରିଶ୍ଚନ୍ଦ୍ର ନିଜେ ମଧ୍ୟ ଜଣେ ଚଣ୍ଡାଳଙ୍କ ନିକଟରେ ବିକ୍ରୟ ହୋଇ ଋଷି ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ପ୍ରଦାନ କରି ମୁକ୍ତି ପାଇ ଗଲେ ।

ଏଥୁ ଅନ୍ତେ ରାଜା ଚଣ୍ଡାଳଙ୍କୁ ବିକ୍ରୟ ହୋଇଥିବା କାରଣରୁ ସେ ଏକ ଶ୍ମଶାନରେ ଜଗୁଆଳୀ ଭାବରେ କାମ କଲେ । ରାଣୀ ସେହି ସୌଦାଗରଙ୍କ ଗୃହରେ ଦାସୀ ଭାବରେ କାମ କଲେ । ତାଙ୍କ ଛୋଟ ପୁଅ ରୋହିତ କ’ଣ ଖାଲି ବସି ବସି ଖାଇବ । ତେଣୁ ସେହି ସୌଦାଗର ରୋହିତକୁ ପ୍ରତିଦିନ ଫୁଲ ତୋଳି ଆଣି ତାହାକୁ ଗୁନ୍ଥି ଠାକୁରଙ୍କ ସେବା ଲାଗି ଦେବାକୁ ଆଦେଶ କଲେ ।

ଦିନକର କଥା, ରାଜ କୁମାର ରୋହିତ ନିଜର ସାଙ୍ଗ ମାନଙ୍କ ସହିତ ପଦ୍ମ ପୋଖରୀକୁ ପଦ୍ମ ତୋଳିବାକୁ ଯାଇ ଥିଲା । ପୋଖରୀ ଭିତରେ କାଳୀୟ ନାଗ ଥିଲା । ସେ ରାଜ କୁମାର ରୋହିତକୁ ଦଂଶନ କରନ୍ତେ ସେହି ଠାରେ ହିଁ ରୋହିତର ମୃତ୍ୟୁ ହେଲା । ପୁତ୍ରର ମୃତ୍ୟୁ ହେବା ଜାଣି ରାଣୀ ଶବ୍ୟା ବହୁତ କାନ୍ଦିଲେ । ସୌଦାଗର ଏହା ଜାଣି ରାଣୀ ଶବ୍ୟାଙ୍କୁ ବୁଝାଇ କହିଲେ ବିଧାତାର ଯାହା ବିଧାନ ତାହାକୁ ଆନ କରିବାର ଶକ୍ତି ପୁଣି କାହାର ଅଛି । ତୁମର ଧନ ଗଲା, ରାଜ୍ୟ ଗଲା, ପ୍ରଜା ଗଲେ, ଶେଷରେ ସ୍ୱାମୀ ମଧ୍ୟ ଗଲେ । ଏଥିରେ ଆଉ ଦୁଃଖ ନକରି ତୁମେ ତୁମର ମଲା ପୁଅକୁ ନେଇ ଆଗ ଶ୍ମଶାନରେ ଦାହ କରି ଆସ ।

ନିରୁପାୟ ହତଭାଗିନୀ ରାଣୀ ରାଜ ସୁଖକୁ ଛାଡି ସେ ଆଜି ଦାସୀ । ସ୍ୱାମୀ ମଧ୍ୟ ତାଙ୍କର ହୋଇ ରହିଲେ ନାହିଁ । ଥିଲା ମାତ୍ର ତାଙ୍କର ଏହି ଗୋଟିଏ ବୋଲି ପୁଅ । ଭାବି ଥିଲେ ପୁଅର ମୁହଁ ଦେଖି ନିଜର ସବୁ ଦୁଃଖକୁ ପାଶୋରି ପକାଇବେ । ପୁଅ ବଡ ହେବ । ପୁଣି ଥରେ ତାଙ୍କ ଭାଗ୍ୟ ବଦଳିବ । ଭାଗ୍ୟ ମନ୍ଦ, ତାହା ବି ବିଧାତା ସହିଲା ନାହିଁ । ତାଙ୍କ ପୁଅକୁ ଶେଷରେ ଯମ ନେଲା ।

ରାଣୀ ଶେଷରେ କାନ୍ଦି କାନ୍ଦି ନିଜ ମଲା ପୁଅକୁ ନିଜ କାନ୍ଧରେ ପକାଇ ପାଖରେ ଥିବା ଶ୍ମଶାନକୁ ନେଇ ଗଲେ । ସେହି ଶ୍ମଶାନରେ ଜଗୁଆଳ ଶବକୁ ଦେଖି ଆଗ ମଶାଣି ମାଶୁଲ ମାଗିଲା । ମାଶୁଲ ନଦେଲେ ସେ ଶବକୁ ପୋଡିବାକୁ ଅନୁମତି ଦେବେ ନାହିଁ ବୋଲି ଜଗୁଆଳ କହିଲେ । ଏ କଥା ଶୁଣି ରାଣୀ କେବଳ ବାହୁନି ବାହୁନି କାନ୍ଦିବାକୁ ଲାଗିଲେ । କହିଲେ ମୋ ପ୍ରତି ଟିକେ ଦୟା କର । ମୁଁ ଅଯୋଧ୍ୟାର ପାଟରାଣୀ ଶବ୍ୟା । କପାଳରେ ଥିଲା ସ୍ୱାମୀ ମୋର ସମଗ୍ର ରାଜ୍ୟକୁ ଦାନ କରି ଦେଲେ । ଦକ୍ଷିଣା ନିମନ୍ତେ ମୋତେ ଜଣେ ସୌଦାଗର ନିକଟରେ ଦାସୀ ହୋଇ ବିକ୍ରୟ ହେବାକୁ ପଡିଲା । ଶେଷରେ ସେ ସୌଦାଗର ମଧ୍ୟ ମୋ ପୁଅକୁ ଫୁଲ ତୋଳା କାର୍ଯ୍ୟରେ ଲଗାଇ ଦେଲା । ଫୁଲ ତୋଳିବାକୁ ଯାଇ ପୁଅକୁ ମୋର ସର୍ପ ଦଂଶନ କରିବାରୁ ପୁଅ ମୋର ସେହିଠି ମରି ଗଲା ।

ରାଜା ହରିଶ୍ଚନ୍ଦ୍ର ଏବେ କ’ଣ କରିବେ । ସେ ନିଜର ରାଣୀ ଶବ୍ୟାଙ୍କୁ ଚିହ୍ନି ପାରିଥିଲେ ମଧ୍ୟ ସେ ଥିଲେ ନିରୁପାୟ । ନିୟମ ଭଙ୍ଗ କରିଲେ ତାଙ୍କର ଧର୍ମ ନଷ୍ଟ ହେବ । ତେଣୁ ସେ କହିଲେ ମୁଁ ଚଣ୍ଡାଳର ଦାସ ରାଜା ହରିଶ୍ଚନ୍ଦ୍ର । ନିୟମ ସମସ୍ତଙ୍କ ଲାଗି ସମାନ କରିଛି ଚଣ୍ଡାଳ । ସେ ମୋର ପ୍ରଭୁ ମୁଁ ତା’ର ଦାସ । ତା’ର ଆଦେଶକୁ ଉଲଙ୍ଘନ କଲେ ମୁଁ ଧର୍ମଦ୍ରୋହୀ ହେବି । ତେଣୁ ତୁମେ ଅର୍ଥ ଦେଇ ପୁଅକୁ ତୁମର ଦାହ କରିବାର ବ୍ୟବସ୍ଥା କର ।

ରାଜା ହରିଶ୍ଚନ୍ଦ୍ରଙ୍କୁ ସେହି ସମୟରେ ରାଣୀ ଶବ୍ୟା ଚିହ୍ନି ପାରିଲେ । ଦୁଃଖ ଓ ଲୋତକ ନେତ୍ରରେ ତାଙ୍କୁ କେବଳ ଦେଖୁଥିଲେ ସିନା ହେଲେ କିଛିବି କହିଲେ ନାହିଁ । ତହୁଁ ସେ କାନ୍ଦି କାନ୍ଦି ଧର୍ମକୁ ଡାକିଲେ ।

ଏହା ପରେ ରାଜା ହରିଶ୍ଚନ୍ଦ୍ର କହିଲେ – ନାହିଁ ରାଣୀ ନାହିଁ । ତୁମେ ଆଉ ସେପରି କାନ୍ଦ ନାହିଁ । ଆସ ମୁଁ ଏକ ଜୁଇ ସଜାଡି ଦେଉଛି । ସେହି ଜୁଇରେ ଆମେ ଆମ ପୁଅକୁ ପୋଡିବା ସହିତ ଆମେ ଦୁହେଁ ମଧ୍ୟ ସେହି ଅଗ୍ନିରେ ଝାସ ଦେଇ ନିଜ ନିଜର ପ୍ରାଣ ତ୍ୟାଗ କରିବା ।

ରାଜା ହରିଶ୍ଚନ୍ଦ୍ରଙ୍କର ଶେଷ କଥା ସରିଲା । ରାଜା ହରିଶ୍ଚନ୍ଦ୍ର ଜୁଇ ସଜାଡି ଆଗ ନିଜ ପୁଅକୁ ଶୁଆଇ ଦେଇ ଜୁଇରେ ଅଗ୍ନି ସଂଯୋଗ କଲେ । ତା’ପରେ ପ୍ରବଳ ଅଗ୍ନିରେ ରାଣୀଙ୍କ ସହିତ ଝାସ ଦେବାକୁ ବସନ୍ତେ ଋଷି ବିଶ୍ୱାମିତ୍ର ଆସି ସେଠାରେ ଉପସ୍ଥିତ ହୋଇ କହିଲେ ତୁମେ ଧନ୍ୟ ରାଜା, ତୁମେ ମହାନ୍ । ମୋ ପରୀକ୍ଷାରେ ଆଜି ତୁମେ ଉତୀର୍ଣ୍ଣ ହୋଇଛ । ମୁଁ ମନ୍ତ୍ର ପାଣି ଦ୍ୱାରା ଏବେ ତୁମର ପୁତ୍ରଙ୍କୁ ବଂଚାଇ ଦେବା ସହିତ ତୁମକୁ ତୁମର ରାଜ୍ୟ ମଧ୍ୟ ଫେରାଇ ଦେଉଛି । ତୁମେ ଏବେ ଏହି ରାଜ ମୁକୁଟ ପିନ୍ଧି ନିଜ ରାଜ୍ୟର ଦାୟିତ୍ୱ ନିଅ ।

ଏହା ପରେ ରାଜା ହରିଶ୍ଚନ୍ଦ୍ର ନିଜ ରାଜ୍ୟକୁ ଫେରି ନିଜର ପୁତ୍ର ରୋହିତଙ୍କ ମୁଣ୍ଡରେ ରାଜ ମୁକୁଟ ପିନ୍ଧାଇ ତାକୁ ସେ ରାଜ୍ୟର ସମସ୍ତ ଦାୟିତ୍ୱ ପ୍ରଦାନ କରି ନିଜେ ସ୍ୱର୍ଗାରୋହଣ କଲେ । ରାଣୀ ଶବ୍ୟା ମଧ୍ୟ ମହା ସତୀ ଭାବରେ ପରିଚିତ ହୋଇ ମୃତ୍ୟୁବରଣ କରିବା ପରେ ଯେଉଁଠାରେ ସେହି ରାଣୀଙ୍କର ଦାହ କରାଗଲା ସେହି ସ୍ଥାନରେ ଶବ୍ୟାଙ୍କର ଏକ ପାଷାଣ ମୂର୍ତ୍ତି ନିର୍ମାଣ କରି ତାଙ୍କର ପୂଜା କରିବାର ବ୍ୟବସ୍ଥା କରା ଗଲା । ଆବ୍ରାହ୍ମଣ ଚଣ୍ଡାଳ ଯାଏଁ ସମସ୍ତଙ୍କର ଏହି ଦେବୀଙ୍କର ପୂଜା କରିବାର ଅଧିକାର ରହିଲା । ସେହି ଦିନ ଠାରୁ ସତୀରାଣୀ ଶବ୍ୟା ସେଠାରେ ଦେବୀ ଭାବରେ ପୂଜା ପାଉ ଅଛନ୍ତି ।

ଶୁଣ ବୋଲକରା କହିଲି କଥା

ଆଣ କମ୍ବଳକୁ ଧର ଛତା ।

କଥାର ମଞ୍ଜିତ ବୁଝିତୁ ଗଲୁ

ସତୀ ପୂଜା କଥା ମନେ ଘେନିଲ ।

ପୁରାଣ ଯୁଗର ପବିତ୍ର ସ୍ଥାନ

ସତୀ ପୂଜା ସେହୁ ଥିଲା ମହାନ ।

ବୋଲକରା ସେହି ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣି ତୋବା ତୋବା ହୋଇ ଯାଇ ଛତା କମ୍ବଳକୁ କାନ୍ଧରେ ପକାଇ ପୁଣି ଆଗକୁ ଚାଲିଲା ।

ହରିଶ୍ଚନ୍ଦ୍ରଙ୍କର ପ୍ରଚାର ବିଶ୍ୱାମିତ୍ର

Rate the content


Originality
Flow
Language
Cover design

Comments

Post

Some text some message..