Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ଲୁହ

ଲୁହ

5 mins
451


ଶିବୁର ଏମିତି ହେବା ପାଇଁ ରିୟା ନିଜକୁ ଦାୟୀ କରେ।

ଅପରାଧୀ ଅପରାଧି ଲାଗେ ନିଜକୁ। ଶିବୁ ଜଣେ ଦିବ୍ୟାଙ୍ଗ,ଆଜିକାଲି ପିଲା ପରି ସେ କାଇଁକି ହୋଇ ପାରିଲା ନାହିଁ ବୋଲି ନିଜକୁ ମନେ ମନେ କୋଷେ ରିୟା।ଭଲ ମୋହର ପାଇବା ଲୋଭରେ ସେ ଯେଉଁ ଭୁଲ କରିଛି ମଲେ ବି ସେ ଭୁଲ ସଂଶୋଧନ ହୋଇ ପାରିବ ନାହିଁ।ଭରଣା ହୋଇ ପାରିବ ନାହିଁ ତା ଜୀବନର ଖାତ।ତା ସ୍ୱାମୀଟି ସେମିତି।ସେ ବି ଚୁପ୍ ରହିଲେ।ଭଲ ମନ୍ଦ ଜ୍ଞାନ ରିୟାର ନଥିଲା।ହେଲେ ତା ସ୍ୱାମୀଙ୍କର ଥିଲେ ବି ରୋଜଗାର ନଥିବାରୁ କିଛି କହି ପାରୁ ନ ଥିଲେ।।ବାହାରେ ରହି ଓକିଲାତି ପ୍ରାକ୍ଟିସ କରୁଥିଲେ।

ରିୟା ଝିଅରୁ ବୋହୁ ହୋଇ ଆସିଲା।ମା ଶିଶୁଙ୍କ ଯତ୍ନ ବିଷୟରେ ଲେସ ମାତ୍ର ଜ୍ଞାନ ନଥିଲା ତାର। ବିବାହର ସାତ ମାସ ପରେ ସେ ମା ହେବାକୁ ଯାଉଛି ବୋଲି ଡାକ୍ତର କହିଲେ।ରିୟା ବାପଘର ଚଳଣି ସେତେ ଭଲ ନଥିଲା।ସେ ବଡ଼ ଝିଅ ତା ତଳେ ଆହୁରି ତିନୋଟି ଝିଅ ଥିଲେ।ଏଣୁ ଏକୋଇଶ ବର୍ଷରେ ରିୟାକୁ ବିବାହ କରି ଦେଇଥିଲେ ବାପା ଯେହେତୁ ତଳକୁ ତଳ ଆହୁରି ତିନୋଟି ଝିଅ ଥିଲେ।ବାପା ଚାହୁଁଥିଲେ ତାଙ୍କ ବଳ ବୟସ ଥାଉ ଥାଉ ରୋଜଗାର ଗୋଟିଏ ପରେ ଗୋଟିଏ ଝିଅଙ୍କୁ ପରଗୋତ୍ରୀ କରିଦେବା ପାଇଁ।ରୋଜଗାର ବାପାଙ୍କ ସେମିଟି କିଛି ନଥିଲା।

ରିୟା ଭାରି ଶାନ୍ତ ଶିଷ୍ଟ ଝିଅ।ଶାଶୁ ଘରେ ଭଲ ବା ମନ୍ଦ ଯିଏ ଯାହା କୁହେ ଶୁଣେ କେବଳ।ଶିବୁ ପେଟରେ ଥିବାବେଳେ ଶଶୁର ନେଇ ଡାକ୍ତର ଖାନା ଚେକ୍ ଅପ୍ ପାଇଁ ନିଅନ୍ତି।ଡାକ୍ତର ଯେଉଁ ଔଷଧ ଲେଖନ୍ତି କିଛି ଆଣନ୍ତି ନାହିଁ।କୁହନ୍ତି ମୋ ସାଙ୍ଗ ମାନେ କହୁଛନ୍ତି ଔଷଧ ଖାଇଲେ ପିଲାଟା ପେଟରେ ବଢିଯିବ।ଜନ୍ମ କଲାବେଳକୁ ବଡ଼ ସମସ୍ୟା ହେବ।ଏଣୁ ପ୍ରତି ମାସରେ ଡାକ୍ତର ଦେଖା ହୁଏ ମାତ୍ର ଔଷଧ ଆସେନା କି ରିୟା କିଛି ଔଷଧ ଖାଇନି ତା ଗର୍ଭଧାରଣା ସମୟରେ।ପୁଣି ସେତେ ଭଲ ଖାଦ୍ୟ ବି ରିୟାକୁ ଖାଇବାକୁ ଦିଆଯାଇନି ସେଇ ସମୟରେ।ଏଣୁ ମା ଓ ଛୁଆ ଉଭୟେ ଅପପୃଷ୍ଟିର ଶିକାର ହେଲେ।ରିୟା ପ୍ରାୟତଃ ବେହୋସ ହୋଇଯାଏ।ଶାଶୁ କୁହନ୍ତି ମା ହେଲେ କାଳେ ଏମିତି ହୁଅନ୍ତି।

ଆଠ ମାସର ଶିବୁ ଯେତେବେଳେ ପେଟରେ ହୋଇଥିଲା ସେତେବେଳେ ଡାକ୍ତର" କହିଲେ କିଛି ସମସ୍ୟା ଥିଲା ପରି ଲାଗୁଛି ଟିକେ ଅଲ୍ଟ୍ରାସାଉଣ୍ଡ କରି ଆଣି ଦେଖା

ଇବେ।ରେଗୁଲାର ଚେକ୍ ଅପ ହୋଇ ମେଡ଼ିସିନ ଖାଇଲା ପରେ ବି ମା ସ୍ୱାସ୍ଥ୍ୟ ଦିନଙ୍କୁ ଦିନ ତଳକୁ ଯାଉଛି।ପିଲା ଅବସ୍ଥା ଠିକ୍ ନଥିବ।ପ୍ରଚୁର ଜୀବସାର ଓ ପୃଷ୍ଟି ସାର୍ ଯୁକ୍ତ ଖାଦ୍ୟ ଖାଇବାକୁ ଦେଉନାହଁ ବୋଧେ।ଗର୍ଭଧାରଣ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହୁଏ।ଆପଣ ମାନେ କଣ ଏସବୁ କଥା ଜାଣନ୍ତି ନାହିଁ।ତୁରନ୍ତ ଅଲ୍ଟ୍ରାସାଉଣ୍ଡ କରି ଆଣନ୍ତୁ"।

ଡାକ୍ତର ତାଙ୍କ କଥା କହିଦେଲେ।ଶଶୁର ଘରକୁ ନେଇ ଆସିଲେ ।କହିଲେ" ହେ ସେ ଡାକ୍ତର ଟା କଣ କହିବ?କୋଡ଼ କୋଡ଼ ଲୋକ ପ୍ରତିଦିନ ଜନ୍ମ କରୁଛନ୍ତି ନା ଆମ ବୋହୁ ଏକା ଜନ୍ମ କରିବ।ଔଷଧ ଖାଇ ପିଲାଟା ବଢ଼ିଗଲେ ଅନେକ ଖର୍ଚ୍ଚ,ପେଟକଟା ଇତ୍ୟାଦିଝମେଲା"।

ରିୟା ଭାରି କଷ୍ଟ ଭୋଗେ।କହି ପାରେନି କିଛି।ତା ସ୍ବାମୀ ଏସବୁ ଦେଖି,ଜାଣି ଚୁପ୍ ରୁହନ୍ତି।ସେ ସ୍ଥଳେ ଯୁ ଡରାଏ ପ୍ରତିବାଦ କରିବାକୁ,ମୁହଁ ଖୋଲିବାକୁ।

ଶେଷରେ ପରିଣତି ସମୟ ନହେବା ପୂର୍ବରୁ ଆଠ ମାସ ପରେ ପରେ ଚାରିଦିନ ପେନ୍ ନେଇ ନେଇ ମଲା ଅବସ୍ଥା ହୋଇଗଲା ରିୟାର।ଡାକ୍ତର ମୂଳରୁ କହୁଥିଲେ ଅପେରେସନ କରି ପିଲା ଜନ୍ମ କରେଇବାକୁ।ଶଶୁରଙ୍କ ଏକା ଜିଦ୍ ନର୍ମାଲ ଡେଲିଭରି ହେବ।ଚାରିଦିନ ପରେ ଶିବୁ ଜନ୍ମ ନେଲା କିନ୍ତୁ ସମ୍ପୂର୍ଣ୍ଣ ଓଜନ କମ୍ ଅଧା ମୁଣ୍ଡ ପୁରି ନଥିବା ପିଲା।ଓଜନ ମାତ୍ର ଦେଢ଼ କିଲୋଗ୍ରାମ।ଜନ୍ମ ହେଉ ହେଉ ଶିବୁକୁ ଫିଡ୍ସ୍ ମାରିଲା।ତାକୁ ଶିଶୁଭବନକୁ ସ୍ଥାନାନ୍ତରିତ କରାଗଲା।

ଏକୋଇଶି ଦିନଯାଏ ଶିବୁ ଶିଶୁ ଭବନରେ ରିୟା ପାଖରୁ ଦୂର ହୋଇ ରହିଲା।।ରିୟା ହୋସ୍ ଆସିଲା ପରେ କେବଳ ଜାଣିଲା ପୁଅଟିଏ ହୋଇଛି ଓଜନ କମ୍।ଇଣ୍ଟନସିଭ କେୟାର ରେ ଅଛି।ମା କ୍ଷୀର ଶିବୁ କଣ ଜାଣିନି ପାଖା ପାଖି ମାସେ ପର୍ଯ୍ୟନ୍ତ।ରିୟାର ବି ମାରାତ୍ମକ ଇଂଫେକ୍ସନ ହୋଇଗଲା। ଜଗତସିଂହପୁର ମେଡିକାଳରୁ ମା ପୁଅ କଟକ ବଡ଼ ମେଡ଼ିକାଲ ଆସିଲେ।ସେଠି ପୁଣି ରହିବାକୁ ପଡିଲା ଦୁଇ ମାସ।ରିୟାର ଇଚ୍ଛା ହେଉଥାଏ ଚିତ୍କାର କରି କୁହନ୍ତା କେବଳ ଅବହେଳା ଯୋଗୁଁ ଆମ ମା ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ।

କିନ୍ତୁ ପାରି ନଥିଲା। ତାର ଖୁଣ୍ଟ ,ବଳ ସ୍ୱାମୀଟି କମ୍ ଜୋରି ଥିଲେ।ରୋଜଗାର ନଥିଲା।ବାପାଙ୍କ ଆୟରେ ଚଳୁଥିଲେ।ବୋଧହୁଏ ନୀରବ ରହୁଥିଲେ ସେ।କିନ୍ତୁ ଶିବୁ ଓ ରିୟାର ଅବସ୍ଥା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ,ଭାଙ୍ଗି ପଡ଼ିଥିଲେ ମଧ୍ୟ।

ତିନି ମାସ ମା ପୁଅ ମେଡ଼ିକାଲରେ ରହିଲେ। ପରେ ରିୟା ପୁଅକୁ ନେଇ ଶାଶୁ ଘରକୁ ଗଲା।ଆସ୍ତେ ଆସ୍ତେ ଶିବୁ ଗୋଟିଏ ରୋଗୀଣା ଛୁଆର ରୂପ ନେଇ ବଢ଼ୁଥିଲା।ତାକୁ ଗୋଟିଏ ଜିନିଷ ଦେଖାଇଲେ ସେ ଆରପଟକୁ ଚାହୁଁଥିଲା। ଘଣ୍ଟ ବାଡେଇବା ବାଡ଼ି ପରି ହାତ ଗୋଡ଼।ମୁଣ୍ଡ ଗୋଟେ ପଟ ପୁଚୁ ପୁଚୁ।ଗୋଟିଏ ବିକଳାଙ୍ଗ ଶିଶୁ ଯେ କେହି ଦେଖିଲେ ଦୟା କରିବ।ଅନ୍ୟ ପିଲାମାନେ ଯେମିତି ବଢନ୍ତି ସେମିତି ନଥିଲା ଶିବୁର।ଦାନ୍ତ ଉଠିବା, ଚାଲିବା,କଥା କହିବା ସବୁ ଢେରିରେ ହେଲା।ଯାହା ବିଷମ ଚିନ୍ତାର କାରଣ ହୋଇଥିଲା।ଚାଲିଲା ବୋଧେ ପାଞ୍ଚ ବର୍ଷ ବେଳକୁ ଟିକେ ଟିକେ।କଣ ହୁଏ କେଜାଣି ଶିବୁ ଖାଲି ଦଉଡେ,ଚାଲେନା କେବେ।ଗୋଇଠି ଟେକିଥାଏ ସବୁବେଳେ।ଟିପରେ ଅହରହ ଦୌଡୁଥିବ।ନଚେତ ଧୀରେ ଚାଲିଲେ ପଡ଼ିଯାଉଥିଲା।ରିୟା ମାତୃତ୍ୱ ଏକାନ୍ତ ଇଛାଟିଏ ରଖୁଥିଲା ତା ପୁଅ ତାକୁ ମା ମା ଡାକନ୍ତା ଗୁଲୁରୁ ଗୁଲୁରୁ ହୋଇ।ଆ ଆ କହିଲେ ପାଖକୁ ଚାଲି ଆସନ୍ତା।ଏ ସବୁ ଦେଖିବାକୁ ରିୟାକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିଲା।

ରିୟା ଓ ଶିବୁକୁ ତା ସ୍ବାମୀ ଏଥର ଆଉ ଘରେ ନ ରଖି ଆଣି ନିଜ ପାଖରେ ରଖିଲେ।ଡାକ୍ତରଙ୍କୁ ଦେଖାଇଲେ।ଆସ୍ତେ ଆସ୍ତେ ଶିବୁ ଗୋଇଠି ଓ ପାଦ ଲଗାଇ ଚାଲିଲା।ଆଖି ବି ଚିକିତ୍ସା କରାଇ ଚଷମା ଦିଆଗଲା।ଶିବୁର ଅପାରଗତା ନେଇ ରିୟା ଓ ତାର ସ୍ୱାମୀ ନିଜକୁ ଦାୟୀ କରୁଥିଲେ।ଯଦି ଉପଯୁକ୍ତ ଯତ୍ନ ନିଆ ଯାଇଥାନ୍ତା ଶିବୁ କଣ ସବୁ କ୍ଷେତ୍ରରେ ଏପରି ପଛୁଆ ହୋଇଥାନ୍ତା!!!ଏଇ କଣ୍ଟାଟି ସବୁବେଳେ ବେଶୀ ଫୋଡେ ରିୟାକୁ।ଶିବୁ କୁ ଦେଖି ଅସମ୍ଭବ ଅପ୍ରକାଶ୍ୟ ଯନ୍ତ୍ରଣାରେ ଫାଟି ପଡେ ରିୟା।ଲୁହ ଅହରହ ପିଉଥାଏ ରିୟାର କାନି।

ରିୟା ସବୁଥିରେ ନିକମା ପୁଅକୁ ପାଠଶାଠ ଦି ଅକ୍ଷର ପଢେଇବାକୁ ଅଣ୍ଟା ଭିଡ଼ିଲା।ଯେତେ ସମ୍ଭବ ଲାଗିଲା ପୁଅ ସହ।ରାତିଦିନ ଏକ କରିଦେଲା।ଭୁଲିଗଲା ନିଜ ବୟସ,ରୁଚି,ଜୀବନ।କେବଳ ଶିବୁ କେମିତି କିଛି ଶିଖିବ ଏଇ ଚିନ୍ତା ଘାରିଲା ରିୟାକୁ।ଯେତେବେଳେ ତାକୁ ସ୍କୁଲ ନେଲା ଲୋକେ ହସିଲେ।କୁହା କୁହି" ହେଲେ ଏଇଟା ଗୋଟେ ପୁଅରେ ଗଣା।ଇଏ ପୁଣି ପାଠ ପଢିବ!ଯିଏ ଠିକରେ ଦେଖି ପାରୁନାହିଁ,ଚାଲି ପାରୁନାହିଁ ,କଥା ଖନେଇଁ ଖନେଇଁ କହୁଛି,ଡାକିଲେ ଶୁଣୁନି, ସେ ପାଠ ପଢିବ, ପାଠ"!

ଏକଥା ଶୁଣି ରିୟା ହୃଦୟ ଆଖିରୁ ସତେକି ଲହୁ ଗୁଡା ପାଣି ଫାଟି ନିଗିଡି ପଡି ଦେହ ମନ ତିନ୍ତାଇ ଦିଅନ୍ତି।ପୁଅକୁ ଟିକେ କୋଳେଇ ନେଇ ମନରେ ସାହସ ବାନ୍ଧି ନିଜକୁ ଶାନ୍ତ୍ବନା ଦିଏ ହଁ ସେ ପାରିବ।ସଭିଙ୍କ କଥାକୁ ମିଛ ପ୍ରମାଣିତ କରି ଦେଖେଇଦେଵ ତା ପୁଅ ବି ଅନ୍ୟ ପିଲାଙ୍କ ପରି ଲେଖି ପଢି ପାରିବ।ଶିକ୍ଷକ ମାନେ ବି କହିଲେ ଏ ପିଲାକୁ ଆଶ୍ରା ସ୍କୁଲ ନେଇ ଯାଅ।ସେଠି ଏ ପିଲା ପାଇଁ ଯଥେଷ୍ଟ ସୁବିଧା ଅଛି।ଆମ ପାଖେ ନାମ ଲେଖାଇଲେ କିଛି ଲାଭ ହେବନି।

ରିୟା ଜିଦ୍ କରି ସ୍କୁଲରେ ନାମ ଲେଖାଇ ଦେଲା। ମାତ୍ର ଶିବୁ ଗୋଟିଏ ଜାଗାରେ ବସେନି।ଡାକିଲେ କିଛି ଉତ୍ତର ଦିଏନି।ଶିବୁ ସବୁ ବେଳେ ନିଜ ଦୁନିଆଁରେ ଥାଏ।ତା ଇଛା ଅନୁସାରେ କାମ କରେ।କେତେବେଳେ ନଳ କୂଅ ମୋଡୁଥିବ,କେତେବେଳେ ଲାଟିନ ଭିତରକୁ ପଳେଇବ,କେବେ କେବେ ଯାହା ପାଇବ ପିଲାଙ୍କ ଉପରକୁ ଫିଙ୍ଗିବ।ଅଥୟ କରିଦେଲା ଦୁଇ ଦିନ ଭିତରେ ସବୁ ଶିକ୍ଷକଙ୍କୁ ଶିବୁ।ଟିକିଏ ଆଖି ଉହାଡ଼ ହୋଇଗଲେ ଫାଟକ ଖୋଲି ରାସ୍ତାକୁ ପଳାଏ।ଯାହା ସବୁ ଶିକ୍ଷକ ଙ୍କ ମୁଣ୍ଡ ବଥାର କାରଣ ହେଲା।ନୟାନ୍ତ ହୋଇଗଲେ ସ୍କୁଲରେ ଅନ୍ୟପିଲା ଓ ଶିକ୍ଷକ।କିଛି ଅଭିଭାବକ ବି ଅଭିଯୋଗ କଲେ;ଶିବୁ ଯୋଗୁ ଅନ୍ୟ ପିଲାଙ୍କ ପଢ଼ାରେ ବ୍ୟାଘାତ ହେଉଛି।ମୋଟା ଅଙ୍କ ଦେଇ ପିଲାମାନେ ଏଠି ନାମ ଲେଖାନ୍ତି।ଯେମିତି ପଇସା ଦିଅନ୍ତି ସେମିତି ଶିକ୍ଷକ ଙ୍କୁ କୁହନ୍ତି ବି।ନାମକରା ଇଂଗାଜୀ ମିଡିୟମ ସ୍କୁଲ ଟି ଥିଲା।କିଛି ଉପାୟ ନ ପାଇ ଶିକ୍ଷକ ରିୟାଙ୍କୁ ଡାକି ନିଜ ଅସହାୟତା ବୁଝାଇଲେ।

ରିୟା ସ୍କୁଲ କୁ ନପଠାଇ ଘରେ ସ୍କୁଲ ବହି ନେଇ ସାର୍ ମାନଙ୍କ ସଂଗେ ପରାମର୍ଶ କରି ପଢ଼ାଇଲା ଶିବୁକୁ।ଖେଳ ,ଅଙ୍ଗଭଙ୍ଗୀ,ପ୍ରକଳ୍ପ ପରି କାର୍ଯ୍ୟ ମାଧ୍ୟମରେ କିଛି ଶିଖାଇବାକୁ ରିୟା ଚେଷ୍ଟା କଲା।ବର୍ଷେ ଯାଏ କିଛି ବି ଶିଖି ପାରିଲାନି ଶିବୁ।ହତାଶ ହୋଇ ପଡୁ ପଡୁ ନିଜକୁ ମଜଭୁତ କଲା ରିୟା।ସେ ପାରିବ,ନିଶ୍ଚୟ ପାରିବ।ଆସ୍ତେ ଆସ୍ତେ ଶିବୁ କିଛି ଶିଖିଲା।ଶିବୁକୁ ପରୀକ୍ଷା ବେଳକୁ ସ୍କୁଲ ଆଣି ପରୀକ୍ଷା ଦେଲା ପ୍ରତି ବର୍ଷ ରିୟା।ଦମ୍ଭ,ସଂକଳ୍ପରେ ବ୍ରତୀ ହୋଇ ରିୟା ଆରମ୍ଭ କଲା ଜଣେ ତପସ୍ୱିନୀର ଜୀବନ।

ଆଉ ଆଜି ତା ଶିବୁ ଇଂଗାଜୀ ମାଧ୍ୟମ ସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଛି। ହେଉ ପଛେଶତକଡା ଚାଳିଶ ନମ୍ବର,ପାସ କିନ୍ତୁ କରିଛି ତ...ବିଦ୍ରୁପ କରୁଥିବା,ତା ଦେଇ ହୋଇ ପାରିବନି କହୁଥିବା ସମାଜ ଦେଖ ଗୋଟିଏ ମା ର ବିଶ୍ୱାସ।ରିୟାକୁ ଲାଗୁଛି ସେ ଗୋଟେ ବିଶ୍ୱ ଯୁଦ୍ଧ ଜିତିଛି।ରିୟା ଶିବୁର ମାର୍କ ସିଟ ହାତରେ ଧରି ପୋଛୁଛି ଲୁହ।

ରିୟା ଆଖିରୁ ସେଦିନ ଲୁହ ଝରି ଥିଲା ହତାଶ ଓ ଅସହାୟତାରେ ଭାଙ୍ଗି ପଡି ।ଆଜି ଝରୁଛି ଖୁସିରେ।।ଶିବୁ ତାର ଅନ୍ତତଃ ଶିକ୍ଷିତ ତ ହୋଇ ପାରିଛି!

..

Satyabati swain, minu, balikuda, jagatsingpur.


Rate this content
Log in