Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ବୈଦେହିଶ ବିଳାଶ

ବୈଦେହିଶ ବିଳାଶ

2 mins
7.3K


ବୈଦେହିଶ ବିଳାଶ 

ତମେ ହିଁ ଯାହାକୁ ନିଜର ବୋଲି ଭାବିଛି । ତମେ ଯେଉଁଠି ବି ଥାଅ ମୁଁ ତମ ପାଖରେ ଅଛି । ମୋ ଆତ୍ମା ତମ ଚାରି କଡ଼ ରେ ଘୁରି ବୁଲୁଛି , ତମ ନିରବତା ର କାରଣ ଯେ ମୁଁ ବୁଝି ପାରିଛି କିନ୍ତୁ କଣ କରି ପାରିବି କହୁ ! ମୁଁ ବି ତ ଅସହାୟ । ତମେ କେମିତି କହି ପାରିଲ ଯେ ମୁଁ ତମ ପ୍ରଗତି ରେ ଇର୍ଷିତ । ତମେ ପୂର୍ଣ ସ୍ଵାଧୀନ । ତମର କୌଣସି ନିସ୍ୱତ୍ତି କୁ କେବେ ବି ବିରୋଧ କରି ନାହିଁ ଆଉ କରିବି ବି ନାହିଁ । ସତ ରେ କଣ ? ତମ ପାଖ ରେ ମୋ ପାଇଁ ଫୁରସତ ହିଁ ନାହିଁ । ତମ ବିନା ମୋ ଜୀବନ ଦୁର୍ବିସହ ଆଉ ଲାଗୁଛି ଏମିତି ଜଣେ ନିର୍ଦ୍ଧେଶି ଦଣ୍ଡ ଭୋଗୁଛି ବୋଧେ ଅବାଧ୍ୟ ରେ ତମ ଜୀବନ ପରିଧି ଭିତର କୁ ଟାଣି ହୋଇ ପଶିଗଲି । ଆସ ! ସାଗର ର ଦୁଇଟି ଲହଡ଼ି ଭଳି ମିଶିଯିବା । ବିରହ ଯେମିତି ଆମକୁ ଛୁଇଁ ପାରିବ ନି । ମୁଁ ତୁମ କଣ୍ଠ ର ସ୍ୱର ଆଉ ତମେ ମୋ ଗୀତ । ଯାହାଠୁ ବି ମଧୁତ ତମ ଆଉ ମୋ ସମ୍ପର୍କ । ଜୀବନ ର ଯେତେ ବି କଠିନ ଘଡି ଆସି ଛିଡା ହେଉ ପଛେ ତମ ହାତ ରେ ଥାଉ ମୋ ହାତ ,କେବେ ସ୍ବପରେ ବି ତମେ ମୋ ଠାରୁ ରୁଷି ଅଲଗା ହୁଅନି । ତମେ ଯତ୍ନଶୀଳ ହୁଅ ଯେମିତି ଆମ ସମ୍ପର୍କରେ କେବେ ଶିତଳତା ନ ଆସେ । ମୁଁ ଯେତେବେଳେ କୌଣସି ସମସ୍ୟା ରେ ପଡ଼େ ତମେ ମତେ ସମ୍ଭାଳିନିଅ । ତମ ଆଖିରେ ଯେମିତି ମୁଁ ଦେଖେ ଏ ସାରା ପ୍ରକୃତିର ସୌନ୍ଦର୍ଯ୍ୟତା । ଆଉ ମୋ ମନ ମନ୍ଦିର ର ହୋଇ ରହି ଥାଅ ତମେ ହିଁ ଦେବତା । ସାରା ଜୀବନ ଏମିତି ଚାଲୁ ଥାଅ ମୋ ସହ । ଆଉ କେବେ ବି କୁହନି ହେ ବନ୍ଧୁ ଘେନ ବିଦାୟ । ମୋର ପ୍ରତି ସକାଳ ତୁମେ ସନ୍ଧ୍ୟା ବି ତୁମେ । ତମେ ମୋ ସବୁ ବ୍ୟଥା ଆଉ ସବୁ ଖୁସି ବି ତମେ । ମୋ ସବୁ ସକାଳ ର ପ୍ରାଥନା ରେ ତମେ ଅଛ ଆଉ ରହିଥିବ । ତମ ବାହୁ ବନ୍ଧନ ରେ ସ୍ଵର୍ଗ ଆଉ ମର୍ତ୍ୟ ମୋର । ତମେ ଯେଉଁଠି ବି ଥାଅ ଯିଏ ଯାହାର ସିଏ ତାହାର । ଚିଙ୍ଗାରି ତ ଲାଗିଛି ଦୁଇ ପଟେ ନ ଲିଭୁ ସେ କେବେ । ବିନା ବିରହ ରେ ବୋଧେ କୌଣସି ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହୁଏ ନାହିଁ ।ଆଜି ର ରାମାୟଣ ର ଏ ତ ''ବୈଦେହିଶ ବିଳାଶ"" ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା -୧୨-୦୪-୧୬ ସମୟ ସକାଳ-୯-୦୭ ମି ।


Rate this content
Log in