Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଆଈ ମା'ର ଗପ ଚାଙ୍ଗୁଡ଼ି

Others

3  

ଆଈ ମା'ର ଗପ ଚାଙ୍ଗୁଡ଼ି

Others

ଅନ୍ୟକୁ ଉପଦେଶ

ଅନ୍ୟକୁ ଉପଦେଶ

1 min
746


ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର ବ୍ୟକ୍ତି ଠିଆ ହୋଇଥିଲେ ଓ ଏସମସ୍ତ କଥା ଶୁଣୁଥିଲେ । ସେ ଭଦ୍ର ବ୍ୟକ୍ତି ଜଣକ କହିଲେ ଭାଇ ତୁମେମାନେ କେବଳ ପ୍ରତ୍ୟେକ ପ୍ରତ୍ୟେକଙ୍କ ଭୁଲ୍ ଦେଖିବାରେ ଓ ଅନ୍ୟକୁ ଉପଦେଶ ଦେବାରେ ହିଁ ବ୍ୟସ୍ତ । ଏହିପରି କଣ ନମାଜ ପଢାଯାଏ?


Rate this content
Log in