Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପୁଲୱାମା ଫଲ ଆଉଟ
ପୁଲୱାମା ଫଲ ଆଉଟ
★★★★★

© Roja Panda

Others Tragedy

3 Minutes   472    49


Content Ranking

ଓଃ ଆଜି ସକାଳୁ ସକାଳୁ ଏ କି କରୁଣ ଦୃଶ୍ୟ । ଏଇ ଛୋଟ ପିଲାଟି ଏମିତି କଇଁକଇଁ ହେଇ କାନ୍ଦୁଛି କାହିଁକି ? କିଛି ଅଘଟଣ ଘଟିଛି କି ତା ସହିତ ? ନା ଆଉ ଦେଖି ହେଉନି ଏ ଦୃଶ୍ୟ । ମର୍ନିଙ୍ଗ ୱାର୍କ ସେତିକି ଥାଉ । ଯାଇ ଦେଖେ ସେ ପିଲାର କଣ ହେଇଛି । ଏମିତି କହି ମହାନ୍ତି ବାବୁ ତରତର ହେଇ ସେଇ ଛୋଟ ପିଲାଟି ପାଖକୁ ଦୌଡ଼ି ଗଲେ । ତାକୁ ପାଖକୁ ଡାକି ପଚାରିଲେ ," ବାବୁରେ ତୋର କଣ ହେଇଛି,ଏମିତି କାନ୍ଦୁଛୁ କାହିଁକି" ?

ପିଲାଟି ତାର ବାପାଙ୍କୁ ଖୋଜୁଥିଲା । ତାର କରୁଣ କ୍ରନ୍ଦନରେ ବୁକୁ ଫାଟିଯାଉଥିଲା ମହାନ୍ତି ବାବୁଙ୍କର । ସେ ମଧ୍ୟ ସେ ପିଲା ସହିତ ମିଶି ତା ବାପାଙ୍କୁ ଖୋଜିବାରେ ଲାଗିଲେ ।

ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଭୋଭୋ ହେଇ କାନ୍ଦୁଥିଲେ । ମହାନ୍ତି ବାବୁ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ଆରେ ଏମାନଙ୍କର ପୁଣି କଣ ହେଲା ? ମହାନ୍ତି ବାବୁ କାହାକୁ କିଛି ପଚାରିବା ପୂର୍ବରୁ କେହି ଜଣେ କହିଲେ ,"ଆପଣ କଣ ଦେଶର ଖବର ରଖୁନାହାନ୍ତି" ?

ମହାନ୍ତି ବାବୁ ଚିନ୍ତାକଲେ ଯେ ସେ ଆଜି ସକାଳୁ ସକାଳୁ ତାଙ୍କ ନିତିଦିନିଆ ଅଭ୍ୟାସ ଭୁଲିଯାଇଛନ୍ତି । ଖବର କାଗଜ କି ଟେଲିଭିଜନରେ ଖବର ଦେଖିନାହାନ୍ତି ।

ସଙ୍ଗେ ସଙ୍ଗେ ସେ ପାଖ ଦୋକାନରେ ଲାଗିଥିବା ଟେଲିଭିଜନରେ ଖବର ସବୁ ଦେଖିଗଲେ । ଓଃ ସତରେ କି କରୁଣ ଦୃଶ୍ୟ ! ସାରା ଓଡିଶାବାସୀଙ୍କ ଆଖିରେ ଲୁହ । ସାରା ଭାରତବାସୀଙ୍କ ଆଖିରେ ଲୁହ । ସବୁ ଟିଭି, ଖବରକାଗଜରେ ପୁଲୱାମା ଖବର ।

ମହାନ୍ତି ବାବୁ ଟିଭି ଉପରୁ ଆଖି ବୁଲେଇ ସଙ୍ଗେ ସଙ୍ଗେ ସେଇ ଛୋଟ ପିଲାଟି ପାଖକୁ ଦୌଡ଼ିଗଲେ । ଯେଉଁ ପିଲାର ବାପା ଆଜି ଆମ ମାଟି ମାଆ ପାଇଁ ଶହିଦ । ଆମ ଭାରତବାସୀ ପାଇଁ ଶହିଦ ।

ପିଲାଟି ପଛେ ପଛେ କିଛି ବାଟ ଗଲା ପରେ ତାର ମାଆ ଆଉ ପରିବାର ଲୋକଙ୍କୁ ଭେଟିଲେ ମହାନ୍ତି ବାବୁ । ସେଠି ପହଞ୍ଚି ମହାନ୍ତି ବାବୁ ଆଉ ଧର୍ଯ୍ୟ ଧରିପାରିଲେ ନାହିଁ । ପୁଣ୍ୟାତ୍ମା ଶହିଦଙ୍କ ଧର୍ମପତ୍ନୀ ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ଛୋଟ ପିଲାଟା ତା ବାପାଙ୍କ ମରଶରୀରକୁ ବାରମ୍ବାର ଉଠି ବସିବାକୁ ଆକୁଳରେ ଇଙ୍ଗିତ କରୁଛି । ଚାରିପାଖରେ ଆର୍ମି ସୈନିକ ବାହିନୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।

ମହାନ୍ତି ବାବୁ ସବୁ ବୁଝିଗଲେ ଯେ ଯେଉଁ ୪୪ ରୁ ଅଧିକ ଯବାନମାନେ ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପୁଣ୍ୟାତ୍ମା ହେଉଛନ୍ତି ଏଇ ଛୋଟ ପିଲାଟିର ବାପା । ପରିବାର ଲୋକଙ୍କର ବୁକୁଫଟା କ୍ରନ୍ଦନରେ ଦୁଃଖରେ ଝାଉଁଳି ପଡିଛି ସେଠିକାର ନିରବ ପରିବେଶ ।

ଦେଶ ପାଇଁ ପ୍ରାଣବଳୀ ଦେଇଥିବାରୁ ଗ୍ରାମବାସୀଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି ସିନା ହେଲେ ସେମାନଙ୍କ ଆଖି କୋଣରେ ଲୁହ ଅଟକି ରହୁନି । ଆତ୍ମଘାତୀ ଆକ୍ରମଣର ମାତ୍ର କେଇଘଣ୍ଟା ମଧ୍ୟରେ ଜବାନଙ୍କର ମୃତ୍ୟୁ କଥା ଜଣାପଡିଥିଲା । ପ୍ରକୃତି ବି ଏହି ଦୁଃଖ ସହିନପାରି କ୍ରନ୍ଦନ କରୁଥିଲା । ନହେଲେ ଆଜି ଅଦିନରେ ବର୍ଷା କେମିତି ?

ମହାନ୍ତି ବାବୁ ମନେମନେ ଚିନ୍ତା କଲେ ଏ ଆତଙ୍କବାଦୀ,ଏ ଯୁଦ୍ଧ ,ଏ ହିଂସାକାଣ୍ଡ କଣ ପାଇଁ ? ଓଃ ଆତଙ୍କବାଦୀଙ୍କୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରିବା ଉଚିତ ନୁହେଁ । ପୁଲୱାମାରେ ଘଟିଥିବା ଆକ୍ରମଣ ଅତ୍ୟନ୍ତ ବର୍ବର ଓ କାପୁରୁଷୋଚିତ । ସଭ୍ୟ ସମାଜ ଏଭଳି ବର୍ବର ହିଂସାକୁ କଦାପି ସହିବ ନାହିଁ ।

ବିଗତ ତିନି ଦଶନ୍ଧିରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂହାର ଲୀଳାର ଶିକାର ହୋଇଛି ଭାରତ । ଅଠରବର୍ଷ ପରେ ଆକ୍ରମଣରେ ପୁଣି 'କାର ବୋମା'ର ପ୍ରୟୋଗ ହୋଇଛି ।

ସମଗ୍ର ବିଶ୍ୱକୁ ଶାନ୍ତି ଓ ଅହିଂସାର ମାର୍ଗ ଦେଖାଉଥିବା ଭାରତର ପବିତ୍ର ମାଟିରେ ଆତଙ୍କବାଦର ଏଇ ହିଂସ୍ର ,ବର୍ବରୋଚିତ ତାଣ୍ଡବକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ବି ତାହା ଯଥେଷ୍ଟ ହେବନାହିଁ ।

ଶହିଦ ଯବାନଙ୍କ ବଳିଦାନ ଏ କୃତଜ୍ଞ ଦେଶ ଓ ଜାତି ନିଶ୍ଚୟ ମନେ ରଖିବ । ସେମାନଙ୍କ ତ୍ୟାଗ କଦାପି ବ୍ୟର୍ଥ ଯିବନାହିଁ । ଆତଙ୍କବାଦ ବିରୋଧରେ ବିଶ୍ୱ ସମୁଦାୟର ମିଳିତ ଲଢ଼େଇକୁ ଏହା ଆହୁରି ଶକ୍ତିଶାଳୀ କରିବ । ଭାରତ ପାଇଁ ଆତଙ୍କବାଦର ମୁକାବିଲା ଯେତିକି ବଡ ଏକ ଆହ୍ୱାନ,କାଶ୍ମୀର ସମସ୍ୟାର ସମାଧାନ ଖୋଜିବା ମଧ୍ୟ ସେମିତି ଏକ ବଡ ଆହ୍ୱାନ ।

ଏମିତି ସବୁ ଭାବୁଭାବୁ ମହାନ୍ତି ବାବୁ କେତେବେଳେ ଯେ ଉକ୍ତ ଯବାନଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ରୂପକ କେଇ ବୁନ୍ଦା ଲୁହ ଢାଳିଥିଲେ ତାହା ସେ ଜାଣିପାରିନଥିଲେ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ, ନେତାଜୀ ନଗର

ମଧୁପାଟନା,କଟକ-୭୫୩୦୧୦

ଦୃଶ୍ୟ କାନ୍ଦୁଛି ବାରମ୍ବାର

Rate the content


Originality
Flow
Language
Cover design

Comments

Post

Some text some message..