Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Inspirational

3  

Satyabati Swain

Inspirational

ସତର୍କ ଘଣ୍ଟି

ସତର୍କ ଘଣ୍ଟି

3 mins
284


ରାଜଧାନୀର ବହୁ ତଳକୁ ଡୁମ୍ ଡୁମା ଆଡେ ନୂଆ ଘରଟେ ତୋଳିଛନ୍ତି କୈଳାସ ବାବୁ।ଜୀବନର ସମସ୍ତ ପୁଞ୍ଜି ଓ କିଛି ଲୋନ ଆଣି।ଭଡା ଘରେ ରହି ରହି ଚିଡା ମାରିଲାଣି।ଏ ଘର ମାଲିକ ଙ୍କ ଯେଉଁ ଫେଉ,ଆରେ ବାବା ଅଣନିଃଶ୍ଵାସୀ ହୋଇ ଗଲେଣି ଟିକେ ବି ସ୍ୱାଧୀନତା ନାହିଁ।ପାଣି ଓ ବିଜୁଳିରେ ପୁରା ପହରା।ଛେ ଭଡାଟିଆ ଗୋଟେ ଦାସତ୍ୱ ଶବ୍ଦ।ଏଣୁ କଷ୍ଟେ ମଷ୍ଟେ ଜାଗା କେଇ ବିଶ୍ୱା କିଣି ଘରଟିଏ କରିଛନ୍ତି।ଦୁଇ ଦିନ ପରେ ନୂଆ ଘରକୁ ଯିବେ।ଏଣୁ ମିଷ୍ଟିର ମାମା ଲିମା ଜିନିଷ ପତ୍ର ସଜାଡୁଛନ୍ତି।କାହାକୁ ସାଙ୍ଗରେ ନେବେ,କାହାକୁ ଫିଙ୍ଗିବେ ଓ କାହାକୁ କବାଡି ଵାଲା ନେବ ଭାଗ ଭାଗ ଥୋଉଛନ୍ତି।

       ରାଗ ଗର ଗର ହୋଇ କହୁଛନ୍ତି ଜୀବନ କାଳ ଭିତରେ ଆଉ ତ କିଛି କମେଇ ପାରିଲେ ନାହିଁ ଖାଲି ଗୋଛାଏ ବହି,ପୁଳାଏ କଲମ ଓ ଥୋକାଏ ଡାଇରୀ।ଦରକାର ବେଳେ ବିକି ଭାଙ୍ଗି ଚଳିବ ତ।ଲିମା ଭାରି ଅଭିମାନ କରେ ବହୁତଳ ପ୍ରସାଦ,ବଡ଼ ଗାଡି ଜୀବନ କାଳ ମଧ୍ୟରେ କରି ପାରିଲି ନାହିଁ ବୋଲି।ସ୍ତ୍ରୀ ମନ ତ ଦୁନିଆଁ ଭେଳିକି ଦେଖି କ୍ଷଣେ ଲୋଭି ହୋଇ ଯାଆନ୍ତି।ପରକ୍ଷଣକୁ କୁହନ୍ତି କିନ୍ତୁ କଣ ହେବ ସେ ଗୁଡା।ଆମେ ସୁସ୍ଥ ରହିଲେ ଖୁସି ରହିଲେ ହେଲା।

    ଫିଙ୍ଗା ଫିଙ୍ଗିରେ ଟଣକରି ଗୋଟେ କଣ ଶୁଭିଲା।ଏ ହେ ହେ କଣ କଲ?କୈଳାସ ବାବୁଙ୍କ ପାଟି ପଡିଗଲା।ଫିଙ୍ଗି ଦେଲ ଟି!!କହୁଥିଲି ନା ମୋ ଟେବୁଲ ରେ ଲାଗିବ ନାହିଁ।ସାଉଁଟି ଆଣିଲେ ଅତି ସରାଗରେ। କହିଲେ "ବୁଝିଲ ଲିମା ଏଇ ଚିଜ ଟା ମୋ ହୃଦୟଠାରୁ ବି ମୂଲ୍ୟବାନ।କୌଣସି ପରିସ୍ଥିତିରେ ଏ ମୋଠୁ ଅଲଗା ହେବ ନା ମୁଁ ତାଠୁ।ଯେଉଁଦିନ ମଶାଣୀକୁ ଯିବି ଏଇଟିକୁ ମୋ କୋକେଇରେ ଦେଇ ଦେବ"।

      ସବୁ ବେଳେ କାଳ କଥା ତୁଣ୍ଡରେ କହିଲା ଲିମା।"ମୁଁ କଣ ବସିଥିବି ତୁମ କୋକେଇ ଯିବା ଯାଏ।ମୋତେ ଆଗ ବାଜା ବଜେଇ,ଅଳିତା ସିନ୍ଦୁର ଲଗାଇ ଯେମିତି ବରଣ କରି ଆଣିଥିଲ ସେମିତି ମଶାଣୀ ଘରକୁ ବିଦା କରିବ।ତାପରେ ମୁଁ ତୁମ ବାଟକୁ ଅନେଇଁ ବସିଥିବି।ଝିଅକୁ କୂଳରେ ଲଗାଇ ଯିବାଯେ ମୁଁ ପାଛୋଟି ନେବି"କହିଲା ଲିମା।

      ଇଏ ଛଡା ଛଡି ହୋଇ ଯିବା କଥା ଟା ବାଧେ ଦୁହିଁଙ୍କୁ।ତାଙ୍କ କଥା ଶୁଣି ଝିଅ ମିଷ୍ଟି କହିଲା ମୁଁ ଯିବିନିକି?ମୋତେ ସାଙ୍ଗରେ ନେବନି?ଏକା ଛାଡି ଦେଇ ଯିବ??

    ବାପା ମା ଦୁହେଁ ଝିଅ ପାଟିରେ ହାତ ଦେଇ ଦେଲେ କହିଲେ ଏମିତି କହନ୍ତିନି ମା।ଷଠିଦୁତି ତୋତେ ଘଣ୍ଟ ଘୋଡାଇ ରଖିଥାନ୍ତୁ।କୈଳାସ ବାବୁଙ୍କ ହାତରେ ଧରିଥିବା ଚିଜ ଟା ଦେଖି ମିଷ୍ଟି କହିଲା ବାବା ଏଇଟି ତ ଚାଲୁନି,କାହିଁକି ପ୍ରତିଦିନ ପୋଛ ୟାକୁ।ଏଇଟା ବି ନୂଆ ଘରକୁ ନେବା ନା କଣ?

     ନିଶ୍ଚିନ୍ତ।କିଛି ଯାଉ ନ ଯାଉ ଏଇଟା ଯିବା ଥୟ, କହିଲେ ବାବା।କାହିଁକି ବାବା?ପଚାରିଲା ମିଷ୍ଟି।

     କାହିଁକି ନା "ଏ ମୋତେ ତତ୍ପର କରେ,ଚଞ୍ଚଳ କରେ।ଅଳସୁଆ ହେବାକୁ ଦିଏନି। ସେ ଯେପରି ଅବିଶ୍ରାନ୍ତ ଭାବେ ଚାଲୁଛି ଥକି ନ ଯାଇ ମୁଁ ବି ଠିକ୍ ସେମିତି ହୁଏ ବୋଲି କହୁଛି।ଠିକ୍ ମଣିଷ ହୋଇ ଠିକ୍ କାମ କରିବାକୁ ଉସ୍କୋଉ ଛି।ମୋ ପାଖେ ପାଖେ ମୋ ବାପା ବୋଉଙ୍କ  ଉପସ୍ଥିତି ଜଣାଉଛି।ଏଇଟାକୁ ଗୋଟିଏ ପୁରୁଣା ଚିଜ ଭାବିବୁନି ମା।ଇଏ ମୋ ଜୀବନ ବୁଝିଲୁ"।

     କାହିଁକି ବାବା!

         କୈଳାସ ବାବୁ ଉଦାସ ହୋଇଗଲେ ତୁ ବୁଝି ପାରିବୁନି ମା।ତୋ ଭଳିଆ ଯେତେବେଳେ ମୁଁ ସପ୍ତମ ବୋର୍ଡ ପରୀକ୍ଷାରେ 0+ଗ୍ରେଡରେ ପାସ କଲି ଖୁସି ହୋଇ ମୋ ବାପା ଏଇଟିକୁ ମୋତେ ଉପହାର ଦେଇଥିଲେ।ଆମ ବେଳେ ସପ୍ତମ ଶ୍ରେଣୀ ରେ ବୋର୍ଡ ପରୀକ୍ଷା ଥିଲା।ବାପା ଏଇଟି ମୋତେ ଦେଇ କହିଥିଲେ"ବାପା କଇନ ନେ ଏଇଟିକୁ ସବୁବେଳେ ପାଖରେ ରଖିଥିବୁ।ଏ ତୋତେ ସମୟର ମୂଲ୍ୟ ବୁଝେଇବ।ଚଞ୍ଚଳ,ତତ୍ପର କରିବ।ସମୟ ଭାରି ତୁରୁତୁରିଆ ଟା।ମୁଠେଇ ରଖିଲେ ବି ଆଙ୍ଗୁଟି ଫାଙ୍କରେ ଗଳିଯିବ।ସମୟ ସହ ତୋତେ ତାଳ ଦେଇ ଦୌଡ଼ିବାକୁ ପଡ଼ିବ,ନଲେ ପଛେଇ ଯିବୁ ଧନ"।

        ବୁଝିଲୁ ମା ଏ ଯେତେବେଳେ କ୍ରିଙ୍ଗ୍ କ୍ରିଙ୍ଗ୍ ହୋଇ ବାଜେ ମୋତେ ଲାଗେ ମୋ ବୋଉ ବାପା ଉଠିଯିବାକୁ କହୁଛନ୍ତି।କର୍ମଠ ହେବାକୁ ପ୍ରେରଣା ଦେଉଛନ୍ତି।ୟାକୁ ଛୁଇଁଲେ ସେମାନଙ୍କୁ ଛୁଇଁ ହୋଇ ଯାଏ।ବୋଉ ପରେ ପରେ ବାପା ଆଗପଛ ଡକାଡକି ହୋଇ ପର ପାରିକୁ ଚାଲି ଗଲେ।ହେଲେ ରହିଗଲା ତାଙ୍କର ଏ ଆଲାର୍ମ ଘଡି ଟା।ଏଥିରେ ବହଳେ ମମତାରବାସ୍ନା ଅଛି।ଅଛି ମୋତେ ଚେତେଇ ଦେବାର ଶବ୍ଦ।ଏ ଜୀବନ ଓ କାଲି ସମୟ କେହି ଦେଖି ନାହିଁ କୁହେ। ଚେତାଏ ବେଚେତା ମଣିଷ ମାନଙ୍କୁ।ଏ କହେ ବର୍ତ୍ତମାନ କୁ ବୁଝ,ଜାଣ।ଯାହା କରିବ ଏବେ ହିଁ କର।ପରେ କରିବି ଭାଵ ନାହିଁ।ଯାହା ଏଇଟି ଦେଇ ମୋ ବାପା ବୁଝେଇ ଥିଲେ କହିଲେ କୈଳାସ ବାବୁ।

    ଏବେ ଅବା ଚାଲୁ ନାହିଁ।କିନ୍ତୁ ତାକୁ ଦେଖିଲେ କୈଳାସ ବାବୁ ବୁଝି ଯାଆନ୍ତି ସମୟ ବଡ଼ ମୂଲ୍ୟବାନ।

ଏଇ ଆଲାର୍ମ ଘଡି ଟି କହୁଛି ବର୍ତ୍ତମାନ ଖୁସି ଖୁସି ବଞ୍ଚ।କାଲି କଣ ହେବ କିଏ ଜାଣିଛି??ଏଇ ଟା ଗୋଟେ ସତର୍କ ଘଣ୍ଟିରେ ମା।ଜୀବନ ଦର୍ଶନ ଖୁନ୍ଦି ହୋଇଛି ୟା ଭିତରେ।ଏହାରି ପାଇଁ ତ କୈଳାସ ବାବୁ ମିଛ କହୁ ନଥିବା,ଲାଞ୍ଚ ନେଉ ନଥିବା ଶୁଦ୍ଧ ମଣିଷଟିଏ।ଭଲ ଅଫିସରଟିଏ ସଚିବାଳୟର।

     ଏ ସବୁ କଥା ଶୁଣି ଏଗାର ବର୍ଷର ଝିଅ ମିଷ୍ଟି ହାଁ କରି ଅନେଇଁ ଥିଲା କୈଳାସ ବାବୁଙ୍କ ମୁହଁକୁ ।କୈଳାସ ବାବୁ ଆଲାର୍ମ ଟିକୁ ପୋଛି ପାଛି ଛାତିରେ ଲଗାଇଲେ ଓ ଗୋଟିଏ ସସେହ୍ନ ଚୁମା ଦେଲେ।



Rate this content
Log in

Similar oriya story from Inspirational