Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjitarani Santra

Others

2  

Sanjitarani Santra

Others

ପ୍ରବୁଦ୍ଧ ୟେଲୋଇ

ପ୍ରବୁଦ୍ଧ ୟେଲୋଇ

4 mins
7.0K


ମୋ ହଳଦିଆ ପକ୍ଷୀଟିକୁ ଆଉ ମୋ ଦୁଇ ବର୍ଷର ପୁଅ କୁ କାର ରେ ଭର୍ତ୍ତି କରି ମୁଁ ହସ୍ପିଟାଲକୁ ଚାଲିଲି । ଆଜି ବେଶ ବର୍ଷା ହଉଛି । ପୁଅ ଆଜି ଶୋଇଲା ନାହିଁ । ଭାବି ଥିଲି ଜେଜେ ପାଖରେ ଛାଡି ଏକା ଯିବି । ବଦମାସଟା ଜାଣି ଜାଣି ଶୋଇଲା ନାହିଁ । ତେଣୁ ବାଧ୍ୟ ହେଇ ତାକୁ ଧରି ଚାଲିଲି । କାରରେ ବସିଲା ବେଳେ ସିଟ ବେଲ୍ଟ ବାନ୍ଧିବାକୁ ଦଉ ନଥିଲା । ବାଧ୍ୟ ହେଇ ନାଲି ଆଖି ଦେଖେଇଲି । ଜାଣିଲା ମମ୍ମି ରାଗିଛି । ଚୁପ ଚାପି ଏମିତି ବସିଲା ଯେ ରାସ୍ତା ସରିଗଲା, ପାଟି ଫିଟିଲା ନାହିଁ । ବର୍ଷାଟା ଟିକେ କମିଛି । ମୁଁ ପକ୍ଷୀଟିକୁ ଆଗ ନେଇ ଆଗରେ ଚାଲିଲି । ତାକୁ କହିଲି "ଆସେ" । ସେ ଆଡେ ସାଡେ ଚାହିଁ ଚାହିଁ ଧୀର ମନ୍ଥର ହେଇ ଚାଲିଲା ।ଉଡୁଥିବା ପ୍ଲାଷ୍ଟିକ କପ୍ , ପଥର, ଫୁଲ କେତେ ଜିନିଷ । ବହୁତ ନାଟ କରି କରି ଆମେ ହସ୍ପିଟାଲ ଭିତରେ ପହଞ୍ଚିଲୁ । ଆଜି ଭିଡ ଥିବାରୁ ଆମେ ଅପେକ୍ଷା କଲୁ । ପୁଅ ଆଗ ଖେଳନା ସହ ଖେଳିଲା ।ତାପରେ ପାଣି କପ୍ ରେ ପାଣି ନେଇ ପିଇଲା । ସେମାନେ କଲର ପେନସିଲ ଦେଲେ. ସେଟା ରେ ବି ଖେଳ ସରି ଗଲା । ତଥାପି ଡାକ୍ତର ଆସିଲେ ନାହିଁ । ଏଥର ପାଣି କପ୍ ରେଟି ବ୍ୟାଗ୍ ପୁରେଇ ଦେଲା । ଯା ହଉ ମୁଁ ଦେଖି ଦେଲି । ନହେଲେ ଆଜି ମୋ ଦୁଇ ବର୍ଷ ଛୁଆ ପାଟି ରେ ଚା ବାଜି ଥାନ୍ତା । ଡାକ୍ତର ଆସିଲେ , ଆଉ ମୋ ପକ୍ଷୀ ଟିକୁ ହାତ ରେ ନେଇ ବଡ ଆଦର ରେ ପରୀକ୍ଷା କଲେ । " ପକ୍ଷୀଟି ଶେଷ ଅବସ୍ଥା କୁ ଆସିଛି । କୌଣସି ପଇସା ବା ଔଷଧ ତାକୁ ଭଲ କରି ପାରିବ ନାହିଁ । ତାର ଗୋଟେ ଟ୍ୟୁମର ହେଇଛି, ଗୋଟେ ଗୋଡ ଅଚଳ ।ଓଜନ ପ୍ରାୟ କମି ଯାଇଛି । ଦେହ ରେ ଚର୍ବି ଆଉ ନାହିଁ । ସେ କୌଣସି ମତେ ବଞ୍ଚି ରହିଛି । ବହୁତ ଯନ୍ତ୍ରଣା ଭୋଗୁଛି । ତୁମେ ଚାହିଁଲେ ତାକୁ ମୁକ୍ତି ଦେଇ ଦେବି । ଗ୍ୟାସ ଚାମ୍ବରରେ ଶୋଇଲା ପରେ ଗୋଟେ ଇଞ୍ଜେକ୍ସନ ଦେବି । ତା ମର ଶରୀର ଟିକୁ ତୁମକୁ ଦେଇ ଦେବି ।" ପକ୍ଷୀ ଟି ମୋର ଆଉ ବଞ୍ଚିବ ନାହିଁ ବୋଲି ମୁଁ ଜାଣି ଥିଲି ।

ଗତ ଆଠ ବର୍ଷ ହେଲା ସେ ମୋ ସହ ଅଛି । ମୋ ଦୁଃଖ ସୁଖର ସାଥୀ । କିନ୍ତୁ ଏତେ ଜଲିଦି ମରି ଯିବ ଜାଣି ନଥିଲି । ଇଛା ମୃତ୍ୟୁକୁ ପ୍ରତ୍ୟାକ୍ଷାନ କଲି । ଡ଼କ୍ଟର ମତେ ଲୁହ ପୋଛିବା ପାଇଁ ଗୋଟେ ଟିସୁ ଦେଲେ । ମୋ ପୁଅ ସେଇଟି ମୋ ହାତରୁ ଛଡେଇ ନେଇ ନିଜ ନାକ ପୋଛିବାର ବାହାନା କଲା । ଡ଼କ୍ଟର ଆଉ ଗୋଟେ ଟିସୁ ଦେଲେ । ଏଥର ବହୁତ ଜୋରରେ ବର୍ଷା ହଉଛି । ଗୋଟେ ପଟେ ରୋଗା ପକ୍ଷୀ, ଆଉ ଗୋଟେ ପଟେ ଛୁଆ । ରାସ୍ତାରେ ପାଣି ଭର୍ତ୍ତି । କୌଣସି ମତେ କାର ରେ ସବୁ ଭର୍ତ୍ତି କଲି । କାର ଷ୍ଟାର୍ଟ କରି ଭାବିଲି 'ଏବେ କଣ?' ମିରରରେ ଦେଖିଲି ପୁଅ ମତେ ଚାହିଁଛି । ଆଖିରେ ଟିକେ ଟିକେ ନିଦର ଆଭାସ । ଗାଡି ଚଳେଇ ମୁଁ ଗୋଟେ ଗଳ୍ପ କମ୍ୟୁନିଟିରେ ପଶିଲି । କାରଟିକୁ ପନ୍ଦର ମାଇଲ ଗତିରେ ରଖି ମୁଁ ଧନୀ ଲୋକ ମନଙ୍କ ଅତି ବିଳାସିତ ଘର ମନଙ୍କୁ ଦେଖି ଚାଲିଲି । ମୋ ବାପା ଯେବେ ଆମେରିକା ଆସି ଥିଲେ କହି ଥିଲେ "ଏଠି ବଡ ବଡ ଘର । ବଡ ବଡ କାର । ହେଲେ ଲୋକ କାହିଁ?" ସତ କଥା ଯୋଉଠି ଲୋକ ନାହାନ୍ତି, ଯୋଉଠି ଗତି ନାହିଁ, ଯୋଉଠି ସବୁ ବେଳେ ଖାଁ ଖାଁ , ସେଠି ଜୀବନ କାହିଁ? ଏଇ ବଡ ବଡ ଘରର ମୂଲ୍ୟ କଣ ବା? ଜୀବନର ବା ମୂଲ୍ୟ କଣ? ସବୁ ମାୟା ଆଉ ମୋହ । ଯୋଉ ଦିନ ପକ୍ଷୀଟି ମୋ ସହ ଆସି ଥିଲା, ମୋଟା ସୋଟା ଡ଼ରକୁଳିଆ ପକ୍ଷୀଟିକୁ ନେଇ ବହୁତ ସମୟ ମୁଁ ଖେଳି ଥିଲି । ସତରେ ଥିଲା ବି ଭାରି ଡରୁଆ । ଆଉ ପକ୍ଷୀ ମାନେ ମୋର ଉଡିଲା ବେଳେ ସେ ଚାଲି ଚାଲି ଯାଉ ଥିଲା । ତାକୁ ମୁଁ ସୋଫା ଉପରେ ପେଲି ପେଲି , ଫୋପାଡ଼ି ଫୋପାଡ଼ି ଉଡା ଶିଖେଇ ଥିଲି । ସାଙ୍ଗ ମାନେ ଶୁଣି କି କାବା ହେଲେ । ପକ୍ଷୀ କି ଉଡା ଶିଖେଇବା ଦରକାର ପଡିଲା । ଯା’ ହଉ ଶେଷରେ ସେ ଉଡିଲା । ଆଉ ଭାରି ଧୀର ପକ୍ଷୀଟି ମୋର । ଏମିତି ଅଧା ଘଣ୍ଟା ଗଡି ଗଲା । ପୁଅ ମୋର ନିଦରେ ସୋଇ ମୃଦୁ ଘୁଙ୍ଗୁଡ଼ି ମାରିଲାଣି । ମୁଁ ଘର ଆଡକୁ ଫେରିଲି । ମୋ ଶଶୁର ନିଦରୁ ଉଠି ନାତି ପାଇଁ ଠିଆ ହେଇ ଥିଲେ । ନିଦୁଆ ନାତିକୁ ଧରି ଶଶୁର ଯାଉ ଯାଉ, ମୁଁ ଦେଖିଲି - ଦୁଇ ସପ୍ତାହ ତଳେ ଗେଣ୍ଡୁ , ଜିନିଆ ଆଉ କାଲେଣ୍ଡୁଲା ମଞ୍ଜି ପୋତି ଥିଲି । ଏବେ କୁନି କୁନି ଚାରା ଭର୍ତ୍ତି ହେଇ ଯାଇଛି । ରାତି ପାଇଁ ରୋଷେଇ ବସେଇ ଦେଇ, ବଗିଚାକୁ ଆସିଲି । ମଟର, କାକୁଡି, କଖାରୁ ଇତ୍ୟାଦି ପାଞ୍ଚଟି ପ୍ରକାରର ମଞ୍ଜି ପୋତିଲି । ମଞ୍ଜି ପୋତା ଶେଷ କଲା ପରେ ଡ଼ାଫୋଡିଲ ଆଉ ଟୁଲୀପ ଗଛରୁ ମଲା ଫୁଲ ଗୁଡିକ କାଢି ଦେଇ ସଫା କରି ଦେଲି. ମୋ ରୋଗା ପକ୍ଷୀର ନାଁ 'ye।।owee' ତା ଦେହର ରଙ୍ଗ ସମ୍ପୂର୍ଣ ହଳଦିଆ । ପକ୍ଷୀ ଭିତରେ ରାଣୀ ସେ । ଖାଲି ରୂପ ନୁହଁ ଗୁଣରେ ବି । ମୋ ଘରକୁ ଆଜି ଯାଏ ଯେତେ ଛୁଆ ଆସିଛନ୍ତି ସମେସ୍ତେ କୁହନ୍ତି "ye।।owee ଆମର favorite bird" । ଘରକୁ ଫେରିଲା ପରେ ye।।owee ମୋ ହାତରୁ ଦାନା ଖାଇଲା । ତାର ଶରୀର ଭାଙ୍ଗି ଯାଇଛି । ଅସହ୍ୟ ଯନ୍ତ୍ରଣା ହଉଛି, କିନ୍ତୁ ସେ ନିଜେ ବଞ୍ଚିବାକୁ ଚେଷ୍ଟା କରୁଛି । ତା ମୃତ୍ୟୁର ନିଷ୍ପତି ନବାକୁ ମୁଁ କିଏ?


Rate this content
Log in