Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା

ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା

2 mins
1.7K


ଗୋଟିଏ ସହରରେ ‘ବିଷ୍ଣୁ ଶର୍ମା’ ନାମକ ଜଣେ ବ୍ରାହ୍ମଣ ସପରିବାର ବାସ କରୁଥିଲେ । ଦିନେ ବ୍ରାହ୍ମଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ।ଠିକ୍ ସେହିଦିନ ତାଙ୍କ ଘର ପଛପଟେ ଏକ ନେଉଳ ଛୁଆଟିଏ ଜନ୍ମ କରି ସଂଗେ ସଂଗେ ଆରପାରିକୁ ଚାଲିଗଲା । ବ୍ରାହ୍ମଣୀ ସଂଗେ ସଂଗେ ନେଉଳ ଛୁଆକୁ ଘରକୁ ଆଣି ନିଜ ପୁଅ ପରି ପାଳିଲେ । କ୍ରମେ ନେଉଳ ଛୁଆ ଓ ଶିଶୁ ପୁତ୍ର ବଡ ହେବାକୁ ଲାଗିଲେ ।

ଦିନ କର କଥା । ବ୍ରାହ୍ମଣୀ ପାଣି ଆଣିବା ପାଇଁ କୁଅ ନିକଟକୁ ଯାଇଥାଆନ୍ତି । ପୁଅଟିକୁ ଶୋଇ ପକାଇଥାନ୍ତି । ବ୍ରାହ୍ମଣଙ୍କୁ ପୁଅ ପ୍ରତି ନଜର ରଖିବାକୁ କହି ବ୍ରାହ୍ମଣୀ ଯାଇଥାନ୍ତି । ବ୍ରାହ୍ମଣୀଙ୍କର ଆସିବାରେ ବିଳମ୍ବ ହେବାରୁ ବ୍ରାହ୍ମଣ ଭିକ୍ଷା କରିବାକୁ ବାହାରି ଗଲେ । ପୁଅ ପାଖରେ ନେଉଳ ଛୁଆଟି ବସିଥାଏ । ହଠାତ୍ ଅଗଣାରେ ଥିବା ଏକ ଗାତରୁ ଗୋଟିଏ ନାଗ ସାପ ବାହାରି ଆସିଲା, ନେଉଳ ସାପକୁ ଦେଖିବା ମାତ୍ରକେ ତା’ ସହିତ ଯୁଦ୍ଧ ଆରମ୍ଭ କରିଦେଲା । କିଛି ସମୟ ପରେ ନେଉଳ ସାପକୁ ମାରି ଟିକ୍ ଟିକ୍ କରିଦେଲା । ସାପ ମରିଗଲାପରେ ନେଉଳ ସଂଗେ ସଂଗେ ଧାଇଁଲା କୁଅ ନିକଟକୁ । ବ୍ରାହ୍ମଣୀ ଯେତେବେଳେ ଦେଖିଲା ନେଉଳର ପାଟିରେ ରକ୍ତ ଲାଗିଛି, ସେ ଭାବିଲେ ଯେ ନେଉଳ ବୋଧହୁଏ ପୁଅକୁ କାମୁଡି ମାରି ପକାଇଛି । ଏହା ଭାବି ବ୍ରାହ୍ମଣୀ ସଂଗେ ସଂଗେ ରାଗିଯାଇ ଏକ ବାଡିଆଣି ନେଉଳକୁ ସେଠାରେ ପିଟି ପିଟି ମାରିଦେଲେ ।

ନେଉଳକୁ ମାରି ସାରିବାପରେ ଘରକୁ ଆସି ଦେଖନ୍ତି ତ, ପୁଅଟି ବିଛଣାରେ ହାତ ଗୋଡ ହଲାଇ ଖେଳୁଛି ଓ ବିଛଣା ପାଖରେ ଏକ ବିଷାକ୍ତ ନାଗ ସାପ ଖଣ୍ଡ ଖଣ୍ଡ ହୋଇ ପଡି ରହିଛି । ଏହା ଦେଖି ବ୍ରାହ୍ମଣୀ ସଂଗେ ସଂଗେ ନିଜର ଭୁଲ୍ ବୁଝିପାରିଲେ । ଯେଉଁ ନେଉଳକୁ ସେ ପୁଅପରି ସ୍ନେହ କରି ପାଳିଥିଲେ, ତାକୁ ନିଜ ହାତରେ ମାରି ଦେଇଥିବାରୁ ମନେ ମନେ ବହୁତ କାନ୍ଦିଲେ । ଭିକ୍ଷା କରିସାରି ବିଷ୍ଣୁ ଶର୍ମା ଘରକୁ ଫେରିବା ପରେ ବ୍ରାହ୍ମଣୀଠାରୁ ସବୁକଥା ଶୁଣି ସେ ମଧ୍ୟ ଅନୁତାପ କଲେ ।

ବ୍ରାହ୍ମଣୀ କାନ୍ଦି କାନ୍ଦି କହିଲେ, ନେଉଳଟି ଥିଲା ମୋର ଦ୍ୱିତୀୟ ସନ୍ତାନ । କିନ୍ତୁ ମୁଁ ମୋର ପୁତ୍ର ସ୍ନେହରେ ଅନ୍ଧ ପାଲଟି ଯାଇ ବିଚରା ନେଉଳଟିକୁ ଜୀବନରୁ ମାରିଦେଲି । ଚକ୍ରଧରର ଯେଉଁ ଅବସ୍ଥା ହେଲା ଶେଷରେ ମୋର ମଧ୍ୟ ସେହି ଅବସ୍ଥା ହେଲା । ବ୍ରାହ୍ମଣ ଚକ୍ରଧର ସଂପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିବାରୁ ବ୍ରାହ୍ମଣୀ ଚକ୍ରଧର କାହାଣୀ କହିବାକୁ ଆରମ୍ଭ କଲେ ।


Rate this content
Log in

Similar oriya story from Children