ଶୀତ
ଶୀତ
ରୋହନ ଅଫିସ୍ ରୁ ଆସିବା ସମୟରେ ସବୁଦିନ ଦେଖୁଥାଏ ତା ଅଫିସ୍ ଠୁ ଟିକିଏ ଦୂରରେ ଗୋଟିଏ ବୁଢା ଲୋକ କେ ମୁହଁ ମାଡି ବସିଥାଏ ,ସବୁଦିନ ପଚାରିବ ଭାବେ କିନ୍ତୁ ଅଫିସ୍ ର କାମ ସାରି ଏତେ ଥକ୍କା ଥାଏ ଯେ ସେ ଆଉ ଯାଇ ପଚାରି ପାରେନା ।
ସେଦିନ ଥାଏ ଶୁକ୍ରବାର ।ସମସ୍ତେ ଖୁସିରେ ବାହାରୁଥାନ୍ତି ଅଫିସ୍ ରୁ ।କାହିଁକି ନା ତା ପର ଦିନ ଛୁଟି ମିଳିବ ।ଘରେ ପହଞ୍ଚି ରୋହନ୍ ଚା ପିଇ ବସିଥାଏ ।
ଫୋନ୍ ରିଙ୍ଗ୍ ହେଲା ....
ରୋହନ ଦେଖେ ତ ଅଫିସ୍ ର ଜଣେ ସହକର୍ମୀ ।
-- କଣ କିରେ ରୋହନ , ଚାଲ୍ କାଲି କୁଆଡେ ଯିବା , weekend ରେ ବୁଲିବା ।
ରୋହନ -- ତୁ ଏ ଶୀତ ରେ ମୋତେ କିଛି କହନି ।ଦେଖୁଛୁ ଏ ଶୀତ ପାଇଁ ମୋ ଦେହ ବି ଭଲ ରହୁନି ।ତୁମେ ସବୁ ମିଶି ଯାଅ ।ମୁଁ ଯିବିନି ।
ତା ପରେ ଖାଇକରି ଶୋଇଲା ।
ଶୋଇବା ସମୟରେ ହଠାତ୍ ତା'ର ସେ ବୁଢା ଲୋକ କଥା ମନେ ପଡିଲା ।ଯିଏ କି ଅଫିସ୍ ଠୁ କିଛି ଦୂରରେ ବସନ୍ତି । କଣ ମନ ହେଲା କେଜାଣି , ଗାଡି ଧରି ବାହାରିଲା ।
-- କିଛି ସମୟ ପରେ ଯାଇ ପହଞ୍ଚିଲା ସେ ବୁଢା ଲୋକ ପାଖରେ ।
-- ମଉସା , ଏ ମଉସା , ଏ ମଉସା ।
ହେଲେ ବୁଢାଙ୍କ ଠୁ କିଛି ବି ଜବାବ୍ ମିଳିଲାନି ।
-- ସାଙ୍ଗେ ସାଙ୍ଗେ ଗାଡି ରେ ମଉସା ଙ୍କୁ ଶୁଆଇ ଡାକ୍ତରଖାନା କୁ ଚାଲିଲା ।
-- ଡାକ୍ତର କହିଲେ କିଛି ନାହିଁ , ଏତେ ଶୀତ ପାଇଁ ତାଙ୍କର ଦେହ ଏମିତି ହୋଇଛି ।ଟିକିଏ ଯତ୍ନ ରେ ରହିଲେ ଠିକ୍ ହୋଇଯିବେ ।
-- ତାପରେ ରୋହନ ତାଙ୍କୁ ନିଜ ରୁମ୍ କୁ ନେଇ ଆସିଲା ।
ରୁମ୍ ହିଟର୍ ଟିଏ କିଣିଲା ।ମଉସା ଜଣଙ୍କର ପାଦ କୁ ଗରମ ତେଲ ରେ ମାଲିସ୍ କରି , ଖୁଆଇ ଶୁଆଇଦେଲା ।
-- ସକାଳ ହେଲା । ରୋହନ ଯାଇ ଦେଖେ ତ ମଉସା ଜଣକ ଆରାମ୍ ରେ ଶୋଇଛନ୍ତି ।ତାଙ୍କୁ ଆଉ ନ ଡାକି ଅପେକ୍ଷା କରିଲା , କେତେବେଳେ ଉଠିବେ । ଦିନ ୮ ଟାରେ ମଉସା ଜଣକ ନିଦ ଭାଙ୍ଗିବା କ୍ଷଣି ସେ ଜାଣି ପାରୁ ନଥାନ୍ତି କି ସେ କେଉଁଠି ....?
କେମିତି ପହଞ୍ଚିଲେ.......?
ରୋହନ୍ ସବୁ କହିଲା.....। ମଉସା ଜଣକ କାନ୍ଦି ପକାଇଲେ ।
-- କିଏ ରେ ତୁ ପୁଅ....? ଭଗବାନ କି..........? ଏ କଳି ଯୁଗରେ ଏମିତି ବି ପିଲା ମିଳୁଛନ୍ତି କି........?
ରୋହନ୍........ ମଉସା , ମୁଁ ତୁମ କୁ ଖାଇବା ଆଣି ଦେଉଛି , ଆଗେ ବ୍ରଶ୍ କରି ଖାଇଦିଅ , ତାପରେ କଥା ହେବା ।
-- ନିଜେ ହାତରେ ବ୍ରଶ୍ କରେଇଦେଲା । ତାପରେ ମଉସା ଜଣକ ଖାଇଲେ ।
ରୋହନ୍ -- ଏଥର କୁହ ମଉସା ।
କାହିଁକି ସେ ରାସ୍ତା କଡରେ ପଡି ରହୁଛ ....?
ଘର କେଉଁଠି......?
କଣ କହିବି ପୁଅ ....?
ମୋ କପାଳ ହିଁ ଫଟା...।
ଘରେ ମୋର ସ୍ତ୍ରୀ , ଗୋଟିଏ ପୁଅ , ଗୋଟିଏ ଝିଅ ଥାନ୍ତି ।
ଝିଅ ବାହା ହୋଇ ଶାଶୁ ଘରକୁ ଗଲା ।
ପୁଅ ର କିଡନ୍ନି ଖରାପ ହେଲା ।ଡାକ୍ତର ଦେଖାଇବା ପାଇଁ ମହାଜନ ପାଖରୁ ପଇସା ଆଣିଥିଲି , ଘର ପଟା ବନ୍ଧକ ରଖି । କିଛି ଦିନ ପରେ ପୁଅ ମୋର ମାରା ଗଲା ।ତା ଚିନ୍ତା ରେ ବୁଢୀ ଟା ମୋର ମରିଗଲା ।
-- ତା ପରେ ମୁଁ ବି ଆଉ ସେ ମହାଜନର ଋଣ ସୁଝି ପାରିଲିନି ।ସେ ମୋତେ ଘରୁ ତଡିଦେଲା ।
-- କେ ଜାଗା ରେ ଆଉ ରହିବି ।ସେଇଠି ପଡି ରହେ , କିଏ ଦିଟା ଦେଲେ ଖାଇଦିଏ ।
-- ହେଲେ ଏ ଶୀତ ମୋ ରି ଭଙ୍ଗା ମେରୁଦଣ୍ଡ ଉପରେ ଦାଉ ସାଧିଛି ।ଏ ବୟସରେ ମୁଁ ଆଉ ସେ ଜାଡ ସହି ପାରୁନି ।
-- ରୋହନ୍ -- କିଛି ନାହିଁ ।ତୁମେ ଏଥର ମୋ ପାଖରେ ରହିବ ।ମୁଁ ବି ତ ଏକା ରହୁଛି ।ମୋତେ ଭଲ ଲାଗିବ ।
-- (ରୋହନ୍ ର ମୁଣ୍ଡ କୁ ଆଉଁଶେଇ) ବୁଢା ଟିଏ ହୋଇଥା ଲ ।
-- ରୋହନ୍ ଭାବୁଥାଏ ।ଓଃ କି ଶାନ୍ତି , କି ଖୁସି ଲାଗୁଛି ଆଜି ମଉସା ଜଣଙ୍କୁ ଘରକୁ ଆଣି ।
-- ସେ weekend ବୁଲା ରେ କଣ ବା ମିଳିଥାନ୍ତା ......?
ଅସଲ ଖୁସି ତ ମୋତେ ଏଇଠି ମିଳିଲା ।
ଏ ଶୀତ ରେ କିଏ ପ୍ରାସାଦ ଭିତରେ ଆରାମ ରେ ରହୁଛି ତ କିଏ ସର୍ବହରା ହୋଇ ରାସ୍ତା କଡରେ ପଡୁଛି ।
ଏ ଶୀତ ରେ କିଏ ଗୁଣୁଗୁଣୁ କରି ଗୀତ ଗାଉଛି ତ କିଏ ଏ ଜାଡ ସହି ନ ପାରି ପାଟିରୁ କଥା ବାହାରୁନି ।
-- ମଉସା ତୁମେ ଯେତେଦିନ ଚାହିଁବ ଏଇଠି ରହିବ ।ଆଦୌ ବ୍ୟସ୍ତ ହୁଅ ନାହିଁ ।ତୁମ ପୁଅ ସିନା ମରି ଯାଇଛି ହେଲେ ମୋତେ ପୁଅ ଭାବି ପାରିବ ତୁମେ ମଉସା ।
--- ହଁ ରେ ବାପା , ମୋତେ ପୁଣି ପୁଅ ମିଳିଗଲା ।ଏ ଶୀତ ରାତି କୁ ମୁଁ କେବେ ବି ଭୁଲିବିନି ।ଏଇ ଶୀତୁଆ ସକାଳ ମୋ ମନରେ ସବୁବେଳେ ରହିବ , କାହିଁକି ନା ଏଇ ଶୀତ ହିଁ ମୋତେ ପୁଣି ଥରେ ବଞ୍ଚିବାର ସାହାରା ଦେଇଛି , ମୋତେ ପୁଣି ଗୋଟିଏ ପୁଅ ଦେଇଛି ।
●Priyadarsini Das Mohanty ●
●Asst teacher ●
●R.K.U.P.School, Vellora●
●Balasore ●