Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

ରଘୁ କୁଲି

ରଘୁ କୁଲି

3 mins
14.5K


✿ ରଘୁ କୁଲି ✿
{୧} ମୁଁ ! ଖସିପଡ଼ିଲି ! ଷ୍ଟେସନ୍ ର ଚଟାଣଟାରେ । ଓଜନିଆ ବ୍ୟାଗ୍ ଟା' ବୋହିବାକୁ ଭାରି ଅଡୁଆ । ପାଗେଳି ଟାଏ ହେଏଏ ବୁଢ଼ା କହି ଖେଦି ଆଇଲାରୁ , ତରତରରେ ଗୋଡ ଖସିଗଲା । ପଡିଗଲି ହାମୁଡେଇ । ପୁଅ-ବୋହୁ-ନାତୀ ଆଗକୁ ବଢିଗଲେଣି ଢେର୍ ଦୂର ! ସେମାନଙ୍କ ଚକାଲଗା ବ୍ୟାଗ୍ । ପଛରେ ପଡିଗଲି ମୁଁ ! ମୋର ଚକ ନାଇଁ । ଆଖପାଖ ଲୋକ ମୋ' ପଡିଯିବା ଦେଖି ହାଁ ହାଁ କରି ଦୁଃଖ କରୁଥିଲେ ଅବଶ୍ୟ ! କିଏଜଣେ ଆସି ଉଠାଇଲା ମୋତେ । ସେଇ କୁଲି ! ଯା'କୁ ଏବେଏବେ ବୋହୂ ମନାକରିଥିଲା ଏଇଟିକେ ବାଟକୁ ତିନିଶ' ଦେବାକୁ ! ବୁଦ୍ଧି ଟିଏ କରି କହିଲା ସମସ୍ତେ ନିଜନିଜର ବ୍ୟାଗ୍ ସମ୍ଭାଳି ନେଲେ , ତିନିଶ' ବଞ୍ଚିଯିବ !! - ମଉସା ! ପାରିବନି ବୋହି । - ଆରେ ନାଇଁ । ପାଦ ଖସିଗଲା ପାଗେଳି ଟା' ଦେଖି ! - ଏତେ ବଡ଼ ବାବୁ ହେଇ , ଟଙ୍କା ତିନିଶ'କୁ ଲୋଭ । - ନାଇଁ , ଅଳ୍ପ ବାଟ ତ .. - ହଉ ଚାଲ । ମୁଁ ପହଞ୍ଚାଇ ଦେବି । - ମୁଁ ପାରିବି , ପାରିବି । ଟିକେ ଟେକିଦିଅ ମୁଣ୍ଡ କୁ ଖାଲି !! - ପଇସା ଦର୍କାର ନାଇଁ ! ଅଧାବାଟ ତ ବୋହି ସାଇଲଣି । ପୁଣି ପଡିଲଣି । ଏବେ ଏତେ ଶିଢ଼ୀ ଗୁଡା ପାରିବନି । ଚାଲ । - ପୁଅବୋହୂ ଦେଖିନେବେ । ଭାବିବେ , ମୁଁ ବୋଝ ଉଠାଇ ପାରୁନି । - ବ୍ୟସ୍ତ ହୁଅନି । ଚାଲ । କୁଆଡ଼େ , ଦିଲ୍ଲୀ ଯାଉଛ ?? - ହଁ , ପୁଅ ରହୁଛି ସେଇଠି । - କେତେଦିନ ? - ସବୁଦିନ । ସ୍ତ୍ରୀ ଚାଲିଗଲା । ଗୋଟାଏ ପୁଅ । ଏକା ରହିବି କେମିତି ? ଘର ଭଡ଼ା ଲଗାଇ ଚାଲି ଯାଉଛି । ସେଥିଲାଗି ତ ବ୍ୟାଗ୍ ଟା ଭାରି ହୋଇଯାଇଛି ପୁଅ । ହେ ହେ ...!!! - ତୁମେ ଖୁବ୍ ଭଲଲୋକ ମଉସା । ହେ ହେ ...!!!
{୨} ଶେଷବେଳା ସୌମ୍ୟା କହୁଥିଲା - - "ମୁଁ ଜାଣେ , ତୁମ ଭାଗ୍ୟରେ ଢେର୍ ଦୁଃଖ ଅଛି । ନର୍କରେ ଥାଇ ଖାଲି ଲୁହ ଗଡାଉଥିବି ତୁମପାଇଁ । ନିଜ ବୋଝ , ନିଜେ ଉଠାଇ ଶିଖ ପ୍ରୀୟ !!" ବୋଝ ଉଠାଉ ଉଠାଉ , ଆରମ୍ଭ ରୁ ଝୁଣ୍ଟିଲିଣି ମୁଁ । କେଜାଣି ସୌମ୍ୟା , ଲୁହ ଗଡାଉଥିବ କି ନା' ????
{୩} - ମଉସା ! ପହଞ୍ଚିଗଲା ତିନି ନମ୍ବର । ଦେଖ ! ତୁମ ପୁଅ-ବୋହୁ , ସେପଟ ବେଞ୍ଚରେ ବସି କଫି ପିଉଛନ୍ତି । ଯା' ଏଥର । - ଆରେ ଟିକେ ଚା' ପିଇଯାଅ ! ସେତକ ତ ଦେଇପାରିବି ! - ନାଇଁ , ନାଇଁ । ମୁଁ ଯାଉଛି , ରାଜଧାନୀ ସିଗ୍ନାଲ୍ ହେଲାଣି । ଦି' ପଇସା ମିଳିବ । ଫେରିବ ଯେବେ , ଚା' ପିଆଇବ ! - ଫେରିବି କାଇଁ ଆଉ ?? - ହଁ ! ତୁମେ ନିଶ୍ଚୟ ଫେରିବ । ମୁଁ , ରଘୁ କୁଲି । ନିଜ ବୋଝ ଉଠାଇବାପାଇଁ , ତିରିଶ୍ ବର୍ଷ ହେଲାଣି ଆଉମାନଙ୍କ ବୋଝ ବୋହୁଛି ଏଠି । ପାକଳି ଗଲିଣି , ଫି'ଦିନ ଏସବୁ ଦେଖି ଦେଖି । ବୁଢା ମା'ବାପ ଗୁଡା ଖୁବ୍ ଖୁସିଆଗ୍ରହରେ ନିଜ ପୁଅ-ବୋହୁ ଙ୍କ ସାଙ୍ଗରେ ଯା'ନ୍ତି ଏଠୁ । ଫେରନ୍ତି ଏକାଏକା । ଦାଢୀ ବଢେଇ , ମୁହଁ ଶୁଖେଇ ! ହା ହା... ( ଧୀରେଧୀରେ ଦାର୍ଶନିକ ପାଲଟୁଥିଲା ରଘୁକୁଲି ) ତୁମେ ବି ଫେରିବ ମଉସା । ମାସେ ବା ଛ'ମାସ ପରେ । ଏଇ ତିନି ନମ୍ବର ରେ ପୁଣି ଲାଗିବ ପୁରୁଷୋତ୍ତମ !! ଗାଡିରୁ ଓହ୍ଲାଇ ଖୋଜିବ ଏଇ ରଘୁକୁଲି କୁ। ଯା'କୁ ବି ପଚାରିଲେ ଡାକିଦେବେ ମୋତେ । ମୁଁ ନେଇ ଛାଡ଼ିଦେବି ଏକ ନମ୍ବର ଗେଟ୍ ପାଖେ । ସେଇଦିନ ସମୟ ଥିବ । ଚା' ପିଇବା ଏକାସାଙ୍ଗେ !!! - ଏବେଯାଅ । ତୁମ ଗାଡି ଆସିଯିବ । ପୁଅ-ବୋହୁ ଦେଖିନେବେ । ଭାବିବେ , ବୁଢା ପାରିଲାନିଯେ କୁଲିକୁ ଭରସା କଲା । ତୁମେ ଭଲଲୋକ । ତୁମ ଫେରିବା ଟା ଗ୍ୟାରେଣ୍ଟି ! ମନେରଖିଥିବ " ରଘୁ କୁଲି " ।।।
✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in