Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ବୁଦ୍ଧିର ବଳ

ବୁଦ୍ଧିର ବଳ

2 mins
7.6K


ଗୋଟେ ବଣରେ ଗୋଟେ ବାଘ ଥିଲା । ବଣରେ ଯେଉଁ ଲୋକ ପଶୁଥିଲା, ବାଘ ତାକୁ ଖାଉଥିଲା । ଗୋଟେ ଗରୀବ ଲୋକ ଥିଲା । ସିଏ ସବୁଦିନ ବଣକୁ ଯାଇ କାଠ ଆଣି

ତାକୁ ବିକି ତା’ ପରିବାର ପୋଷୁ ଥିଲା । ଦିନେ ସେ କାଠ ହାଣୁ ହାଣୁ ସେହି ବାଘ ହାବୁଡ଼ରେ ପଡ଼ିଗଲା । ବାଘ କହିଲାଖାଇବି । ମରଣ ନିଶ୍ଚିତ ଜାଣି ଲୋକଟି ଏକ

ଉପାୟ ପାଞ୍ଚି କହିଲା- ତୁ ମତେ ଖାଇବୁ ବୋଲି ମୁଁ ଏ ବଣକୁ ଆସିଛି । ମତେ ଖାଆ । ବାଘ ଏକଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲା । କହିଲା- ଆରେ, ସମସ୍ତେ

ବାଘକୁ ଡରନ୍ତି । ବାଘ ଦେଖିଲେ ଡିଆଁ ମାରି ପଳାନ୍ତି ନତୁବା ଗଛରେ ଚଢ଼ିଯାଆନ୍ତି, ତୁ କଅଣ ମତେ ଖାଆ ବୋଲି କହୁଚୁ ? ଲୋକଟି କହିଲା- ମୁଁ ବଡ଼ ଗରିବ ଲୋକ । କାଠ ହାଣି ମୋ ପରିବାର ପୋଷି ପାରୁନି । ତୁ ମତେ ଖାଇ ଖାଇ ମୁଁ ତୋ ବଣର ବାଘ ହୋଇଯିବି । ରାଜା ହୋଇ ଏବଣରେ ଆରାମରେ ରହିବି । ବାଘ ଏକଥା ଶୁଣି ଚମକି ପଡ଼ିଲା । ପଚାରିଲା- ମୁଁ କଅଣ ହେବି ? ଲୋକଟି କହିଲା- ତୁ ବିଲୁଆ ହବୁ । ମୋ କଥା ମାନିବୁ । ବାଘ ପୁଣି ଚମକି ପଡ଼ିଲା । ଭାବିଲା, ମୁଁ ଏତେ ବଡ଼ ବଣର ରଜା,

ଶେଷକୁ ଗୋଟିଏ ବିଲୁଆ ହେଇ ହୁକେ ହୋ ହୁକେ ହୋ ହେବି । ମୋ ମାନ ମହତ ଇଜ୍ଜତ ସବୁ ଯିବ ! ନାଇଁ, ଏ ଲୋକଟା ଯାଉ । କାଠ ହାଣୁ,

ଘରକୁ ପଳୋଉ । କହିଲାନାଇଁରେ, ମିଛଟାରେ ମୁଁ ତତେ ଖାଇବି ଖାଇବି କହୁଥିଲି ସିନା ତତେ ଖାଇବିନି । ତୁ ସବୁଦିନ ଆସେ, କାଠ ହାଣେ, ନିଏ । ମୋର ଆପତ୍ତି ନାହିଁ । ଲୋକଟିର ଏଥର ବଳ ପାଇଗଲା । ସିଏ ଖାଲି ସେଇ ଦିନଟି ନୁହେଁ, ସବୁଦିନ ବଣକୁ ଗଲା, କାଠ ହାଣିଲା, ଆଣିଲା । ହାଟରେ ବିକି ଖୁସିରେ ରହିଲା । ବାଘ ଦେଖିଲା,

କିଛି କହିଲାନି ।


Rate this content
Log in

Similar oriya story from Children