Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2.5  

Amiya Bej

Others

ମିଛ ବୋଇତ

ମିଛ ବୋଇତ

2 mins
1.6K


{୧}

ହୋଲିରେ ରଙ୍ଗ , ଦିଆଲିରେ ବାଣ , ରାକ୍ଷୀରେ ରାକ୍ଷୀ , ନୂଆ ବର୍ଷରେ କାର୍ଡ ଆଦି ସିରିୟାଲ୍ ବେପାର କରି ଯା'ମିଳେ , ସେତକରେ ଚଳଣି ! ବାକି ସମୟରେ କେଉଁ ଗୁମାସ୍ତାର ବୋଲହାକ କରି ।

ଏ ସଂସାର ଚଳେଇବା ଏତେ ବିଷମ ଜାଣି ସୁଦ୍ଧା ମଣିଷ ତଥାପି କାଇଁ ପଡ଼େ ସେ ଅଠାକାଠିରେ କେଜାଣି ?

ସୁମିର ପେଟ ରୋଗଟା ବଢିଗଲାଣି । ଡାକ୍ତର ଖର୍ଚ୍ଚକୁ ଶକ୍ତି ନାହିଁ । ଗରିବ ଦେହ କଷ୍ଟ ସବୁ ଢୋକିଦିଏ । ସୁମି ଡାକ୍ତରଖାନା ଯିବାକୁ ମନ ବଳାଏନି ।

{୨}

କାଲି କାର୍ତ୍ତିକ ପୁନେଇଁ । ପରଦିନ ଛାଡ଼ଖାଇ । ଘାଟରେ ଭିଡ଼ ହେବ ଭାରି । ଡଙ୍ଗା ଭସାଇବାକୁ ଧନୀଏ ଠେଲାପେଲା ହେବେ ।

କାଗଜ ଡଙ୍ଗାର ଦିନିକିଆ ଭାଉ । ସାଙ୍ଗରେ ଦୀପ ଧୂପ ମେଞ୍ଚେ ରଖିଲେ , ଭଲ ବେଉସା ହେବ । ସେଥିରୁ ଯା' କମେଇ ହେବ କିଣି ଆଣିବ ବଏଲର । ତାଙ୍କୁ ମାରି ବିକିବ ସେ । ଛାଡ଼ଖାଇରେ ହାଇଁପାଇଁ ହେବେ ମାଉଁସ ଖିଆ ମଣିଷେ । ଯା'ବି ପଚାମଚା ମିଳିବ ଚରିଯିବେ । ଦି'ପଇସା ଲୋଭରେ ଧାଇଁଲା ଗୁମାସ୍ତା ପାଖକୁ ହାତ ଉଧାରି ଆଣି ।

ଗୋଦାମରୁ ଉଠେଇଲା ସୋଲ ତିଆରି କାଗଜ ଡଙ୍ଗା ପୁଳାଏ । କିଣା ଗୋଟାକୁ ଦଶ ପଡିଲା । ପନ୍ଦରରେ ବିକିଲେ ପାଞ୍ଚ୍ ଲାଭ । ମୂଲାମୂଲି ବି ଅଛି । ଧନୀ ଲୋକମାନେ ଟଙ୍କେ ଦି’ଟଙ୍କା କମେଇ ପାରିଲେ ଭାରି ସୁଖ ପା'ନ୍ତି !

{୩}

ବଣିଜ ବେପାରର ପର୍ବ ବୋଇତ ବନ୍ଦାଣ । ମିଛ ବୋଇତକୁ ପାଣିରେ ଭସାଇ ସୁମରନ୍ତି ଓଡ଼ିଆ ।

ମନେରଖିବାକୁ ଚେଷ୍ଟା କରିବା ହିଁ ମହାନ୍ ପରମ୍ପରା । ହେଉ ପଛେ ଅସଲରେ ଆମେ ଦାଦନ ।

ସେ ଖୋଲିଦେଲା ପସରା । ତା' ଆଗରୁ ବସିଛନ୍ତି ଆଉରି ଅନେକ । ଗରିବଙ୍କ ଅଭାବ କେଉଁଯେ ?

ଗୋଟାକୁ ପନ୍ଦର , ଗୋଟାକୁ ପନ୍ଦର କହି ଗଳା ଫଟାଇ ଚିଲ୍ଲେଇବାରେ ଲାଗିଲା ସେ ।

ପାଖ ଦୁଃଖୀଟି , ବିକୁଥିଲା ଦଅଶରେ ! କେଉଁଠୁ ଏତେ ଶସ୍ତାରେ ପାଇଲା କେଯାଣି ? ଘରେ ନିଜେ ତିଆରିଥିବ ବୋଧେ ।

ସମସ୍ତେ ଶସ୍ତା ମୁହାଁ । ମୁହଁ ବୁଲେଇ ନେଉଛନ୍ତି ତାଠୁଁ ସବୁ । ବାଟନାହିଁ । ମୂଳ ଦରରେ ନ ବିକିଲେ , ସୁଝି ହେବନି ହାତ ଉଧାରି । ସେ ବି ଡାକିଲା ଏବେ ଗୋଟାକୁ ଦଶ , ଗୋଟାକୁ ଦଅଶ ।

ଆଠେ ନେବୁ ? କୋଡ଼ିଏରେ ତିନିଟା ଦେ' । ହଁ ମଁ କାଗଜଟା ତ଼ , କେଉଁ ସୁନା ରୁପା ଯେ ?

ଏଇକଥା କହିକହି ଭିଡ଼ କଲେ କିଛି । ହାଁ' ଟାଏ ମାରି , ଦେଇ ପକେଇଲା ସେ ।

{୪}

ବଣିଜ ଦିନରେ ଗରିବର ଏଇମିତି ଲାଭ !

ଫରଚା ହେବାକୁ ବସିଲାଣି । ଅଧାବି ଯାଇନି । ଲୋକେ ପତଳା ହେଉଛନ୍ତି ଘାଟରେ । ଆଉ କେଇ ସମୟରେ ଖାଲି ପଡିଯିବ ଘାଟ । କାଗଜମୟ ପାଣି । ଭୂଲିଯିବେ ସବୁ । ପଚୁଥିବ ସବୁ ବୋଇତ !

ବଳିଗଲା ଢେର ସାରା କାଗଜ ଡଙ୍ଗା । ବଳିଯାଇଥିଲାବି ମେଞ୍ଚାଏ ଦୁଃଖ । କ’ଣ ଆଉ କରନ୍ତା ସେ ? ଏ ମିଛ ବୋଇତ ଗୁଡାକ କ’ଣ ଲାଭ ଦେବାକୁ , ଆଉରି ବର୍ଷଟିଏ ଚାହିଁ ରହିବେ ?

ଏଥର ଉଠି ବସିଲା । ବଳକା ତକ ନେଇ , ଅନ୍ୟ ମାନଙ୍କ ସୁଖ ବୋଇତଙ୍କୁ ହାତରେ ଆଡେଇ , ଘାଟ ପାଣିରେ ଏମାନଙ୍କୁ ଭସାଇଦେଲା , ପୁଣି ଆଉ କେଉଁ ଅଜଣା ଲାଭଦାୟକ ବେଉସାର ଆଶାରେ ।

ତା'ସହ ଭାସିଗଲା କିଛି ଦୀର୍ଘଶ୍ବାସ !!

❀ ଅମିୟ ବେଜ୍ ❀


Rate this content
Log in