Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

3  

Amiya Bej

Others

ମା' ମାଡ଼

ମା' ମାଡ଼

1 min
7.3K


'ସ୍ନେହା' ଆଉ 'ଜେନି' ଆଜି ଦେଖାହେଲେ ବହୁଦିନପରେ । ଗୋଟାଏ ଘରର ଦି ଭଉଣୀ । ମୁଁ , ଦୁହିଁଙ୍କର ବଡମାମୁଁ । ସେମାନେ, ନିଜ ମାମା ମାନଙ୍କ ସହ ଆସିଥିଲେ ସପିଂ । ମୁଁ ସପତ୍ନୀକ ତାଙ୍କ ଘରକୁ ଯାଇ, ସେମାନଙ୍କୁ ନପାଇ ଫେରୁଫେରୁ ଭେଟହେଲା ମେନ୍ ମାର୍କେଟରେ । ପିଲା ଦୁହିଁଙ୍କୁ ଦେଖି ଖୁସିଲାଗିଲା ଭାରି । ମାମା ମାନେ ଗୁପଚୁପ୍ ଖାଇ ଗପସପ୍ ହେଲା ଭିତରେ, ମୁଁ ପଚାରିଲି -

- ପିଲାଏ ଏଗଜାମ୍ କେମିତି ହେଇଛି ?

କିଛି ନକହି ଦୁହେଁ ଖାଲି ମୁଣ୍ଡ ଟୁଙ୍ଗାରିଲେ ।

- ଆରେ କେମିତି ହେଇଛି କହୁନ ?

ଦୁହେଁଯାକ ଚୁପ୍ । ମୁଁ ବି ପିଲାଗୁଡାଙ୍କ ଉପରେ ମାମୁଁତ୍ୱ ଜାହିର୍ କରି ଦୁହିଁଙ୍କୁ ଘାଣ୍ଟୁଥିଲି।

- ଘରେ ମାଡ ଖାଅ ?

ଏଥର ଦୁହେଁଯାକ ମୁହଁ ଫିଟାଇ କହିଲେ 'ହଁ' !

ସ୍ନେହାର ମାମା ରାଗିଗଲେ , ଡାଲି ଚଟୁରେ ମାରେ , ଆଉ ଜେନିର ମାମା ବେଲଣାକାଠିରେ !!!

ଜେନି ତା ହାତ ଦେଖେଇ କହିଲା -

- ଥରେ ମୋ ମାମା ଏତେ ମାରିଲା ଯେ, ମୋ ହାତ ଏଡୁଟେ ଫୁଲିଗଲା । ପୁଣି ଇଞ୍ଜେକ୍ସନ୍ ନେଲାରୁ କମିଲା।

- ଇଞ୍ଜେକ୍ସନଟା କାଟିଲାନି ?

- ମାଡଠୁଁ ଅଳପ ।

- ଆଉ ସ୍ନେହାର ?

- ଆମ ଘରେ ସବୁଯାକ ଡଙ୍କି ବଙ୍କାଟଙ୍କା ହୋଇଗଲାଣି ।

ଏତକ କହି ଦୁହେଁ ଖୁବ୍ ହସିଲେ ।

★★★

ମାମା ମାନେ ଗୁପଚୁପ୍ ଖାଇ ଆସିବାରୁ ମୁଁ ବିରକ୍ତରେ ପଚାରିଲି

- ପିଲାଗୁଡାଙ୍କୁ ଏଇମିତି ଡଙ୍କି, ବେଲଣାରେ ମାରୁଛନା ?

- ଆଉ ? ହାତରେ ମାରିଲେ ଆମ ହାତ ବଥା ହେବନି ????

ଏତକ କହି ଦୁହେଁ ଖୁବ୍ ହସିଲେ ।

ପତ୍ନୀ ମୋତେ ଇଶାରାରେ ଚୁପ୍ ରହିବାକୁ କହିଲା ।।।

@ ଅମୀୟ ବେଜ୍ ।


Rate this content
Log in