Sabyasachi Swamy

Inspirational


3  

Sabyasachi Swamy

Inspirational


ସ୍ଵାର୍ଥ

ସ୍ଵାର୍ଥ

2 mins 7.0K 2 mins 7.0K

     ସ୍ଵାର୍ଥ 

 

ସବୁଦିନ ପରି ଆଜି ବି ରାମ ମତେ ଅନ୍ଧାର ଘରେ ତାଲା ପକେଇ ଦେଇ ଚାଲିଗଲା । ମୁଁ ଯେତେ କାକୁତିମିନତି ହେଇ ଅନୁରୋଧ କଲି ସେ ମୋ କଥା ଶୁଣିଲା ହିଁ ନାହିଁ ।  ଅନ୍ଧାର ଘର ଭିତରେ ରହି ମୁଁ କରିବି ବା କଣ ? ସମସ୍ତେ ଦେଖୁଥାନ୍ତି କିନ୍ତୁ କେହି କିଛି କହୁନାହାନ୍ତି । ମୁଁ କିଛି ବୁଝି ପାରୁ ନଥାଏ । ଲୋକମାନେ କଣ ଚାହୁଁନାହାନ୍ତି ଯେ, ମୁଁ ବି ତାଙ୍କ ପରି ବୁଲା ବୁଲି ଆଉ ସାଙ୍ଗସାଥି କରି ମଉଜ କରିବାକୁ !!! କେବଳ ରାମର ବାଟକୁ ଅପେକ୍ଷା କରିବା ଛଡା ମୋର ଅନ୍ୟ କିଛି ଉପାୟ ନଥିଲା।  

ଏମିତି ଚାହୁଁ ଚାହୁଁ ରାତି ବହୁତ ହେଇ ଗଲା । ଭୋକ ଲାଗିବାରୁ ମୁଁ କିଛି ଖାଇବାକୁ ଖୋଜିଲି । ଦେଖିଲି ରାମ ମୋ ପାଇଁ କିଛି ଫଳ ରଖିକି ଯାଇଥିଲା। ଠିକ ଏତିକି ବେଳେ ବାହାରୁ କିଏ କାନ୍ଦୁଥିବାର ଶୁଣିବାକୁ ପାଇଲି। ଯେମିତି ସେ କବାଟ ଖୋଲିବାକୁ ଚେଷ୍ଟା କରୁଥିଲା। ବୋଧ ହୁଏ ତାକୁ ଭୋକ କରୁଥିଲା। କବାଟ ବାଡେଇ ବାଡେଇ ମୋ ନାମ ଧରି ଡାକୁଥିଲା। କାଳେ ମୁଁ ତାକୁ କିଛି ଖାଇବାକୁ ଦେବି ବୋଲି। 

କିନ୍ତୁ ମୁଁ ନିରୂପାୟ ଥିଲି। କାରଣ ରାମ ମତେ ବାହାରୁ ତାଲା ପକେଇ ଦେଇଥିଲା। ମୁଁ ଜାଣିପାରିଲି ଯେ ସେ ହଉଛି ସେଇ ଲୋକ ଯିଏ କି ସକାଳେ ବି କାନ୍ଦି କାନ୍ଦି ମୋ ପାଖକୁ ଆସିଥିଲା। ବିଚରା ଭୋକରେ ଖାଲି ଆଉଟୁ ପାଉଟୁ ହଉଥିଲା। ଏମିତି ବହୁତ ଥର ହେଇ ଗଲାଣି ଲୋକଟି ଖାଇବାକୁ ପାଉନଥିଲା। କାରଣ ସେ ଅନାଥ ଥିଲା । ତାର ଦୁନିଆ ରେ ମୋ ଛଡା ଆଉ କେହି ନଥିଲେ। କୌଣସି କାରଣ ବଶତଃ ସେ ତାର ଗୋଟେ ଗୋଡ ହରେଇ ବସିଥିଲା।  ସେଥିପାଇଁ ସେ କୌଣସି କାମ ବି କରି ପାରୁନଥିଲା। ବୋଧ ହୁଏ ଆଜି ବି ସେ କିଛି ଭିକ ପାଇନି । ୮୦ ବର୍ଷ ର ବୃଦ୍ଧାବସ୍ଥାରେ କରିବ ବା କଣ ?  କବାଟ ବାଡେଇ ବାଡେଇ ରାଗି ଯାଇ ମତେ ଗାଳି କରିବା ଆରମ୍ଭ କଲା । ମତେ କହିଲା ତୁ ସତରେ ଅନ୍ଧ ହେଇ ଯାଇଛୁ । ତତେ କଣ ଦେଖା ଯାଉନି ମୋ ଅବସ୍ଥା ? ଆଉ କେତେ ଡାକିଲେ ତୁ ଶୁଣିବୁ ମୋ ଡାକ । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେବାରେ ଲାଗିଲି। ବୁଢାଟିକୁ କଣ ଦେଖା ଯାଉନି ଯେ କବାଟ ତାଲା ପଡିଛି ବୋଲି। ଓହୋ, ତାର ଆଖିକୁ ବି ଆଉ ଦେଖା ଯାଉନି ବୋଧେ। ହଉ ଗାଳି କରୁ। ଯେତେବେଳେ ବୁଝିବ ସେତେବେଳେ ଜାଣିବ। ଏମିତି ଗାଳି କରୁ କରୁ ସେ କବାଟ ପାଖରେ ଗୋଟେ କଦଳୀ ପଡିଥିବାର ଦେଖି ବହୁତ ଖୁସି ହେଇ ଗଲା। ଆଉ ମତେ ଗାଳି ନ କରି ଖୁସି ମନରେ ତାକୁ ଖାଇ ଦେଇ ପଳେଇଲା। 

ମୁଁ ପୁଣି ରାମକୁ ଖୋଜିଲି, ମୋ କବାଟ ତ ଟିକେ ଖୋଲେ। ଏହି ଭଳି ଏମିତି ଆହୁରି ଲୋକ ନ ଖାଇ ମତେ ଡାକୁଛନ୍ତି ଯେ !!! ମୁଁ ଯିବି କେମିତି ? ବୁଢାଟିର ଭୋକ ସମ୍ଭାଳି ପାରିଲିନି ବୋଲି ସିନା ଏଠି କଦଳୀଟେ ଦେଇ ଦେଲି।  କିନ୍ତୁ ମତେ ଯିବାକୁ ପଡିବ ଅନ୍ୟ ଦରିଦ୍ର ପାଖକୁ। 

ସତରେ ଏ ମଣିଷ ଜାତି ହିଁ  ନିର୍ବୋଧ !!! ମୋ ପାଖରେ ଅନେକ କ୍ଷୀର ଏବଂ ଖାଦ୍ୟ ନଷ୍ଟ କରୁଛନ୍ତି। କିନ୍ତୁ ଏ ଭଳି ଦୟନୀୟ ଥିବା ମନିଷଟିକୁ ଥରେ ବି ଚାହୁଁ ନାହାନ୍ତି । ସେମାନେ ବୁଝି ପାରୁ ନାହନ୍ତି ଯେ ମୁଁ ଏହି ଅନ୍ଧାର ଘରେ ନୁହେଁ, ସେଇ ଦୟନୀୟ ଅବସ୍ଥାରେ ଥିବା ପ୍ରତ୍ୟେକ ଦରିଦ୍ରଙ୍କ ଭିତରେ ହିଁ ଅଛି । ଏଠି ଖାଲି କାଳିଆ କାଳିଆ ବୋଲି ଚିତ୍କାର କରୁଛନ୍ତି। କିନ୍ତୁ କେବେ କାଳିଆ ର ଅବସ୍ଥା ପଚାରି ବୁଝିଛନ୍ତି କି?  କେବେ ସେଇ ଦରିଦ୍ରଙ୍କୁ ଆଖି ଭରି ଦେଖିଛନ୍ତି କି? ନାହିଁ  ନା !!! ତେବେ ମୋ ପାଖରେ ନିଜର ସ୍ଵାର୍ଥ କଣ ପାଇଁ????


Rate this content
Originality
Flow
Language
Cover Design