Sadananda Sahoo

Children


3  

Sadananda Sahoo

Children


ବାଘ ମାମୁଁ

ବାଘ ମାମୁଁ

4 mins 7.8K 4 mins 7.8K

କୁନା ମୁନା ଦୁଇ ଭାଇ ! ସେମାନେ ଦୁଇ ଜଣ ଜାଆଁଳା ! ଆମ ଗାଁଆର ଲୋକମାନେ ଭ୍ରମରେ ପଡ଼ନ୍ତି ; କିଏ ବଡ ଆଉ କିଏ ସାନ ? ଯେହେତୁ ସେ ଦୁଇଜଣ ଯାକ ମୋ'ସାଙ୍ଗ ମୁଁ ତାଙ୍କୁ ଚିହ୍ନିବାରେ କେବେବି ଭୁଲ୍ କରେ ନାହିଁ !ଆମେ ତିନି ଜଣ ଯାକ ସହପାଠୀ ;ଗୋଟିଏ ଶ୍ରେଣୀରେ ପାଠ ପଢୁ !କୁନା ମୁନା ସବୁଥିରେ ଧୁରନ୍ଧର ! ବହୁତ ଚାଲାକି ! ଦିନକର କଥା ମୁଁ ତାଙ୍କ ଘରକୁ ବୁଲିବାକୁ ଯାଇଥାଏ ! ଗଲାବେଳକୁ କୁନାମୁନା ତା'ଜେଜ ମାଆ ପଖରେ ବସି ଗପ ଶୁଣୁଥା'ନ୍ତି ! ଯେହେତୁ ସେ ଆମ ପଡୋଶୀ ସେମାନଙ୍କ ପରିବାର ସହିତ ମୁଁ ଅଙ୍ଗାଅଙ୍ଗୀ ଭାବେ ଜଡିତ ! ତେଣୁ ଗପ ଶୁଣିବାରେ ମୋର ସ୍ପୃହା ବଢିଲା !!ତା'ଜେଜ ମାଆ ମଧ୍ୟ ମୋତେ ସରାଗରେ ଡାକିଲେ ଆରେ ଦୀପୁ ଗପ ଶୁଣିବୁ ! ମୁଁ ଅତି ଆଗ୍ରହରେ ତାଙ୍କ ସହିତ ମିଶି ଗପ ଶୁଣିବାକୁ ବସି ପଡ଼ିଲି ! ସନ୍ଧ୍ୟା ସମୟ ତଥା ରବିବାର ହୋଇ ଥିବାରୁ ମନରେ ସେତେଟା ଭୟ ନଥିଲା ! ସେଦିନର ଗପର ନାଁଆ ଥିଲା ବାଘ ମାମୁଁ !!ସେଇ ଚପଳ ବୟସରେ ବାଘର ନାଁଆ ଶୁଣି ଆମ ମାନଙ୍କ ମନରେ ଉତ୍କଣ୍ଠା ବଢ଼ିଲା !! ଆମେ ତିନିଜଣଯାକ ଜେଜ ମାଆଙ୍କୁ ପ୍ରଶ୍ନକଲୁ ? ଜେଜମାଆ ବାଘ କଣ ଛୋଟ ଠାରୁ ବଡ ପର୍ଯନ୍ତ ସମସ୍ତଙ୍କର ମାମୁଁ ! ଜେଜମାଆ ଆମ କଥାରେ ହଁ ଭରିଲେ ! ଆମେ ପୁଣି ପ୍ରଶ୍ନକଲୁ କହିଁକି ସେ ସମସ୍ତଙ୍କର ମାମୁଁ ହେବେ ! ଜେଜମାଆ କହିଲେ ଆରେ ଚଗଲା ଧନ ମୋ କଥା ମନଦେଇ ଶୁଣ !! ଅନେକ ଦିନ ତଳର କଥା ; ପାଖ ଗାଁଆର ଗେରସ୍ତ ଭାରିଜା ଜଙ୍ଗଲକୁ କାଠଆଣିବାକୁ ଯାଇଥିଲେ ! କାଠ ସଂଗ୍ରହ କରୁ କରୁ ନିଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ !! ସେମାନେ ବହୁତ ଚେଷ୍ଟା କଲେ ସେ ଜଙ୍ଗଲ ଭିତରୁ ବହାରି ପଦାକୁ ଆସିବାକୁ; କିନ୍ତୁ ଯୁଆଡେ ଗଲେ ଖାଲି ଘୋର ଅରଣ୍ୟ !ସେମାନେ ଆଉ ଫେରି ପାରିଲେନି ; କାରଣ ସେ ଦିଗହରା ହୋଇ ସାରିଥିଲେ ! ଏମିତି ବୁଲୁ ବୁଲୁ ଦିନ ଯାଇ ସଞ୍ଜ ହୋଇଗଲା ! ଗେରସ୍ତ ଭାରିଜା ବିକଟାଳ ଅନ୍ଧାର ଭିତରେ କାନ୍ଦିବାକୁଲାଗିଲେ !! ସେମାନଙ୍କ କାନ୍ଦ ଶୁଣି ଗୋଟାଏ ବଡ ମହାବଳ ବାଘ ସେମାନଙ୍କ ନିକଟକୁ ମାଡ଼ି ଆସିଲା ! ବାଘକୁ ଦେଖି ଗେରସ୍ତ ଭାରିଜା ଭୟରେ ଥରିବାକୁଲାଗିଲେ !! ବାଘ ଯୋର୍ ରେ ରଡିଛାଡ଼ି କହିଲା ତୁମେ ମାନେ କିଏ ! ଏତେ ରାତିରେ ଏଠି କଣ କରୁଛ ? ମୁଁ ଭୋକିଲା ଅଛି; ତୁମ ଦୁଇଜଣ ଯାକଙ୍କୁ ମୁଁ ଶିକାର କରିବି ! ବହୁତ ଦିନ ହେଲା ମଣିଷ ମାଂସ ଖାଇନି !ଆଜିମୋର ଆଶା ପୂରଣ ହବ ! ବାଘ ମୁହଁରୁ ଏକଥା ଶୁଣି ଗେରସ୍ତ ଭାରିଯା ଭାବିଲେ ଆଜି ଆମର ମରଣ ଶୁନିଶ୍ଚିତ !! ଆଉକଣ ଏ ବାଘ ମୁହଁରୁ ବଞ୍ଚିକି ଯିବା ! ଏମାନଙ୍କର ନିରବତା ଦେଖି ବାଘ କହିଲା ଏମାନେ ବୋଧେ ମାରିବାକୁ ଯୋଜନା କରିଛନ୍ତି ! ସେଥି ପାଇଁ ବୋଧେ ମୋ ଗର୍ଜନ ଶୁଣି ନୀରବ ରହୁଛନ୍ତି !! ବାଘ ସେମାନଙ୍କୁ ନ ଖାଇ କହିଲା ମୁଁ ଯାଉଛି ମୋ ବାଘୁଣୀକୁ ଡାକିକି ଆଣିବି ସିଏ ଜଣକୁ ଖାଇବ ଆଉ ମୁଁ ଜଣକୁ ଖାଇବି !!

ଗେରସ୍ତ ଭାରିଜା ଭୟରେ ନିର୍ବାକ ହୋଇ ସମାନ୍ୟ ସ୍ଥାନ ପରିବର୍ତ୍ତନ କରିଛନ୍ତି ନା ନାଇଁ ବାଘ ବାଘୁଣୀକି ଧରି ହାଜର ହୋଇଗଲା !! ବାଘୁଣୀ ସେମାଙ୍କୁ ଦେଖି ବିଚଳିତ ହୋଇଗଲା ! ବାଘୁଣୀ ଭାବିଲା ବିଚରା ଫସି ଯାଇଛନ୍ତି ! କଳେ ବଳେ କୌଶଳେ ବାଘଠାରୁ ଏ ନିରୀହ ପ୍ରାଣୀଙ୍କୁ ଉଦ୍ଧାର କରିବାକୁ ପଡିବ !! ବାଘୁଣୀ ବାଘକୁ କହିଲା ହଇଏ ଜାଣିଛ ମୁଁ ପରା ଏମାନଙ୍କୁ ଦିନ ବେଳା ଦେଖିଥିଲି ! ସେ ତୁମକୁ ଖୋଜି ଖୋଜି ବାଟ ବଣା ହୋଇ ଘରକୁ ଯାଇପାରିଲେ ନାହିଁ !! ବାଘ କହିଲା କାହିଁକି ମୁଁ ଯେତେବେଳେ ଏମାନଙ୍କ ସହ ଭେଟ ହେଲି ମୋତେ ତ କିଛି କହିଲେ ନାହିଁ !! ସେ ଯାହା କହିଥାନ୍ତେ ସେ ତୁମକୁ ଚିହ୍ନି ପାରିଲେ ନାହିଁ !! କଥା କଣ କି ଏଗେରସ୍ତ ଭାରିଜା ଯେହେତୁ ସବୁଦିନ କାଠ ପାଇଁ ଆମ ଇଲାକାଙ୍କୁ ଆସୁଛନ୍ତି ! ସେମାଙ୍କୁ ପୋଡାମୁଁହା ହାତୀ ମାରିଦବ ବୋଲି ଡରାଉଛି !! ସେଇ ଆପତ୍ତି କରିବାକୁ ସେମାନେ ତମ ପାଖକୁ ଆସିଥିଲେ !ତମକୁ ଖୋଜି ଖୋଜି ରାତି ହୋଇଗଲା !! ତା'ଛଡା ଘରେ ତାଙ୍କର କଅଁଳା ଛୁଆଟିଏ ଅଛି ! ବିଚାରାର ମାମୁଁ ନାହିଁ ବୋଲି ସବୁଦିନ ମାଆ ପାଖରେ ଅଳି କରୁଛି !! ଖାଇଲାବେଳେ କହୁଛି ମାଆ ମୋର ମାମୁଁ କାହିଁ ନାହିଁ ମୁଁ ଖାଇବିନି ! ହତଭାଗିନୀର ଭାଇ ନାହିଁ ବୋଲି ତା'ଛୁଆଟି ମାମୁଁ ଛେଉଣ୍ଡ ହୋଇଛି !! ଆଉ ତାକୁ ଖୋଇ ଦେଲାବେଳେ ଜଙ୍ଗଲ ଆଡ଼କୁ ଅନେଇ କହୁଛି ଖାଇଦେ ବାଘମାମୁଁ ଆସିବ ତୋତେ ଗେଲକରିବ ; ଆଉ ଆକାଶର ଜହ୍ନମାମୁଁ କଥା ସେ ନିରିମାଖୀ ଛୁଆଟି ବିଶ୍ୱାସ କରୁନି ! କାହିଁକି ନା ସବୁବେଳେ ହାତଠାରି ଡାକୁଛି ହେଲେ ଜହ୍ନ ମାମୁଁ ଆସୁନି !!ଆଉ ବାକିରହିଲା ତମ କଥା ! ବାଘୁଣୀ ମୁହଁରୁ ଏତେ ସବୁ କଥା ଶୁଣି ସାରିଲାପରେ ! ବାଘର ହୃଦୟ ତରଳି ଗଲା !

ବାଘ ଆଉ ବାଘୁଣୀ ଦୁହେଁ ସ୍ଥିରକଲେ ଚାଲ ଏଇ ଅନ୍ଧାରେ ଅନ୍ଧାରେ ସେମାଙ୍କୁ ତାଙ୍କ ଘରେ ଛଡ଼ିଦେଇ ଆସିବା ଆଉ ଆମ ସୁନା ଭଣଜା ପପୁକୁ ଟିକେ ଗେଲକରି ମାମୁଁ ମାଇଁର ପରିଚୟ ଦେଇଦଵା ,ଆଉ ସେ ଖାଇଲା ବେଳେ ଅଝଟ ହବନି !! ଗେରସ୍ତ ଭାରିଜା ବାଘ ବାଘୁଣୀଙ୍କ କଥାରେ ଏକା ଥରେକେ ରାଜି ହୋଇ ଘର ଅଭିମୁଖେ ସେମାନଙ୍କ ସହିତ ଅଗ୍ରସରହେଲେ ! ବାଘୁଣୀ ସେମାଙ୍କ ଦୁଃଖ ସହି ନପାରି ବାଘ କବଳରୁ ବଞ୍ଚାଇବା ସହିତ ବାଘକୁ ସବୁଦିନ ପାଇଁ ମାମୁଁର ଆଖ୍ୟାଦେଇ ଚିରରୁଣୀ କରିଦେଲା !! ସେମାନେ ଗେରସ୍ତ ଭାରିଜାଙ୍କୁ ଘରେ ଛାଡ଼ି ; ପପୁକୁ ଢେର୍ ସାରା ଗେଲକରି ; ଚକୁଳି ପିଠା ଖାଇ ପାହାନ୍ତା ପହରକୁ ଜଙ୍ଗଲକୁ ଫେରିଲେ !!

ଜେଜ ମାଆ ଠାରୁ ଏଇ ବାଘମାମୁଁ ଗପଟି ଶୁଣି ସେଦିନ ଆମେ ବହୁତ ଆନନ୍ଦିତ ହୋଇଥିଲୁ !!

ସଦାନନ୍ଦ ସାହୁ ;

ଧୁରୁଷିଆ ; ଆଠଗଡ଼ ; କଟକ !


Rate this content
Originality
Flow
Language
Cover Design