Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଠକିବା ପାଇଁ ଯୁକ୍ତି

ଠକିବା ପାଇଁ ଯୁକ୍ତି

2 mins
7.3K


ରମେଶ ଚନ୍ଦ୍ର ଦାଶ

ବିଲୁଆ କାମ ନପାଇ ବୁଲୁଥିବା ଦେଖି ଭାଲୁ ମନରେ ଦୟା କଲା । ସେ ତାକୁ ଗୋଟିଏ ଚାକିରି ଦେଲା । ବିଲୁଆ ଏଥିପାଇଁ ଭାଲୁକୁ ଧନ୍ୟବାଦ ଜଣାଇ ନିଷ୍ଠାର ସହିତ କାମ କଲା । ସେଥିପାଇଁ ଅନ୍ୟମାନଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଲା । ଏମିତି ଦିନ ପରେ ଦିନ ଗଡ଼ି ଚାଲିଥାଏ । ଭାଲୁର ତୀର୍ଥ କରିବାକୁ ଇଚ୍ଛା ହେଲା । ତେଣୁ ସେ ସମସ୍ତଙ୍କ ଠାରୁ ବିଦାୟ ନେଇ ଚାଲିଗଲା । ତୀର୍ଥକ୍ଷେତ୍ରର ମୋହରେ ସେ ରହୁ ରହୁ ବେଶୀଦିନ ରହିଗଲା । ଇତି ମଧ୍ୟରେ ବିଲୁଆର ରୋଜଗାର ବଢିବା ସହିତ ସେ ଖୁବ୍‌ ଖୁସିରେ ଥାଏ । କିଛିଦିନ ପରେ ଭାଲୁ ଫେରିଲା । ସେତେବେଳକୁ ସେ ବୁଢା ହୋଇଯାଇଥାଏ । ତାକୁ ଭଲଭାବରେ ଦେଖାଯାଉନଥାଏ । ବାଟରେ ଆସିବା ବେଳେ ବିଲୁଆ ତାକୁ ଦେଖିଲା । ଭାଲୁ ଚିହ୍ନି ନ ପାରୁଥିବା ଜାଣି ସେ ବାଟ ଅଡ଼େଇ ଚାଲିଗଲା ।

ବାଲୁଆର ଏ କାମକୁ ଗଛରେ ଥିବା ମାଙ୍କଡ଼ ଲକ୍ଷ୍ୟ କରୁଥିଲା । ସେ ବିଲୁଆକୁ କହିଲା- ତୁ ଯାହା କଲୁ ଠିକ୍‌ କଲୁନାହିଁ । ଭାଲୁ ପାଇଁ ତୁ ଚାକିରି ପାଇଛୁ ଓ ଭଲରେ ରହିଛୁ । ଆଜି ତାକୁ ଦେଖାଯାଉନାହିଁ ବୋଲି ବାଟ ଆଡ଼େଇ ଯାଉଛୁ କିପରି ? ମାଙ୍କଡର ଏକଥାର ଜବାବ ଦେଲା ବିଲୁଆ । ସେ କହିଲା-ସେତେବେଳର କଥା ଥିଲା ଅଲଗା । ଆଉ ବର୍ତ୍ତମାନର କଥା ଅଲଗା । ମୁଁ କାହିଁକି ସେ ବୁଢାଟାକୁ ଚିହ୍ନା ଦେବି । ସେ ମୋତେ କାମରେ ଖଟାଇବ । ମାଙ୍କଡ଼ ବିଲୁଆର ଯୁକ୍ତିରେ ନିରବ ରହିଲା । ତାକୁ ଭଲ ଲାଗିଲା ନାହିଁ । ସେ ଭାଲୁକୁ ସବୁ କଥା କହିଲା । ଭାଲୁ କିନ୍ତୁ ମାଙ୍କଡ଼ର କଥାକୁ ବିଶ୍ୱାସ କଲାନାହିଁ । ସେ କହିଲା- ବିଲୁଆ ଓ ମୋ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ମାଙ୍କଡ଼ ଏକଥା କହୁଛି । ତେଣୁ ମାଙ୍କଡ଼ ଚୁପ୍‌ ହୋଇ ଚାଲିଗଲା ।

ଏତିକିବେଳେ ପାଖ ବାଟ ଦେଇ ବିଲୁଆ ଯାଉଥିବାର ଅନୁମାନ କରି ଭାଲୁ ଡାକପକାଇଲା । ବିଲୁଆ ତା’ର ଡାକକୁ ନଶୁଣିବା ପରି ଚାଲି ଯାଉଯାଉ ସେ ବିଲୁଆ ନୁହେଁ ବୋଲି ସ୍ୱର ବଦଳାଇ କହିଲା । ଭାଲୁ ଜାଣେ ବିଲୁଆର ପାଦର ଶଦ୍ଦ । ସେ ଜାଣିଲା ଯେ , ମାଙ୍କଡ଼ର କଥାରେ କିଛି ସତ୍ୟତା ଅଛି । ତା’ପରେ ସେ ମାଙ୍କଡ଼କୁ ଡାକ ପକାଇଲା । ମାଙ୍କଡ଼ ହାତରେ ବିଲୁଆ ପାଖକୁ ଖବର ପଠାଇଲା । ମାଙ୍କଡ଼ କହିଲା- ବିଲୁଆର ମାଲିକ ପାଖକୁ ଗଲା । ତାକୁ ସବୁ କଥା କହିବାପରେ ବିଲୁଆର ମାଲିକ ତାକୁ କାମରୁ ବାହାରିଯିବା ପାଇଁ କହିଲା । ସେ କହିଲା- ତୋ ପାଇଁ ନେହୁରା ହୋଇ କହିଥିବା ଭାଲୁକୁ ଯଦି ଚିହ୍ନିପାରିଲୁ ନାହିଁ । ମୋତେ କିପରି ସାହାଯ୍ୟ କରିବୁ ? ସୁବିଧା ପାଇଲେ ମୋତେ ବି ଠକିବାକୁ ପଛେଇବୁ ନାହିଁ । ବିଲୁଆ ଏତକ ଶୁଣି ଭାଲୁର ପାଦଧରିଲା ।

ଭାଲୁର ଅନୁରୋଧରେ ତାକୁ ସେ ପୁନର୍ବାର ଚାକିରି ଦେଲା । ଉପକାର କରିଥିବା କୌଣସି ପ୍ରାଣୀକୁ ଭୁଲିଯିବା ଉଚିତ୍‌ ନୁହେଁ ବୋଲି ବିଲୁଆର ମାଲିକ ତାକୁ ପରାମର୍ଶ ଦେଲା ।


Rate this content
Log in

Similar oriya story from Classics