Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ରାଜା ଏବଂ ବୋକା ମାଙ୍କଡ କଥା

ରାଜା ଏବଂ ବୋକା ମାଙ୍କଡ କଥା

2 mins
7.5K


ପ୍ରାଚୀନ କାଳର କଥା । ଗୋଟିଏ ଦେଶରେ ରାଜା ଏକ ମାଙ୍କଡ ପାଳି ଥିଲେ । ମାଙ୍କଡଟିକୁ ରାଜା ଏତେ ପରିମାଣରେ ଭଲ ପାଉଥିଲେ ଯେ ମାଙ୍କଡଟି ରାଜ ଦରବାର ମଧ୍ୟକୁ ଅବାଧରେ ପ୍ରବେଶ କରିପାରୁଥିଲା । ଏପରିକି ରାଜାଙ୍କ କକ୍ଷକୁ କୌଣସି ଜଗୁଆଳି ଜଗି ନଥିଲେ । ରାଜା ଜଗୁଆଳି ମାନଙ୍କ ଉପରେ ଭରସା ନରଖି ମାଙ୍କଡଟି ଉପରେ ଯଥେଷ୍ଟ ଭରସା ରଖିଥିଲେ ।

ଦିନେ ରାଜା ତାଙ୍କ ଶୟନ କକ୍ଷରେ ଗଭୀର ନିଦ୍ରାରେ ଶୋଇଛନ୍ତି । ମାଙ୍କଡଟି ରାଜାଙ୍କ ପାଖରେ ଥାଏ । ହଠାତ୍ କେଉଁଠୁ ଗୋଟାଏ ମାଛି ଉଡିଆସି ରାଜାଙ୍କ ଛାତି ଉପରେ ବସିପଡିଲା । ମାଛି ଆସି ବସି ପଡିବାର ଦେଖି ମାଙ୍କଡଟି ପ୍ରଥମେ ପଙ୍ଖା ସାହାଯ୍ୟରେ ମାଛିକୁ ଘଉଡାଇଲା । କିଛି ସମୟପରେ ମାଛିଟି ପୁଣି ଆସି ରାଜାଙ୍କ ଛାତି ଉପରେ ବସିବାକୁ ଲାଗିଲା । ବୋକା ମାଙ୍କଡଟି ଏହା ଦେଖି ରାଗିଗଲା । ରାଗିଯାଇ ଖଣ୍ଡାଟି ବାହାର କରି ମାଛି ଉପରେ ଆଘାତ କରିବାକୁ ଲାଗିଲା । ମାଛିଟି ଉଡିଗଲା ସତ କିନ୍ତୁ ରାଜା ଗଭୀର ଭାବରେ ଆଘାତ ପାଇଲେ । କିଛିଦିନ ବୈଦ୍ୟମାନେ ଲାଗିପଡି ରାଜାଙ୍କ ଚିକିତ୍ସା କଲେ । କିନ୍ତୁ ଶେଷରେ ରାଜା ମୃତ୍ୟୁବରଣ କଲେ ।

କାହାଣୀଟି କହି ସାରି କାରାତକ କହିଲେ, ‘ମହାରାଜ’! ନିଶ୍ଚୟ ଚାହୁଁଥିବେ ଖୁସିରେ ଜୀବନ କଟାଇବା ପାଇଁ । ମାତ୍ର କିଏ ଜାଣିଥିଲା ତାଙ୍କୁ ଏତେ ଶୀଘ୍ର ମୃତ୍ୟୁ କବଳିତ କରିନେବ । ମହାରାଜ୍ ଯଦି ଏହି ବୋକା ମାଙ୍କଡଟିକୁ ପାଖରେ ନରଖି ଏକ ଦେହରକ୍ଷୀକୁ ପାଖରେ ରଖିଥାଆନ୍ତେ ତା’ହେଲେ ହୁଏତ ତାଙ୍କୁ ଏତେ ଶୀଘ୍ର ମରିବାକୁ ପଡିନଥାନ୍ତା । ଏହାପରେ କାରାତକ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲେ । ସେହିପରି ଚୋର ଏବଂ ବ୍ରାହ୍ମଣ କାହାଣୀରେ ଚୋରଟି ଚାରିଜଣ ବ୍ରାହ୍ମଣ ବନ୍ଧୁଙ୍କୁ ମନେମନେ ବିପଦରେ ପକାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ସେମାନଙ୍କୁ ବିପଦରେ ନପକାଇ ନିଜେ ନିଜ ଜୀବନ ଦେଇ ବ୍ରାହ୍ମଣମାନଙ୍କ ଜୀବନ ବଂଚାଇଲା । କାରାତକ ଏବଂ ଦମନକଙ୍କ ମଧ୍ୟରେ ଏହି କଥାବାର୍ତ୍ତା ଚାଲିଥିଲା ବେଳେ ରାଜା ପିଙ୍ଗଳକ ସଂଜିବକଙ୍କ ସହିତ ଯୁଦ୍ଧ ଆରମ୍ଭ କରି ଦେଇଥିଲା । ଶେଷରେ ସଂଜୀବକ ତାଙ୍କର ଶିଂଘ ଦ୍ୱାରା ପିଙ୍ଗଳକଙ୍କର ପେଟ ଚିରି ମାରି ଦେଇଥିଲେ ।


Rate this content
Log in

Similar oriya story from Children