Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Tragedy

2  

Titi Sarangi

Tragedy

ରବିବାର ସକାଳ

ରବିବାର ସକାଳ

2 mins
6.7K


"ସାଉଆଣୀ ମାଆ ,ମୋ କଥା ଟିକେ ଶୁଣ !" ସକାଳୁ ମୋ ଦାଣ୍ତ ଦୁଆରେ ସରୁ ଗଳାର ତା ଡାକ ଶୁଭିଲା  l

ବେଶୀ ପରିଚିତ ନହେଲେ ବି ଅପରିଚିତ ନୁହଁ ଏ ଡାକ ମୋ ପାଇଁ  l ପ୍ରାୟ ଛୁଟି ଦିନ ଦେଖିକି ସିଏ ଆସେ  l ଆଉ କୋଉ ଛୁଟି ସିଏ ଜାଣୁ କି ନ ଜାଣୁ ଏଇ ରବିବାରଟାକୁ ଠିକ୍ ଚିହ୍ନିଚି  l ତା ଦୁଃଖ କଥା କହିକି ମୋଠୁ କିଛି ନବା ଆଶାରେ ସିଏ ଆସେ  l ଭଲ କି ତା ବିଷୟରେ କିଛି ମୁଁ ଜାଣିନି  l ସିଏ କହିବ କହିବ ହଉଥିଲେ ବି ମୋ ପାଖରେ ସମୟ ନଥାଏ ଶୁଣିବାକୁ  l ଆଜି ବି ଠିକ୍ ଘର ଝାଡୁଛି ସେ ପାଟି କଲା  l

"ଓଃ ,ଭାରତର ମୁକ୍ତି ନାଇଁ ଏଇ ଭିକ ମଗା ଲୋକଙ୍କ କବଳରୁ  l "ଏମିତି ଗୋଟିଏ ବିରକ୍ତିକର ଭାବନା ମୋ ମନକୁ ଚାଲି ଆସିଲା  l କିଛି ପଇସା ଧରି ବାହାରକୁ ଆସିଲି  l ଜଲ୍ଦି ସେ ଗଲେ ମୋ କାମ କରିବି  l ଏକ ରକମ ପଇସା ତା ହାତରେ ପକେଇ ଦେଇ ମୁଁ ଫେରି ଆସୁଛି  l ପୁଣି ତା ଡାକ ,"ମାଆ ଟିକେ ଶୁଣ !"

"ନାଁ ନାଁ ,ଆଉ ଶୁଣି ପାରିବିନି  l ତୁ ଯା  l "

"ମାଆ ତମର ମଙ୍ଗଳ ହବ  l ମୋର ଛୋଟ ଛୋଟ ଛୁଆ ଦିଟାଙ୍କ କଥାଟିକେ ଶୁଣ  l "

କେବେ ତ ତା ଛୁଆ କଥା କହେନି  l ସେଇ

"ଛୁଆ ଦିଟା" ଶବ୍ଦରେ ଏକରକମ ତା ଆଡକୁ ମୁହଁ ଫେରେଇଲି  l

ବିରକ୍ତିଭାବ ତଥାପି ଯାଇ ନଥିଲା  l

"ସାଉଆଣୀ !ତମର ପୁରୁଣା ଲୁଗା ଥିଲେ ଦି ଖଣ୍ତ ଦିଅ  l କେତେ ଶୀତ ହଉଛି ଦେଖୁଛ ତ  l ମୋ ଛୋଟ ଛୁଆ ଦିଟିର ନିଃଶ୍ବାସ ପଡିବ  l ତମର ମଙ୍ଗଳ ହବ  l "

ତା ମାଗିବାଟା ମୋତେ ଭଲ ଲାଗିଲାନି  l ମଣିଷ ହେଇ ଏତେ ନିକୁସୁକୁ କ'ଣ ମ !

"ତମେ କାମ କରୁନ? ଏତେ ନିକୁଟେଇ ହେଇ ମାଗୁଛ କାହିଁକି ?"

"ଛୋଟ ଛୋଟ ଛୁଆଦିଟା ମୋର  l ସେମାନଙ୍କୁ ଛାଡି କାମ କରିବାକୁ କେମିତି ଯିବି ?"ଲୁହ ଭର୍ତ୍ତି ଆଖିରେ ତାର କରୁଣ ପ୍ରଶ୍ନବାଚୀଟିଏ  l

"କାଇଁ ତମ ବରକୁ କହୁନ କାମ କରିବ  l "

"ସେ କ'ଣ ମୋ ପାଖେ ଅଛି ?"

"କାଇଁ ,କୁଆଡେ ଗଲେ ସିଏ ? କଣ ଦାଦନ ଖଟିବାକୁ ?"

"ନାଇଁ ,ଆଉ ଗୋଟେ ମାଈକିନା ଧରି କି କୁଆଡେ ପଳେଇଲେ  l "

ବୋକା ଭଳି ତାକୁ ଚାହିଁଥିଲି  l ମୋ ଆଖିରେ ଅବିଶ୍ବାସ ଭାବ ଦେଖିକି ସିଏ ମୁଣ୍ଡ ତଳକୁ କରି ଦେଲା  l

"ତମର ଛୁଆ ଦିଟା ଥାଇ ବି ସିଏ ଏମିତି କାହିଁକି କଲା ?"

"କେଜାଣି ମାଆ ?ମୋ ସାଥୀରେ ନିତି ମଦ ପିଇ ଆସି ଝଗଡା କଲା  l ତାପରେ ତ ତୁ ଗୋଟେ କଳିହୁଡୀ ମାଇକିନା ,ତୋ ସାଥୀରେ ରହିପାରିବିନି କହି ପଳେଇଲା  l ସାନ ଛୁଆଟି ମୋର ବହୁତ ସାନ  l ଟିକେ ବଡ ହେଇଗଲେ ମୁଁ କାମକୁ ଯିବିା"

ଅସହାୟ ହେଇ ତାକୁ ଦେଖୁଥିଲି  l ଯେତେ ଦେଲେ ବି ତା କ୍ଷତି ମୁଁ ପୂରଣ କରି ପାରିବିନି  l ତଥାପି

କିଛି ଦେଇ ତାକୁ ବିଦା କଲି  l ସାରାଟା ସକାଳ ଖାଲି ମୁଁ ଭାବୁଥିଲି ସେଇ ଛୁଆ ଦିଟି କଥା  l ଆମକୁ ଜନ୍ମକର ସେମାନେ କହି ନଥିଲେ  l ଆଜି ଜନ୍ମ ହେଇ ସାରିଲା ପରେ ଏମିତି ଦୁଃଖ ସେମାନେ କାହିଁକି ଭୋଗିବେ ? ମଣିଷ ହେଇ ବି ଖାଲି କଣ ମାଆ ବାପାର ଶରୀର ସୁଖପାଇଁ ସେମାନେ ଜନ୍ମ ହେଇଥିଲେ ?

କ'ଣ ସବୁ କାମ କରିବି ବୋଲି ଭାବିଥିଲି ଆଉ କେତେ କଲି ସେସବୁ ମୋର ଆଉ ମନେ ପଡୁ ନଥିଲା  l ମଣିଷ ଆଉ ତାର ମଣିଷପଣିଆ କଥା ଭାବି ଭାବି ଦିନ ଯାଇ ସଂଜ ହେଲା  l କିଛି ଲେଖିବି ବୋଲି ବସିଲା ବେଳକୁ ମୋତେ ସେଇ ଛୁଆ ଦିଟି ଦିଶି ଯାଉଛନ୍ତି  l ରବିବାର ସକାଳ ମୋର କେମିତି ପାହିଥିଲା କେଜାଣି ?


Rate this content
Log in

Similar oriya story from Tragedy