ମୂକ ମା'ର ଭାଷା
ମୂକ ମା'ର ଭାଷା
ଗୋଟେ ଜିଦିଆ ସ୍ବଭାବର ଝିଅଟିଏ ଥିଲି ମୁଁ.....କିନ୍ତୁ ନାରୀ ହଉ କିମ୍ବା ପୁରୁଷର ଅବମାନନାକୁ ମୁଁ ସହିପାରେନି।ସେହି କାରଣରୁ ପ୍ରାୟ ଦେଢ ବର୍ଷ ହେଲା ଆମ ଆମ୍ବ ବଗିଚାକୁ ଯାଉନଥିଲି ମୁଁ।କିନ୍ତୁ ପରିସ୍ଥିତି ଏପରି ଥିଲା ଯେ ମୁଁ ସେ ଆମ୍ବ ବଗିଚାକୁ ଯିବାକୁ ମନକୁ ରୋକି ପାରିଲିନି।ବୈଷାଖ ମାସ ହୋଇଥାଏ ସୂର୍ଯ୍ୟଙ୍କର ପ୍ରଖର କିରଣରେ ପୃଥିବୀରେ ଉତ୍ତପ୍ତ ଲାର୍ଭା ଯେପରି ବାହାରୁ ଥାଏ ।ତଥାପି ଘରେ ଶୋଇଥାଏ ଦେଖିଲି ମୋ ମାଉସୀଙ୍କ ଝିଅ ହାତରେ କୁନି ଶିଶୁଟିଏ ପ୍ରାୟ ଜନ୍ମ ତା'ର ପନ୍ଦର ଦିନ ହେବ।ନା କିଛି ଖାଉଥାଏ ନା କିଛି ପିଉଥାଏ।ମୁଁ ଚାଲିଲି ସେ ଶିଶୁଟିକୁ ଧରି.....ତା’ ମା ଖାଲି ଚିଉ ଚିଉ କରି ସେ ବଗିଚା କମ୍ପାଇ ଦେଉଥାଏ।ମୁଁ ବାଡ ଏପଟୁ ଥାଇ ତା ଛୁଆଟିକୁ ତା' ପାଖରେ ଛାଡିଲି କିନ୍ତୁ ଛୁଆଟି ବସା ଉପରକୁ ଯାଇପାରୁ ନଥାଏ ।ମା’ଟି ସରିସୃପ ଭୟରେ ତାକୁ ଛାଡି ଯାଉ ନଥାଏ।ଏଭଳି ପରିସ୍ଥିତିରେ ବି ମୁଁ ଆସି ପାରୁ ନଥାଏ ।ଆମ୍ବ ଗଛ ପ୍ରାୟ ପନ୍ଦର ଫୁଟ୍ ଉପରେ ହେବ ସେ କଥାରୁ କିଛି ନାହିଁ କିନ୍ତୁ ମୁଁ ସତର ବର୍ଷ ହେବ ଗଛ ଚଢି ନଥାଏ ଏପଟେ ସମୟ ପାଖାପାଖି ଗୋଟେ ହେବ। ମୁକ ମା'ର ଆର୍ତ୍ତ ଚିତ୍କାର ମୋ କାନକୁ ସ୍ତବ୍ଧ କରିଦେଉଥାଏ ।କ’ଣ କରିବି ଭାବି ପାରୁ ନଥାଏ ଚିନ୍ତା କରୁଥାଏ ମୁଁ ତ ସେ ବାଡିକୁ ଯାଉନି ସେଠୁ ଗୋଟେ ସିଡି ବାଡ ଏପଟୁ ସେପଟକୁ ପକାଇ ଦେଢ ବର୍ଷର ଜିଦ୍ଦି ଛାଡି ଗଲି ସେ ବାଡିକୁ ।ସିଡି ପକାଇବା ପୂର୍ବରୁ ପୂର୍ବ ପ୍ରସ୍ତୁତି କଲି ।ଅଣ୍ଟାରେ ଗୋଟିଏ ପଲିଥିନରେ ଅତି ଯତ୍ନ ସହକାରେ ଶିଶୁଟିକୁ ବାନ୍ଧି ଚାଲିଲି ।ଦେହ ହାତ ଥରୁଥାଏ ମୋ ବଡ ଭାଇବି ଡରୁଥାଏ....କିନ୍ତୁ ସତଚିନ୍ତା ରଖିଲେ ଭଗବାନ୍ ବି ସାହା ହୁଅନ୍ତି ଏକଥା ମନେରଖି ଚାଲିଲି ପାହାଚ ପରେ ପାହାଚ , ମା’ ତା'ର ଏକ ନୟନରେ ଚାହିଁଥାଏ ତା ଛୁଆକୁ ମୋ ଭାଇ ଏ କାମକୁ କ୍ୟାମେରାରେ ସାଇତି ରଖୁଥାଏ।ଶିଶୁଟିକୁ ନେଇ ତା’ ମା’ ବସାରେ ଛାଡିଲି ଏହା ପରର ଦୃଶ୍ୟ ଆଉ ଲେଖିହେବନି ଅନୁଭବ କରିହେବ।ମା'ର ଖୁସିରେ ସେ ଆମ୍ବ ତୋଟା କମ୍ପି ଉଠୁଥାଏ ଏତେ ଖୁସି ଦେଖି ଆଖି ମୋର ଓଦା ହୋଇଗଲା ।ମା’ ଯେ କେତେ ଆର୍ଶୀବାଦ ନଦେଇଛି ସେଦିନ କହିହେବନି।ତଳକୁ ଆସି ପୁଣି ବାଡ ଡେଇଂ ଆସିଲା ବେଳକୁ ବାଉଁଶ କଣ୍ଟାରେ ମୋ ପାଦ ଉପରେ ପସିଗଲା କାନ୍ତୁ ସେ କଣ୍ଟା ରହିଲା ଦୀର୍ଘ ବାଇସି ଦିନ ।ମନରେ ପ୍ରଶ୍ନ ଉଠିଥିଲା ଭଗବାନ୍ କାହିଁକି ଏମିତି କରିଥିଲେ କିନ୍ତୁ ଦୀର୍ଘ ଏ ଅନୁଭୂତି ଲେଖିଲା ବେଳେ ତାର ଉତ୍ତର ପାଇଲି ମୋ ଜିଦ୍ଦି ପାଇଁ ଏ ଦଣ୍ତ ଆଉ ସେ ମା'ର ଆର୍ଶୀବାଦ ପାଇଁ ଡେରିରେ ମୋ ପାଦରୁ କଣ୍ଟା ବାହାରିଲା ଆଉ ସେଇ ଶିଶୁଟି ପାଇଁ ମୁଁ ଖୋଲିଥିଲି ଫେସ୍ ବୁକ୍ ଏକାଉଣ୍ଟ ......ସେଇ ହଳଦୀବସନ୍ତ ଶିଶୁଟି ମୋ ପ୍ରୋଫାଇଲରେ .....