Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushanta Kumar Mahapatro

Drama

2  

Sushanta Kumar Mahapatro

Drama

ଶ୍ରାବଣ ଭକ୍ତି ରହସ୍ୟ

ଶ୍ରାବଣ ଭକ୍ତି ରହସ୍ୟ

4 mins
1.6K


ଶ୍ରବଣ ଭକ୍ତି ରହସ୍ୟ

ସୁଶାନ୍ତ କୁମାର ମହାପାତ୍ର

 

ଯୁଗେ ଯୁଗେ ଦେବତାମାନେ ଭୋଗଭୂମି ସ୍ୱର୍ଗଲୋକ ତ୍ୟାଗ କରି କର୍ମଭୂମି ମର୍ତ୍ତ୍ୟଲୋକକୁ ଆସିଥାଆନ୍ତି । କର୍ମ ଭୂମି ହିଁ ସାଧନାର ପ୍ରକୃଷ୍ଟ କ୍ଷେତ୍ର ଏବଂ ଦୁର୍ଲ୍ଲଭ ମାନବ ଶରୀର ହିଁ ସିଦ୍ଧିଲାଭର ହରିଦ୍ୱାର ଅଟେ । ଯେହେତୁ  ପୂଣ୍ୟଭୂମି ଭାରତବର୍ଷ  ଚତୁର୍ଧାମ ପରିବେଷ୍ଟିତ ଦେବଭୂମିର ମାନ୍ୟତା ଲାଭ କରିଅଛି । “ ପବିତ୍ର ଉତ୍କଳ ଦେଶେ ଭୂ ସ୍ୱର୍ଗ ପୁରୁଷୋତ୍ତମ” ପରିପ୍ରେକ୍ଷୀରେ ଉତ୍କଳପ୍ରଦେଶରେ ଭୂସ୍ୱର୍ଗ, ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଭକ୍ତ ବତ୍ସଳ ଭାବଗ୍ରାହୀ ଚତୁର୍ଦ୍ଧା ମୂର୍ତ୍ତି ସ୍ୱରୂପରେ ଦାରୁବ୍ରହ୍ମ ଜଗନ୍ନାଥ ବିରାଜମାନ  । ସତ୍ୟ ଯୁଗରେ ଶ୍ରୀହରି, ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଦ୍ୱାପରରେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଚନ୍ଦ୍ର ପ୍ରେମମୟ ଅବିନାଶୀ ଥିଲେ । ଐକାନ୍ତିକ ପ୍ରେମହିଁ ଭକ୍ତିର ସ୍ୱରୂପ ହୋଇଥାଏ । ସତ୍ୟ, ତ୍ରେତୟା ଓ ଦ୍ୱାପରାଦି ତିନି ଯୁଗର ହରି, ରାମ ଓ କୃଷ୍ଣଙ୍କୁ ନେଇ କଳିଯୁଗର ବତ୍ରିଶାକ୍ଷର  ମହାମନ୍ତ୍ର “ ହରେ ରାମ ହରେ ରାମ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ” ଭଗବାନଙ୍କ କୃପାଲାଭ ସକାଶେ ଭକ୍ତି ସାଧନର ପ୍ରକୃଷ୍ଟ ପ୍ରକ୍ରିୟା ଅଟେ । କାରଣ-ସତ୍ୟ ଯୁଗରେ ତପସ୍ୟା, ତ୍ରେତୟାରେ ଯାଗଯଜ୍ଞ ଓ ଦ୍ୱାପରରେ ପରିଚର୍ଯ୍ୟା ଦ୍ୱାରା ଭଗବତ୍ ପ୍ରାପ୍ତି ସମ୍ଭବ ହୋଇପାରୁଥିଲା । କିନ୍ତୁ ଏହି କଳିଯୁଗରେ ଆତ୍ମୋଦ୍ଧାର ସକାଶେ ଜ୍ଞାନ, ଯଜ୍ଞ, ତପ, ଧ୍ୟାନାଦିର ସାଧନା  ଓ ସିଦ୍ଧିଲାଭ ବହୁତ କଠିନ । କେବଳ ମାତ୍ର ହରି କୀର୍ତନ ଦ୍ୱାରା ଭଗବତ୍ ସାନ୍ନିଧ୍ୟ ସହଜଲଭ୍ୟ ଅଟେ  । ଏଣୁ ଯଥାର୍ଥରେ କୁହାଯାଇଛି-“ ତପଃ ପରଂ କୃତ ଯୁଗେ, ତ୍ରେତାୟାଂ ଯଯତୋମଖୈଃ, ଦ୍ୱାପରେ ପରିଚର୍ଯ୍ୟାୟାଂ କଳୋ ତତ୍ ହରି କୀର୍ତନାତ୍” । କିନ୍ତୁ ହରି ସମାନ ଭାବରେ ସର୍ବତ୍ର ପରିବ୍ୟାପ୍ତ ଅଟନ୍ତି । ପ୍ରେମର ସହ ତାହାଙ୍କୁ ସ୍ମରଣ କଲେ  ସେ ପ୍ରକଟିତ ହୋଇଥାନ୍ତି । ଗୋସ୍ୱାମୀ ତୁଳସୀଦାସ ମହାରାଜ ସ୍ୱକୀୟ ଶ୍ରୀରାମ ଚରିତ ମାନସରେ ଯଥାର୍ଥରେ କହନ୍ତି-ହରି ବ୍ୟାପକ ସର୍ବତ୍ର ସମାନା, ପ୍ରେମତେ ପ୍ରଗଟ ହୋଇମୈଜାନା । ଅତଏବ ପ୍ରେମ ପାଇଁ ଶ୍ରଦ୍ଧା, ବିଶ୍ୱାସ, ଭକ୍ତି, ଜ୍ଞାନ ଓ ବୈରାଗ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ଶ୍ରଦ୍ଧା ଦୃଢିଭୂତ ହେଲେ ବିଶ୍ୱାସ ସୃଷ୍ଟି ହୁଏ । ଶ୍ରଦ୍ଧା ଓ ବିଶ୍ୱାସର ସମିଶ୍ରଣରୁ ଭକ୍ତିର  ଉଦ୍ଭବ । ଏହି ଭକ୍ତି ଗୋସ୍ୱାମୀ ବର୍ଣ୍ଣିତ ନବଧା ଭକ୍ତି “ ପ୍ରଥମ ଭଗତି ସନ୍ତହ୍ନ କରସଙ୍ଗା, ଦୁସରୀ ରତି ମମ କଥା ପ୍ରସଙ୍ଗା, ଗୁରୁ ପଦ ପଙ୍କଜ ସେବା ତିସରି ଭଗତି ଅମାନ ପ୍ରଭୃତି ” । କିନ୍ତୁ ଭକ୍ତଶ୍ରେଷ୍ଠ ପ୍ରହ୍ଲାଦଙ୍କ କଥିତ ନବଧା ଭକ୍ତି ମଧ୍ୟରେ ୧-ଶ୍ରବଣ, ୨-କୀର୍ତନ, ୩-ବିଷ୍ଣୁ ସ୍ମରଣ, ୪-ପାଦ ସେବନ, ୫-ଅର୍ଚ୍ଚନ, ୬-ବନ୍ଦନ, ୭-ଦାସ୍ୟ, ୮-ସଖ୍ୟ ଏବଂ ୯-ଆତ୍ମ ନିବେଦନ ଅଟନ୍ତି । ପ୍ରଥମ ଭକ୍ତି ଶବଣ ଭକ୍ତି ନାମରେ କଥିତ । ଏବଂ ଶ୍ରବଣ ଭକ୍ତିର ସ୍ଥାନ ସର୍ବୋତମ ଶୀର୍ଷରେ ଅବସ୍ଥାପିତ । ଶ୍ରୀମଦ୍ ଭାଗବତ୍ ମାହାତ୍ମ୍ୟରେ ବ୍ରହ୍ମର୍ଷି ନାରଦ କହନ୍ତି- “   ଶ୍ରବଣଂ ସର୍ବ ଧର୍ମେଭ୍ୟୋ ବରଂ ମନ୍ୟେ ତପୋଧନାଃ, ବୈକୁଣ୍ଠସ୍ଥୋ ଯତଃ କୃଷ୍ଣଃ ଶ୍ରବଣାଦସ୍ୟ ଲଭ୍ୟତେ”

 

ହେ ତପୋଧନୋ, ମୁଁ ବ୍ରହ୍ମର୍ଷି ନାରଦ, ଭଗବାନଙ୍କ ଗୁଣାନୁବାଦକୁ ସମସ୍ତ ଧର୍ମ ମଧ୍ୟରୁ ଶ୍ରେଷ୍ଠ  ବୋଲି ଭାବେ । କାରଣ ଭଗବାନଙ୍କ ଗୁଣାନୁବର୍ଣ୍ଣନ ଶ୍ରବଣ ଦ୍ୱାରା ହିଁ  ବୈକୁଣ୍ଠ ସ୍ଥିତ ଭଗବାନଙ୍କ ପ୍ରାପ୍ତି ହୋଇଥାଏ । ଶ୍ରବଣ ଭକ୍ତିର ଉକôର୍ଷ ସମ୍ବନ୍ଧରେ ଇତିହାସ ଓ ପୁରାଣ ମାନଙ୍କରେ ବହୁତ ଉଦାହରଣ ଦେଖିବାକୁ ମିଳେ । ଯେପରିକି  ରାଜା ପରୀକ୍ଷିତ ଶ୍ରବଣ ଭକ୍ତି ଦ୍ୱାରା ପରମପଦ କୁ ପ୍ରାପ୍ତ ହୋଇଥିଲେ । ଶ୍ରୀମଦ୍ ଭାଗବତ୍ ମାହାତ୍ମ୍ୟରେ ପୁନଶ୍ଚ ବର୍ଣ୍ଣନା କରାଯାଇଛି ଯେ-

 

     “ଅସାରେ ସଂସାରେ ବିଷୟବିଷସଙ୍ଗାକୁଳଧିୟଃ,

 

       କ୍ଷଣାର୍ଦ୍ଧ କ୍ଷେମାର୍ଥ ପିବତ ଶୁକଗାଥାତୁଳସୁଧାମ୍,

 

       କିମର୍ଥ ବ୍ୟର୍ଥ ଭୋ ବ୍ରଜତ୍ କୁପଥେ କୁସଙ୍ଗିତକଥେ,

 

       ପରୀକ୍ଷିତ ସାକ୍ଷୀ ଯତ୍ ଶ୍ରବଣଗତ ମୁକ୍ତୁକ୍ତି କଥନେ”

 

ବିଷୟରୂପ ବିଷର ସଂସର୍ଗରେ ରହିଥିବା ହେ,ବ୍ୟାକୁଳ ବୁଦ୍ଧିବାଲା ପୁରୁଷ, କୁସôିତ ଆଳାପ ଓ କୁମାର୍ଗରେ ତୁମେ କାହିଁକି ବ୍ୟର୍ଥ ଭ୍ରମଣ କରୁଅଛ? ଏହି ଅସାର ସଂସାର ମଧ୍ୟରେ ନିଜର କଲ୍ୟାଣ ସକାଶେ ଅନ୍ତତଃ କ୍ଷଣିକ ପାଇଁ ହେଉନା କାହିଁକି, ଶୁକଦେବ ମୁଖ ନିର୍ଗତ ଭାଗବତ କଥା ରୂପ ଅମୃତକୁ ପାନ କରନ୍ତୁ । କେବଳ ଶ୍ରବଣ ମାତ୍ରକେ ଭଗବତ୍ ପ୍ରାପ୍ତି ସଙ୍ଗକୁ ମୁକ୍ତିଲାଭ ଘଟିବ । ଭଗବାନଙ୍କ ପ୍ରେମୀ ଭକ୍ତ ମହାପୁରୁଷ ମାନଙ୍କ ମୁଖ ନିସୃତ ଭଗବତ୍ କଥା ଠାରୁ ଅଧିକ ରମଣୀୟ ଓ ଶ୍ରବଣୀୟ ବିଷୟ ଆଉ କଅଣ ଅଛି?ଭଗବାନଙ୍କ ନାମ, ରୂପ, ଗୁଣ, ପ୍ରଭାବ, ଲୀଳା, ତତ୍ତ୍ୱ ଓ ରହସ୍ୟପୂର୍ଣ୍ଣ ଅମୃତମୟୀ କଥା ଶ୍ରଦ୍ଧା ଓ ପ୍ରେମ ପୂର୍ବକ ଶ୍ରବଣ କରିବାହିଁ ଶ୍ରବଣ ଭକ୍ତିର ସ୍ୱରୂପ ଅଟେ । ଶ୍ରଦ୍ଧା, ଭକ୍ତି  ସହକାରେ ଏକାଗ୍ର ମନରେ ଭଗବାନଙ୍କ ଚରିତ ଶ୍ରବଣ ସମୟରେ ଶ୍ରୋତା ଚରିତ ମଧ୍ୟରେ ଏହିଭଳି ମଜ୍ଜିଯାଇଥାନ୍ତି ଯେ- ନିଜର ସ୍ଥିତିସ୍ଥାପକତା କୁ ମଧ୍ୟ ପାଶୋରି ଦେଇଥାଆନ୍ତି । ବାରମ୍ବାର ଶ୍ରବଣ ଦ୍ୱାରା ମନ ଭିତରେ ସେହି ଚରିତ ମାନଙ୍କର ପ୍ରତିଛବି ଆଙ୍କି ହୋଇଯାଏ । ଫଳତଃ ବ୍ୟକ୍ତିର ମାନସିକ ପବିତ୍ରତା ସୃଷ୍ଟି ହୋଇ ତାହାକୁ ସଦାଚାରୀ ଓ ଈଶ୍ୱର ବିଶ୍ୱାସୀ କରାଇଥାଏ । ଶ୍ରବଣ ଭକ୍ତ ମଧ୍ୟରେ ବକ୍ତା ଶିବ ଓ ଶ୍ରୋତା ମାତା ପାର୍ବତୀ,ମହାଭାରତ ଯୁଦ୍ଧାରମ୍ଭ ପୂର୍ବରୁ କୁରୁପାଣ୍ଡବଙ୍କ ସେନା ମଧ୍ୟରେ ବିଷାଦଗ୍ରସ୍ଥ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଗୀତାଜ୍ଞାନ ଶୁଣାଇଥିଲେ । କାକଭୁଷଣ୍ଡି, ଯାଜ୍ଞବଳକ୍ୟଙ୍କୁ ଶ୍ରୀ ରାମଚରିତ ମାନସ ଶୁଣାଇଥିବାର ସନ୍ଥ ତୁଳସୀଦାସ ବର୍ଣ୍ଣନା କରିଅଛନ୍ତି । ପାର୍ବତୀ, ଅର୍ଜୁନଙ୍କ ପରି ଅକ୍ରୁର, ଉଦ୍ଧବ, ହନୁମାନ, ଯାଜ୍ଞବଳକ୍ୟ, ପରୀକ୍ଷିତ  ପ୍ରଭୃତି ଶ୍ରବଣ ଭକ୍ତ ମାନଙ୍କ ଚରିତର ଅବତାରଣା  ଶ୍ରୁତିଗୋଚର ହୋଇଥାଏ । ବିଶେଷତଃ-

 

ଆମର ୫ଟି ଜ୍ଞାନେନ୍ଦ୍ରିୟ, ଯଥା-ଶ୍ରୋତ୍ର, ତ୍ୱକ୍, ଚକ୍ଷୁ, ରସନା ଓ ଘ୍ରାଣେନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ଓ କର୍ଣ୍ଣ ଅତୀବ ସ୍ପର୍ଶକାତର ଈନ୍ଦ୍ରିୟ ଭାବରେ ପରିଗଣିତ ହୋଇଅଛି । ବାରମ୍ବାର କୈାଣସି ଜିନିଷ ଦେଖିବା କିମ୍ବା ଶ୍ରବଣ କରିବା ଦ୍ୱାରା ମନ ଶୀଘ୍ର ବିଚଳିତ ହୋଇଥାଏ । ଏବଂ ସେହି ଦ୍ରବ୍ୟ ପ୍ରାପ୍ତି ସକାଶେ ମନରେ ଅଭିଳାଷ ସୃଷ୍ଟି ହୋଇ ବ୍ୟକ୍ତିକୁ କୁମାର୍ଗଗାମୀ କରାଇଥାଏ । ଅତଏବ ଚକ୍ଷୁ ଓ କର୍ଣ୍ଣର ସଂଯମ ଆଚରଣ ସଦାଚାରୀର ଲକ୍ଷଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବେଦ ବଜ୍ର ନିର୍ଘୋଷ କଣ୍ଠରେ ଘୋଷଣା କରି କହନ୍ତି-

 

“ ଓଁ ଭଦ୍ରଂ କର୍ଣ୍ଣେଭିଃ ଶ୍ରୁଣୁୟାମ ଦେବାଃ,ଭଦ୍ରଂ ପଶ୍ୟେମ ଅକ୍ଷିଭିଃ ଯଯତ୍ରାଃ,

 

   ସ୍ଥିରୈଃ ରଙ୍ଗେ ÷ସ୍ତୁଟୁବାଗୁଂ ସ୍ୱସ୍ତନୁଭିଃ ର୍ବ୍ୟସ୍ୟେମ ହି ଦେବହିତଂ ଯଦାୟୁଃ”(୧)

 

   ବକ୍ଷନ୍ତୀ ବେଦାଃ ଗନୀଗନ୍ତି କର୍ଣ୍ଣ  ପ୍ରିୟଙ୍ଗୁ ସଖାୟଂ ପରିଷସ୍ୱଜାନା,

 

   ଯୋଷେବଶିଙ୍କୋ ବିତତାଧିଧନ୍ୱନ ଯା ଇୟଗୁଂ ସମନେ ପାରୟନ୍ତୀ” (୨)

 

ପ୍ରଥମ ଶ୍ଳୋକରେ କୁହାଯାଇଛି ଯେ-ହେ ଦେବଗଣ, ମୋତେ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯେପରିକି ମୁଁ ମୋର କର୍ଣ୍ଣଦ୍ୱୟରେ ଭଲ କଥା ଶୁଣିବି ଓ ଚକ୍ଷୁଦ୍ୱୟରେ ଭଲ କଥା ଦେଖିବି । ଯଦ୍ୱାରାକି ମୋର ମନ ଏବଂ ଅଙ୍ଗପ୍ରତ୍ୟଙ୍ଗ ସ୍ଥିର  ଓ ଅବିଚଳିତ ରହିବ । ଫଳରେ ମୁଁ ଆପଣଙ୍କ ପ୍ରଦତ ଜୀବନକାଳ ମଧ୍ୟରେ ଦେବତା ମାନଙ୍କ ହିତ ସାଧନରେ ବ୍ରତୀ ହୋଇପାରିବି । ଚକ୍ଷୁ ଓ କର୍ଣ୍ଣ ଦ୍ୱୟ ସଂଯମ ଓ ଶୃଙ୍ଖଳିତ ହେଲେ ମାନବ ସଦାଚାରୀ ଓ ସତ୍ ପଥାନୁଗାମୀ ହୋଇପାରିବ । ନତୁବା ଶଙ୍କରାଚାର୍ଯ୍ୟଙ୍କ ଭାଷାରେ “ କାମ କ୍ରୋଧଶ୍ଚ ଲୋଭଶ୍ଚ ଦେହେ ତିଷ୍ଠନ୍ତି ତସ୍କରାଃ, ଜ୍ଞାନରନôପହାରାୟ ତସ୍ମାତ୍ ଜାଗ୍ରତ ଜାଗ୍ରତ” ଅର୍ଥାତ୍ ଆମ ଶରୀର ମଧ୍ୟରେ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସôର୍ଯ୍ୟାଦି ଷଟ୍ ପଶୁ ମାନଙ୍କ ମଧ୍ୟରୁ କାମ, କ୍ରୋଧ ଓ ଲୋଭ ବିଶେଷ ଭାବରେ ପ୍ରଭାବଶାଳୀ ଅଟନ୍ତି । ସେହି ମାନଙ୍କୁ ତସ୍କର ଅର୍ଥାତ୍ ଚୋର ଭାବରେ ଚିନ୍ତାକରି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି-ହେ ମାନବ, ଆମ ଶରୀର ମଧ୍ୟରେ ଯେଉଁ ଜ୍ଞାନ ରନô ରହିଅଛି, ତାହାକୁ ଅପହରଣ କରି ନେବାପାଇଁ ଏହି ତିନୋଟି ତସ୍କର ସର୍ବଦା ତତ୍ପର ରହିଛନ୍ତି । ଅତଏବ ତୁମେମାନେ ଜାଗ୍ରତ ରହି ଏହି ତସ୍କର ମାନଙ୍କ କବଳରୁ ଜ୍ଞାନରନôକୁ ରକ୍ଷାକର । ଏହି ପରିପ୍ରେକ୍ଷୀରେ କର୍ଣ୍ଣର ସଂଯମ କେବଳ ସତ୍ କଥା ବିଶେଷତଃ ଭଗବାନଙ୍କ ରୂପ, ଗୁଣ, ଲୀଳା, ମାହାତ୍ମ୍ୟର  ଚରିତ ଶ୍ରଦ୍ଧା ର ସହ ଶ୍ରବଣ ପୂର୍ବକ ନିଜକୁ ନବଧା ଭକ୍ତିର ଶ୍ରବଣ ଭକ୍ତ ଭାବରେ ଭଗବତ୍ ସାନ୍ନିଧ୍ୟଲାଭର ପଥିକ ହୁଅନ୍ତୁ ।

 

----------------------------------------------------------------------------------------୧୭୧/କେ/୯, ପିକିନିକ୍ ଗାର୍ଡେନ ରୋଡ଼, କୋଲକାତା, ମୋ-୯୮୭୪୪୨୨୩୨୨          

 

    


Rate this content
Log in

More oriya story from Sushanta Kumar Mahapatro

Similar oriya story from Drama