Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Samal

Others

3.3  

Satyajit Samal

Others

ଖେଳନା

ଖେଳନା

2 mins
1.5K


ଜୀବନଟା ଏକ ବ୍ୟାସ ସଦୃଶ । କେତେବେଳେ କଣ ଘଟିଯାଏ କେହି କଳ୍ପନା କରିପାରନ୍ତିନି । ବୋଝ ଉପରେ ନଳିତା ବିଡାପରି ଜୀବନ ସମସ୍ତଙ୍କ ଜୀବନରେ ନଥାଏ । ମୋର କହିବାର ତାତ୍ପର୍ଯ୍ୟ ହେଉଛି ଜୀବନରେ ଘଟୁଥିବା କଷ୍ଟମାନ କ୍ଷଣିକ ପାଇଁ ନ ଆସି ସଦା ସର୍ବଦା ମଣିଷ ଜୀବନକୁ ଘେରିରହିଥାଏ। ମନେହୁଏ ଏହି ଜୀବନର କଷ୍ଟ ସତେ ଯେପରି ସାତ ଜନ୍ମ ସଦୃଶ ।
 
ଏମିତି ଏକ ଘଟଣା ଘଟିଥିଲା ସୃତି ଓ ମାମାଙ୍କ ଜୀବନରେ । ସେହି ଘଟଣା ପରେ ତାଙ୍କ ଜୀବନରୁ ହଜିଯାଇଥିଲା ପୂର୍ବ ସ୍ମୃତିିଲିଭା ହସ ଓ ମନଲାଖି ଚେହେରା । ଜୀବନର କେତେ ଯେ ରୂପ ତାର ବର୍ଣ୍ଣନା ଅସରନ୍ତି ଥିଲା ଏମାନଙ୍କ ଜୀବନରେ ! ଏକ ମଧ୍ୟବିତ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ମାମା ଓ ସ୍ମୃତି । ଜନ୍ମ ହେବା ପୂର୍ବରୁ ଏକ କାର ଦୁର୍ଘଟଣାରେ ପିତା ସ୍ୱର୍ଗବାସୀ ହୋଇଯାଇଥିଲେ । ବାପା ପେଶାରେ ଥିଲେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ ଆଉ ମାଆ ସୁଭଦ୍ରା ମଧ୍ୟ ସେହି ଗ୍ରାମ ବିଦ୍ୟାଳୟର ଜଣେ ଜଣାଶୁଣା ଶିକ୍ଷୟତ୍ରୀ । ପିଲାଟି ଦିନରୁ ପିଲାଦ୍ୱୟଙ୍କର ଲାଳନ ପାଳନ କରିଛନ୍ତି ମାଆ ସୁଭଦ୍ରା । ଏଥିପାଇଁ କେତେ ଯେ କଷ୍ଟ ସହିଛନ୍ତି ସେ କଥା ଭଗବାନ ଆଉ ତାଙ୍କୁ ଜଣା ।
 
ସମୟ ବିତିବା ସହ ମାମା ଓ ସୃତିଙ୍କ ବୟସ ବଢିବାକୁ ଲାଗିଲା । ମାମା ତାଙ୍କ ବିଦ୍ୟାଳୟରେ ଭଲ ପଢୁଥିବାରୁ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇପାରିଥିଲା । ମାମାର ସ୍ୱପ୍ନ ଥିଲା ଜଣେ ସ୍ୱେଚ୍ଛା ସମାଜ ସେବିକା ହୋଇ ଦେଶର ସେବା କରିବ ଓ ନାରୀ ସଶକ୍ତିକରଣକୁ ସାରା ଦେଶରେ ପ୍ରଚାର କରିବ । ସେପରି ମାମାର ସାନ ଭଉଣୀ ସୃତି ଏକ ଗୀତିକାର ହବାକୁ ସ୍ୱପ୍ନ ଦେଖିଥିଲା । ମାଆ ମଧ୍ୟ ପିଲାଦ୍ୱୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବହୁ ପରିଶ୍ରମ କରୁଥିଲେ । ମାଆ ସୁଭଦ୍ରା ସେମାନଙ୍କ ହାତକୁ ଦୁଇ ହାତ କରି ଶାନ୍ତିରେ ନିଶ୍ୱାସ ନେବେ ବୋଲି ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ ଧରଣର । ହଠାତ୍ ସୁଭଦ୍ରାଙ୍କ ଜୀବନରେ ଆସିଥିଲା ଝଡ! ଏହି ଝଡ ଏତେ ଶକ୍ତ ଥିଲା ଯେ,କ୍ଷଣିକରେ ଲେଉଟି ଯାଇଥିଲା ଦୁଇ କଣ୍ଢେଇଙ୍କ ଜୀବନ ।
 
ସେଦିନ ଥାଏ ମାସର ଦ୍ୱିତୀୟ ରବିବାର। ସେହି ସମୟରେ ବ୍ଲକ ଶିକ୍ଷାଧିକାରୀ ମାନଙ୍କର ପ୍ରଶିକ୍ଷଣ ଚାଲୁଥାଏ। ମାଆ ସୁଭଦ୍ରା ମଧ୍ୟ ପ୍ରଶିକ୍ଷଣ ପାଇଁ ତାଙ୍କର ଜଣେ ସାଥୀ ସହ ଆଠଗଡ ଯାଇଥାଆନ୍ତି। ଏପଟେ ଛୁଟିଦିନ ଥିବାରୁ ମାଆଙ୍କୁ ଶୀଘ୍ର ଫେରିଆସିବା ପାଇଁ କହିଥିଲେ ତାଙ୍କ ଦୁଇ ଝିଅ ମାମା ଓ ସୃତି । ଗଲାବେଳେ ଦୁଇ ଝିଅଙ୍କ ଦାୟିତ୍ୱ ଦେଇଯାଇଛନ୍ତି ପାଖଘର ସ୍ୱପ୍ନା ଖୁଡିଙ୍କ ହାତରେ! ଦୁଇଝିଅଙ୍କୁ ଘରେ ଏକାକି ଛାଡିଦେଇ ଆସିବାରୁ ଶୀଘ୍ର କାମସାରି ଘରକୁ ଯିବାକୁ ତରବର ହୋଇ ବାହାରିଥିଲେ ମାଆ ସୁଭଦ୍ରା ଦାସ ଏବଂ ଫେରିବା ବାଟରେ ରାସ୍ତାକଡରୁ ଦୁଇ ଝିଅଙ୍କ ପାଇଁ ନେଇଯାଇଥିଲେ ଖେଳନା ଏବଂ କିଛି ମିଠା । ସେପଟେ ମାଆର ଫେରିବା ବାଟକୁ ଅନାଇବସିଛନ୍ତି ମାମା ଓ ସୃତି । ଏକ ମଟର ସାଇକେଲରେ ତାଙ୍କ ବନ୍ଧୁଙ୍କ ସହିତ ଘର ଅଭିମୁଖେ ଆସୁଥିବାବେଳେ ହଠାତ  ତାଙ୍କ ଶାଢୀର ପଛପଟ କାନି ଲାଗିଯାଇଥିଲା ଏକ ମାଲ ବୋଝେଇ ଟ୍ରକରେ, ଅନେଇବାକ୍ଷଣି ଟ୍ରକରେ ପିଟି ହୋଇଯାଇଥିଲେ ସୁଭଦ୍ରା ଏବଂ ଦେହରୁ ଝୁଟିଥିଲା ରକ୍ତର ସୁଅ । ତତ୍‌କ୍ଷଣାତ୍ ସାଧାରଣଲୋକେ ଆମ୍ବୁଲାନସ୍ ସାହାଯ୍ୟରେ ସୁଭଦ୍ରା ଓ ତାଙ୍କ ସାଥୀକୁ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ସେଠାରେ କେବଳ ଜୀବନ୍ତ ପାଲଟିଥିଲା ସୁଭଦ୍ରାଙ୍କ ହାତ ସ୍ପର୍ଶ ଖେଳନା !


Rate this content
Log in