Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
"ମୋ ମାଆର ସ୍ୱାଧୀନତା"
"ମୋ ମାଆର ସ୍ୱାଧୀନତା"
★★★★★

© Trupti Paikaray

Inspirational

8 Minutes   13.5K    16


Content Ranking

"ମୋ ମାଆର ସ୍ୱାଧୀନତା"

 ସ୍ୱାଧୀନତା ଦିବସ ଆଉ ମାତ୍ର ୧୫ ଦିନ ଥାଏ, ଧୁମଧାମରେ ପାଳନ କରିବାକୁ ସେଦିନ “ଆର.କ ହାଇସ୍କୁଲ” ପ୍ରିନିସିପାଲ ସବୁ ଷ୍ଟାଫ ଆଉ ଷ୍ଟୁଡେଣ୍ଟ ଲିଡରସ ମାନଙ୍କର ଏକ ମିଟିଂ ଡାକିଲେ, ମିଟିଂ ଆରମ୍ଭ ହେଲା, ସେଦିନ ବିଭିନ୍ନ କଲ୍ଚରାଲ ପ୍ରୋଗ୍ରାମ ସାଙ୍ଗକୁ ଇଣ୍ଟରସ୍କୁଲ କମ୍ପିଟେସନସ ଆଉ କୌଶଳ ବିକାଶ ଏବଂ ମେକ ଇନ ଇଣ୍ଡିଆ ଥିମକୁ ନେଇ ଏଗଜିବିସନ୍ସ ହେବାର ସ୍ଥିର କରାଗଲା I ତା ପରଦିନ ନୋଟିସ ବାହାରିଗଲା, ଯେଉଁ ପିଲାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ରେଜିଷ୍ଟ୍ରେସନ କରେଇ ନେବାକୁ I କ୍ରୀଷ୍ଣା ଭାଷଣ ପ୍ରତିଯୋଗିତାରେ ଭାଗ ନେବାପାଇଁ ରେଜିଷ୍ଟ୍ରସନ କରିନେଲା I ୮ମ ଶ୍ରେଣୀରେ ପଢେ କ୍ରୀଷ୍ଣା, ତା ବାପା ମହେନ୍ଦ୍ରବାବୁ ଜଣେ ବିଜ଼ନେସ ମ୍ୟାନ ଆଉ ମାଅ ସୁନନ୍ଦାଦେବୀ ଜଣେ ସୁଗୃହିଣୀ I  କ୍ରୀଷ୍ଣା ଭାରି ଭଲ ପାଠ ପଢେ ପିଲାଟିଦିନରୁ I ପାଠରେ ଯେମିତି ସାଠରେ ବି ସେମିତି, ଭଲ ଗୀତ ଗାଏ, ତା ସହ ଭଲ ଭାଷଣ ଦିଏ I ତା ବାପା ସବୁବେଳେ ନିଜ ଧନ୍ଦାରେ ବ୍ୟସ୍ଥ ରହନ୍ତି, ନିଜ କାମରେ ଆଜି ଏହି ସହର ତ କାଲି ସେ ସହର, ଏମିତି ସବୁବେଳେ ସେ ନିଜ କାମ ବାହାନା ଦେଖେଇ ବାହାରେ ରୁହନ୍ତି ଦିନଦିନ ଧରି, ନିଜ ସ୍ତ୍ରୀ ଆଉ ଝିଅକୁ  ଛାଡିଦେଇ ଯାଆନ୍ତି ଘରେ I କେବେ ମାସମାସ ବିତିଯାଏ ମହେନ୍ଦ୍ରଙ୍କର, ଏପଟେ ସୁନନ୍ଦା ଆଉ କ୍ରୀଷ୍ଣା ମହେନ୍ଦ୍ରଙ୍କ ପରିବାର ଲୋକଙ୍କ ସହ ମିଶିକି ରହନ୍ତି I ପରିବାର ମାନେ କାଫି ବଡ, ସେଠି ମହେନ୍ଦ୍ରଙ୍କ ବାପା, ମାଅ, ନିଜ ୨ ଭାଇ ଆଉ ଭଉଣୀ ବି ରହନ୍ତି I ସୁନନ୍ଦା ନିଜର ଏତେ ବଡ ପରିବାରକୁ ସମ୍ଭାଳିଥାନ୍ତି, ରୋଷେଇଠାରୁ ଆରମ୍ଭ କରି ଘରର ଅନ୍ୟାନ କାମ ପର୍ଯ୍ୟନ୍ତ ସେ ସବୁ କରନ୍ତି I ସକାଳୁ ରାତି ଯାଏ ଖଟିଖଟି ତାଙ୍କ ଦିନ ସରିଯାଏ I କେହିଟିକେ ସାହାଯ୍ୟ ସହଯୋଗ ବି କରନ୍ତିନି, ତା ସହ ଶାଶୁଶଶୁର, ସୁନନ୍ଦାଙ୍କୁ ଟିକେ ବି ପସନ୍ଦ କରନ୍ତିନି I ମହେନ୍ଦ୍ର ବି ଏସବୁ ଦେଖି କିଛି କୁହନ୍ତିନି, ସେ ବି ଆସି ଖାଲି ପଇସାପତ୍ର ଦେଇଦେଇ ପୁଣି ନିଜକାମକୁ ଚାଲିଯାନ୍ତି I ମହେନ୍ଦ୍ର ଘରେ ଥିଲେ ସୁନନ୍ଦାଙ୍କ କାମ ବି ଦିଗୁଣା ବଢିଯାଏ, ଆଜି ମାଛ ରନ୍ଧା ତ କାଲି ମାଂସ, ଆଉ କେତେବେଳେ ପକୋଡା, ଏମିତି କାମ ଲାଗିଯାଏ, ତାସହ କ୍ରୀଷ୍ଣା କାମ I ନିଜକଥା ବୁଝିବାକୁ ବି ତାଙ୍କ ପାଖରେ ସମୟ ନଥାଏ, ମହେନ୍ଦ୍ର ବି କାମରେ ଟିକେ ଏପଟସେପଟ ହେଲେ ନିଜ ସ୍ତ୍ରୀକୁ ହାତ ଉଠାଇ ମାରିବାକୁ ପଛାନ୍ତିନି, କ୍ରୀଷ୍ଣା ଏସବୁ ଦେଖିଆସିଛି ଛୋଟବେଳୁ I ପାଖପଡୋଶୀ ଆସି ସୁନନ୍ଦାଙ୍କ ଦିନେ କହିଲେ ଯେ ମହେନ୍ଦ୍ର ସହରରେ ନିଜ ରକ୍ଷିତା ସହ ରୁହନ୍ତି ମାସମାସ ଧରି, ଏସବୁ ଜାଣିଲା ପରେ ସେ ଦିନେ ସାହସ କରି ସ୍ୱାମୀଙ୍କୁ ପଚାରିଲେ, ଆଉ ତାପରେ ମହେନ୍ଦ୍ର ତାଙ୍କୁ ମଦ ପିଇ ସବୁବେଳେ ମାଡ଼ ଆଉ ଗାଳିଗୁଲଜ କରନ୍ତି, ଦିନେ ସୁନନ୍ଦା ମହେନ୍ଦ୍ରଙ୍କ ଲୁଗାପଟ ସଫା କଲାବେଳେ ସେଥିରୁ କିଛି କାଗଜ଼ପତ୍ର ପାଇଲେ, ଆଉ ଗୋଟେ ଫଟୋ ବି, ମହେନ୍ଦ୍ର ଆଉ ତାଙ୍କ ରକ୍ଷିତା ଦୁହେଁ, ଏସବୁ ଦେଖି ତାଙ୍କ ମୁଣ୍ଡ କଣ ହେଇଗଲା ଆଉ ସେ ବହୁତ କାନ୍ଦିଲେ , ଏସବୁ କଥା ଜାଣିଲା ପରେ ବି ମହେନ୍ଦ୍ର ଘରଲୋକେ ସୁନନ୍ଦାଙ୍କୁ ସହଯୋଗ କରନ୍ତିନି, ବରଂ ଆହୁରି ଗାଳିଦେଇ କୁହନ୍ତି, ଭଲହେଲା, ମରଦ ପୁଅ, ଏତେ ରୋଜଗାର କରୁଛି, ତା ଇଛା ହେଲା, ଆଉ ଗୋଟେ କଣ, ପାଞ୍ଚ ପାଞ୍ଚଟା ସ୍ତ୍ରୀ ସେ ରଖିପାରିବ I

 

 

ମହେନ୍ଦ୍ର ଏମିତି ସବୁବେଳେ ମାସମାସ ଧରି ଘରକୁ ନଫେରି ନିଜ ରକ୍ଷିତା ମଧୁଙ୍କ ସହ ରହନ୍ତି ବାହାରେ ଏକ ଘରନେଇ I  ଏପଟେ ସୁନନ୍ଦା ନିଜ ଭାଗ୍ୟସହ ଲଢେଇ କରି ପଡିରହିଥାନ୍ତି I କ୍ରୀଷ୍ଣା ପିଲାଦିନରୁ ଏସବୁ ଦେଖିଦେଖି ଆସୁଛି, ନିଜ ମାଆର ଏ ଦୁଃଖ ସେ ଧୀରେଧୀରେ ବେଶୀ ବୁଝିପାରୁଛି, ଛୋଟବେଳେ ତା ବାପା ତା ମାଙ୍କୁ ମାରିଲା ବେଳେ ସେ ଦେଖି ବହୁତ ଡରିଯାଏ ଆଉ କାନ୍ଦେ, ହେଲେ ଏବେ ସେ ବଡ ହେଇଗଲାଣି ଆଉ ତାକୁ ତା ମାଆର ଏ ଦୁଃଖ ଦେଖି ସହି ହେଉନି, ସେ ବି ଲୁଚିଲୁଚି କାନ୍ଦେ, ଆଉ କେବେକେବେ ଜାଣିକି ଜିଦିକରେ ଯେ ମାଆ ଯେପର୍ଯ୍ୟନ୍ତ ନ ଖାଇଛି, ସେ ବି ଖାଇବନି ଆଉ ମାଆ ସାଙ୍ଗରେ ମିଶିକି ଖାଇବ, ପିଲାଟି ଦିନରୁ ସେ ନିଜ ମାଆ ପାଖେପାଖେ I ସୁନନ୍ଦା ବି ସବୁ କାମ ଭିତରେ ଝିଅ ଖବର ବୁଝିବାକୁ ଟିକେ ବି ଭୁଲନ୍ତିନି, ସେ ଭାବନ୍ତି ତାଙ୍କ ଝିଅ କେମିତି ଭଲ ପାଠ ପଢିବ ଆଉ ବଡ଼ ମଣିଷ ହେବ, ସେଥିପାଇଁ ସେ କ୍ରିଷ୍ଣାକୁ ସବୁବେଳେ ପାଠ ପଢ଼ାନ୍ତି  ଆଉ ତାକୁ କୁହନ୍ତି " ଝିଅ ମୁଁ ତତେ କେବେ ବି ମୋ ପରି ଜୀବନ ବଂଚିବାକୁ ଦେବିନି, ତୁ ମୋ ଝିଅ ଆଉ ପୁଅ, ପାଠ ପଢି ଭଲ ମଣିଷ ହେଇଗଲେ ମୋ ଦୁଃଖ ଦୂରହେଇଯିବ" I କ୍ରୀଷ୍ଣା ଏବେ ବଡ ହେଲାଣି ଧୀରେଧୀରେ, ସେ ବି ଦେଖି ତା ମା କଷ୍ଟ ବୁଝିପାରୁଛି, ସେ ବି ମନଧ୍ୟାନ ଦେଇ ଖୁବ ପାଠ ପଢୁଛି I

 

ସେଦିନ ସନ୍ଧ୍ୟାବେଳେ ସୁନନ୍ଦା କାମଧନ୍ଦା ସାରି ବସିଲେ କ୍ରୀଷ୍ଣାକୁ ପାଠ ପଢ଼ାଇବାକୁ I କ୍ରୀଷ୍ଣା ନିଜର ସବୁ ହୋମଓର୍କ କରିନେଲା, ତାପରେ କହିଲା "ମାଆ ମୁଁ ଏଥର ଇଂଡିପେଣ୍ଡେନ୍ସ ଡେରେ ଡ଼ିବେଟରେ ପାର୍ଟୀସିପେଟ କରିଛି,  ସ୍ୱାଧୀନତା ଦିବସ ଉପରେ ଆମକୁ କହିବାକୁ ପଡିବ, ତେଣୁ ମୁଁ ଟିକେ ଭାଷଣ ଲେଖିକି ପ୍ରାକଟିସ କରିବି", ତାପରେ ସୁନନ୍ଦା କ୍ରୀଷ୍ଣାର ସବୁ ହୋମଓର୍କ ଚେକକରି ସେଇଠି ଟିକେ ଖଟଉପରେ ଗଡିପଡିଲେ, କ୍ରୀଷ୍ଣା ନିଜ ଭାଷଣ ଲେଖିବାରେ ଲାଗିପଡ଼ିଲା, ତା ପରେ ପ୍ରାକଟିସ I କ୍ରୀଷ୍ଣା ନିଜ ଡ଼ିବେଟ ଲେଖିବାରେ ବିଜି ଥାଏ, ହଟାତ ମହେନ୍ଦ୍ର ସୁନନ୍ଦାଙ୍କୁ ଡାକିଡାକି ଘରଭିତରକୁ ପଶିଆସିଲେ, ନିଶାଗ୍ରସ୍ଥ ହେଇ ସେ ସୁନନ୍ଦାଙ୍କୁ ଗାଳିଗୁଲଜ ଆଉ ମରାମରି କଲେ ଜୋରସେ I କ୍ରୀଷ୍ଣା ଦେଖି ବିକଳରେ କାନ୍ଦିକାନ୍ଦି ନିଜ ମାଆକୁ ବଂଚେଇବାକୁ ଚେଷ୍ଠା କରୁଥାଏ, ଶେଷରେ ବହୁତ ସାହସ ଜୁଟେଇ ସେ ତା ବାପାଙ୍କୁ ସେ ଘରୁ ବାହାରକରି ଭିତରୁ କବାଟ ବନ୍ଦ କରିଦେଲା, ବାହାରେ ମହେନ୍ଦ୍ର ସେମିତି ବଡ଼ପାଟିରେ ଗାଳିଗୁଲଜ କରୁଥାନ୍ତି, କ୍ରୀଷ୍ଣାକୁ ମାଆ ସପୋର୍ଟ ନେଉଥିବାରୁ ଗାଳିଦେଉଥାନ୍ତି I ଏସବୁ ଦେଖି କ୍ରୀଷ୍ଣା କାନ୍ଦିକାନ୍ଦି ମାଆ କୋଳରେ ଶୋଇପଡିଥାଏ I

କ୍ରୀଷ୍ଣା ଏସବୁ ଦେଖି ତା ମନ ଦୁଃଖ ହେଇଯାଇଥାଏ, ପାଠପଢ଼ାରେ ବି କିଛିଦିନ ହେଲା ତା ମନଲାଗୁନି, ନିଜ ହୋମଓର୍କ ବି ଟାଇମରେ କରୁନି ଏହି କିଛିଦିନ ହେବ I କ୍ଲାସରେ ଫାର୍ଷ୍ଟ ହେଉଥିବା ପିଲାର ଏମିତି ଅବସ୍ଥା ଦେଖି ସେମାନଙ୍କ ସ୍କୁଲ ଟିଚରମାନେ ବି କିଛି ବୁଝିପାରୁନଥିଲେ, କ୍ରୀଷ୍ଣା ବି କ୍ଲାସରେ ବହୁତ ଅନ୍ୟମନସ୍କ ରହୁଥିଲା I ଟିଚରସ ମାନେ ବି ବହୁତ ତାକୁ ବୁଝେଇବାକୁ ଚେଷ୍ଠାକରୁଥିଲେ ଆଉ ମନଦେଇ ପାଠପଢିବାକୁ ବି ବୁଝାଉଥିଲେ I କ୍ରୀଷ୍ଣା ନିଜର ସ୍ୱାଧୀନତା ଦିବସ ପାଇଁ ଭାଷଣ ପ୍ରସ୍ତୁତି ବି ଠିକରେ କରିପାରୁନଥାଏ, ଖାଲି ପେପରରେ ଲେଖୁଥାଏ ଆଉ କାଟୁଥାଏ, ସୁନନ୍ଦା ଏସବୁ ଦେଖି ବହୁତ ବ୍ୟସ୍ତ ହେଇ ଝିଅକୁ ବୁଝାଇଲେ "କ୍ରୀଷ୍ଣା ସ୍ୱାଧୀନତା ଦିବସ ଆଉ ମାତ୍ର ୨ ଦିନ, ତୁ ଭଲରେ ପ୍ରାକଟିସ କର, ୫ଟା ସ୍କୁଲର ଷ୍ଟୁଡେଣ୍ଟସ ଭାଗନେବେ, ଆଉ ତୁ କହିଥିଲୁ ନା ଫାର୍ଷ୍ଟ ପ୍ରାଇଜ ତୁ ଆଣିବୁ ଯେମିତି ହେଲେ, ସେଥିପାଇଁ ତତେ ଭଲ କହିବାକୁ ହେବ" I  ମାଆ ସିନା ବୁଝେଇ ଦେଇ ଚାଲିଗଲା ହେଲେ କ୍ରୀଷ୍ଣା ଆଖିରେ ଜଳଜଳ ହେଇ ସବୁ ଦେଖାଯାଉଥାଏ ନିଜ ମାଆର ସେ କଷ୍ଟ ଆଉ ଦୁଃଖ I

 

ସେଦିନ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ ଆଉ ପ୍ୟାରେଡ଼ ହେବବୋଲି ସବୁ ପିଲା ସକାଳ ୫.୩୦ ଭିତରେ ସ୍କୁଲରେ ପହଂଚିଗଲେ, କ୍ରୀଷ୍ଣା ବି ସେଦିନ ପହଂଚିଗଲା, ପଛକୁ ପଛ ପ୍ରୋଗ୍ରାମ ଲାଗି ରହିଥାଏ, ଯେଉଁ ଟିଚରମାନେ ଡ଼ିବେଟ କମିଟିରେ ଥିଲେ ସେ ନିଜ ସ୍କୁଲର ଷ୍ଟୁଡେଣ୍ଟସ ଯେଉଁମାନେ ଡ଼ିବେଟରେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ଡାକିଲେ ଆଉ କହିଲେ “ଭଲକରି କହିବ, ଯେମିତି ୫ଟା ସ୍କୁଲଭିତରୁ ଆମ ସ୍କୁଲ ଫାର୍ଷ୍ଟ ପ୍ରାଇଜ ଆଣିବ”, ଏସବୁ ଭିତରେ ସବୁଠାରୁ ଆଗରେ ଠିଆହେବI କ୍ରୀଷ୍ଣା ମନଦୁଃଖ କରି ପଛରେ ଠିଆହେଇଥାଏ, ସେ ବହୁତ ଭଲ ଭାଷଣ ଦିଏବୋଲି ନିଜ ଜିଲ୍ଲାରେ ସବୁବେଳେ ଭାଷଣ ପ୍ରତିଯୋଗିତାରେ ପ୍ରାଇଜ ଆଣେ, ଟିଚର୍ସମାନେ ତାର ଏପରି ଅବସ୍ଥା ଦେଖି ଟିକେ ମନ ଦୁଃଖ କଲେ ଆଉ ସେମାନେ ତାକୁ ବହୁତ ଭଲ ପାଆନ୍ତି, ସେମାନେ ବି ବହୁତ ବୁଝାଇଲେ, ତା ସ୍ୱାସ୍ଥ୍ୟ ଭଲଅଛି କି ନାହିଁ ପଚାରି ତାକୁ ଟିକେ ସାହସ ଦେଲେ I ସେଦିନ କାର୍ଯ୍ୟକ୍ରମରେ ଜିଲ୍ଲା କଲେକ୍ଟର, ସେ ଅଞ୍ଚଳର ସାଂସାଦ, ଚଳଚିତ୍ର ତାରକା, ତଥା ଆହୁରି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର ଥାଏ I ଦେଶାତ୍ମକବୋଧ ସଂଗୀତରୁ କାର୍ଯ୍ୟକ୍ରମ ଷ୍ଟାର୍ଟ ହେଲା, ପ୍ରଥମେ ଭାଷଣ ପ୍ରତିଯୋଗିତା ଥାଏ, ପ୍ରଥମ ପ୍ରତିଯୋଗୀର ନାଆଁ ଘୋଷଣା କରାଗଲା, ସେ ଯାଇ ନିଜ ବକ୍ତବ୍ୟ ରଖିଲା, କ୍ରୀଷ୍ଣା ନାଁ ୪ ନମ୍ବରରେ ଥାଏ, ଏମିତି ୩ ଜଣଙ୍କ ଭାଷଣ ସରିଲା, ଏବେ କ୍ରୀଷ୍ଣା ନାଁ ଘୋଷଣା ହେଲା, ହେଲେ କ୍ରୀଷ୍ଣା କଣ କହିବ କିଛି ଆଉ ପ୍ରସ୍ତୁତ ନାହିଁ, ଆଗରୁ ଯାହାକିଛି ଲେଖୁଥିଲା ଅଭ୍ୟାସ କରିବା ପାଇଁ, ସବୁ ଚିରିଦେଇଛି I ଶେଷରେ ସେ ମଞ୍ଚ ଉପରେ ଚଢିଲା, ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କଲା ନିଜ ବକ୍ତୃତା I

 

ଆଜି ସ୍ୱାଧୀନତା ଦିବସ, ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଆଉ ଗୌରବର ଦିନ, ଆମେ ଆଜି ସେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଖରେ ଚିରଋଣୀ, ଚିର କୃତଜ୍ଞ ଯିଏ ନିଜ ସୁଖସମୃଦ୍ଧିକୁ ବଳିଦାନ ଦେଇ ବ୍ରିଟିଶରାଜ ରୁ ଆମ ଦେଶକୁ ମୁକୁଳେଇଥିଲେ, ସାରା ବିଶ୍ୱରେ ଆମର ଆଜି ସ୍ୱତନ୍ତ୍ର ପରିଚୟ, ଆମେ ଆଜି ସ୍ୱାଧୀନ ଭାରତର ନାଗରିକ I ଆମେ ସମସ୍ତେ ଆମ ଦେଶର ନାଁ ରଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ଆବଶ୍ୟକ I ଆଜି ଆମେ ସବୁ କ୍ଷେତ୍ରରେ ଆଗୁଆ, କୃଷି, ବିଜ୍ଞାନ, ଶିକ୍ଷା, ଗବେଷଣା ସବୁ କ୍ଷେତ୍ରରେ ବହୁତ ଆଗରେ ଅଛୁ, ଆମ ସମାଜରୁ ଜାତିପ୍ରଥା, ଛୁଆଁଅଛୁଁଆ, ବେରୋଜଗାରୀ ଆଦି ସମସ୍ୟା ବହୁତ ପରିମାଣରେ ଦୂରୀଭୂତ ହେଇପାରିଛି I ଅର୍ଥନୈତିକ କ୍ଷେତ୍ରରେ ଆମେ ବହୁତ ସମୃଦ୍ଧ ଏବେ, କୌଶଳ ବିକାଶ କାର୍ଯ୍ୟକ୍ରମ ଅନେକ ବେକାର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶିଳ କରାଇପାରିଛି I

ତଥାପି ବି ଅନେକ ରାସ୍ତା ଅତିକ୍ରମ କରିବାର ଅଛି, ନାରୀ ସଶକ୍ତିକରଣ କଥା ଯଦି କହିବା, ଏଥିରେ ଆମକୁ ଆହୁରି ବହୁତ କିଛି କରିବାର ଅଛି, ଆଜି ଆମ ସମାଜରେ "ନାରୀ ସୁରକ୍ଷିତ ନୁହେଁ, ତା ନିଜର ସ୍ୱାଧୀନତା ନାହିଁ, ସେ ଗୋଟେ ଆବଦ୍ଧ ପଞ୍ଜୁରି ଭିତରେ ବନ୍ଧା, ଏତିକି କହି ତା ଗଳା ବାଷ୍ପରୁଦ୍ଧ ହେଇଯାଉଥାଏ, ଆଖିରେ ଲୁହ ଭରିଯାଉଥାଏ I

“ଆଜି ନାରୀ ସେଇ ଘରର ୪ କାନ୍ଥ ଭିତରେ ବନ୍ଧା, ତା ଜୀବନରେ ଖୁସି ନାହିଁ, ନିଜ ମନ ପସନ୍ଦର ଖାଇବା ସେ ଖାଇପାରିବନି, ନିଜ କ୍ୟାରିଅର ଆଗକୁ ନେବାର ତାର ଅଧିକାର ମିଳେନା I

 

 ଆଜି ଆମେ ଏଠି ସ୍ୱାଧୀନତା ସଂଗ୍ରାମ ମନାଉଚୁ, ହେଲେ ଜାଣିଛନ୍ତି ଆଜି ମୁଁ କାହାପାଇଁ ଏଠି ଠିଆ ହେଇଚି, କେବଳ ମୋ ମାଆ ପାଇଁ, ମତେ ସେ ସ୍ୱାଧୀନ କରିବାର ଚେଷ୍ଠାରେ ନିଜେ କିନ୍ତୁ ପରାଧୀନ, ଛୋଟବେଳୁ ମୁଁ ଦେଖିଚି "ମୋ ମାଆ ସକାଳୁ ରାତିଯାଏ ସେମିତି ଖଟୁଥାଏ, ତା ସହ ବାପାଙ୍କ ମାଡ଼ ଆଉ ଗାଳି, ମୋ ମାଆକୁ ମୋ ବାପା ସବୁବେଳେ ମାରନ୍ତି, ମୋ ଆଖି ଆଗରେ ବି ସବୁହେଲେ ବି ମୁଁ କିଛି କରିପାରେନି, ତାର ଛୁଟି ବୋଲି କିଛି ନଥାଏ, ଜର ହେଇଥାଏ ମୋ ମାଆକୁ, ତଥାପି ସେ ସବୁ କାମ କରେ, ଦେହ ଖରାପ ହେଲେ ବି କେହି ତା ଯତ୍ନ ନିଅନ୍ତିନି, ଡାକ୍ତର ପାଖକୁ ନବାକୁ କେହି ନଥାନ୍ତି, ନିଜ ଇଚ୍ଛାରେ ସେ ଖଣ୍ଡେ ଲୁଗାବି କିଣିପାରେନି ନିଜ ପାଇଁ, ଆଉ ଖାଇବା ତ ଦୂରକଥା, ତା ମନ କଥା କିଏ ବୁଝିବ, ସେ ମୋ ଭଲମନ୍ଦ ସବୁ ବୁଝେ, ହେଲେ ସେମିତି କାମ କରିଚାଲିଥାଏ, ନିଜ ବାପାଙ୍କ ଘରକୁ ବି ଯିବାପାଇଁ ମୋ ମାଆକୁ ପରମିସନ ମିଳେନା, ମୋ ବାପା, ଜେଜେ, ଜେଜେମାଆ ସମସ୍ତେ ତାକୁ ଗାଳିକରନ୍ତି, ମୋ ମାଆର ଚାକିରୀ ଆଉ ନିଜ କ୍ୟାରିଅର କରିବାର ଇଛା ଥିଲେ ବି ବାପା ଆଉ ପରିବାର ଅନ୍ୟମାନେ ସମସ୍ତେ ତା ବିରୁଦ୍ଧରେ, ସମସ୍ତେ କହନ୍ତି ତାକୁ "ତୋ କାମ ହେଲା ରୋଷେଇ କରି ସବୁ ଘରଦ୍ୱାର କାମ କରିବା, ଆଉ ବାପା ଘରକୁ ଯିବା ନାଁ ବି ଭୁଲିଯା, ଏବେ ଦିନେ ପରିବା କାଟି ତା ହାତ ବି କଟିଯାଇଥିଲା, ତାକୁ ବହୁତ କଷ୍ଟ ହେଉଥିଲା, ସେ କାମ କରିପାରିଲାନି ବୋଲି ମୋ ଜେଜେମା ଆଉ ବାପା ତାକୁ ବହୁତ ଗାଳିଦେଲେ, ମୁଁ ମୋ ମାଆ ଦୁଃଖ ଦେଖିପାରିଲିନି, ନିଜେ ଯେତିକି ପାରିଲି କରିଲି, ମୋ ମାଆ ଟିକେ ଟି.ଭି ଦେଖିବାକୁ ବସିଲେ ମୋ ଜେଜେମା ଆସି କହିବେ ଯା ସେ ଘର ସଫା କର, ସେ କାମ କର, ଏଠି ଗୋଡ ଉପରେ ଗୋଡ ପକେଇ ଟି.ଭି କଣ ଦେଖୁଚୁ” I

 

ମୋ ମାଆ ଲୁଚିଲୁଚି କେତେ କାନ୍ଦେ, ଆଖିରୁ ଲୁହ ସେମିତି ବହିଚାଲେ, ହେଲେ ରୋଷେଇଘରେ ସେମିତି ବସି ସେ ରୁଟିକରୁଥାଏ, ନିଜ ମନକଥା କାହାକୁ ବି କହିପାରେନି, ମୋ ବାପା ସବୁବେଳେ ବାହାରେ ରହନ୍ତି, ଘର ଅନ୍ୟମାନେ ବି ମୋ ମାଆକୁ ଭଲ ପାଆନ୍ତିନି, ଏହି ଅଳ୍ପଦିନ ତଳେ, ମୋ ଆଖି ସାମ୍ନାରେ ମୋ ବାପା ମୋ  ମାଆକୁ ମାରିଲେ, ସେ ବହୁତ କାନ୍ଦିଲା I ଆଜି ମୋ ମାଆକୁ ବହୁତ ଜର, ତଥାପି ସକାଳୁ ଉଠି ମତେ ସ୍କୁଲ ପଠେଇଲା, ଟିକେ ଉଠୁଉଠୁ ଲେଟ ହେଇଗଲା ବୋଲି ଜେଜେମା ତାକୁ ବହୁତ ଗାଳିଦେଲେ, ଏସବୁ ଦେଖି ମୁଁ ପାଠ ପଢିପାରୁନି, ମତେ ବହୁତ କଷ୍ଟ ଲାଗୁଚି, କ୍ଲାସରେ ଟିଚର ପଢାଉଥିବାବେଳେ ବି ମୋ ମନ ମୋ ମାଆ ପାଖରେ ଆଉ ମୋ ଆଖିରେ ସବୁ ଜିନିଷ ଦେଖାଯାଉଛି, ମୁଁ କିଛିଦିନ ହେବ ପାଠ ପଢିପାରୁନି, ଆଜି ଏଠି ଠିଆ ହେଇ କହିବାର ସାହସ ମୁଁ ହରେଇଥିଲି I ମୋ ମାଆ ସହ ଯଦି ଏମିତି ହେଉଛି, ତାହାଲେ ସମାଜରେ ଏମିତି ଅନେକ ନାରୀଥିବେ ଯେଉଁମାନେ ଏମିତି ବନ୍ଦୀ ଜୀବନ କାଟୁଥିବେ, ତାହାଲେ ମୋ ପ୍ରଶ୍ନ ହେଲା, “ଆମେ କଣ ପ୍ରକୃତରେ ସ୍ୱାଧୀନ, ଆମ ମାଆମାନେ, ନାରୀମାନେ କଣ ସତରେ ସ୍ୱାଧୀନ”? ଏସବୁ କହିଲା ବେଳେ ତା ଆଖିରେ ଲୁହ ଆସିଯାଉଥାଏ I ତେଣୁ ଆଜି ଏଇ ସ୍ୱାଧୀନତା ଦିବସରେ ମୋର ପ୍ରଥମ ଚେଷ୍ଠା ରହିବ ମୋ ମାଆର ସ୍ୱାଧୀନତା, ମୁଁ ସେଥିପାଇଁ ମୋ ପରିବାର ସହ ଲଢ଼ିବି, ଆଉ ଆପଣମାନଙ୍କ ସହଯୋଗ ବି ଲୋଡ଼ା, ମୋ ମାଆକୁ ସ୍ୱାଧୀନତା ଦେବାରେ I ମୋର ଆଜି ଏଠାରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଅନୁରୋଧ ନାରୀ ସୁରକ୍ଷା ପାଇଁ ସେମାନେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ନାରୀ ଉପରେ ହେଉଥିବା ଅତ୍ୟାଚାର ଦୂରହେବ ଦରକାର, ନାରୀକି ବଂଚିବାର ପୂର୍ଣ୍ଣ ଅଧିକାର ମିଳିବା ଦରକାର, ସେଠାରେ ଥିବା ସମସ୍ତ ଅତିଥି, ଉପସ୍ଥିତ ଥିବା ସବୁ ଜନସାଧାରଣ ଠିଆ ହେଇ କ୍ରୀଷ୍ଣାକୁ ସପୋର୍ଟ କଲେ, ସମସ୍ତେ ତାଳିମାରି କ୍ରୀଷ୍ଣା ସାହସକୁ ପ୍ରଶଂଶା କଲେ, ଆଉ ମଞ୍ଚରେ ଥିବା ଅତିଥିବୃନ୍ଦ ନିଜ ସିଟରୁ ଉଠି ଆସି କ୍ରୀଷ୍ଣାକୁ ଆଶୀର୍ବାଦ ଦେଲେ, ଆଉ ତାକୁ ସହଯୋଗ କରିବାକୁ କଥା ଦେଲେ I ସମସ୍ତଙ୍କ ଆଖିରେ ଧାରଧାର ଲୁହ, ଆଉ କ୍ରୀଷ୍ଣାକୁ ପ୍ରଶଂସାର ସୁଅ ଛୁଟି ଆସିଲା ନିଜର ସାହସ ପାଇଁ I

 

BY: Trupti Paikaray

ଆଜି ଏଇ ସ୍ୱାଧୀନତା ଦିବସରେ ମୋର ପ୍ରଥମ ଚେଷ୍ଠା ରହିବ ମୋ ମାଆର ସ୍ୱାଧୀନତା ମୁଁ ସେଥିପାଇଁ ମୋ ପରିବାର ସହ ଲଢ଼ିବି ଆଉ ଆପଣମାନଙ୍କ ସହଯୋଗ ବି ଲୋଡ଼ା ମୋ ମାଆକୁ ସ୍ୱାଧୀନତା ଦେବାରେ I

Rate the content


Originality
Flow
Language
Cover design

Comments

Post

Some text some message..