Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଦଣ୍ଡ ପାଇବ କିଏ

ଦଣ୍ଡ ପାଇବ କିଏ

2 mins
7.5K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ବେତାଳ କହିଲା – ପୂଣ୍ୟପୁରରେ ଭଦ୍ରସେନ ନାମରେ ଜଣେ ପ୍ରତାପଶାଳୀ ରାଜାଥିଲେ l ତା’ ସହିତ ସେ ଖୁବ୍ ପଣ୍ଡିତ ଓ ଜ୍ଞାନୀ ଥିଲେ l ସବୁଆଡେ ତାଙ୍କର ପ୍ରଶଂସା ଶୁଣିବାକୁ ମିଳୁଥିଲା l ରାଜଙ୍କର ବୟସ ବଢିବା ସହ ସେଭୋଗ ବିଳାସରେ ବୁଡି ରହିଲେ l ଏପରିକି ସେ ନିଜର କର୍ମଚାରୀଙ୍କର ଏକ ସୁନ୍ଦରୀ ସ୍ତ୍ରୀକୁ ନିଜର ରକ୍ଷିତା କରିରଖିଲେ l ଏହି ଘଟଣାରେ ତାଙ୍କର ମନ୍ତ୍ରୀ ସୁଯଶ ଖୁବ୍ ଚିନ୍ତିତ ହୋଇ ପଡ଼ିଲେ l

ଦିନେ ସୁଯଶ ନିଜର ସ୍ତ୍ରୀକୁ ଧରି ତୀର୍ଥଯାତ୍ରାରେ ଚାଲିଗଲେ l ଆଉ ରାଜ୍ୟକୁ ଫେରିଲେ ନାହିଁ l ରାଜା ସୁଯଶଙ୍କ ବଦଳରେ ଆଉ ଜଣେ ନୂଆ ମନ୍ତ୍ରୀ ରାଜାଙ୍କର ଦୁର୍ବଳତା ଦେଖିରାଜୟର ଭାର ନିଜେ ଗ୍ରହଣ କଲେ ଓ ରାଜାଙ୍କୁ ଦେଶରୁ ବାହାର କରିଦେଲେ l ଏହି ଖବର ପାଇ ସୁଯଶ ମନେ ମନେ ଖୁବ୍ ଦୁଃଖିତ ହେଲେ l

ଏଣେ ସୁଯଶ ବୁଲି ବୁଲି ରାମେଶ୍ଵରମ୍ ରେ ପହଞ୍ଚିଲେ l ସେଠାରେ ପାତାଳପୁରର ଗୋଟିଏ ନାଗକନ୍ୟା ସହିତ ତାଙ୍କର ଭେଟ ହେଲା l ନାଗ କନ୍ୟାଟି ପ୍ରତିଦିନ ସେଠାକୁ ଆସୁଥିଲା l କିଛି ସମୟ ରହି ଫେରିଯାଉ ଥିଲା l ସେ ସୁଯଶଙ୍କ ସହିତ ମିଶିବାର ସୁଯୋଗ ପାଇଲା l ସୁଯଶ ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତା’ ସହିତ ପାତାଳ ପୁରକୁ ଚାଲିଗଲେ l ଗଲାବେଳେ ନିଜର ସ୍ତ୍ରୀ କଥା ସଂପୂର୍ଣ୍ଣ ଭୁଲିଗଲେ l ନାଗ କନ୍ୟା ସହିତ କିଛି ଦିନ ବିତାଇ ଫେରିଲା ବେଳକୁ ସୁଯଶ ଜାଣିବାକୁ ପାଇଲେ ଯେ ତାଙ୍କର ସ୍ତ୍ରୀ ବହୁଦିନ ଅପେକ୍ଷା କରି ଶେଷରେ ଆତ୍ମହତ୍ୟା କରିଛି l ସ୍ତ୍ରୀ ଯେ ତାଙ୍କ ପାଇଁ ଆତ୍ମହତ୍ୟା କାଲେ l ସେ କଥା ଶୁଣି ସୁଯଶ ଦୁଃଖରେ ଭାଙ୍ଗି ପଡ଼ିଲେ l ଶେଷରେ ସେ ପାଗଳ ହୋଇଗଲେ l ଯେଉଁଠିକୁ ଗଲେ ନିଜର ସ୍ତ୍ରୀ କଥା ପଚାରିଲେ l

ବେତାଳ କହିଲା – ସୁଯଶର ସ୍ତ୍ରୀ ମୃତ୍ୟୁ ପାଇଁ ସେହି ନାଗକନ୍ୟାକୁ ଦଣ୍ଡ ଦିଆଯିବ କି ?

ବିକାମାଦିତ୍ୟ କହିଲେ – ‘’ ନାଗକନ୍ୟା ତ ସଂପୂର୍ଣ୍ଣ ନିର୍ଦ୍ଦୋଷ l ସେ କାହିଁକି ଦଣ୍ଡ ଭୋଗକରିବ ? କାରଣ ସୁଯଶଙ୍କର ତ ପୂର୍ବରୁ ପ୍ରତ୍ୟକ୍ଷ ଅନୁଭୂତି ଥିଲା l ଭୋଗ ବିଳାସ ଯେ କେତେ ଦୁଃଖ ଦାୟକ, ତାହା ନିଜ ରାଜାଙ୍କ ଠାରୁ କ’ଣ ସେ ଶିକ୍ଷା କରିପାରିଲେ ନାହିଁ ? ତା’ ଛଡା ଯେଉଁ ଲୋକ ଅନ୍ୟର ଜୀବନରୁ କିଛି ଶିକ୍ଷା କରିପାରେ ନାହିଁ, ସେ ଏହି ପରି ଦଣ୍ଡ ଭୋଗ କରିବ l ନିଜ ସ୍ତ୍ରୀର ମୃତ୍ୟୁ ଓ ନିଜର ଏହି ଦୁର୍ଘଟଣା ପାଇଁ ନିଜେ ସୁଯଶ ହିଁ ଦାୟୀ l ଏଥିରେ କାହାର ଦୋଷ ନାହିଁ l ‘’ ଏତିକି କହି ରାଜା ବିକ୍ରମାଦିତ୍ୟ ନୀରବ ରହିଲେ l

ସେତିକି ବେଳେ ବେତାଳ ଜୋରରେ ଅଟ୍ଟହାସ୍ୟ କରି କହିଲା – ‘’ ରାଜା, ତୁମେ ଠିକ୍ ବିଚାର କରିଛ l ‘’ ଏତିକି କହି ଡ଼ିଆଁଟାଏ ମାରି ସେ ପୁଣି ସେହି ଗଛଡାଳରେ ଯାଇ ଓହଳି ପଡ଼ିଲା l


Rate this content
Log in

Similar oriya story from Children