Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok kumar Sethi

Inspirational

3  

Ashok kumar Sethi

Inspirational

ବାଘ ଶିକାର

ବାଘ ଶିକାର

5 mins
7.8K


ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର, ଘନ ଅନ୍ଧକାର ଘନେଇ ଆସୁଛି | ଗାଈ ଗୋଠ ଗୁହାଳକୁ ଫେରିଲେଣି | ପକ୍ଷୀମାନେ ଯିଏ ଯା ନୀଡ଼ମୁହାଁ ହେଲେଣି | ଏମିତ ମାଛି ଅନ୍ଧାର ମୁହୂର୍ତ୍ତରେ ଆମେ ସଭିଏଁ ଭାଇ ଭଉଣୀ ଜେଜେଙ୍କ ପାଖେ ଘେରି ବସି ପଡୁ, କାହାଣୀ ଶୁଣିବା ପାଇଁ | ସବୁଦିନ ପରି ଜେଜେ ତାଙ୍କର କାହାଣୀ ପେଡି ଖୋଲିଲେ |

ବହୁତଦିନ ତଳର କଥା | ମତେ ସେତେବେଳକୁ ୧୧ କି ୧୨ ବର୍ଷ ହେବ କି କଣ | ସବୁଆଡେ ଘନ ବଣ ଜଙ୍ଗଲ ଘେରା ଥାଏ ଆମ ଏ ଛୋଟ ଗାଁ | ଯଦିଓ ଏବେ ସୁଦ୍ଧା ଆମ ଗାଁକୁ ଲାଗି ବଡ ମୁଣ୍ଡିଆଟି ଲାଗିଅଛି | ସେତେବେଳର କଥା ଥରେ ଭାବିଲେ, କେତେ ଘଞ୍ଚ ଥିବ..! ସଞ୍ଜ ହେବା କ୍ଷଣି ତାଟି କବାଟ ସବୁ ପଡ଼ିଯାଏ | ସଞ୍ଜ ଗଡ଼ିଗଲା ପରେ ବାହାରକୁ ବାହାରିବାକୁ କିଏ ସାହସ କରନ୍ତି ନାହିଁ | ଏକ ପ୍ରକାରର କୋକୁଆ ଭୟ ଖେଳି ଯାଇଥାଏ ମଣିଷ ଖିଆ ବାଘର ଉପଦ୍ରବ | ଗାଁ ଲୋକ ସଭିଙ୍କର ମୁଣ୍ଡ ବ୍ୟଥାର କାରଣ | କେତେ କେତେ ଛେଳି, ମେଣ୍ଢା ଓ ମଣିଷ ମାନଙ୍କୁ ଝାମ୍ପିନେଇ ଚାଲିଯାଏ ଜଙ୍ଗଲ ମଧ୍ୟକୁ | ତେଣୁ ମାଛି ଅନ୍ଧାର ହେଲେ କିଏ ଆଉ ବାହାରକୁ ବାହାରନ୍ତି ନାହିଁ | ଗାଁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଲା ଏହାର ଆଶୁ ପ୍ରତିକାର ନହେଲେ ନଚଳେ ! ଶେଷରେ ଏହି ନିଷ୍ପତି ନିଆଗଲା ବାଣୁଆ ଡାକି ମଣିଷ ଖିଆ ବାଘକୁ ମାରିବାକୁ ପଡିବ | ଟାଣୁଆ ଟାଣୁଆ ଚାରି ଜଣ ବାଣୁଆ ଡକାଗଲା | ଦଶ ପନ୍ଦର ଦିନ ଉତ୍ତାରୁ ଶିକାରୀ ମାନେ ମାରିବା ତ ଦୂରର କଥା ତାର ଠାବ ବି କରିବାକୁ ବିଫଳ ହେଲେ , ଯଦିଓ ଏହା ଭିତରେ ଆଉ ୪ କି ୫ ଛେଳିକୁ ଝାମ୍ପି ନେବାରେ ସେ ସଫଳ ହୋଇ ପାରିଛି |କିନ୍ତୁ ଶିକାରୀ ମାନେ ତାର ଲେସ ମାତ୍ର ସୁରାକ ବି ପାଇବାକୁ ଅସମର୍ଥ | କଣ କରାଯିବ ଗାଁ ମୁଖିଆ ଖୁବ ଖୁବ ଚିନ୍ତିତ ଓ ବିବ୍ରତ | ସଭିଏଁ ଯାଇ ଗୁହାରି କରୁଥାନ୍ତି | କିଏ କହେ ଆଜି ମୋର ଛେଳି ନେଇଗଲା, କାଲି ଅମୁକର ..

ସେତେବେଳକୁ ଗାଁ ମୁଣ୍ଡରେ ଆମର ଫସଲ ଲଗାଯାଇଥାଏ | ଅମଳ ସମୟ , ଜଙ୍ଗଲ ପଶୁ ଆସି ଫସଲ ସବୁ ନଷ୍ଟ କରିଦେଉଥାନ୍ତି | ଫସଲ ଜଗିବା ପାଇଁ ବାପା ଏକ ମଞ୍ଚା କରିଥାନ୍ତି | ଯାହାର ଉଚ୍ଚତା ୨୦ ଫୁଟ କି କଣ ହେବ | ମୁଁ ବେଳେ ବେଳେ ବାପାଙ୍କ ସଙ୍ଗେ ଯାଏ ରାତିରେ | ସେଦିନ ଖୁବ ଶୀତ ପଡୁଥାଏ ମୁଁ ବାପାଙ୍କ ସହ ଯାଇଥାଏ | ବାପା ପ୍ରାୟ ସମୟ ସାଙ୍ଗରେ ରାତି ଖାଇବା ବି ନେଇ ଆସିଥାନ୍ତି | ସେଦିନ ଆମେ ଏମିତି ମଞ୍ଚାରେ ଆମେ ବସିଥାଉ | ହାଡ ଭଙ୍ଗା ଶୀତ ଦାଉରୁ ବର୍ତ୍ତିବା ପାଇଁ ଏକ ଊହ୍ନେଇର କିଛି ରଡ ନିଅଁ ଦୂକ ଦୂକ ହୋଇ ଜଳୁଥାଏ ସେତିକି ଏ ଶୀତରେ ଯଥେଷ୍ଟ ଶୀତର ତୋଡ ଭାଙ୍ଗିବାକୁ | ବାପା ସେଦିନ ରାତି ଖାଇବା ପାଇଁ ମାଂସ ତରକାରୀ ଆଣିଥାନ୍ତି | ହଠାତ ସେ କିଛି ଅଜବ ଶବ୍ଦ ଶୁଣି ପାରିଲେ ବୋଧେ , ତଳକୁ ଚାହିଁ ଦେଖିଲେ ପଶୁଟି ମଞ୍ଚା ଚାରି କଡ଼ ଚକର କାଟୁଛି | ବାପା ଚମକି ପଡିଲେ ଜନ୍ତୁଟିକୁ ଠଉରାଇବା ଉତ୍ତାରୁ | ଯେମିତି ବୁଦ୍ଧି ଶୂନ୍ୟ ହୋଇ ଗଲା | ମତେ ସେତେ ବେଳକୁ ନିଦ ଆସିଯାଇଥାଏ | ବାପା ମୋର ଗୋଟେ ଗୋଡ଼କୁ ପାକଲା ଗାମୁଛାରେ ବାନ୍ଧିଦେଇଥାନ୍ତି | ମୁଁ ଯେମିତି ତଳକୁ ଖସି ନଯିବି ...!

ମୁହୂର୍ତ୍ତେ ନୀରବ ରହିଲେ ; କିଛି ବି ଉପାୟ ପାଉନାହାନ୍ତି କଣ କରିବେ | ଏଠାରୁ ଗାଁ କୋଷେ ଦୂର | ଯେତେ ଜୋରରେ ଚିତ୍କାର କରି ଡାକିଲେ ବି ଡାକ କାହା ପାଖେ ପହଞ୍ଚି ପାରିବ ନାହିଁ | ତା'ପରେ ସଭିଏଁ ତ ତାଟି କବାଟ ବନ୍ଦ କରି ଯେ ଯା ଘରେ ଥିବେ ଏ କୋକୁଆ ଭୟରେ କିଏ ବା କାହିଁକି ପଦାକୁ ବାହାରିବ..! ପାଖରେ ଅସ୍ତ୍ର ବୋଲି ଛୋଟ ଟାଙ୍ଗିଆଟିଏ | ଯଦି କିଛି ଅଘଟଣ ଘଟେ ଏ ଟାଙ୍ଗିଆଟି ସେ ଶକ୍ତି ଆଗେ ସମ୍ପୂର୍ଣ୍ଣ ଦୁର୍ବଳ |ବାରମ୍ବାର ଭାବୁଥାନ୍ତି ଛୁଆ ଟିକୁ କାହିଁକି ଆଣୁଥିଲି ! ମନେ ମନେ ତେତିଶ କୋଟି ଦେବତା ମଧ୍ୟରୁ ଯାହା ଯାହା ନାଁ ମନକୁ ଆସିଲା ସଭିଁକୁ ଅକୂଳରେ ଡ଼ାକୁଥାନ୍ତି | ଭୋକ ଶୋଷ ସବୁ ଉଭେଇ ଗଲାଣି ସେତେବେଳକୁ |

ଯେମିତି ହେଲେ ଏକ ଉପାୟ ପାଞ୍ଚିବାକୁ ପଡିବ | ହଠାତ ବୋଧ ହୁଏ କିଛି ବୁଦ୍ଧି ମନକୁ ଜୁଟିଛି | ସେ ଛୋଟ ଟାଙ୍ଗିଆରୁ ବେଣ୍ଟ ଟିକୁ କାଢ଼ିଦେଲେ ଏବଂ ସେ ଛୋଟ ଟାଙ୍ଗିଆର ଲୁହାଟିକୁ ଊହ୍ନେଇରେ ପକେଇ ଦେଲେ ଏବେ ତାକୁ ଆଞ୍ଚ ଦେବାକୁ ଲାଗିଲେ ଲାଲ ହେବ ଯାଏଁ | ସେ ଆଣିଥିବା ଗୋଟିଏ ମାଂସ ଖଣ୍ଡିଏ ତଳକୁ ପକେଇ ଦେଲେ | ସେଇଟିକୁ ଖାଇ ସରିଲା ପରେ ବାଘ ଅନେଇ ରହିଲା ଆଉ ଗୋଟିଏ ମାଂସ ଖଣ୍ଡିଏ ପାଇଁ ଏମିତ କିଛି ମୁହୂର୍ତ୍ତର ବିରତି ପରେ ଗୋଟିଏ ଗୋଟିଏ ପକାଉଥାନ୍ତି | ଏ ଭିତରେ ଲୁହା ଟାଙ୍ଗିଆଟି ଲାଲ ପଡିଯାଇଥାଏ ସେ ଯେମିତ ଲୁହା ଖଣ୍ଡଟି ତଳକୁ ପକେଇଛନ୍ତି ବାଘ ବାଘ ଏକାବେଳେ ସେଇଟିକୁ ବି ଗିଳିଦେଇଛି | କିଛି ମୁହୂର୍ତ୍ତ ପରେ ବାଘର ବିକଟାଳ କର୍କଶ ଗର୍ଜନ ଚଉଦିଗ କମ୍ପାଉଥାଏ | ସେ ଗର୍ଜନରେ ମୋ ନିଦ ଭାଙ୍ଗିଯାଇଥାଏ | ଆଉ କୋ ନିଦ ହୁଏ ..? ବାଘଟି ଏଣେ ତେଣେ ଖାଲି ଦୌଡିବାରେ ଲାଗିଥାଏ | ସକାଳକୁ ବାଘଟି ମଞ୍ଚା ଠାରୁ ଅନତି ଦୂରେ ମରି ପଡିଥାଏ | ଆଖ ପାଖ ଯେତେ ସବୁ ବୁଦା ଥିଲା ସବୁ ପଦା କରିଦେଇଥାଏ | ଶଗଡ଼ରେ ଲଦାହୋଇ ବାଘଟିକୁ ଗାଁ ବୁଲା ହେଲା | ଗାଁର ସବୁ ଲୋକ ବାହା ବାହା କରୁଥାନ୍ତି କେତେ ବଡ ସାହାସୀକ କାମଟିଏ କରିପାରିଲା ! ଚାରି ଚାରିଟା ବାଣୁଆ ଯାହା କରି ପାରିଲେ ନାହିଁ !! ଆଉ ଜଣେ ଲୋକ ପାଖରେ ଥାଇ ଆଉ ଗୋଟେ କଥା ଯୋଡିବାକୁ ତାକୁ ସୁଯୋଗଟିଏ ଯେମିତି ମିଳିଗଲା ଓ ନିଜକୁ ମୁଁ ତା ସଇ ବୋଲି ଦାବି କରୁଥାଏ | ହଁ, ପା ମୁଁ ବି ଦେଖିଛି ସଇର ଅଦମ୍ୟ ସାହସ !

ସେଦିନ ସକାଳେ ଆମେ ଝରଣା ବନ୍ଧ ଦେଇ ଜଙ୍ଗଲକୁ ଯାଉଥାଉ | ଝରଣା ବନ୍ଧ ତଳେ ଗୋଟେ ଜଙ୍ଗଲୀ ହାତୀ ତା ଶୁଣ୍ଢଟିକୁ ବରଗଛ ଡାଳକୁ ବଢ଼ାଇ ପେଁ ..କାଳି ଛାଡୁଥାଏ | ସେ କର୍କଶ ସ୍ୱର ଏକ ଅସୁବିଧାର ସୂଚନା ଦେଉଥାଏ ବୋଧେ | ଆମେ ଡରି ପଛଘୁଞ୍ଚା ଦେଇ ଫେରି ଆସିବାକୁ ନିଷ୍ପତି ନେଉଥିଲା ବେଳେ | ସଇ କହିଲା ଆରେ ରୁହ ସେ ହାତୀ ନିଶ୍ଚୟ କିଛି ଅସୁବିଧାରେ ଅଛି ...! ସଇ ସାହସ କରି ତା' ନିକଟକୁ ଗଲା | ଯାଇ ଦେଖେ ତ ଏକ ବିରାଟକାୟ ଅଜଗର ହାତୀର ଶୁଣ୍ଢଟିକୁ ବର ଗଛର ଡାଳ ସହ ଗୁଡେଇ ଧରିଛି | ସେଥି ପାଇଁ ହାତୀ ବିକଳରେ ରଡି ଛାଡ଼ୁଛି | ହାତରେ ଥାଏ ସେଇ ଛୋଟ ଟାଙ୍ଗିଆଟି | ଟାଙ୍ଗିଆର ପଛ ପାଖେ ଦୁଲ ଦୁଲ ଦି ପ୍ରହାରରେ ଯେମିତି କଷି ଦେଇଛି ସାପଟି ଦୁଲ କି ତଳେ ଖସି ପଡି ପ୍ରାଣ ବିକଳରେ ଗୋଟେ ଦିଗରେ, ହାତୀ ଯେମିତି ମୁକୁଳିଛି ଏକ ମୁହାଁ ହୋଇ ଧାଇଁଛି ଆଉ ଗୋଟେ ଦିଗରେ | ତିନେ ହେଁ ତିନି ଦିଗରେ ପ୍ରାଣ ମୁର୍ଚ୍ଛା ଧାଇଁଲେ |

ସେ ଦିନଠୁ ତା ସାହସ କଥା ସବୁଠି ଚର୍ଚ୍ଚା | ବାଘ ନାଁ ଶୁଣିଲେ ଲୋକେ ଘରୁ ପଦାକୁ ବାହାରିବାକୁ ଡରନ୍ତି କିନ୍ତୁ ଗୋଟେ ମଣିଷ ଖିଆ ବାଘକୁ ମାରିବା...କେତେ ବଡ ସାହାସିକତାର ପରିଚୟ ଦେଇଛି ...!!

ଶଗଡ଼ ପଛେ ପଛେ ଗାଁ ଯାକ ଲୋକ | ତା ବାଘ ଶିକାର କୌଶଳ କଣ ଏଇ କଥାଟି ଜାଣିବା ପାଇଁ | ଶିକାରୀ ମାନେ ତା ଫେରିବା ବାଟକୁ ଚାହିଁ ବସିଥାନ୍ତି ...

ଅଶୋକ କୁମାର ସେଠୀ

କଲ୍ୟାଣପୁର, ନୟାଗଡ

ମୋ-9861060152


Rate this content
Log in

Similar oriya story from Inspirational