Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Others

2.4  

Santosh Kumar Misra

Others

ଅନୁଭୁତି (୧)

ଅନୁଭୁତି (୧)

5 mins
21.1K


ଲୋକଟିଏ ସେ ଦିନ ଖୁବ୍‌ ସନ୍ତର୍ପଣରେ ଆସି ଛିଡା ହେଲା ମୋ ପାଖରେ| ଅନୁଭବ କରୁଥିଲି ଲୋକଟି ମନରେ  ଅନେକ  ଭୟ ଥିଲା| ପଚରା ପଚରି କରି ଜାଣିଲି ନାଁ ଟି ତା'ର ଅର୍ଜ୍ଜୁନ ବେହେରା| ବୟସ ପ୍ରାୟତଃ ୭୦|ଜାଣି ପାରୁଥିଲି ସେ ଖୁବ୍‌ ଗରୀବ| ଅନୁମାନ କରି ପାରୁଥିଲି ଯେ  ସେ ତା'ର ପରିବାର ପାଇଁ ଦିଓଳି ଦିମୁଠା ଖାଇବା ଯୋଗାଡ କରିବା ନିଶ୍ଚୟ କଷ୍ଟକର ହେଉଥିବ ତା ପକ୍ଷରେ| ମୁଣ୍ଡ ଉପରକୁ ଚାଳଖଣ୍ଡେ କଥା ବା ପଚାରେ କିଏ |

ଲୋକଟି କହିଲା --- ବାବୁ ମୁଁ ବହୁତ ଗରୀବ |ମୋତେ କିଛି ସାହାଯ୍ୟ କରନ୍ତନି? ଶୁଣିଛି ତମେ ଜଣେ ଭଲ ମଣିଷ |ଆମ ଗାଁ ମେମ୍ବର କହିଲା ସାଇବ ପାଖକୁ ଯା , ସେ ଚାହିଁଲେ ତୋତେ ସରକାରୀ ସାହାଯ୍ୟ ମିଳିପରିବ|

ମୁଁ ଜାଣିବାକୁ ଚହିଁଲି ଲୋକଟି କି ପ୍ରକାର ସରକାରୀ ସାହଯ୍ୟର ଆଶା ନେଇ ଆସିଛି ମୋ ପାଖକୁ |ମନେମନେ ତର୍ଜମା କରୁଥିଲି କି ପ୍ରକାର ସାହାଯ୍ୟ ତା' ପାଇଁ ଅଧିକ ଜରୁରୀ |ଭାବିଲି ପ୍ରଥମେ ତା' ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବନ୍ଦୋବସ୍ତ କରିବି |ଗ୍ରାମସେବକ କହିଲେ ଲୋକଟି ବାସ୍ତବିକ ଖୁବ୍‌ ଗରୀବ| ସବୁ ପ୍ରକାର ସାହାଯ୍ୟ ପାଇବା ପାଇଁ ସେ ଜଣେ ଉପଯୁକ୍ତ ହିତାଧିକାରୀ | କିନ୍ତୁ ତାଙ୍କ ଗାଁ ପଲ୍ଲୀସଭାରେ ତାକୁ କୌଣସି କ୍ଷେତ୍ରରେ ହିତାଧିକାରୀ ଭାବରେ ବଛା ଯାଇନି | ଗାଁ ଲୋକ ଏହିଭଳି ପାତର ଅନ୍ତର  କରିଥିବା ଶୁଣି ମନେ ମନେ ବିରକ୍ତ ହେଉଥିଲି | ନିଷ୍ପତ୍ତି କଲି ଗାଁକୁ ଯିବି|  

ଲୋକଟିକୁ ବୁଝାସୁଝା କରି ଗାଁକୁ ଫେରିଯିବାକୁ କହିଲି | ସେ ପ୍ରଥମେ ଅମଙ୍ଗ ହେଉଥିଲା ବିନା କିଛି ସାହାଯ୍ୟ ରେ ଫେରିଯିବାକୁ | ମୁଁ ଗାଁକୁ ଯିବି ଏବଂ ତାର ସମସ୍ତ ସୁବିଧା କରିଦେବି ବୋଲି ମୋ ଠାରୁ ପ୍ରତିଶୃତି ପାଇଲା ପରେ ସେ  ଗାଁକୁ ଫେରିଯିବାକୁ ରାଜି ହେଲ| ଲୋକଟି ଫେରିଯିବାପରେ ମୋ ମନଟା କେଜାଣି କାହିଁକି ଆଉଟୁପାଉଟୁ ହେଲା | ଗରୀବ ଜଣେ ସହାଯ୍ୟ ପାଇବା ପାଇଁ ସର୍କାରୀ ନିୟମ ରହିଛି |ସରକାରୀ ବାବୁମାନେ ମହଜୁଦ ଅଛନ୍ତି| କିନ୍ତୁ ଲୋକାଭିମୁଖି ସରକାର ଆମର ତାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ପଲ୍ଲୀସଭା ଉପରେ |ବାସ୍ତବରେ ସରକାରୀ ବାବୁମାନେ ଖୁବ୍‌ ଅସହାୟ ଏ ଦିଗରେ|ଗାଁକୁ ଗଲି ମୁଁ ନିର୍ଦ୍ଧାରିତ ଦିନରେ |ଗାଁକୁ ଗଲା ପରେ ଯାହା ଦେଖିଲି ଦୁଃଖ ଲାଗିଲା | ସ୍ୱଚ୍ଛଳ ଲୋକ ମାନେ ହିତାଧିକାରୀ  ଭାବେ ବଛା ଯାଇଛନ୍ତି ଅଥଚ ବିଚରା ଅର୍ଜ୍ଜୁନ ବାଦ ପଡିଛି ହିତାଧିକାରୀ ତାଲିକାରୁ |  

ମୋ ସହିତ  ସେ ଦିନ ଗାଁକୁ ସଂପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଗ୍ରାମ ପଞ୍ଚାୟତ ଅଧିକରୀ ଆଦି ମଧ୍ୟ ଯାଇଥିଲେ | ଆମେ ଗାଁରେ ଗୋଟିଏ ସଭା କଲୁ | ଆମେ ଜାଣିବାକୁ ଚାହୁଁଥିଲୁ ଅର୍ଜ୍ଜୁନ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ଗାଁ ଲୋକମାନଙ୍କର ମତ କଣ | ଯାହା ଜାଣିଲୁ ଆମ ଆଖି ଖୋସି ହେଇଗଲା | ଗାଁରେ ତଥାକଥିତ ମୁରବୀ ସାଜିଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଭୁପାଦ ଘର ଘର ବୁଲି ସାଦା କାଗଜରେ ଆଗ ସମସ୍ତଙ୍କର ଦସ୍ତଖତ ସଂଗ୍ରହ କରିନେଇ ପରେ ତାଙ୍କୁ ଅନୁଗ୍ରହ ଦେଖାଉଥିବା  ବା ଅନୁଗୃହିତ କରିବାପାଇଁ ପ୍ରତିଶୃତିବଦ୍ଧ ହେଉଥିବା କିଛି ଗ୍ରାମବସୀଙ୍କର ନାମ ହିତାଧିକାରୀ ଭାବେ ପଲ୍ଲୀସଭା ବିବରଣୀରେ ଲେଖି ପଞ୍ଚାୟତ କାର୍ଯାଳୟରେ ଦାଖଲ କରିଥିଲେ | ଏହି କାର୍ଯ୍ୟ କରିବାରେ ତାଙ୍କୁ ଗାଁର କିଛି ଛାମୁଆ ଯୁବକ ସ୍ବଳ୍ପ କିଛି ଅନୁଗ୍ରହ ବଦଳରେ ସାହାଯ୍ୟ କରିଥିଲେ| ମୋର ହୃଦ୍‌ବୋଧ ହେଲା ଯେ ହିତାଧିକାରୀ ଚୟନ ପାଇଁ ରହିଥିବା ନିୟମାବଳୀ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରାଯାଇଛି |

ସରକାରୀ ଆଇନ ମୁତାବକ ପଲ୍ଲୀସଭାର ସମସ୍ତ ଦାୟିତ୍ୱ ସଂପୃକ୍ତ ଗ୍ରାମ ପଞ୍ଚାୟତର | କିନ୍ତୁ ପଲ୍ଲୀସଭାରେ ବେଆଇନ୍ ,ମନମୁଖି ତଥା ବେପରୁଆ ଭାବେ ହେଉଥିବା ନିଷ୍ପତ୍ତିର ସଂଶୋଧନ ଯେ କିପରି କରାଯିବ ତାର କୌଣସି ମାର୍ଗ ଦର୍ଶିକା ମୋତେ କୌଣସି ସ୍ଥାନରୁ ମିଳିପାରିଲାନି | ସମସ୍ତେ ଭିନ୍ନ ଭିନ୍ନ ମତ ପୋଷଣ କରୁଥାଆନ୍ତି | ହାତପାଆନ୍ତାରେ ଥିବା କିଛି ଆଇନ ବିଶାରଦମାନେ ଅର୍ଜ୍ଜୁନର କଟାଘାରେ ଚୂନ ଲେସିବାକୁ ଲାଗିଗଲେ| ରାତାରାତି ଅର୍ଜ୍ଜୁନ ପାଲଟିଗଲା କିଛି ନେତା, ଓକିଲ ଓ  ତଥାକଥିତ ମଧ୍ୟସ୍ଥିଙ୍କର କ୍ରୀଡାନକ |

ବିଚରା ଅର୍ଜ୍ଜୁନର ଦୁଃଖ ଲାଘବ ହେବା ପରିବର୍ତ୍ତେ ବେଳକୁ ବେଳ ଗମ୍ଭୀର ହେବାକୁ ଲାଗିଥାଏ |ସମସ୍ତେ ଚାହୁଁଥିଲେ ତାକୁ ଆଧାର କରି କିଛି ଫାଇଦା ଉଠେଇନେବେ| ବିଚରା ସରଳ ମଣିଷ ଅର୍ଜ୍ଜୁନ କାହୁଁ ବା ବୁଝିବ ଅନ୍ୟର ଚାଲାକି | ବେଳକୁ ବେଳ ତାର ଦୁଃଖ ବଢୁଥିବା ଦେଖି ମୁଁ ବିଚଳିତ ହେଉଥିଲେ ବି ମୋର ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ ସରକରୀ ନିୟମ ବାହାରକୁ ଯାଇ ତାକୁ କିଛି ସାହାଯ୍ୟ କରିଦେବାକୁ ମୋର ଯୁ ନଥିଲା | ମୁଁ ଏକ ଚିରାଚରିତ  ନିଷ୍ପତ୍ତି ନେବାକୁ ସ୍ଥିର କଲି | ଅର୍ଜ୍ଜୁନ ବାବଦରେ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କୁ ଜଣେଇଲି | ପ୍ରକାରାନ୍ତରେ ଅର୍ଜ୍ଜୁନର ଦାୟିତ୍ୱ ମୋ କାନ୍ଧରୁ ମୁଁ ହଟେଇଦେଲି | 

ଅର୍ଜ୍ଜୁନ ବାବଦରେ ଏହି ଭଳି ଏକ ନିଷ୍ପତ୍ତି ନେଇ ମୁଁ ମଧ୍ୟ ଖୁସି ନଥିଲି | କିନ୍ତୁ କ’ଣ ବା’ ମୁଁ କରି ପାରିଥାଆନ୍ତି ? ପଲ୍ଲୀସଭାର ସୁପାରିଶକୁ ବଦଳେଇବାର କିମ୍ବା  ପଲ୍ଲୀସଭା ବିବରଣୀକୁ ରଦ୍ଦ କରିଦେବାର କ୍ଷମତା ମୋତେ ଦେଇନଥିଲେ ସରକାର | ଅର୍ଜ୍ଜୁନ ପ୍ରତି ହେଇଥିବା ଅନ୍ୟାୟକୁ ହୃଦୟଙ୍ଗମ କରୁଥିଲେ ମଧ୍ୟ ତାକୁ ନ୍ୟାୟ ଦେବା ପଇଁ ଯେଉଁ ପ୍ରଶାସନିକ କ୍ଷମତାର ଆବଶ୍ୟକତା ଥିଲା ତାହା ମୋ ପାଖରେ ନ୍ୟସ୍ତ ନଥିଲା |

ମୁଁ ଜାଣି ପାରୁଥିଲି ଏହି କଥାକୁ ନେଇ ମୋତେ ଲୋକ ମାନେ ବ୍ୟଙ୍ଗ କରିବାକୁ ଆରମ୍ଭ  କରିସାରିଥିଲେ | ଏହା ଯେ ମୋ କ୍ଷେତ୍ରରେ ଘଟିଲା ତା ନୁହେଁ , ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀ ଯେଉଁମାନେ ତଳ ସ୍ତରରେ କାମ କରୁଛନ୍ତି ସମସ୍ତଙ୍କର ଅବସ୍ଥା ପ୍ରାୟତଃ ଏଇଆ | ଅନେକ ମତ ଦିଅନ୍ତି ଯେ ସରକରୀ ନୀତି ନିୟମ ତଳସ୍ତରରେ ଠିକ୍‌ ଭାବେ ବାବୁମାନେ ପାଳନ କରୁନଥିବାରୁ ଅର୍ଜ୍ଜୁନ ଭଳି ଗରୀବଗୁରୁବା ଲୋକମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଇଯାଉଛନ୍ତି | ମୁଁ କହିବି ଏହି ଭଳି ଏକ ବକ୍ତବ୍ୟକୁ ସାର୍ବଜନୀନ ଭାବେ କହିଦେବା ଠିକ୍‌ ନୁହେଁ |

ଏହା ଫଳରେ ଯେଉଁ ଅଧିକାରୀ ବୃନ୍ଦ ସଚ୍ଚୋଟତାର ସହିତ ନିମ୍ନସ୍ତରରେ କାମ  କରୁଛନ୍ତି ସେମାନଙ୍କର ମନୋବଳ ଭାଙ୍ଗିଯିବ| ଯେଉଁ ବରିଷ୍ଠ ଅଧିକାରୀ ମାନେ ସରକାର ସ୍ତରରେ କାର୍ଯ୍ୟରତ ସେମାନେ ଯେତେବେଳେ ତଳ ସ୍ତରରେ କାମ କରୁଥିଲେ ନିଶ୍ଚୟ  ଏହିଭଳି ଅନେକ ଧର୍ମ ସଂକଟର ସମ୍ମୁଖିନ ହୋଇଥିବେ | ସେହିମାନେ ସରକାରୀ ନିର୍ଦ୍ଦେଶନାମା ନିର୍ଗମନ ସମୟରେ ଯତ୍ନବାନ ହେଲେ ଏହି  ଭଳି ପରିସ୍ଥିତି ଉପୁଜନ୍ତା ନାହିଁ | ତଳ ସ୍ତରର ପ୍ରଶାସନିକ ଅଧିକାରୀ ମାନେ ନିଜସ୍ୱ ନିଷ୍ପତ୍ତି ନେବାର କ୍ଷମତା ପାଇଲେ ଅର୍ଜ୍ଜୁନ ଭଳି ଅନେକ ଦୁଃଖିରଙ୍କି ଲୋକ ଯିଏ ସରକାରୀ ସାହାଯ୍ୟ ପାଇଁ ଅପେକ୍ଷା କରିଛନ୍ତି ସେମାନେ ଉପକୃତ ହୋଇପାରନ୍ତେ |

ଏ ଭିତରେ ମାସେ ସମୟ ଗଡି ଗଲାଣି | ଜିଲ୍ଲାପାଳ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ ଅର୍ଜ୍ଜୁନକୁ ମନେ ରଖି ପାରି ନହାନ୍ତି |  ସେ ବା କଣ କରି ପାରିବେ |  ସବୁଦିନ କେହି ନା କେହି ଜଣେ  ଅତି ବିଶିଷ୍ଟ ଲୋକ ଜିଲ୍ଲାକୁ ଗସ୍ତରେ ଆସି ଯାଉଛନ୍ତି | ସରକାରୀ ଆଦବ କାଇଦା ଭିତରେ ସେମାନଙ୍କୁ ଆତିଥ୍ୟ ଯୋଗାଇନଦେଲେ ତାର ପରାଭବ ଯେ ଜିଲ୍ଲାପାଳଙ୍କୁ ଭୋଗିବାକୁ ପଡିବ ସେ କଥା ସର୍ବଦା ସ୍ୱୀକାର କରିବାକୁ ପଡିବ | ଯାହେଉ ପଛେ ମୁଁ ଜିଲ୍ଲାପାଳଙ୍କୁ ଅର୍ଜ୍ଜୁନ ବିଷୟରେ ମନେ ପକେଇଦେବାକୁ ସ୍ଥିର କଲି | 

ମୁଁ ଅର୍ଜ୍ଜୁନ ବିଷୟରେ ଜିଲ୍ଲାପାଳଙ୍କୁ ମନେ ପକେଇ ଦେବାଟିକୁ ସେ ପସନ୍ଦ କରିନଥିଲେ | ତାଙ୍କର ବକ୍ତବ୍ୟ ଥିଲା ମୁଁ  ନିଜ ଦାୟିତ୍ୱ ତୁଲାଇବାରେ ଅଧିକ ଧ୍ୟାନ ଦେବା ଉଚିତ୍‌ | କୌଣସି ବିଷୟରେ ମାତ୍ରାଧିକ୍ୟ ବ୍ୟକ୍ତିଗତ ଦୃଷ୍ଟି ମୋ ଭଳି ଜଣେ ଅଧିକାରୀ ପକ୍ଷରେ ଆଦୌ ସ୍ପୃହଣୀୟ ନୁହେଁ | ମୁଁ ବାଧ୍ୟ ହେଲି ଚୁପ ହେଇଯିବାକୁ |

ଅର୍ଜ୍ଜୁନ କିନ୍ତୁ ସବୁ ଦିନ ଆସୁଥିଲା ମୋ ପାଖକୁ ଜାଣିବା ପାଇଁ କି ତା’ ବିଷୟରେ ମୁଁ କଣ ନିଷ୍ପତ୍ତି ନେଲି | ମୁଁ ତାକୁ ଅନ୍ୟ କଥା କହି ତାର ମୌଳିକ ପ୍ରଶ୍ନ ଠାରୁ ଜାଣିଶୁଣି ଦୂରେଇ ରହୁଥିଲି | ମୋର ଏ ବିବଶତା ମୋର ଜଣେ ସହକର୍ମୀ ପରଖି ନେଇଥିଲେ | ସେ  ଦିନେ ଅର୍ଜ୍ଜୁନକୁ ଡାକି ନେଇ କହିଲେ ସାଇବ ତୋ ବିଷୟରେ ଜିଲ୍ଲାପାଳଙ୍କୁ ଜଣେଇଛନ୍ତି | ସେପଟୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ତୋ କଥା ବିଚାର ହେବ | ସରକାରୀ ବାବୁ୍ମାନଙ୍କୁ ଭଗବାନ  ରୂପେ ବିବେଚନା କରୁଥିବା ବିଚରା ଅର୍ଜ୍ଜୁନ ମୋ ସହକର୍ମୀଙ୍କର କଥାକୁ କିଛି ବୁଝିନପାରିଥିଲେ ବି ଚୁପ୍‌ଚାପ୍‌ ଚାଲି ଯାଇଥିଲା  ସେ ଦିନ  | ସେଦିନୁ ଅର୍ଜ୍ଜୁନ ଆଉ ଆସିନି ଅଫିସକୁ |

ଏହାର ପ୍ରାୟ ମାସକ ପରେ ଜିଲ୍ଲପାଳଙ୍କର କାର୍ଯ୍ୟାଳୟରୁ ଖଣ୍ଡେ ଚିଠି ମିଳିଲା ଯେଉଁଥିରେ ଜିଲ୍ଲାପାଳଙ୍କ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଜ୍ଜୁନର ଆର୍ଥିକ ସ୍ଥିତି ଓ ତାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ଏକ ତାଲିକା ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ଅନୁରୋଧ କରିଥିଲେ | ଚିଠିଟି ପଢି ସାରିଲା ପରେ ମୁଁ ବୁଝିଲି ଯେ ପୂର୍ବରୁ ଅର୍ଜ୍ଜୁନ ସମ୍ବନ୍ଧରେ ମୁଁ ପଠାଇଥିବା  ବିବରଣୀ ହୁଏତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ଗ୍ରହଣୀୟ ହେଲାନି ଅଥବା ବିଚାର ପ୍ରକ୍ରିୟାରେ ହୋଇଥିବା ଆପାତତଃ ବିଳମ୍ବକୁ ଘୋଡାଇଦେବାର ଏକ ପ୍ରୟାସ କରାଯାଇଛି |

ଅର୍ଜ୍ଜୁନ ନାମରେ କେତେ ମାତ୍ରାରେ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ତାହାର ଏକ ତାଲିକା ପ୍ରଚଳିତ ଆଇନ ମୁତାବକ  କେବଳ ସ୍ଥାନୀୟ ତହସିଲଦାର ହିଁ ଦେଇପାରିବେ | ମୁଁ  ଅଧିକ ବିଳମ୍ବ ନକରି ସ୍ଥାନୀୟ ତହସିଲଦାରଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କଲି ଏବଂ ତାଙ୍କ ଠାରୁ ଉତ୍ତର ଆସିବାପରେ  ମୁଁ କେତେଜଣ ସହକର୍ମୀଙ୍କୁ ସାଙ୍ଗରେ ଧରି ପରଦିନ ଅର୍ଜ୍ଜୁନର ଗାଁକୁ ଗଲି |

ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଆର୍ଜ୍ଜୁନ ଗାଁରେ ନଥିଲା ସେଦିନ| ଗ୍ରାମବାସୀ ସେଦିନ ଅର୍ଜ୍ଜୁନର ଦଶାହ କର୍ଯ୍ୟରେ ବ୍ୟସ୍ତ ରହିଥିଲେ |

 

(ସମାପ୍ତ)

 


Rate this content
Log in