Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିଚୟ
ପରିଚୟ
★★★★★

© Bikesh Sahu

Inspirational

7 Minutes   7.2K    15


Content Ranking

କଳା ଝିମ ଝିମ ସେଇ ଅମାବାସ୍ୟା ରାତିଟା ସତରେ କେତେ ଭୟାନକ ଲାଗୁଥିଲା ।ଚାଇଆଡ଼େ ସୁନସାନ କେହି କୋଉଠି ଦେଖାଯାଉ ନ ଥାନ୍ତି ।ଏପଟେ ବନ୍ୟ ଜୀବଜନ୍ତୁ ମାନଙ୍କର ଛାତି ଥରା ଆବାଜ ସହ ତାଳ ମିଳାଉ ଥାଏ ଝିଙ୍କାରୀର ଝଙ୍କାର ।କେତେବେଳେ ଘାସ ବୁଦା ଭିତର ସରସାର କରି ଉଠୁଥାଏ ତ ଆଉ କେତେବେଳେ ପବନରେ ଦୋହଲୁ ଥିବା ଗଛର ପତ୍ର ଆଉ ଗୋଟିଏ ପତ୍ର ସହ ଘଷି ହୋଇ ଭୟର ତାଣ୍ଡବ ସୃଷ୍ଟି କରୁଥାଏ।ଏପଟେ ସୁଲୁସୁଲିଆ ପବନରେ ଦେହଟାଶୀତେଇ ଉଠୁଥାଏ । ଆଉ ଠିକ ଏତିକି ବେଳେ ଅନତି ଦୂରରେ ହଟାତ ନିଆ ଜଳିବାରେ ଲାଗିଲା ।ହୁଦୁହୁଦୁ ନିଆଁ ର ଶବ୍ଦ ରେ ସାରା ଜଙ୍ଗଲ ଟା ପ୍ରକମ୍ପିତ ହୋଇ ଉଠୁଥାଏ ।ହଟାତ ସେଇ ନିଆ ଭିତରୁ ଗୋଟେ ମୁଣ୍ଡ ନ ଥିବା ମଣିଷ ଶରୀରଧାରୀ ଜୀବ ବାହାରି ଜୋର ରେ ସାମନ୍ତ ବାବୁ ଙ୍କ ଆଡକୁ ମାଡ଼ି ଆସୁଛି ।ତା ହାତରେ ଦୁଇହାତ ଲମ୍ବର ଗୋଟିଏ ତଲବାର ।ଶାମନ୍ତ ବାବୁ ନର୍ଜୀବ ଟେ ପରି ଠିଆ ହୋଇଥାନ୍ତି । ହଟାତ ସେଇ ଭିନ୍ନ ମୁଣ୍ଡ ନ ଥିବା ମଣିଷ ଶାମନ୍ତ ବାବୁ ଙ୍କ ପାଖକୁ ଆସି ତାଙ୍କ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେଇଛି .........

ସାମନ୍ତ ବାବୁ ଚମକି ପଡି ସାଙ୍ଗେ ସାଙ୍ଗେ ଉଠିପଡିଛନ୍ତି ।ତାଙ୍କ ନିଦ ଭାଙ୍ଗିଯାଇଛି ।ମୁଣ୍ଡ ଟାକୁ ଭଲରେ ହାତରେ ଅଣ୍ଡାଳିଛନ୍ତି ପୁଣି ଭୟରେ ଦେହ ହାତ ଥରୁଥାଏ ।ଲାଇଟ ଟା ଅନ କରି ଟେବୁଲ ଉପରେ ଥୁଆ ହୋଇ ଥିବା ଗ୍ଲାସେ ପାଣିକୁ ଏକା ନିଶ୍ୱାସରେ ପିଇଯାଇ କିଛି ସମୟ ଆରାମ ଚେୟାର ରେ ବସି ଯାଇଛନ୍ତି ।ଏପଟେ ତାଙ୍କ ଘରଣୀ ସାରଦା ଦେବୀ ନିଘୋଡ଼ ନିଦରେ ଶୋଇଯାଇଛନ୍ତି ।କିଛି ସମୟ ଗଲାପରେ କାନ୍ଥ ଘଣ୍ଟାଟା ରାତ୍ରି 12 ଟା ହେବାର ସୂଚନା ଦେଇ ବାଜିଉଠିଲା ।କିନ୍ତୁ ସାମନ୍ତ ବାବୁ ଙ୍କୁ ଆଉ ନିଦ ହେଉନଥାଏ ବାବା ରେ କେଡେ ଭୟାନକ ସ୍ୱପ୍ନ ।ଭାବିଦେଲେ ଦେହ ଶୀତେଇ ଉଠୁଥାଏ ।ଏମିତି କିଛିସମୟ ଗଲାପରେ ସେଇ ମଧ୍ୟରାତ୍ରିର ନୀରବତା କୁ ଭଙ୍ଗ କରି ଗୁଣୁଗୁଣୁ ହୋଇ ଭାଷି ଆସୁଥାଏ ଅସ୍ପଷ୍ଟ ସ୍ୱର ।ସାମନ୍ତ ବାବୁ ଟିକିଏ ଉତଣ୍ଠିତ ହୋଇ ଶବ୍ଦ ଗୁଡିକୁ ଶୁଣିବା ପରେ ଜାଣିପାରିଲେ ସେ ହେଉଛି ମଣିଷର ସ୍ୱର ।ଆଉ ତାକୁ ଆବିଷ୍କାର କରିବା ପାଇଁ ସେଇ ଶବ୍ଦ ଭାଷି ଆସୁଥିବା ସ୍ଥାନ ଆଡକୁ ଆଗେଇ ଚାଲିଥାନ୍ତି ।ଶେଷ କୁ ଯାଇ ଦେଖିଲେ ସେଇ ଶବ୍ଦ ପ୍ରଶାନ୍ତର ଶୋଇବା ଘରରୁ ଆସୁଛି ।ସାମନ୍ତ ବାବୁ ଟିକିଏ ବିସ୍ମିତ ହୋଇ ପାଖକୁ ଯାଇ ଝରକା ବାଟେ ଦେଖନ୍ତି ତ ପ୍ରଶାନ୍ତ ଏ ପର୍ଯ୍ୟନ୍ତ ଶୋଇନାହିଁ ।ପୁଣି ଫୋନଟା କୁ କାନ ରେ ଦେଇ କାହାସହ ଗପୁଛି । ଏଇ ସବୁ ଦେଖିଲା ପରେ ସାମନ୍ତ ବାବୁ କିଛି ସମୟ ନିରବ ହୋଇ ସେଇଠୁ ପୁଣି ନିଜ ଶୟନ କକ୍ଷକୁ ଚାଲିଗଲେ ।ଏଇ ସବୁ ଘଟଣା ତାଙ୍କ ମନରେ ଗଭୀର ପ୍ରଭାବ ଆଣି ଦେଇ ଥାଏ।ପ୍ରଶାନ୍ତ କୁ ନେଇ ମନରେ ଅନେକ ଗୁଡିଏ ସନ୍ଦେହ ତାଙ୍କୁ ବ୍ୟତିବ୍ୟସ୍ତ କରିପକାଉଥାଏ ।ତାଙ୍କ ମନରେ ଦୃଶ୍ୟ ଟା ହଜମ ହେଉ ନ ଥାଏ ।ଏତିକି ରାତ୍ରି ଯାଏ କାହାସହ ଗପୁଛି ତା ପୁଣି ଏତେ ଅସ୍ପଷ୍ଟ ଓ ଧୀର ସ୍ୱର ରେ ।ଏଇତି ଅନେକ ପ୍ରଶ୍ନ ତାଙ୍କ ମନରେ ଜନ୍ମ ନେଇ ସାରି ଥାଏ ।ଆଗରୁ ବି ସେ ଅଫିସ ଯିବା ବେଳେ ସେଇ ମସଜିଦର ତଳ ସାହି କୁ କେହି ଜଣେ ସାଙ୍ଗ କୁ ଭେଟିବା କୁ ଯାଉଥିବା କଥା ସେ ଡ୍ରାଇଭର ଙ୍କ ଠାରୁ ଶୁଣିଥିଲେ ।ଏଇ ଦୁଇ ମାସର ଗାଁ ରହଣି ଭିତରେ ତାଙ୍କୁ କାହିଁକି କେଜାଣି ପ୍ରଶାନ୍ତର ହାବଭାବ ସବୁ ତାଙ୍କୁ ବଦଳିଲା ପରି ମନେହେଉଥାଏ ।ଯେତେ ଯାହା ହେଲେବି ସେ ତାଙ୍କ ଗୋଟିଏ ବୋଲି ପୁଅ । ସବୁ ବେଳେ ତା ପାଇଁ ସାମନ୍ତ ବାବୁ ଙ୍କ ଚିନ୍ତା। କେତେ ଦାନ ଧର୍ମ ପରେ ସେ ପୁଅଟିଏ ପାଇଛନ୍ତି ।ସେ ପୁଣି ଏଇ ବଳିଆର ସିଂହ ପରିବାର ର ଉତ୍ତର ଦାୟାଦ ।ସେ ଯଦି କିଛି ଓଲଟ ପାଲଟ କରି ଦିଏ ତା ହେଲେ ଏ ଖାନଦାନର ଇଜ୍ଜତ ସବୁ ମାଟିରେ ମିଶିଯିବ ।ସେ କଣ ଆଉ ମୁଣ୍ଡ ଟେକି ବାଟ ଚାଲିପାରିବେ ।ଆଜକୁ ପଚାଶ ବର୍ଷ ହେଇଗଲା ଏ ଯାଏ ତାଙ୍କ ଉପରେ କଳଙ୍କର ଛାଇ ବି ପଡ଼ିପାରିନାହିଁ ।ଜଣେ ସଚ୍ଚୋଟ ନାମଜାଦା ମଣିଷ ଭାବେ ଏ ସହର କାହିଁକି ଆଖ ପାଖ ପଚାଶ ଖଣ୍ଡ ଗାଁ ର ଆବାଲ ବୃଦ୍ଧ ବନିତା ଜାଣନ୍ତି ।ଯେ କୌଣସି ସ୍ଥାନରେ ଯେ କୌଣସି ଧର୍ମ କାର୍ଯ୍ୟ ପୂଜା ,ପାର୍ବଣ,ଯଜ୍ଞ ଯାହାବି ହେଉ ତାଙ୍କୁ ନ ଡାକିଲେ ତାହା ସମ୍ପନ୍ନ ହୁଏନି ।ଜଣେ ଏମିତି ବ୍ୟକ୍ତିତ୍ୱ ସେ ।ନିଜ ଧର୍ମ କୁ ଛାଡି ଦେଲେ ଅନ୍ୟ କୌଣସି ଧର୍ମ ର ଲୋକ ଙ୍କୁ ସେ ପସନ୍ଦ କରନ୍ତି ନି ।ବଂର ଭରିରହିଛି ତାଙ୍କ ମନରେ କେବଳ ଘୃଣା ।ସେମାନଙ୍କ ପାଖ ମାଡିବା ତ ଦୂରର କଥା ସେ ମାନଙ୍କ ଛାଇ ଟିକିଏ ପଡିଲେ ବି ସେ ଗୋବର ପାଣି ପିଇ ଗଙ୍ଗା ନଦୀ ଜଳ ମିଶ୍ରିତ ପାଣିରେ ଗାଧୋଉଥିଲେ ।ଯଦି ତାଙ୍କ ପୁଅ ଏମିତି କିଛି ଭୁଲ କରିଦିଏ ତା ହେଲେ କଣ ଏଇ ମାନ ସମ୍ମାନ ତାଙ୍କ ରହିବ ।ଏମିତି ଅନେକ କିଛି ଭାବିଲେ ।ଆଉ ଭାବୁ ଭାବୁ କେତେବେଳେ ଯେ ନିଦ ଆସିଗଲା ସେଇ ଆରାମ ଚେୟାର ଉପରେ ସେ ଜାଣିପାରିଲେ ନାହିଁ ।

     ସକାଳ ହେଇଛି ।ଧୀରେ ଧୀରେ ପୃଥିବୀ ପୃଷ୍ଟ ରୁ ବିଦାୟ ନେଇଛନ୍ତି ନିଦ୍ରା ଦେବୀ ।ପୂର୍ବ ଆକାଶରେ ନୂତନ ଚିନ୍ତା ଓ ଚେତନା ନେଇ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଦେଇଥାନ୍ତି ସୂର୍ଯ୍ୟ ଦେବତା ।ତା ସଙ୍ଗରେ ମୁଖରିତ ହେଇ ଉଠୁଥାଏ ପକ୍ଷୀ ମାନଙ୍କର କଲରବ ।ସାରଦା ଦେବୀ ଉଠିପଡ଼ି ଦେଖନ୍ତି ସାମନ୍ତ ବାବୁ ଶେଜ ଉପରେ ନାହାନ୍ତି ।ସେ ଟିକିଏ ବିସ୍ମିତ ହୋଇ ଦେଖନ୍ତି ଆରାମ ଚେୟାର ଉପରେ ସେ ଶୋଇପଡିଛନ୍ତି ।ତାଙ୍କୁ ମଧ୍ୟ ଉଠେଇ ଦେଇଛନ୍ତି ।ସାମନ୍ତ ବାବୁ ଉଠି ପଡି ଚେୟାର ଉପରେ ନିଜକୁ ଦେଖି ଚମକି ପଡିଛନ୍ତି ।ସଂଗେ ସଂଗେ ଉଠିପଡ଼ି ନିତ୍ୟକର୍ମ ସାରି ବାହାରି ପଡିଛନ୍ତି ଡେଲି ମାର୍କେଟ ଆଡକୁ ।ଏପଟେ ସାରଦା ଦେବୀ ନିତ୍ୟକର୍ମ ସାରି ଚା' କପ ଧରି ପ୍ରଶାନ୍ତ ବେଡ଼ରୁମ କୁ ଯାଇ ଦେଖନ୍ତି ସେ ନିଘୋଡ଼ ନିଦରେ ଶୋଇ ଯାଇଛି ।ଚା'କପ ଟେବୁଲ ଉପରେ ରଖିଦେଇ ।ତାକୁ ଉଠେଇ ଦେଇ ସକାଳ ଜଳଖିଆ ତିଆରିରେ ଲାଗିପଡ଼ିଥାନ୍ତି ।ଏପଟେ ପ୍ରଶାନ୍ତ ଉଠିପଡ଼ି ନିତ୍ୟକର୍ମ ସାରି ସମ୍ପୂର୍ଣ ପ୍ରସ୍ତୁତ ହେଇ ଖାଇବା ଟେବୁଲ ରେ ଆସି ପହଂଚି ଯାଇଛି ।ସାରଦା ଦେବୀ ତାକୁ ଜଳଖିଆ ବାଢି ଦେଇ ପଚାରିଲେ -"କୁଆଡେ ଯାଉଛୁ କିରେ ନୂଆ ପୋଷାକ ପିନ୍ଧିଛୁ ଯେ ? " ମା ଙ୍କ ପ୍ରଶ୍ନ ଶୁଣି ପ୍ରଶାନ୍ତ ଟିକିଏ ନିରବ ରହିଲା ପରେ ସାଙ୍ଗ ମାନଙ୍କ ସହ ବୁଲିବାକୁ କହିଦେଇ ।କିଛି ପଇସା ଦେବାପାଇଁ କହିଛି ।ସାରଦା ଦେବୀ ଶୋଇବା ଘରୁ କିଛି ଟଙ୍କା ଆଣି ଖାଇବା ଟେବୁଲ ଉପରେ ରଖିଦେଇ ନିଜ କାମରେ ପୁଣି ଲାଗି ପଡିଲେ ।ପ୍ରଶାନ୍ତ ଶୀଘ୍ର ଶୀଘ୍ର ଖାଇ ଦେଇ ତରତର ହେଇ ବାହାରି ପଡ଼ିଲା ।ଯଦି ବାପା ଦେଖି ଦେବେ ତା ହେଲେ ଏଇନେ ପ୍ରଶ୍ନ ର୍ ପାହାଡ଼ ଠିଆ କରିଦେବେ ।ଆଉ କଣ ବା ସେ କହିବ ବାପାଙ୍କୁ ।ଆଜକୁ 22 ବର୍ଷ ହେଇଗଲାଣି ତଥାପି ବାପାଙ୍କ ପ୍ରତି ଥିବା ଭୟ ଏ ଯାଏ ମନରୁ ଯାଇନି ।

   ଏପଟେ ସାମନ୍ତ ବାବୁ ମାର୍କେଟ ରୁ ଫେରି ଆସି ଖାଇବା ଟେବୁଲ ଉପରେ ବସି ପଡିଲେ କିଛି ସମୟ ନିରବ ହୋଇ ।ପ୍ରଶାନ୍ତର ସାହସ ପାଉନ ଥାଏ ବାପା ଙ୍କୁ କହିବା ପାଇଁ ।କିଛି ସମୟ ଗଲା ପରେ ସାମନ୍ତ ବାବୁ ପ୍ରଶାନ୍ତ କୁ କହିଲେ -"ନାଇ ରେ କୁଆଡେ ବହାରିଛୁ କି ?ଏତେ ସକାଳୁ ସକାଳୁ....।ସାମନ୍ତ ବାବୁଙ୍କ ପ୍ରଶ୍ନ ଶୁଣି ପ୍ରଶାନ୍ତ ଟିକିଏ ଖନେଇ ଯାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଉଛି କହି ଉଠି ପଡିଛି ଖାଇବା ଟେବୁଲ ରୁ ।ଆଜି ପୁଣି କୁଆଡେ ବୁଲିବାକୁ ଯାଉଛୁ ଅଫିସ ଯିବୁନି କି ?ଆଜିପରା ବିଲ ଦେବାର ଥିଲା ତୋର ।ସାମନ୍ତ ବାବୁ ପୁଣି ଥରେ ପଚାରିଲେ ।ଏତିକି ବେଳେ ପ୍ରଶାନ୍ତ ଘରୁ ବାହାରି ସାରିଥାଏ ।ଅଟୋ ଟିଏ କହି ପହଂଚି ଗଲା ସେଇ ରାମ ମନ୍ଦିର ପାଖରେ ।ଆଜି ଆନିସା ସହ ତାର ବାହାଘର ।କେମିତି ବା ବାପାଙ୍କୁ କହିଥାନ୍ତା ସେ ଗୋଟେ ମୁସଲମାନ ଝିଅ କୁ ବିବାହ କରୁଛି ।ଯେଉଁଥି ପାଇଁ ତାକୁ ବୁଲିଯିବା ବାହାନା କରିବାକୁ ପଡିଲା ।ପୁଣି ବାପା କେବେବି ତାଙ୍କୁ ସ୍ୱୀକାର କରିନ ଥାନ୍ତେ।ତେଣୁ ବାଧ୍ୟ ହୋଇ ତାକୁ ମନ୍ଦିର ରେ ବିବାହ କରିବାର ଆୟୋଜନ କରିବା କୁ ପଡିଲା।ଯାହାକୁ ଦୀର୍ଘ ପାଞ୍ଚ ବର୍ଷ ଧରି ପ୍ରେମ କରୁଛି କେମିତି ବା ତାକୁ ଆଉ କାହା ହାତରେ ଟେକିଦେଵ ।ସେଇ ସାହସ ତାର ନ ଥିଲା ।ମା ବାପା ଛେଉଣ୍ଡ ଆନିସା ବି ପ୍ରଶାନ୍ତ କୁ ନିଜ ଜୀବନ ଭାବି ନେଇଛି । ଏପଟେ ତା ସାଙ୍ଗ ବସନ୍ତ ବାହାଘର ପାଇଁ ସବୁ ପ୍ରସ୍ତୁତି କରିଦେଇଥିଲା ।ଠିକ ସମୟରେ ବାହା ସମ୍ପୂର୍ଣ ହେଲା ।ପ୍ରଶାନ୍ତ ଓ ଆନିସା ସବୁଦିନ ପାଇଁ ଗୋଟିଏ ଆତ୍ମା ହେଇ ଗଲେ ।ପ୍ରଶାନ୍ତ ଘର କୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲା କିନ୍ତୁ ଆନିସା ତାକୁ ବାଧ୍ୟ କଲା ।ବାପା ମା ଙ୍କ ଆଶୀର୍ବାଦ ନେବାପାଇଁ ।ଜନ୍ମ ଦିନରୁ ମାଆଁ ବାପର ସ୍ନେହ କ'ଣ ଜାଣିନି ।ଆଉ ଭାଗବାନ ଆଜି ଯେତେବେଳେ ତା ଡାକ ଶୁଣିଛନ୍ତି କେମିତିବା ହାତ ଛଡା କରିବ ।

     ଶେଷରେ ଦୁହେଁ ଘରେ ପହଁଚିଲେ ।ଏପଟେ ସାମନ୍ତ ବାବୁ ବଗିଚାରେ ପାଣି ଦେଉଥାନ୍ତି ।ପ୍ରଶାନ୍ତ କୁ ବର ବେଶରେ ଦେଖି ସେ ଚମକି ପଡିଲେ ।ପାଣି ପାଇପଟାକୁ ଛାଡ଼ିଦେଇ ସେ ଦଉଡି ଆସିଲେ ଫାଟକ ପାଖକୁ । ବାପା ଙ୍କୁ ଦେଖି ପ୍ରଶାନ୍ତ ଓ ଆନିସା ପାଦ ଛୁଇଁ ପ୍ରଣାମ କଲେ ।ସାମନ୍ତ ବାବୁ କିଛି ବୁଝି ପାରୁ ନ ଥାନ୍ତି ।ଏହାପରେ ପ୍ରଶାନ୍ତ ସବୁ କଥା ଖୋଲିକି ତାଙ୍କ ଆଗରେ କହିଦେଲେ ।ଆନିସା ଜଣେ ମୁସଲମାନ ,ଜାଣିବା ପରେ ସାମନ୍ତ ବାବୁ ସମ୍ପୂର୍ଣ୍ଣ ଭାବେ ରାଗିଗଲେ ।ଆଉ ଦୁଇ ଜଣଙ୍କୁ ସେଇଠୁ ତଡି ଦେଲେ ।ପ୍ରଶାନ୍ତ ବାପା ଙ୍କୁ ବହୁତ ବୁଝାଇଲା ହେଲେ ସେ ବୁଝିଲେ ନି ।ସେହି କ୍ଷଣି ବାପ ପୁଅ ର ସମ୍ପର୍କ ସବୁଦିନ ପାଇଁ ତୁଟେଇ ଦେଲେ ସାମନ୍ତ ବାବୁ ।ସଂଗେ ସଂଗେ ଫାଟକ ଟା କୁ ବନ୍ଦ କରିଦେଇ ଘର ଭିତର କୁ ଚାଲି ଆସିଲେ ।କଣ ବା ଆଉ କରନ୍ତା ପ୍ରଶାନ୍ତ ।ସେଇଠୁ ସେ ମାନେ ଚାଲି ଯାଇ ଅନ୍ୟଏକ ସହର ରେ ପ୍ରଶାନ୍ତ ର ଜଣେ ସାଙ୍ଗ ପାଖରେ କିଛି ଦିନ ରହିଲେ ।ସେଇଠି ଗୋଟେ ଘର ଭଡାରେ ନେଇ ପ୍ରଶାନ୍ତ ଛୋଟିଆ ଚାକିରୀ ଟିଏ ଠିକ କଲା ।ଭାଗ୍ୟ କୁ ଚାକିରୀ ଟିଏ ବି ମିଳିଗଲା ।ସେମିତି ସୁଖ ରେ ଦୁଃଖରେ ଦୁହେଁ ଆରାମ ରେ ରହୁଥିଲେ।

ଗୋଟିଏ ବର୍ଷ ପରେ.....

 ପ୍ରଶାନ୍ତ ଓ ଆନିସାର ବିବାହ କୁ ଗୋଟିଏ ବର୍ଷ ବିତି ସାରିଥାଏ । ଧୀରେ ଧୀରେ ପ୍ରଶାନ୍ତର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହେଇ ସାରିଥାଏ ।ଆଉ ଆନିସା କୋଲରେ ଆସି ସାରିଥିଲା ତାଙ୍କର ସମ୍ପର୍କର ପ୍ରଥମ ସଂକେତ ।ଘର ଟା କୁଆଁ କୁଆଁ ଶବ୍ଦ ରେ ପୁରି ଉଠୁଥିଲା ।ତାରି ମୁହଁ କୁ ଦେଖି ସେ ମାନେ ଆରାମ ରେ ବଂଚି ଯାଉଥିଲେ ।

   ସେମିତି ଗୋଟେ ଦିନର କଥା ବସନ୍ତର ବାହାଘର ପାଇଁ ପ୍ରଶାନ୍ତ ଓ ଆନିସା ସହ ତାଙ୍କ ନବଜାତ ପୁଅ ମିଶି ବସନ୍ତ ରହୁଥିବା ତାଙ୍କ ସେଇ ସହରକୁ ଆସିଥାନ୍ତି ।ଗୋଟେ ବର୍ଷ ପରେ ନିଜ ସହର କୁ ଫେରି ସେମାନେ ବହୁତ ଖୁସିଥିଲେ ।ଏଇ ଗୋଟିଏ ବର୍ଷ ଭିତରେ ସବୁ କିଛି ଯେମିତି ବଦଳି ଯାଇଥାଏ ।ବସ ଷ୍ଟେସନ ରୁ ଓହ୍ଲେଇ ଗୋଟେ ଅଟୋ ରେ ସେମାନେ ହସଖୁସିରେ ଆସୁଥାନ୍ତି । କିନ୍ତୁ ଏତିକି ବେଳେ ଘଟି ଯାଇଛି ରାସ୍ତାରେ ଏକ ଦୁର୍ଘଟଣା ।ଯେଉଁଥିରେ ପ୍ରଶାନ୍ତ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛି ସେଇ ଦୁର୍ଘଟଣା ସ୍ଥାନରେ ।କିନ୍ତୁ ଆନିସାର ଶରୀର ରେ ଏ ଯାଏ ପ୍ରାଣ ଥିଲା ଆଉ ନିଜ ଜନ୍ମ କଲା ଛୁଆ କୁ ସେ ବଞ୍ଚେଇ ପାରିଛି । ସଂଗେ ସଂଗେ ସେମାନଙ୍କୁ ବଡ଼ଡାକ୍ତର ଖାନାରେ ଭର୍ତ୍ତି କରାଗଲା ।ଖବର ପାଇ ବସନ୍ତ ପହଂଚି ଗଲା ଡାକ୍ତରଖାନା ରେ ।ଶେଷରେ ଆନିସା ବି ସେଇ ଶିଶୁ ପୁତ୍ର ଟିକୁ ତା ଜେଜେ କୁ ଦେଇ ଦେବା ପାଇଁ କହି ସବୁ ଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛି ।ରହିଯାଇଛି ସେଇ ନିରୀହ ନିଷ୍ପାପ ଶିଶୁ ।ସେବା କି ପାପ କରି ଥିଲା ।ବସନ୍ତ ମୁଣ୍ଡରେ ଯେମିତି ବଜ୍ରପାତ ହେଲା ପରି ଗଡିପଡିଛି ସେଇଠି ।ନିଜକୁ ନିଜେ ଧିକ୍କାର କରିଛି ।

       ଶେଷରେ ଆଉ କଣ ବା କରନ୍ତା ।ପ୍ରଶାନ୍ତର ବାପା କୁ ଫୋନ କରିବା କୁ ତାର ସାହସ ହେଉ ନ ଥାଏ ।ତଥାପି ତାଙ୍କୁ ଫୋନ କରି ଆସିବାକୁ କହିଲା କିନ୍ତୁ ସେ ଫୋନ ଉଠେଇଲେ ନି ।କିଛି ସମୟ ଅପେକ୍ଷା କରି ଦୁଇ ଚାରିଜଣ ବନ୍ଧୁ ଙ୍କ ସହାୟତା ରେ ଦୁହିଁଙ୍କ ଅନ୍ତିମ ସଂସ୍କାର କରିଦେଇଛି । ସେଇଠୁ ଫେରିବା ପରେ ଆନିସା କହିବା ମୁତାବକ ସେଇ ଶିଶୁଟିକୁ ନେଇ ସାମନ୍ତ ବାବୁ ଙ୍କ ପାଖକୁ ଯାଇଛି ।ତାକୁ ସାହସ ହେଉନ ଥାଏ ।କ'ଣ କହିବ ,କେମିତି କହିବ କିଛି ବୁଝି ପାରୁନ ଥାଏ ।ଶେଷକୁ ସାହସ କରି ଭିତରକୁ ଯାଇଛି ।ଏତିକି ବେଳେ ସାମନ୍ତ ବାବୁ ଆରାମ ଚେୟାର ରେ ବସି ଚିନ୍ତାମଗ୍ନ ଅବସ୍ଥାରେ ଥାଆନ୍ତି ।ପୁଅ ଗଲାପରେ ଭାଙ୍ଗି ପଡିଛନ୍ତି ସତ ।ହେଲେ ଏ ଯାଏ ତାଙ୍କ ମନରୁ ଧର୍ମ ଧର୍ମ,ଜାତି ଜାତି ଭିତରେ ପାତର ଅନ୍ତର ମନରୁ ଯାଇନଥିଲା ।ବସନ୍ତ ଘର ଭିତରକୁ ଯାଇ ସାମନ୍ତ ବାବୁ ଙ୍କୁ ସବୁ କଥା କହି ଦେଇଛି ।କିନ୍ତୁ ଏବେ ବି ସେ ରାଜି ହୋଇ ନାହାନ୍ତି ସେଇ ଶିଶୁ ଟିକୁ ନିଜର କରିବାକୁ ।ସାରଦା ଦେବୀ ଏଇ ସବୁ ଶୁଣି ମର୍ମାହତ ହୋଇପଡିଛନ୍ତି ।ସେ ବା ଆଉ କଣ କରିପାରନ୍ତେ ।

   ଶେଷରେ ବସନ୍ତ ଆଉ କ'ଣ ବା କରନ୍ତା ସେଇ ଚଟାଣ ଉପରେ ଶିଶୁଟିକୁ ରଖିଦେଇ ଚାଲିଯାଇଛି । ଆଉ ସେଇ ଶିଶୁର କାନ୍ଦରେ ଥରି ଉଠୁଥାଏ ସେଇ ଘରର ସବୁ କାନ୍ଥ । ସତେକି ସେ ପରିଚୟ ମାଗୁଛି ମୋତେ କହି ପାରିବ ମୁଁ କେଉଁ ଧର୍ମର..? ଦେଇ ପାରିବ କି ମୋତେ ମୋ ପରିଚୟ..?ମୁଁ ହିନ୍ଦୁ ନା ମୁସଲମାନ..?କୁହ ମୋ ପ୍ରଶ୍ନର ଉତ୍ତର ଦିଅ....?????

ପରିଚୟ ଶିଶୁ ବାପା

Rate the content


Originality
Flow
Language
Cover design

Comments

Post

Some text some message..