Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ଭାବ୍ୟ ଅସୁବିଧା
ସମ୍ଭାବ୍ୟ ଅସୁବିଧା
★★★★★

© pratap nayak

Drama Tragedy

4 Minutes   7.0K    9


Content Ranking

ଚେଇଁ ଶୋଇବାର ଅଭିନୟ କରୁଥିଲା ତରୁ । ବିବେକ ଖଟ ଉପରେ ତା ପାଖରେ ବସି ଅପେକ୍ଷା କରୁଥିଲା ତରୁ ଉଠିବା ପର୍ଯ୍ୟନ୍ତ । ମଝିରେ ମଝିରେ ନିଦରୁ ଉଠେଇବାକୁ ଚେଷ୍ଟା କରୁଥିଲା ତରୁ ତରୁ ଡାକି ।

ଅନେକ ସମୟ ପରେ ତରୁ ନିଦ ମଳମଳ ଆଖିରେ ବିବେକର ଉପସ୍ଥିତି ନଯାଣିଲାପରି ପଚାରିଲା, ତମେ କେତେବେଳୁ ଆସିଲଣି ବିବେକ ?

ମାଗାଜିନ ଉପରେ ଆଖି ବୁଲୋଉ ବୁଲୋଉ ଉତ୍ତର ରଖିଲା ,ଅନେକ ବେଳୁ ! ଟିକେ ଅପେକ୍ଷା କର ମୁଁ ଫ୍ରେସ ହେଇ ଆସେ । ବାଥରୁମରୁ କବାଟ ଭିତରୁ ପଡିବାର ସମ୍ୟକ ଆବାଜ,ଏତେଦିନେ ବିବେକ ଧରା ଦେଇଛନ୍ତି ତା ଜାଲରେ,ବାହାରିବାର ସବୁ ବାଟ ବନ୍ଦ ।

ସମ୍ପୁର୍ଣ୍ଣ ପୋଷାକ ଖୋଲି ଦେଲା ତରୁ । ବାଥରୁମ ଆବଖ୍ୟ ଆଇନାରେ ନିଜକୁ ଥରେ ଭଲକି ଆଖି ପୁରେଇ ଦେଖିନେଲା । ଲୋଭ ହେଲା ତାର ନିଜ ଶରୀର ଉପରେ ,ତା ସୁଢଳ କଳା ଘୁମର ଆଖି ସତରେ ମୂନୀ ମନଲୋଭା । ଲମ୍ବା ବେଣୀ ଧାରମୁହଁ ତିଖ ନାକ ସରୁ ଓଠ ଉପର ଓଠର ଡାହାଣ କଡକୁ ଏକ ଛୋଟ କଳାଯାଇ ।

ହସି ଦେଲେ ଗୋରା ଗାଲରେ ଭଉଁରୀ ଖେଳେ ଠିକ ତାରକସି ଗୋଲ ରୂପା ମୁଦିପରି । ପୁରିଲା ପୁରିଲା ଛାତି ସରୁ ଅଣ୍ଟା ଆଉ ମାଂସାଳ ଜଂଘ । ବିବେକ ପରି କେତେ ପୁରୁଷ ବନ୍ଧୁଙ୍କୁ ଶଯ୍ୟା ସଂଗିନୀ କରିଛି ସେ , କାହା ଉପରେ ତରୁର ମନ ମାନିନୀ, ହେଲେ ଏହି ବିବେକଟା ଅନ୍ୟ ପୁରୁଷ ଠୁଁ ଅତ୍ୟନ୍ତ ନିଆରା , ସ୍ୱାଭିମାନୀ ବ୍ୟକ୍ତିତ୍ୱଟିଏ ।ସହଜେ ଫାସରେ ପକେଇ ହବନି ତାଙ୍କୁ । କେତେ କଷ୍ଟ ନକରିଛି ସିଏ ଏହି ବିବେକ ସହ ବନ୍ଧୁତ୍ୱ ବାନ୍ଧିବା ପାଇଁ,ତାଙ୍କ ଗାର୍ଲ ଫ୍ରେଣ୍ଡ ହବାକୁ ତାକୁ ଲାଗିଯାଇଛି ନିହାତି ବର୍ଷଟିଏ । ବେଳେ ବେଳେ ଡ୍ରିଙ୍କ ନବା ବିବେକର ସାମାନ୍ୟ ଦୋଷ ହେଇପାରେ । ସେହି ଡ୍ରିଂକ ଗଳାବାଟ ଦେଇ ବିବେକର ନିଭୃତ ସାମ୍ରାଜ୍ୟରେ ପଶିବାକୁ ଚେଷ୍ଟା କରିଛି ତରୁ । କିଛି କାଂସରେ ସଫଳ ହେଇଛି ମଧ୍ୟ । ଦିମାସ ତଳେ ନିଶା ମିଶେଇଛି ବିବେକ ଡ୍ରିଂକରେ । ତାପରେ ସେ ନିଜେ ନିଜେ ଅଯାଚିତ ଭାବରେ ଧରା ଦେଇଛି ବିବେକ ଫଲଗୁରେ ।

ସମାନ୍ୟ ସମାନ୍ୟ ଅବସ୍ଥା ପିଚ୍ଛିଳ ମନୋରମ ବିହଂଗ ବିଭାବରି ଧୂପକାଠୀ ଜଳେଇ ଶେଷ କରିବା ମୋହରେ ଛତ୍ରଭଂଗ ଦେଇଛି ବିବେକର ବିବେକ,ଅସୁମାରୀ ସାମୁଦ୍ରିକ ଢେଉ ବାଡେଇ ହୁଏ ଅଭିସାରିକାର ତନୁମନରେ ।ନିର୍ବାପିତ ଦୀପଶିଖା ପରି ଘୁମନ୍ତ ବାବାଜୀର ବାଜେଣୀ ଥରାଏ ଓଠ ଆଖି ,କପାଳରୁ ବହେ ଶ୍ରମଝାଳ,ବିବେକ ଦଂଶେନାତ ନିଜ ବିବେକ ଦଂଶିଯାଏ ତାଳୁରୁ ତଳିପା । କେବଳ ତରୁର ବିବେକ ଦରକାର ,ଯିଏ ତା ମନଆକାଶକୁ ଉଛନ୍ନ କରୁଛି ରାତିଦିନ ,ବିବେକ ବିବେକ ବିବେକ....।

ନିଶାର ଦ୍ୱାହିଦେଇ ସାରିଦେଲ ମୋ ମରମ ଘରର ଲାଜେଇ ସଂକୁଳ । ନିଶିଥର ମରୁପରେ ମୋ ସାଇତା ସରମ ଖିନଭିନ କଲ ପଶୁସମ ଆକଟ ନମାନି ମୋର ଲୁଟିଲ ସର୍ବସ୍ୱ। କାନ୍ଦି କାନ୍ଦି ଲୋଟିପଡୁଥିଲା ତରୁ ବିବେକ ଛାତିରେ । ଏତେବଡ ଭୁଲ ହେଇଗଲା । ବିଶ୍ୱାସ କରିପାରୁ ନଥିଲା ବିବେକ । ଗୋଟି ଗୋଟି ମନଅଛି କାଲି ରାତି କଥା ।ସେପରି କଛି ତ କରିନି ଯାହା ଅନୁଭବ ମୋର । ବିବେକ କେବେ ବିବେକହୀନ କାର୍ଯ୍ୟ କରିପାରେନା କିନ୍ତୁ ତରୁ ଯେ ଝିଅଟିଏ ,ମିଛ କଣ କେବେ କହିପାରେ ନିଜ ଇଜ୍ଜତ ନାମରେ । ସ୍ଥିରକଲା ନିଜକୁ ବୁଝେଇଲା ନିଜ ମନକୁ ଯଦି ଭୁଲ କରିଥିବ ତେବେ ପ୍ରାୟଶ୍ଚିତ ଯେ ନିଶ୍ଚିତ । ନିଜକୁ ବିଶ୍ୱାସ ହେଉନି ତାର ପାଦ ସ୍ଖଳନର ।

ସମୟ ଚକ୍ରରେ ମଳିନ ପଡିଲା ଇତିହାସ ବିବେକର,ଆଡଆଖିରେ ଚାହୁଁନି ତରୁକୁ ସେ ,ଯେତେ ଡ୍ରାମା ସବୁ ତରୁର ଅବଗତ ହେଉଛି ଧୀରେ ଧୀରେ ତରୁର କୁହୁକ ସାମ୍ରାର୍ଯ୍ୟ ନିଜକୁ ଦୂରୋଉଥିଲା ତରୁ ବେଷ୍ଠନୀରୁ ।

ମୋବାଇଲ ବାଜିଲା ...ତରୁର ନମ୍ବର ....ରିସିଭ କଲା ତରୁ କାନ୍ଦୁଛି ଅନ୍ତ ଫାଡି ତାର ସର୍ବସ୍ୱ ଲୁଟ କରିଛି ପଳାତକ ,ନଇ ମଝିରେ ଭସେଇ ଦେଇଛି ତାକୁ ,ସେ ଏବେ କୋଉ କୂଳର ହେବ.... ନାଁ ସେ ଏବେ ଅଭିଆଡି ନା ବିବାହିତା କିନ୍ତୁ ରକ୍ତ ବଢୁଛି ତାରି ଜଠରେ ହସିବ ନା କାଂଦିବ ସେ ରାଗିବ ନା ଅଭିମାନ କରିବ କୁଳ କିନାରା ପାଉନି ତରୁ ।ବଂଚିବାଟା ଯଦି ଦୁର୍ବିସହ ତେବେ ମରିବ କାହାକୁ ଦୋଷ ଦବନି ସେ । ବିବେକ ,ମଦ ନା ନିଜେ ସିଏ ତରୁ । ଦୋଷ ସେ କରିଛି ଦଣ୍ଡ ସିଏ ପାଇବ । ତା ପାଇଁ ଉପଯୁକ୍ତ ଦଣ୍ଡ ହେଉଛି ମୃତ୍ୟୁ । ଫୋନ କଟିଗଲା ।

ସରଳ ନଦୀର ଧାର ସତେକି ମୁହାଣରେ ଭେଟୁଛି ସାଗରର ଅସ୍ତ ବ୍ୟସ୍ତ ଉର୍ମିମାଳାକୁ । ଗଭୀର ସମୁଦ୍ର କିନ୍ତୁ ସେହିପରି ନିର୍ବିକାର । କଣ କରିବ ସେ ,ଫୋନ କଲା ତରୁକୁ ନା ରିସଭ କରୁନି କଣ କରିଦେଲାକି । ବାରମ୍ବାର ତାଗିଦା ରିଂ ଟୋନ ବନ୍ଦ ହେଲା ଯୋଗାଯୋଗର ସୁଗମରେ ,ଲୁହ ବର୍ଷା କରୁଛି ତରୁ ସେପଟୁ ବାଷ୍ପିୟ ସ୍ୱରରେ ।ରହିଯାଅ ତରୁ ନକରି କିଛି ଭୁଲ ଏବେବି ସମୟ ଅଛି କାଲି ମୁଁ କରିବି ପ୍ରାୟଶ୍ତିତ କରିବି ସମାଧାନ ଯାହାର ଏକମାତ୍ର ବାଟ ବିବାହ ! ବୈଦିକ ରୀତିରେ ନହେଲା ନାହିଁ ଗାନ୍ଧର୍ବ୍ୟ ମତେ ନେବି ମନ୍ଦିରକୁ କାଲି । କରନି ସେପରି ଭୁଲ । ଯେମିତି ମୁଁ ମରିବିନି ତିଳ ତିଳ ବଂଚିବା ପର୍ଯ୍ୟନ୍ତ । ପ୍ରକୃତିସ୍ଥ ହେଲା ସ୍ୱର,ବର୍ଷା କମିଲା ବଉଦ ହଟିଲା ଧୁଳିକଣା ଉଡୁଥିବା ପବନରେ ସଫାହେଇ ନିର୍ମଳ ଦିଶିଲା ଧରା ଗଗନ ପବନ ।

କଥା ଦେଇ ଭୁଲ କରେନା କେବେ ବିବେକ,ପହଁଚିଛି ଠିକ୍ ସମୟରେ ନିଶବ୍ଦ ପାଦରେ । ଦିଗହରା ତରୁ ଆଜି ବାଥରୁମରେ । ବାହାରିଲେ ନୂତନ ସୂର୍ଯ୍ୟ ତାକୁ ଅପେକ୍ଷା କରିଛି । ଲମ୍ବା ଟରକିସ ଗୁରାହେଇଛି ଅଣ୍ଟାରୁ ଛାତିକିଛକିପଡି , ମୁକୁଳା ବାଳରେ ବେଷ୍ଟିଛି ଛୋଟ ଶୁଭ୍ର ତଉଲିଆ । ଝରୁଛି ପାଣି ସତେକି ଶାନ୍ତି ମୈତ୍ରୀ ପ୍ରିତୀ ଝରୁଛନ୍ତି ଉପରୁ ତଳକୁ ।

ଡ୍ରେସିଂ ଟେବୁଲରେ ସୁନ୍ଦରି ତରୁ ଆହୁରି ସୁନ୍ଦରି ହଉଥିଲା,ତା ପଛରେ ବେଡ ଉପରେ ବସିଥିବା ବିବେକକୁ ଦେଖିନଉଥିଲା କଣେଇ କଣେଇ,ନିର୍ମଳ ଆକାଶର ମୁର୍ତ୍ତୀମନ୍ତ ପ୍ରତିକ ବିବେକ, ଲେଶମାତ୍ର ସନ୍ଦିହାନ ଛୁଇଁନି ମନ ହୃଦୟକୁ , ସେମିତି ମାଗାଜିନ ପଢିବା ଉତ୍ତାରେ ।

ଯିବା କହିବାରୁ ଥରେ ଆଖି ପହଁରେଇ ନେଲା ବିବେକ । ତରୁ ଉଭା ଏକ ପ୍ରିତୀପୂର୍ଣ୍ଣ ଲତାସମ । ଗାଡି ଷ୍ଟାର୍ଟ କଲା ବିବେକ ଆଗର ପାଖ ସିଟୁରେ ତରୁ । ଗାଡି ଯାଇ ଅଟକିଲା ପ୍ରାଇଭେଟ ନରସିଂହୋମର ପୋର୍ଟିକୋରେ ଆଶ୍ଚର୍ଯ୍ୟ ହେଲା ତରୁ ! ଏଇଟା କଣ ମନ୍ଦିର ?

ନା ମେଡିକାଲ

ତେବେ ମତେ ତମେ ଅବିଶ୍ୱାସ କରୁଛ ମୁଁ ମିଛରେ ପ୍ରେଗନାସିର ନାଟକ କରୁଛି । ଛି ଛି ବିବେକ ତମେ ଏତେ ମିନ୍....ମୋର ଚେକଅପ ଦରକାର ନାହିଁ ଚାଲ !

କୁଆଡେ ? ପୋଲିସ ଷ୍ଚେସନ.....

କେତେ ମାସର ତୁମେ ପ୍ରେଗନାନ୍ସ ଅଛ ସେପାଇଁ ତୁମକୁ ମୁଁ ଏଠିକି ଆଣିନି... ଆଉ....

କେବଳ ଡି ଏନ ଏ ଟେଷ୍ଚ ପାଇଁ ଆଣିଛି ତୁମର ମୋର ଆଉ ପିଲାର । ଭାବୁଛି ଆ ପରେ ପୋଲିସ ଷ୍ଟେସନ ଯିବା ଦରକାର ପଡିବନି । କଣ କହୁଛ ?

ଆସ । ଆକାଶରୁ ପଡିଲା ତରୁ ଏକ ନିର୍ମୂଳି ଲତା ସମ .......

ମେଡିକାଲ ଭିତରକୁ ଚାଲିଯାଉଥିଲା ବିବେକ ।

ପଛରୁ ତରୁ ଡାକୁଥିଲା...

ଶୁଣିଲାନି ସେ ....

ରାଗ ବହୁତ ହଉଥିଲା ତରୁର ବିବେକ ଉପରେ । କାହିଁକି କେଯାଣି ବିବେକର ପୁରୁଷତ୍ୱ ତାଆଖିରେ ଆହୁରି ମହାନରୁ ମହାନତରକୁ ଚାଲି ଯାଉଥିଲା । ଡାକ୍ତର ଡାକି ଆଣିବା ପୂର୍ବରୁ ବିବେକ ମେଡିକାଲରୁ ଅପସାରି ନେଲା ନିଜକୁ ତରୁ.. ସମ୍ଭାବ୍ୟ ଅସୁବିଧାକୁ ଦୂରଦୃଷ୍ଟି ରଖି.......।

ପ୍ରତାପ ନାୟକ

୭୦୦୮୦୫୪୨୮୨

ବିବେକ ତରୁ ଡି ଏନ ଏ

Rate the content


Originality
Flow
Language
Cover design

Comments

Post

Some text some message..